ପୁରୀ ଅଫିସ,୧୭ା୧୦: ପୁରୀ ସହରରେ ରବିବାର ପ୍ରବଳ ବର୍ଷା ପରେ ଦୁର୍ବଳ ସ୍ବେରେଜ ବ୍ୟବସ୍ଥା ପଦାରେ ପଡ଼ିଛି। ଶ୍ରୀମନ୍ଦିର, ସ୍ବର୍ଗଦ୍ୱାର ଅଞ୍ଚଳ ସମେତ ସାହି ଗଳିକନ୍ଦିରେ ବର୍ଷାଜଳ ସହ ଉଦ୍ବୃତ୍ତ ଡ୍ରେନ୍ ପାଣି ମିଶି ରାସ୍ତାରେ ଲହଡ଼ି ଭାଙ୍ଗୁଛି। ନିଷ୍କାସନ ସୁବିଧା ନ ଥିବାରୁ ଶ୍ରୀମନ୍ଦିର ଉତ୍ତରଦ୍ୱାର ସମ୍ମୁଖରେ ନର୍ଦ୍ଦମାପାଣି ସହ ବର୍ଷାଜଳ ଜମିରହି ଏକ କୃତ୍ରିମ ଜଳାଶୟ ସୃଷ୍ଟି ହୋଇଛି। ଏହି ଅପରିଷ୍କାର ପାଣିରେ ପଶି ସ୍ଥାନୀୟ ଲୋକଙ୍କ ସମେତ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କୁ ଯାତାୟତ କରିବାକୁ ପଡ଼ୁଛି। ଫଳରେ ସେମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ରବିବାର ଅପରାହ୍ନ ପ୍ରାୟ ୨ଟାରୁ ୪୦ ମିନିଟ୍ ଧରି ପ୍ରବଳ ବର୍ଷା ହୋଇଥିଲା। ଫଳରେ ସହରର ବିଭିନ୍ନ ସ୍ଥାନରେ ବର୍ଷାଜଳ ଜମି ରହିଥିଲା। ସେହିପରି ଶ୍ରୀମନ୍ଦିର ଉତ୍ତରଦ୍ୱାର ସମ୍ମୁଖରେ ବର୍ଷାଜଳ ସାଙ୍ଗକୁ ସ୍ଥାନୀୟ ଡ୍ରେନ୍ରୁ ଉଦ୍ବୃତ୍ତ ପାଣି ମିଶି ଜମି ରହିବାରୁ ଯାତାୟାତରେ ସମସ୍ୟା ଉପୁଜିଥିଲା। ଶ୍ରୀମନ୍ଦିରକୁ ସେବାୟତମାନେ ଖାଲିପାଦରେ ଯାଇଥାଆନ୍ତି। ଏଭଳି ସ୍ଥିତିରେ ସେମାନେ ଏହି ଅପରିଷ୍କାର ପାଣିରେ ପଶି ଯାତାୟତ କରିବାକୁ ବାଧ୍ୟ ହୋଇଥିଲେ। ସେହିଭଳି ଶ୍ରୀମନ୍ଦିର ଚାରିପଟେ ଚାଲିଥିବା ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଯୋଗୁ ରାସ୍ତା ସଙ୍କୁଚିତ ହୋଇ ଅଧିକ ସମସ୍ୟା ସୃଷ୍ଟି କରୁଛି। ସ୍ବର୍ଗଦ୍ୱାର ସମ୍ମୁଖ ବେଳାଭୂମି ରାସ୍ତାରେ ମଧ୍ୟ ପାଣି ନିଷ୍କାସନ ହେଉନାହିଁ। ସ୍ବର୍ଗଦ୍ୱାର ସଂଶ୍ଳିଷ୍ଟ ରୋଡ୍ ବେଳାଭୂମିର ସବୁଠାରୁ ଗହଳଚହଳ ସ୍ଥାନ ହୋଇଥିବା ବେଳେ ସ୍ବେରେଜରେ ପାଣି ନ ଯିବା ସମସ୍ୟା ବଢ଼ାଉଛି। ସ୍ବର୍ଗଦ୍ୱାର ନିକଟ ସ୍ବେରେଜ ଫାଟିଯାଇଛି। ଏହାକୁ ପ୍ରଶାସନ ଏପର୍ଯ୍ୟନ୍ତ ମରାମତି କରିନାହିଁ। ସାରା ସହରରେ ସ୍ଥିତି ପ୍ରାୟତଃ ଏହିଭଳି ରହିଥିଲେ ମଧ୍ୟ ପୌରସଂସ୍ଥା ଧ୍ୟାନ ଦେଉନାହିଁ। ସ୍ବେରେଜ ପାଇଁ ରାସ୍ତା ଥାଇ ମଧ୍ୟ ପାଣି କାହିଁକି ନିଷ୍କାସନ ହେଉନାହିଁ ବୋଲି ସ୍ଥାନୀୟ ଲୋକେ ପ୍ରଶ୍ନ କରୁଛନ୍ତି। ସାମାଜିକ କର୍ମୀ ସ୍ବାଧୀନ ପଣ୍ଡା କହିଛନ୍ତି, କେବଳ ସ୍ବେରେଜ କରି ରାସ୍ତା ଛାଡ଼ିଦେଲେ ଜଳବନ୍ଦୀ ସମସ୍ୟା ଦୂର ହେବ ନାହିଁ। ସ୍ବେରେଜକୁ ନିୟମିତ ବ୍ୟବଧାନରେ ସଫା କରାଯିବା ଦରକାର। ମାତ୍ର ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉନାହିଁ। ସ୍ବେରେଜ ମୁହଁଠାରୁ ଆରମ୍ଭ କରି ନିଷ୍କାସନସ୍ଥଳୀ ପର୍ଯ୍ୟନ୍ତ ରାସ୍ତା ସଫା କରାଯିବା ଦରକାର। ତାହା ଠିକ ଭାବେ ନ ହୋଇପାରିବାରୁ ପାଣି ନିଷ୍କାସନ ହୋଇପାରୁନାହିଁ। ପାର୍ବଣ ଋତୁରେ ପୁରୀ ସହରରେ ଗହଳି ସାଙ୍ଗକୁ ଏଭଳି ଅପରିଷ୍କାର ପରିବେଶ ପ୍ରଶାସନର ବିଫଳତାକୁ ଦର୍ଶାଉଛି। କେବଳ ସହରର ପ୍ରମୁଖ ଅଞ୍ଚଳ ନୁହେଁ ବରଂ ସାହି ଗଳିକନ୍ଦିରେ ବର୍ଷାପାଣି ଜମିରହୁଛି। ଏ ଦିଗରେ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ ବୋଲି ପଣ୍ଡା କହିଛନ୍ତି। ଅନ୍ୟପକ୍ଷରେ ପୌରସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ବାଇଁ କହିଛନ୍ତି, କିଛି ସ୍ଥାନରେ ପାଣି ଜମି ରହୁଥିବା ଖବର ମିଳିଛି। ସମ୍ପୃକ୍ତ ସ୍ବେରେଜକୁ ସଫା କରାଯାଇ କିଭଳି ଜଳ ନିଷ୍କାସନ କରାଯିବ ସେଥିଲାଗି ପଦକ୍ଷେପ ନିଆଯିବ।
Posted inHome, Home Left, ଆମ ଜିଲା ଖବର, ପୁରୀ View All
ଅତ୍ୟାଚାର, ଶୋଷଣ ବିରୋଧରେ ସ୍ବର ଉତ୍ତୋଳନ ଲୋଡ଼ା
ଭଞ୍ଜନଗର,୩୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ରାଧାକୃଷ୍ଣ ପାଠାଗାରରେ ଚକରା ବିଷୋୟୀ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ‘ଚକରା ବିଷୋୟୀଙ୍କ ଐତିହାସିକ...
ବାଇକ୍କୁ ଧକ୍କାଦେଲା ବାଇକ୍, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ
ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...
ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ
ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର ଗଣିଆନାଳ ଛକ...
ନୂଆବର୍ଷରୁ ଶନିଙ୍କ ସାଢେ ସାତ ଚାଲି ଆରମ୍ଭ; ଏହି ୩ ରାଶିର ଖରାପ ଟାଇମ ଷ୍ଟାର୍ଟ…
ଜ୍ୟୋତିଷ ଶାସ୍ତ୍ରରେ ଗ୍ରହରାଜ ଶନିଙ୍କୁ କର୍ମଫଳ ଦାତା ଓ ନ୍ୟାୟ ପ୍ରଦାତା ଗ୍ରହ ଭାବେ ଗଣନା କରଯାଇଥାଏ । ଶନି ଯେତେବେଳେ ଗୋଟିଏ ରାଶିରେ ଦୀର୍ଘ...
ନୂଆ ବର୍ଷରେ ନୂଆ ପଦକ୍ଷେପ
ଯାଜପୁର,୩୧ା୧୨: : କର୍କଟ ପୀଡିତଙ୍କ ପାଇଁ 14 ଇଞ୍ଚ କେଶଦାନ କଲେ ଜୟ ମହାକାଳ ଫାଉଣ୍ଡେସନର ସଦସ୍ୟା ପୂଜାରାଣୀ ବେହେରା । ଇଂରାଜୀ ନୂଆବର୍ଷ ଆରମ୍ଭକୁ...
କେମିତି ରହିବ ମୋଦି-ଟ୍ରମ୍ପଙ୍କ ୨୦୨୬? ଭବିଷ୍ୟବାଣୀରେ ଜଣାପଡିଲା ସତ!
୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ୨୦୨୬ ଏବେ ପାଖେଇ ଆସୁଛି। ୨୦୨୬ ବର୍ଷ ଲୋକଙ୍କ ପାଇଁ କିପରି ହେବ ସେ ବିଷୟରେ ଜ୍ୟୋତିଷମାନେ ଭବିଷ୍ୟବାଣୀ...
ରାଶିଫଳ ୨୦୨୬: ମେଷରୁ ମୀନ ରାଶି ପାଇଁ କିପରି କଟିବ ନୂତନ ବର୍ଷ, ସବୁ…
ନୂତନ ବର୍ଷ ନୂତନ ଆଶା ଏବଂ ନୂତନ ସୁଯୋଗ ସହିତ ଆରମ୍ଭ ହୁଏ। ଏହି ସମୟରେ ସମସ୍ତେ ଭାବନ୍ତି ଯେ ନୂଆ ବର୍ଷ କ’ଣ ହେବ...
ଡେଲିଭରି ଏଜେଣ୍ଟଙ୍କ ପାଇଁ କମ୍ପାନୀ କଲା ବଡ଼ ଘୋଷଣା, ବଢିବ ଇନକମ୍
ନୂଆଦିଲ୍ଲୀ,୩୧।୧୨:ଡିସେମ୍ୱର 31 ତାରିଖରେ ଡେଲିଭରି କର୍ମଚାରୀମାନେ ଧର୍ମଘଟ ଘୋଷଣା କରିଛନ୍ତି। ଏହି ସମୟରେ, ଜୋମାଟୋ ଏବଂ ସ୍ୱିଗି ଅଧିକ ଦରମା ଏବଂ ବୀମା ପାଇଁ ପ୍ରତିବାଦ...
Archives


