Posted inଜାତୀୟ

ଅପ୍ରାସଙ୍ଗିକ ଆଇନ-ଭୁଲ ପରମ୍ପରାକୁ ହଟାଇବା ଜରୁରୀ…

ନୂଆଦିଲ୍ଲୀ,୧୫।୧୦ : ଆଇନମନ୍ତ୍ରୀ ଏବଂ ଆଇନ ସଚିବଙ୍କ ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ ମୋଦି ଶନିବାର ସମ୍ବୋଧିତ କରିଛନ୍ତି। ପ୍ରଧାନନ୍ତ୍ରୀ କହିଛନ୍ତି ଯେ ଏକ ସୁସ୍ଥ ସମାଜ ପାଇଁ ଏକ ଦୃଢ଼ ନ୍ୟାୟିକ ବ୍ୟବସ୍ଥା ଗୁରୁତ୍ୱପୂର୍ଣ୍ଣ। ସେ ଆଇନ ମନ୍ତ୍ରୀ ତଥା ସଚିବମାନଙ୍କୁ କହିଛନ୍ତି ଯେ ଆଇନ ପ୍ରଣୟନ କରିବାବେଳେ ମନେରଖନ୍ତୁ ଯେ ଏହାକୁ ଗରୀବ ଲୋକ ସହଜରେ ଯେପରି ବୁଝିପାରିବେ।

ଆଜି ଦେଶ ସ୍ବାଧୀନତାର ଅମୃତମହୋତ୍ସବ ପାଳନ କରୁଛି। ସର୍ଦ୍ଦାର ପଟେଲଙ୍କ ପ୍ରେରଣା ଦେଶକୁ ସଠିକ ଦିଗକୁ ନେବାରେ ଲାଗିଛି। ଏହା ଆମକୁ ଧାର୍ଯ୍ୟ ସ୍ଥଳକୁ ନେଇଯିବ। ସେ କହିଛନ୍ତି ଯେ ଭାରତର ସମାଜର ବିକାଶ ଯାତ୍ରା ପୌରାଣିକ ଅଟେ। ଅନେକ ଆହ୍ବାନ ପରେ ଭାରତୀୟ ସମାଜ ବିକଶିତ ହୋଇଛି। ଆମ ସମାଜର ଏକ ଆବଶ୍ୟକତା ଅଛି ଯେ ପ୍ରଗତି ପଥରେ ଗତି କରୁଥିବାବେଳେ ଆଭ୍ୟନ୍ତରୀଣ ସଂସ୍କାର ଜାରି ରଖିବା ଉଚିତ। ଏହିପରି କୁରୀତିନୀତି, ଅପ୍ରାସଙ୍ଗିକ ନିୟମ ଏବଂ ଭୁଲ ପରମ୍ପରାକୁ ହଟାଇବା ଆବଶ୍ୟକ।

ପ୍ରଧାନମନ୍ତ୍ରୀ ଲୋକ ଅଦାଲତର ଗୁରୁତ୍ୱ ବିଷୟରେ କହିଥିଲେ। ସେ କହିଛନ୍ତି, ଲୋକ ଅଦାଲତ ମାଧ୍ୟମରେ ଦେଶରେ ଲକ୍ଷ ଲକ୍ଷ ମାମଲା ସମାଧାନ ହୋଇଛି। ଏହାଦ୍ୱାରା କୋର୍ଟର ଭାର ହ୍ରାସ ପାଇଛି। ଏହିପରି ଭାବରେ ଗାଁର ଗରିବ ଲୋକଙ୍କୁ ନ୍ୟାୟ ମିଳିବା ଅତି ସହଜ ହୋଇଛି। ସରକାର ଦେଶର ଲୋକଙ୍କ ଉପରେ ଚାପ ପକାଇବା ଉଚିତ ନୁହେଁ। ପ୍ରାୟ ଦେଢ଼ ହଜାର ପୁରୁଣା ଏବଂ ଅପ୍ରାସଙ୍ଗିକ ନିୟମକୁ ରଦ୍ଦ କରିଦିଆଯାଇଛି। ଏହି ନିୟମଗୁଡ଼ିକ ମଧ୍ୟରୁ ଅନେକ ପରଧିନତା ସମୟରୁ ପ୍ରଚଳିତ ହେଉଥିଲା। ଲୋକମାନଙ୍କୁ ତୁରନ୍ତ ନ୍ୟାୟ ପାଇବା ପାଇଁ ଲୋକ ଅଦାଲତ ଗଠନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଅନେକ ରାଜ୍ୟରେ ଉତ୍ତମ କାର୍ଯ୍ୟ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri