Posted inଖେଳ

ଭାରତୀୟ ଫୁଟ୍‌ବଲ ସଂକଟରେ: ଫିଫାକୁ ଚିଠି ଲେଖିଲେ ୬ ଆଇ-ଲିଗ୍‌ କ୍ଲବ

ନୂଆଦିଲ୍ଲୀ, ୨୨ା୭ (ପି.ଟି.)- ଭାରତୀୟ ଫୁଟ୍‌ବଲ ଏବେ ସଂକଟରେ ଦର୍ଶାଇ ସହାୟତା ପାଇଁ ଫିଫା (ଫେଡେରେଶନ ଅଫ୍‌ ଇଣ୍ଟରନ୍ୟାଶନାଲ ଫୁଟ୍‌ବଲ ଆସୋସିଏଶନ୍ସ)ର ସହଯୋଗ ଲୋଡିଛନ୍ତି ମିନର୍ଭା ପଞ୍ଜାବ, ମେହେନ ବାଗାନ ଏବଂ ଇଷ୍ଟବେଙ୍ଗଲ ଭଳି ଆଇ-ଲିଗ୍‌ର କେତେକ ଟପ୍‌ ଫୁଟ୍‌ବଲ କ୍ଲବ। ଏହି ମର୍ମରେ ଫିଫା ସଭାପତି ଜିଆନି ଇନ୍‌ଫାଣ୍ଟିନୋଙ୍କୁ ଯେଉଁ ୬ଟି କ୍ଲବ ଚିଠି ଲେଖିଛନ୍ତି, ସେମାନଙ୍କ ମଧ୍ୟରେ ଚର୍ଚ୍ଚିଲ ବ୍ରଦର୍ସ, ଆଇଜଲ ଏଫ୍‌ସି ଏବଂ ଗୋକୁଳମ୍‌ କେରଳ ଏଫ୍‌ସି ମଧ୍ୟ ରହିଛନ୍ତି। ମିନିର୍ଭା ପଞ୍ଜାବ ମାଲିକ ରଣଜିତ୍‌ ବଜାଜ ଏହି ଚିଠିରେ ସ୍ବାକ୍ଷର କରିଛନ୍ତି। ନିକଟ ଭବିଷ୍ୟତରେ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ଦେଶର ଶ୍ରେଷ୍ଠ ପ୍ରଫେସନାଲ ଫୁଟ୍‌ବଲ ଲିଗ୍‌ ମାନ୍ୟତା ପ୍ରଦାନ କରିବାକୁ ଯାଉଥିବା ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ନିକଟରେ ଗଣମାଧ୍ୟମ ଜରିଆରେ ସୂଚନା ଦେଇଛି। ଏହା ଯଦି କାର୍ଯ୍ୟକାରୀ ହୁଏ ତେବେ ୨୦୦୭ରେ ଦେଶର ପ୍ରଥମ ପ୍ରଫେସନାଲ ଫୁଟ୍‌ବଲ ଲିଗ୍‌ର ମାନ୍ୟତା ପାଇ ଆସିଥିବା ଆ-ଲିଗ୍‌କୁ ଦ୍ୱିତୀୟ ପାହ୍ୟା ଲିଗ୍‌ ବୋଲି ବିବେଚନା କରାଯିବ। ଆଇଏସ୍‌ଏଲର ଜନ୍ମ କିନ୍ତୁ ୨୦୧୩ରେ। ଏଆଇଏଫ୍‌ଏଫ୍‌ ଏବଂ ଆଇଏମ୍‌ଜି ରିଲାଏନ୍ସ ମଧ୍ୟରେ ୨୦୧୦ରେ ଏକ ମାଷ୍ଟର ରାଇଟ୍‌ ଏଗ୍ରିମେଣ୍ଟ ଚୁକ୍ତି ସ୍ବାକ୍ଷର ହୋଇଛି। ତଦନୁସାରେ ଫୁଟବଲ ମହାସଂଘ ଆଇଏସ୍‌ଏଲ୍‌କୁ ଦେଶର ଏକ ନମ୍ବର ଫ୍ରଫେସନାଲ ଫୁଟ୍‌ବଲ ଲିଗ୍‌ର ମାନ୍ୟତା ଦେବାକୁ ବିଚାର କରୁଛି। ଭାରତୀୟ ଫୁଟ୍‌ବଲ କିପରି ବିଭିନ୍ନ ସମସ୍ୟା ମଧ୍ୟ ଦେଇ ଗତି କରୁଛି ତାହା ବର୍ଣ୍ଣନା କରି ଏହି ଅସନ୍ତୁଷ୍ଟ ଆଇ-ଲିଗ୍‌ କ୍ଲବଗୁଡ଼ିକ କିଛି ଦିନ ପୂର୍ବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ ଚିଠି ଲେଖିଥିଲେ।
ସେମାନେ ଏଆଇଏଫ୍‌ଏଫ୍‌ ଯେଉଁ ଢଙ୍ଗରେ କାର୍ଯ୍ୟକରୁଛି ତାହାର ଏକ ତଦନ୍ତ କରାଯିବା ଲାଗି ଇନ୍‌ଫାଣ୍ଟିନୋଙ୍କୁ ଅନୁରୋଧ କରିଛନ୍ତି। ଫୁଟ୍‌ବଲ ଭାରତ ସମେତ ସମଗ୍ର ବିଶ୍ୱରେ ଏକ ଅନ୍ୟତମ ସବୁଠାରୁ ଲୋକପ୍ରିୟ ଖେଳ। ଜାତୀୟ ମହାସଂଘରେ ସୁ ପ୍ରଶାସନର ଅଭାବ ଯୋଗୁ ଦିନକୁ ଦିନ ଭାରତୀୟ ଫୁଟ୍‌ବଲର ଅଧୋପତନ ଘଟିବାରେ ଲାଗିଛି। ବୋଲି ଚିଠିରେ ଲେଖାଯାଇଛି। ଫ୍ରାଞ୍ଚାଇଜ୍‌ ଭିତ୍ତିକ ଲିଗ୍‌ ସମ୍ପର୍କରେ ଦର୍ଶାଇବାକୁ ଯାଇ କ୍ଲବଗୁଡ଼ିକ କହିଛନ୍ତି, ଆଇଏସଏଲ ହେଉଛି ସମ୍ପୂର୍ଣ୍ଣ ଏକ ବ୍ୟବସାୟିକ ଉଦ୍ୟୋଗ। ଏହାର କୌଣସି ପ୍ରାସଙ୍ଗିକତା ନାହିଁ। ଆଇଏସ୍‌ଏଲ୍‌ରେ ବହୁ ସଂଖ୍ୟାରେ ୩୫ବର୍ଷରୁ ଊର୍ଦ୍ଧ୍ୱ ବୟସର ଖେଳାଳି ଖେଳିଥାନ୍ତି। ବିଦେଶରେ ଯେଉଁ ଖେଳାଳିମାନେ ଅଲୋଡା ହୋଇପଡ଼ନ୍ତି ସେମାନଙ୍କୁ ଏହି ଟୁର୍ନାମେଣ୍ଟ ଲାଗି ଅନୁବନ୍ଧିତ କରାଯାଇଥାଏ। ଆଇଏସ୍‌ଏଲ ହେଉଛି ଫୁଟ୍‌ବଲରେ ଆଇପିଏଲ୍‌ ଭଳି। ଅନ୍ତର୍ଜାତୀୟ ସ୍ତରରେ ଭାରତୀୟ ଫୁଟ୍‌ବଲର ସ୍ଥାନ ବହୁ ନିମ୍ନରେ ରହିଛି। ଏପରି ସ୍ଥଳେ ଏକ ସମ୍ପୂର୍ଣ୍ଣ କମର୍ସିଆଲ ଲିଗ୍‌କୁ ଦେଶର ସବୁଠାରୁ ସିନିୟର ଲିଗ୍‌ର ମାନ୍ୟତା ପ୍ରଦନା କରାଯିବା କେତେଦୂର ଯଥାର୍ଥ ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ସୂଚନାଯୋଗ୍ୟ, ଚଳିତ ମାସ ପ୍ରାରମ୍ଭରେ ଏଆଇଏଫ୍‌ଏଫ୍‌ ସଭାପତି ପ୍ରଫୁଲ୍ଲ ପଟେଲ ଅସନ୍ତୁଷ୍ଟ ଆଇ-ଲିଗ୍‌ କ୍ଲବଗୁଡ଼ିକୁ ପ୍ରତିଶ୍ରୁତି ଦେଇ କହିଥିଲେ, ସେମାନଙ୍କ ଭବିଷ୍ୟତ ସୁରକ୍ଷିତ। ଆଇଏସ୍‌ଏଲ୍‌ ସହିତ ଆଇ-ଲିଗ୍‌ ଯେପରି ଆହୁରି ୨ରୁ ୩ ବର୍ଷ ବର୍ଷ ପର୍ଯ୍ୟନ୍ତ ଏକ ସଙ୍ଗେ ଚାଲିବ ସେନେଇ ଅନୁମତି ପାଇଁ ଏସିଆନ୍‌
ଫୁଟ୍‌ବଲ କନଫେଡେରେଶନ (ଏଏଫ୍‌ସି)କୁ ସେ ଅନୁରୋଧ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ୱାସ୍ଥ୍ୟାବସ୍ଥା ନେଇ ମୁହଁ ଖୋଲିଲେ ଆମେରିକା ରାଷ୍ଟ୍ରପତି, କହିଲେ ହାତରେ ନୀଳ ଚିହ୍ନ….

ନୂଆଦିଲ୍ଲୀ,୨।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି। ୭୯ ବର୍ଷ ବୟସରେ, ଟ୍ରମ୍ପ ରାଷ୍ଟ୍ରପତି ପଦ ସମ୍ଭାଳିବା...

ହଠାତ୍ ଅବସର ଘୋଷଣା କଲେ ଏହି ବରିଷ୍ଠ କ୍ରିକେଟର, ପୂର୍ବତନ ଖେଳାଳିଙ୍କୁ କଲେ ଟାର୍ଗେଟ୍

ନୂଆଦିଲ୍ଲୀ,୨।୧: ଅଷ୍ଟ୍ରେଲିଆର ଭେଟେରାନ ବ୍ୟାଟ୍ସମ୍ୟାନ୍ ଉସମାନ ଖ୍ୱାଜା ଆସନ୍ତା ସିଡନୀ କ୍ରିକେଟ୍ ଗ୍ରାଉଣ୍ଡ (SCG)ରେ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ପଞ୍ଚମ ତଥା ଅନ୍ତିମ ଆଶେସ୍...

କଂସ ଅତ୍ୟାଚାରରେ ମୁନିଋଷି ଆତଙ୍କିତ: ମଥୁରାରେ ପ୍ରବେଶ କଲେ କୃଷ୍ଣ ବଳରାମ

ମଥୁରାନଗରୀ/ଗୋପପୁର,୨।୧(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଗୁରୁବାର ଥିଲା ନବମ ଦିବସ। ଗୋପପୁରରେ ବେନିଭାଇ ଶ୍ରୀକୃଷ୍ଣ, ବଳରାମଙ୍କୁ ମେଲାଣି ଦୃଶ୍ୟ ଗୋପବାସୀଙ୍କୁ ଯେଭଳି...

ସ୍ବାଧୀନତାର ୭୯ ବର୍ଷ ପରେ ପହଞ୍ଚିନି ବିକାଶ: ଆଜିବି ବି ଡିବିରି ଆଲୁଅରେ ପାଠ ପଢୁଛନ୍ତି ପିଲା

ଥୁଆମୂଳ ରାମପୁର,୨।୧ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ସରକାରୀ ବିକାଶର ଏକ ନଗ୍ନ ଚିତ୍ର ସାମ୍ନାକୁ ଆସିଛି। ବ୍ଲକ କାର୍ଯ୍ୟାଳୟଠାରୁ...

୨ January ୨୦୨୬ Rashifal: ଆଜି ଏହି ୩ ରାଶିର ବ୍ୟକ୍ତିଙ୍କୁ ମିଳିବ ଖୁସି ଖବର, ଖାସ୍ ହେବ..

ଆଜି ପୌଷ ଶୁକ୍ଳ ପକ୍ଷର ଚତୁର୍ଦ୍ଦଶୀ ତିଥି ଏବଂ ଶୁକ୍ରବାର। ଚତୁର୍ଦ୍ଦଶୀ ତିଥି ଆଜି ସନ୍ଧ୍ୟା ୬ଟା୫୪ ପର୍ଯ୍ୟନ୍ତ ରହିବ। ଆଜି ଶୁକ୍ଳ ଯୋଗ ଅପରାହ୍ନ...

ମୌଳିକ ସୁବିଧାରୁ ବଞ୍ଚିତ ଗାଁ ଭୂର୍ଷିପଡ଼ା: ଅନ୍ଧାର ଘେରରେ ୩୦ ଆଦିବାସୀ ପରିବାର

ନୂଆପଡ଼ା,୨ା୧ (ମକାରୁ ବେମାଲ):ଲୋକଙ୍କୁ ସର୍ବନିମ୍ନ ସୁବିଧା ଯୋଗାଇଦେବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ହେଲେ ବିଭାଗୀୟ ଅଧିକାରୀ ଓ...

Iran Protests: ମୁଦ୍ରାସ୍ଫୀତିର ନିଆଁରେ ଜଳୁଛି ଇରାନ! ୬ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨।୧ବିଶ୍ୱର ବିଭିନ୍ନ ଦେଶ ନୂତନ ବର୍ଷ ପାଳନ କରୁଥିବା ବେଳେ, ଇରାନ ମୁଦ୍ରାସ୍ଫୀତିର ନିଆଁରେ ଜଳୁଛି । ଆର୍ଥିକ ସଙ୍କଟ ବିରୋଧରେ ଆରମ୍ଭ ହୋଇଥିବା ବିକ୍ଷୋଭ...

୫ରୁ ଉଠାଇବେନି ଧାନ, ଅଡୁଆରେ ଚାଷୀ: ସରକାରଙ୍କୁ ମିଲର୍ସଙ୍କ ଚେତାବନୀ

ମଥୁରାନଗରୀ,୨।୧(ପ୍ରେମାନନ୍ଦ ଖମାରୀ):ଆଉ ୨ଦିନ ପରେ ବରଗଡ଼ ଜିଲାରେ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟାକୁ ଦେଢ଼ମାସ ପୂରିବ। ଅଥଚ ଏପର୍ଯ୍ୟନ୍ତ ଜିଲାରେ ଧାନ କିଣାବିକା ସମସ୍ୟାର ସମାଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri