Odisha Elections 2024

ହାତୀ ଉପଦ୍ରବ ଥମୁନି, ବନବିଭାଗ ଅସହାୟ

ଭଞ୍ଜନଗର,୨୯ା୧୦(ଡି.ଏନ.ଏ.): ଭଞ୍ଜନଗର ଉତ୍ତା ଓ ଦକ୍ଷିଣ ବନଖଣ୍ଡର ହାତୀ କରିଡ଼ରଗୁଡ଼ିକ ବିଭିନ୍ନ କାରଣ ଯୋଗୁ ନଷ୍ଟ ହେବାକୁ ବସିଛି। ଏହି କାରଣରୁ ହତୀପଲ ଜଙ୍ଗଲରୁ ବାହାରି ନିକଟବର୍ତ୍ତୀ ଅଞ୍ଚଳରେ ଫସଲ କ୍ଷତି କରୁଛନ୍ତି। ବିଶେଷକରି ଜମିରେ ପଶି ଧାନ ଫସଲ ନଷ୍ଟ କରିଦେଉଛନ୍ତି। ଅନ୍ୟପକ୍ଷରେ ବନ ବିଭାଗ କେତେକ ସ୍ଥାନରେ ହାତୀପଲକୁ ଜଙ୍ଗଲକୁ ଘଉଡ଼ାଇବାରେ ବିଫଳ ହେଉଛି । କିଛିଦିନ ହେବ ତାରସିଂ ରେଞ୍ଜର ତିନିଛକିଆ ନିକଟ ଜଙ୍ଗଲରେ ରହୁଥିବା ୧୮ଟି ହାତୀ ଫସଲ କ୍ଷତି କରୁଛନ୍ତି। ଶୁକ୍ରବାର ସକାଳେ ହାତୀପଲ ଗୋଟିଏ ଜଙ୍ଗଲରୁ ବାହାରି ଅନ୍ୟ ଜଙ୍ଗଲକୁ ତିନିଛକିଆଠାରେ ରାସ୍ତା ପାର ହେଉଥିଲେ। ଏଥିଲାଗି କିଛି ସମୟ ପାଇଁ ଭଞ୍ଜନଗର-ଦଶପଲ୍ଲା ମୁଖ୍ୟ ରାସ୍ତାରେ ଯାନବାହନ ଚଳାଚଳ ବ୍ୟାହତ ହୋଇଥିଲା । ଅପରପକ୍ଷେ ତାରସିଂ ରେଞ୍ଜର ଜଣେ କର୍ମଚାରୀ ବନାଞ୍ଚଳରେ କାର୍ଯ୍ୟ ଚାପ ବଢ଼ୁଥିବା ଦର୍ଶାଇ ଏଠାରୁ ଅନ୍ୟତ୍ର ବଦଳି ହୋଇ ଯିବାପାଇଁ ୨ମାସ ପୂର୍ବେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଲିଖିତ ଭାବେ ଜଣାଇଛନ୍ତି । କିନ୍ତୁ ତାଙ୍କର ବଦଳି ହୋଇନାହିଁ । ତାରସିଂ ରେଞ୍ଜରେ ଜଙ୍ଗଲ ଓ ବନ୍ୟପ୍ରାଣୀ ସୁରକ୍ଷା କରିବାକୁ ହେଲେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟିଦେଇ ଆବଶ୍ୟକ ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ଏ ନେଇ ରେଞ୍ଜର ତାରାକାନ୍ତଙ୍କ ସହ ଯୋଗାଯୋଗ କରିବାରୁ, ରେଞ୍ଜରେ କାର୍ଯ୍ୟ ଚାପ ବଢ଼ୁଥିବା ଘଟଣାକୁ ସେ ସ୍ବୀକାର କରିଛନ୍ତି। ତେଣୁ ୨ମାସ ପୂର୍ବେ ବ୍ରହ୍ମପୁର ଅଫିସକୁ ବଦଳି କରିଦେବା ପାଇଁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛି। ବର୍ତ୍ତମାନ ଏଠାରେ କାର୍ଯ୍ୟରତ ଥିବା ଯୋଗୁ ଯଥାସମ୍ଭବ ଜଙ୍ଗଲ ଓ ବନ୍ୟପ୍ରାଣୀ ସୁରକ୍ଷା ପ୍ରତି ଦୃଷ୍ଟିଦେଉଛି ବୋଲି ଉଦ୍‌ଗାତା କହିଛନ୍ତି । ତାରସିଂ ରେଞ୍ଜ ଗରୁଡ଼ପଥରର ଚାଷୀ ଚଗଲା ଦିଗାଲ କହିଛନ୍ତି, ଦିନ ବେଳେ ପାତି ମାଙ୍ଗଡ଼ ଆତଙ୍କ, ରାତି ହେଲେ ହାତୀ, ବାରାହା ଆତଙ୍କ । ତେଣୁ ଫସଲ ସୁରକ୍ଷା ପାଇଁ ଦିନରାତି ପଡ଼ିରହୁଛୁ। ବନ ବିଭାଗ ଫସଲ ସୁରକ୍ଷା ପ୍ରତି ଯେତିକି ଦୃଷ୍ଟି ଦେବାକଥା ଦେଉନାହିଁ । ବନ୍ୟପ୍ରାଣୀ ଘଉଡ଼ାଇବା ପାଇଁ ଚାଷୀ ବାଣ ମାଗିଲେ ମିଳୁ ନ ଥିବାରୁ ଚଗଲା କ୍ଷୋଭ ପ୍ରକାଶ କରିଛନ୍ତି । ଶୁକ୍ରବାର ସୁଦ୍ଧା ଉତ୍ତର ଘୁମୁସର ବନଖଣ୍ଡର ତାରସିଂ ରେଞ୍ଜରେ ୪୩ଟି ହାତୀ ଥିବାବେଳେ ଗାଲେରି ରେଞ୍ଜରେ ୩ଟି ଏବଂ ଜଗନ୍ନାଥପ୍ରସାଦ ରେଞ୍ଜରେ ୧୩ଟି ହାତୀ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ

ପୁରୁଷୋତ୍ତମପୁର,୨୬ା୫( ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ତଥା କବିସୂର୍ଯନଗର ଥାନା ଅନ୍ତର୍ଗତ ବଡଖରିଡା କାଳେଶ୍ବର ମନ୍ଦିର ନିକଟରେ ରବିବାର ରାତିରେ ଜଣେ ଯୁବକଙ୍କୁ...

ବାଘଛାଲ ବିକ୍ରି ପାଇଁ ଚାଲିଥିଲା ଡିଲ୍‌: ଗ୍ରାହକ ସାଜି ମାଡ଼ି ବସିଲା ବନବିଭାଗ

ଖଡ଼ିଆଳ,୨୬।୫(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ବନାଞ୍ଚଳ ପକ୍ଷରୁ ଚଢ଼ାଉ କରାଯାଇ ଏକ କଲରାପତରିଆ ବାଘଛାଲ ଜବତ କରାଯାଇଛି। ଏଥିରେ ସମ୍ପୃକ୍ତ ୫ଜଣଙ୍କୁ ଗିରଫ...

୧୬ ନମ୍ବର ଜାତୀୟ ରାଜପଥରେ ସିରିଜ ଦୁର୍ଘଟଣା

ଛତ୍ରପୁର୨୬।୫(ଦିଲ୍ଲୀପ ସାମଲ/ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ହୁମ୍ମା ଫାଣ୍ଡି ଅଧୀନ ୧୬ ନମ୍ବର ଜାତୀୟ ରାଜପଥରେ ଏକ ସିରିଜ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଭାରସାମ୍ୟ...

ଜଙ୍ଗଲରୁ ରାସ୍ତାକୁ ଚାଲି ଆସିଥିଲା ହରିଣ ଛୁଆ: ଆଉ ତାପରେ…

ମୋହନା,୨୬ା୫(ମନ୍ମଥ ମିଶ୍ର୍ର): ମୋହନା ସଦର ମହକୁମାର ତାରିଣୀ ମନ୍ଦିର ସାମ୍ନାରେ ଥିବା ଜଙ୍ଗଲରୁ ରାସ୍ତାକୁ ଚାଲି ଆସିଥିବା ଏକ ହରିଣ ଛୁଆକୁ କେତେକ ବୁଲା କୁକୁର...

ଯାତ୍ରୀ ଓହ୍ଲାଇବା ବେଳେ ସବାରୀ ଗାଡ଼ି ଉପରକୁ ମାଡିଗଲା ଟ୍ରକ: ଜଣେ ମୃତ, ୮ ଆହତ

ବାରିପଦା,୨୬।୫(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା କୁଳିଅଣା ଥାନା ଅଧୀନ ଅସନଯୋଡ଼ା ନିକଟ ୧୮ ନମ୍ବର ଜାତୀୟ ରାଜପଥରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି।...

ମଧ୍ୟରାତିରେ ସ୍ଥଳଭାଗ ଛୁଇଁବ ବାତ୍ୟା ‘ରେମାଲ’: ବର୍ଷା, ପବନର ମୁକାବିଲା ପାଇଁ ଜିଲାପାଳଙ୍କୁ ସତର୍କ କରାଇଲେ ଏସ୍‌ଆର୍‌ସି

ଭୁବନେଶ୍ୱର,୨୬।୫: ପୂର୍ବ କେନ୍ଦ୍ରୀୟ ଏବଂ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ରେମାଲ’ ରବିବାର ମଧ୍ୟରାତିରେ ସାଗର ଦ୍ୱୀପ ଏବଂ ବାଂଲାଦେଶର ଖେପୁପରା ମଝିରେ ବାଂଲାଦେଶ...

ବୃଦ୍ଧଙ୍କୁ ଧକ୍କା ଦେଲା କାର୍‌

ଛତ୍ରପୁର,୧୬।୫(ଦିଲ୍ଲୀପ ସାମଲ): ଚମାଖଣ୍ଡି ଥାନା ଅନ୍ତର୍ଗତ କାଳିଆବାଲି ଛକ ଠାରେ ଏକ କାର ଧକ୍କାରେ ବୃଦ୍ଧ ଆହତ ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ, ରବିବାର ୨ଟା...

ଛତ୍ରପୁର ବ୍ଲକ ଟପ୍ପର ହେଲେ ଅଭିପ୍ସା

ଛତ୍ରପୁର,୨୬।୫(ଦିଲ୍ଲୀପ ସାମଲ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ୨୦୨୪ ମାଟ୍ରିକ ପରୀକ୍ଷା ଫଳାଫଳ ରବିବାର ପ୍ରକାଶ ପାଇଛି । ଏଥିରେ ଛତ୍ରପୁର ବ୍ଲକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri