ପୁରସ୍କାରପ୍ରାପ୍ତ ଏନ୍‌ଏସିରେ ପରିମଳ ବିପର୍ଯ୍ୟସ୍ତ

ଭଞ୍ଜନଗର,୧୨।୧୦(ଡି.ଏନ.ଏ): ୯୭୪ ମାର୍ଚ୍ଚ ୧୬ରେ ରାଜ୍ୟ ସରକାରଙ୍କ ଚିଠି ନଂ ୬୩୭୩ ଅନୁସାରେ ବେଲଗୁଣ୍ଠା ଏନ୍‌ଏସି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୬ଟି ରାଜସ୍ବ ଗ୍ରାମ ଯଥା ବେଲଗୁଣ୍ଠା, ବାଲିଡ଼ି, ବି.କେ.ଶରଣପୁର, ଧନିଜାପଲ୍ଲୀ, ରମୁଣିପାଟଣା ଓ ଭଗବତୀପାଟଣାକୁ ନେଇ ଏନଏସି ଗଠନ ହୋଇଥିଲା। ବର୍ତ୍ତମାନ ୧୩ଟି ୱାର୍ଡ଼କୁ ନେଇ ଗଠିତ ଏନଏସିରେ ୨୦୧୧ ଜନଗଣନା ଅନୁସାରେ ୧୧,୨୯୭ ଲୋକ ବସବାସ କରୁଛନ୍ତି। ପିତଳ ମାଛ ପାଇଁ ବେଲଗୁଣ୍ଠା ସହର ବିଶ୍ୱରେ ପରିଚିତ। ଏଥିସହ ଭଞ୍ଜ ରାଜବଂଶ ପକ୍ଷରୁ ପ୍ରତିଷ୍ଠା ହୋଇଥିବା ଲକ୍ଷ୍ମୀ ନୃସିଂହ ମନ୍ଦିର ମଧ୍ୟ ସହରର ଅନ୍ୟତମ ପରିଚୟ। ଏହା ମଧ୍ୟରେ ବେଲଗୁଣ୍ଠା ସହର ଆଉ ଏକ ନୂଅ୍ରା ପରିଚୟ ପାଇଛି। କେନ୍ଦ୍ର ସରକାର ଗତ ୧ ତାରିଖରେ ଦିଲ୍ଲୀରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବେଲଗୁଣ୍ଠା ସହରକୁ ପୂର୍ବ ଭାରତରେ ସ୍ବଚ୍ଛତା ପାଇଁ ପୁରସ୍କୃତ କରିଛନ୍ତି। ନିର୍ବାହୀ ଅଧିକାରୀ ଏବଂ ଏନଏସି ଅଧ୍ୟକ୍ଷ ପୁରସ୍କାର ଧରି ଫେରିବା ପରେ ବେଲଗୁଣ୍ଠାରେ ଏକ ଶୋଭାଯାତ୍ରା ହୋଇଥିଲା। ବିଶେଷକରି ଶାସକ ଦଳର କର୍ମୀମାନେ ବେଶ୍‌ ଉସତ୍ାହିତ ହୋଇଥିଲେ। ୨୦୧୪ରୁ ସ୍ବଚ୍ଛ ଭାରତ ମିଶନ ମାଧ୍ୟମରେ ସହର ଗୁଡ଼ିକୁ ବିଭିନ୍ନ ବର୍ଗରେ ପୁରସ୍କୃତ କରାଯାଉଛି।
୨୦୧୪ରେ ପ୍ରଥମ ଥର ପାଇଁ ସ୍ବଚ୍ଛ ଭାରତ ମିଶନ ପୁରସ୍କାର ପାଇଁ ୭୦ଟି ସହରରେ ସର୍ବେକ୍ଷଣ ହୋଇଥିଲା। ପ୍ରତିବର୍ଷ ଏଭଳି ସର୍ବେକ୍ଷଣ ହେଉଛି। ଗତବର୍ଷ ଦେଶର ୪,୦୫୪ଟି ସହରରେ ୭୦୦୦ ମାର୍କକୁ ନେଇ ଏହି ସର୍ବେକ୍ଷଣ ହୋଇଥିଲା। ଏଥିରେ ବେଲଗୁଣ୍ଠା ଏନଏସିକୁ ପ୍ରଥମ ପୁରସ୍କାର ମିଳିଛି। ପୁରସ୍କାର ମିଳିବା ପୂର୍ବରୁ ସହରର ପରିମଳ ବ୍ୟବସ୍ଥା ସୁଧାରିବା ପାଇଁ ଯେତିକି ଗୁରୁତ୍ୱ ଦିଆଯାଉଥିଲା ବର୍ତ୍ତମାନ ତାହା ଦେଖିବାକୁ ମିଳୁନାହିଁ। ସହରର ନିର୍ଦ୍ଦିଷ୍ଟ କେତକ ରାସ୍ତା କଡ଼ରେ ଅଧିକାଂଶ ସମୟ ଆବର୍ଜନା ପଡ଼ି ରହୁଥିବା ଲକ୍ଷ୍ୟ କରାଯାଉଛି। ଏନଏସି ପଛପଟ ପୋଖରୀ, ରାସ୍ତା କଡ଼ରେ କେତକ ସ୍ଥାନରେ ପ୍ଲାଷ୍ଟିକ୍‌,ପଲିଥିନ ଭରିରହିଛି। ଗୋରୁ ହାଟ ପଡ଼ିଆ ସମ୍ମୁଖ ଡ଼୍ରେନରେ ମଇଳା ପାଣି ଠିକ୍‌ ଭାବେ ନିସ୍କାଷିତ ହେଉନାହିଁ। ମଇଳା ପାଣି ବହୁ ସମୟ ରହିବା ଦ୍ୱାରା ଉକ୍ତ ମଇଳା ପାଣି ପ୍ରବଳ ଗନ୍ଧୁଛି। ହାଟ ସମ୍ମୁଖରେ ବସ୍‌ଷ୍ଟାଣ୍ଡ ଥିବା ଯୋଗୁ ସେଠାରେ ଲୋକଙ୍କ ଅଧିକାଂଶ ସମୟ ଭିଡ଼ ରହୁଛି। ଉକ୍ତ ଗନ୍ଧକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ସହରରେ ନିୟମିତ ସଫେଇ କାର୍ଯ୍ୟକ୍ରମ ହେଉଥିଲେ ମଧ୍ୟ ପଲିଥିନ ଗୁଡ଼ିକୁ ବାହାର କରିବା ଉପରେ ବିଶେଷ ଧ୍ୟାନ ଦିଆଯାଉନାହିଁ। ବ୍ଲକ ଛକରେ ଥିବା ଯାତ୍ରୀ ବିଶ୍ରାମଗାର ନିକଟରେ ମଦ ବୋତଲ ଭାସୁଛି। ଏନେଇ ବେଲଗୁଣ୍ଠା ମୁଖ୍ୟ ସଡ଼କ ବାସିନ୍ଦା ତଥା ନଗର କଂଗ୍ରେସ ସଭାପତି ସନ୍ତୋଷ କୁମାର ପଟ୍ଟନାୟକ କହିଛନ୍ତିଯେ ଏନଏସିର ପ୍ରଚାର ଅଧିକ କାମ ଶୂନ। ଚୟନ କମିଟିକୁ ହାତ କରି ପୁରସ୍କାର ଅଣାଯାଇଛି। ସହରର ଧୋବା ସାହି, ରାଜିପଲ୍ଲୀ, ଧନିଚାପଲ୍ଲୀ, ଚଷା ସାହି, ହାଟ ଅଚଂଳ, ବ୍ଲକ ରାସ୍ତା ପ୍ରମୁଖ ଅଚଂଳରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଉକ୍ତ ଅଞ୍ଚଳ ଗୁଡ଼ିକରେ ନିୟମିତ ସଫେଇ ହେଉନାହିଁ।
ସେହିଭଳି ବାଲିପଦର ରୋଡ଼ ବାସିନ୍ଦା ପି.ସି ମହାପାତ୍ର କହିଛନ୍ତି, ବେଲଗୁଣ୍ଠା ସହରକୁ ଦେଶବାସୀ ଜାଣିଲେ ତାହା ଗୌରବର ବିଷୟ। ପୁର୍ବ ଅପେକ୍ଷା ସହରର ପରିମଳ ବ୍ୟବସ୍ଥା ଏବଂ ରାସ୍ତା, ବିଜୁଳି ସେବା ବହୁତ ଭଲ ଅଛି। ଯାହାକି ସହରବାସୀଙ୍କ ପାଇଁ ଗର୍ବର ବିଷୟ। ନିର୍ବାହୀ ଅଧିକାରୀ ରାକେଶ କୁମାର ପାତ୍ର କହିଛନ୍ତି, ସରକାରଙ୍କ ନୀତି ନିୟମ ଅନୁଯାଇ ଆମେ ପୁରସ୍କାର ପାଇଛୁ। ସହରର ପରିମଳ ବ୍ୟବସ୍ଥା ଠିକ ଅଛି। ସହରକୁ ଆହୁରି ସୁନ୍ଦର ଭାବେ ଗଢ଼ିତୋଳିବା ପାଇଁ ପ୍ରୟାସ ଚାଲିଛି। ଏନଏସି ପଛପଟ ପୋଖରୀକୁ ଆଧୁନିକିକରଣ କରିବା ପାଇଁ ପ୍ରକ୍ରିୟା ଚାଲିଛି। ଆଗାମୀ ଦିନରେ ଉକ୍ତ ପୋଖରୀ ସହରର ସୁନ୍ଦର ପୋଖରୀ ହେବ ବୋଲି ନିର୍ବାହୀ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡ୍ରେନରେ ପଡ଼ି ସାଇକେଲ ଆରୋହୀ ମୃତ, ମୁକୁଳା ଥିବାରୁ ଅଘଟଣ ଅଭିଯୋଗ

ବଲାଙ୍ଗୀର, ୨୪/୧୨- (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବଲାଙ୍ଗୀର ସହର ଜଗନ୍ନାଥପଡା ପାଟଣେଶ୍ୱରୀ ମନ୍ଦିର ସମ୍ମୁଖରେ ଥିବା...

ଆସନ୍ତା ୨୭-୨୮ରେ ବୁଢ଼ାଡଙ୍ଗର ଲୋକ ମହୋତ୍ସବ: ସମ୍ମାନୀତ ହେବେ…ଯୋଗ ଦେବେ ବଲିଉଡ ସହ…

କେସିଙ୍ଗା,୨୪।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର ଅଗ୍ରଣୀ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନର ସଭାପତି ସୁଶାନ୍ତ କୁମାର ମହାପାତ୍ରଙ୍କ ନେତୃତ୍ୱରେ ବିଏସ୍‌ଏ କାର୍ଯ୍ୟାଳୟ ପରିସରରେ ବୁଧବାର ସାରେ ଏକ...

‘ଲୋକେ ସଚେତନ ହେଲେ ଲୋପ ପାଇବ କୁସଂସ୍କାର’; ୩୬ତମ ବାର୍ଷିକ ଉତ୍ସବରେ…

ଭଞ୍ଜନଗର,୨୪।୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସରସତୀ ଶିଶୁ ବିଦ୍ୟା ମନ୍ଦିର (ଡିହପଢାଳ) ର ୩୬ ତମ ବାର୍ଷିକ ଉତ୍ସବ ମଙ୍ଗଳବାର ସାଂରେ ପାଳିତ ହୋଇଯାଇଛି।...

ନୂଆ ବର୍ଷର ଉପହାର! 3ଟି ନୂଆ ଏୟାରଲାଇନ୍ସକୁ ସରକାରଙ୍କ ସବୁଜ ସଙ୍କେତ

ନୂଆଦିଲ୍ଲୀ,୨୪।୧୨: ନୂଆ ବର୍ଷରେ ଦେଶବାସୀ ତିନୋଟି ନୂତନ ବିମାନ ସେବାର ଉପହାର ପାଇବାକୁ ଯାଉଛନ୍ତି । କେନ୍ଦ୍ର ସରକାର ଦେଶରେ ତିନୋଟି ନୂତନ ବିମାନ ସେବାକୁ...

ବଢୁଛି କୃଷି ଉତ୍ପାଦନ: କୃଷକ ଉତ୍ପାଦକ ସଂଘ କ୍ଷେତ୍ର ପରିଦର୍ଶନ କରି…

ଭଞ୍ଜନଗର,୨୪।୧୨(ବାବୁଲା ପ୍ରଧାନ)- କୃଷି ଓ କୃଷକଙ୍କ ଉନ୍ନତି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନୂଆ ନୂଆ ପଦକ୍ଷେପ ନେଉଛନ୍ତି। ଯୁବଚାଷୀଙ୍କୁ କୃଷି କ୍ଷେତ୍ର...

ଶୀତ ମହୋତ୍ସବକୁ ଆସିବା ପାଇଁ ନିମନ୍ତ୍ରଣ ଗ୍ରହଣ କଲେ ପ୍ରଭାତୀ

ଦାରିଙ୍ଗବାଡି, ୨୪/୧୨ (ଅରୁଣ ସାହୁ):  ଦାରିଙ୍ଗବାଡିରେ ଆସନ୍ତା ୮ ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି । ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ...

ନକଲି ଜିନିଷ ପାଇଁ ଅସଲି ଗ୍ରାହକ ହେଉଛନ୍ତି ଠକେଇ, ଭଞ୍ଜନଗରରେ ଖାଉଟି ଅଦାଲତ ସ୍ଥାପନ ଦାବି

ଭଞ୍ଜନଗର,୨୪/୧୨(ବାବୁଲା ପ୍ରଧାନ)-ଜାତୀୟ ଖାଉଟି ଦିବସ ପାଳନ ଅବସରରେ ଉପଭୋକ୍ତା ଓକିଲାତି ସଂଘ ବୋର୍ଡ, ଅବସର ସୈନିକ ସଂଘ, ଗ୍ରାହକ ପଞ୍ଚାୟତ ମିଳିତ ସହଯୋଗରେ ବୁଧବାର ଭଞ୍ଜନଗର...

ଅନୁ ଗର୍ଗ ହେଲେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ, ନୂଆବର୍ଷରେ ନେବେ ଦାୟିତ୍ବ

ଭୁବନେଶ୍ବର,୨୪।୧୨: ଅନୁ ଗର୍ଗ ହେଲେ ନୂଆ ମୁଖ୍ୟ ଶାସନ ସଚିବ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri