Posted inଜାତୀୟ

ଆବର୍ଜନାକୁ ନେଇ ରାଜନୀତି, ଏଏପି-ଭାଜପା କର୍ମୀ ମୁହାଁମୁହିଁ, କେଜ୍ରିଓ୍ବାଲଙ୍କ ପରିଦର୍ଶନକୁ ବିରୋଧ…

ନୂଆଦିଲ୍ଲୀ,୨୭।୧୦ : ଦିଲ୍ଲୀରେ ଆବର୍ଜନାକୁ ନେଇ ରାଜନୀତି ଆରମ୍ଭ ହୋଇଛି। ଏନେଇ ଏଏପି-ଭାଜପା କର୍ମୀ ମୁହାଁମୁହିଁ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗୁରୁବାର ପୂର୍ବ ଦିଲ୍ଲୀର ଗାଜିପୁର ଲ୍ୟାଣ୍ଡଫିଲ ପରିଦର୍ଶନ କରିବାକୁ ଯାଉଥିବାବେଳେ ଏ ସମ୍ପର୍କରେ ସୂଚନା ପାଇ ଭାଜପା କର୍ମୀମାନେ କଳା ପତାକା ପ୍ରଦର୍ଶନ କରିବା ସହିତ ସ୍ଲୋଗାନ ଦେଇ ବିରୋଧ ଆରମ୍ଭ କରିଛନ୍ତି।

ଏଏପି କର୍ମୀମାନେ ମଧ୍ୟ ଗାଜିପୁର ଲ୍ୟାଣ୍ଡଫିଲରେ ପହଞ୍ଚି ଭାଜପା ବିରୋଧରେ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ। ଏକ ଦଶନ୍ଧି ଧରି ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେଶନକୁ ଭାଜପା ଦଖଲ କରି ରଖିଛି ବୋଲି ଏଏପି କର୍ମୀମାନେ ଅଭିଯୋଗ କରିଛନ୍ତି। ଏହା ପରେ ମଧ୍ୟ ଲ୍ୟାଣ୍ଡଫିଲ ସମସ୍ୟାର ସମାଧାନ ହୋଇପାରି ନାହିଁ। ଚଳିତ ବର୍ଷ ଶେଷ କିମ୍ବା ୨୦୨୩ ପ୍ରାରମ୍ଭରେ ଏମସିଡି ନିର୍ବାଚନ ହେବାର ସମ୍ଭାବନା ଅଛି । ଏହି ନିର୍ବାଚନ ପାଇଁ ସ୍ବଚ୍ଛତା ମୁଖ୍ୟ ପ୍ରସଙ୍ଗ ରହିଛି। ଏହାକୁ ଦୃଷ୍ଟିରେ ରଖି ଅରବିନ୍ଦ କେଜ୍ରିୱାଲଙ୍କ ଗାଜିପୁର ଲ୍ୟାଣ୍ଡଫିଲ ପରିଦର୍ଶନକୁ ଗୁରୁତ୍ୱପୂର୍ଣ୍ଣ ବୋଲି ରାଜନୈତିକସ୍ତରରେ ଚର୍ଚ୍ଚା ହେଉଥିଲା। ଅପରପକ୍ଷରେ ଭାଜପା କର୍ମୀମାନେ ଯୁକ୍ତି କରୁଛନ୍ତି ଯେ ଆମ ଆଦମୀ ପାର୍ଟି ମିଛ କହୁଛି।

ସୂଚନାଯୋଗ୍ୟ, ତାଜମହଲଠାରୁ ଉଚ୍ଚ ଏବଂ କୁତୁବ ମିନାରଠାରୁ ଆଠ ମିଟର ଛୋଟ ଗାଜିପୁର ଲ୍ୟାଣ୍ଡଫିଲ ସାଇଟରେ ଅବସ୍ଥିତ ଆବର୍ଜନା ପାହାଡରେ ପ୍ରତିଦିନ ଶହ ଶହ ଟ୍ରକ ଆବର୍ଜନା ପକାଯାଉଛି। ଏଥିରେ ୩୫ ବର୍ଷ ମଧ୍ୟରେ ୭୦ ଏକର ଜମିରେ ୨୭୦ ଫୁଟ ଉଚ୍ଚ ଅଳିଆ ପାହାଡ଼ ଜମା ହୋଇଛି। ଅଳିଆ ଆବର୍ଜନା ଯୋଗୁ ଏହାର ଆଖପାଖର ଲୋକମାନେ ମଇଳା ଏବଂ ଦୁର୍ଗନ୍ଧ ପାଇଁ ଅସୁବିଧାରେ ପଡୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri