ଆଉଟସୋର୍ସିଂ କର୍ମଚାରୀଙ୍କ ଧାରଣା

ବ୍ରହ୍ମପୁର ଅଫିସ,୧୨।୧୦: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପ୍ରଶାସନିକ କୋଠା ସମ୍ମୁଖରେ ମଙ୍ଗଳବାର ୩୭ ଜଣ ଆଉଟସୋର୍ସିଂ କର୍ମଚାରୀ ମିଳିତ ଭାବେ ଗଣଧାରଣା ଦେଇଥିଲେ। କର୍ମଚାରୀମାନେ ବଦଳି ବନ୍ଦ କରିବା ଦାବିରେ ଦିନତମାମ ଧାରଣା ଦେବା ଫଳରେ ଭଞ୍ଜବିହାର ପରିସରରେ ଉତ୍ତେଜନା ବୃଦ୍ଧି ପାଇଥିଲା। ସୂଚନାନୁସାରେ, ପାର୍ବଣ ଛୁଟି ପୂର୍ବରୁ ସେପ୍ଟେମ୍ବର ୨୭ରେ ବିଶ୍ୱବିଦ୍ୟାଳୟ ଛାତ୍ରୀବାସରେ ଅମାନୁଷିକ ଭାବେ ୧୨ଟି ବୁଲାକୁକୁରଙ୍କ ପାଟି ଓ ଗୋଡ଼ ବାନ୍ଧି ରଖାଯାଇଥିବା ଭିଡିଓ ଭାଇରାଲ ହୋଇଥିଲା। ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହାର ତଦନ୍ତ ବେଳେ ଆଉଟସୋର୍ସିଂ ସଫେଇ କର୍ମଚାରୀମାନେ ଏଥିରେ ସମ୍ପୃକ୍ତ ଥିବା ଜଣାପଡ଼ିଥିଲା। ତଦନ୍ତ ପରେ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଅକ୍ଟୋବର ପହିଲାରୁ ଦଶ ଦିନ ନିମନ୍ତେ ଆଉଟସୋର୍ସିଂ କର୍ମଚାରୀଙ୍କୁ ନିଲମ୍ବନ କରିଥିଲେ। ମଙ୍ଗଳବାର ବିଶ୍ୱବିଦ୍ୟାଳୟ ଖୋଲିବା ପରେ ନୂତନ ଭାବେ ୨୦ ଜଣ ଆଉଟସୋର୍ସିଂ କର୍ମଚାରୀଙ୍କୁ ଅଣାଯାଇଥିବା ଓ ନିଲମ୍ବିତ ଆଉଟସୋର୍ସିଂ କର୍ମଚାରୀମାନେ ଝାରସୁଗୁଡ଼ା ବଦଳି ହୋଇଥିବା ଜାଣିବାକୁ ପାଇଥିଲେ। ସ୍ବଳ୍ପ ବେତନରେ ଘରଠାରୁ ଦୂରରେ ଚଳିବା କଷ୍ଟକର ହୋଇଥିବା ଯୋଗୁ କର୍ମଚାରୀମାନେ ନିଜର ବଦଳି ବନ୍ଦ କରିବା ପାଇଁ ଦାବିକରି କୁଳପତିଙ୍କୁ ଭେଟିବାକୁ ଚାହିଁଥିଲେ ସୁଦ୍ଧା ସେମାନେ ସାକ୍ଷାତ କରିପାରିନଥିଲେ। ଭିତରକୁ ପ୍ରବେଶ କରିବାକୁ ଦିଆଯାଇ ନ ଥିବା ଧାରଣାରତ ଆଉଟସୋର୍ସିଂ କର୍ମଚାରୀମାନେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୧ ବିମାନବନ୍ଦର ଲିଜ୍‌ରେ ନେବ ଆଦାନୀ

ନୂଆଦିଲ୍ଲୀ,୨୧ା୧୨: କେନ୍ଦ୍ର ସରକାର ଦେଶର କେତେକ ସରକାରୀ ବିମାନବନ୍ଦରକୁ ଘରୋଇ କମ୍ପାନୀକୁ ଲିଜ୍‌ ଦେବା ପାଇଁ ଯୋଜନା କରୁଥିବାବେଳେ ଆଦାନୀ ଏଣ୍ଟରପ୍ରାଇଜେସ୍‌ ୧୧ଟି ଏୟାରପୋର୍ଟ ପାଇଁ...

ବିଜେଡିରେ ବଡ଼ ହଲଚଲ: ୪୦ ପରେ ୩ ନେତାଙ୍କୁ ନେଇ ଚର୍ଚ୍ଚା

ଭୁବନେଶ୍ୱର,୨୧ା୧୨(ସୁନିତ୍‌ ମିଶ୍ର): ବିଜେଡିର ପ୍ରାୟ ୪୦ ଜଣ ପୂର୍ୱତନ ବିଧାୟକ ଏବଂ ୨୦୨୪ରେ ବିଧାୟକ ପ୍ରାର୍ଥୀ ହୋଇଥିବା ନେତା ଭୁବନେଶ୍ୱର ଉପକଣ୍ଠରେ ଶୁକ୍ରବାର ଏକ ଭୋଜି...

ପିୟୁସିସି ନ ଥିଲେ ପେଟ୍ରୋଲ ପମ୍ପରେ ତେଲ ମିଳିବନି

ଭୁବନେଶ୍ୱର/କଟକ,୨୧ା୧୨ (ତ୍ରିନାଥ ମହାନ୍ତି/କାର୍ତ୍ତିକ ସାହୁ): ଦିଲ୍ଲୀ ଭଳି ଭୁବନେଶ୍ୱର ଏବଂ ରାଜ୍ୟର ବିଭିନ୍ନ ସହରରେ ବାୟୁ ପ୍ରଦୂଷଣ ମାତ୍ର ଦିନକୁ ଦିନ ବଢ଼ିବାରେ ଲାଗିଛି। ପ୍ରତିଦିନ...

‘ଉସମାନ ହାଦି ଆମ ହୃଦୟରେ ରହିବେ’ ହାଦିଙ୍କ ଶେଷ ଯାତ୍ରାରେ ଯୋଗଦେଇ ୟୁନୁସ କହିଲେ…

ଢାକା,୨୧।୧୨: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ ଛାତ୍ର ନେତା ଏବଂ ଇନକିଲାବ ମଞ୍ଚର ମୁଖପାତ୍ର ସରିଫ ଓସମାନ ହାଦିଙ୍କ ଆଦର୍ଶକୁ ଆଗକୁ...

୧୮ ମାଓବାଦୀଙ୍କ ନଁାରେ ୮.୪ କୋଟି ପୁରସ୍କାର

ବୌଦ୍ଧ,୨୧ା୧୨(ଅଜିତ କୁମାର ବାରିକ): ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଦେଶରୁ ମାଓବାଦୀ ମୂଳୋତ୍ପାଟନ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଏହି କ୍ରମରେ ବୌଦ୍ଧ...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

ରାଜଧାନୀରେ ନାବାଳିକାଙ୍କୁ ଗଣବଳାତ୍କାର: ପୁରୁଷବନ୍ଧୁ ସାଥିରେ ଆଣି…

ଭୁବନେଶ୍ୱର,୨୧।୧୨(ତ୍ରିନାଥ ମହାନ୍ତି): ଧଉଳିରେ ନାବାଳିକାଙ୍କୁ ଗଣବଳାତ୍କାର ଘଟଣା ମନରୁ ଲିଭି ନ ଥିବାବେଳେ ପୁଣି ଶହୀଦନଗର ଥାନା ଅଞ୍ଚଳରେ ଆଉ ଜଣେ ୧୭ ବର୍ଷର ନାବାଳିକା...

ଏବେ ବଢ଼ିବନି ରାତି ତାପମାତ୍ରା, ୩ ଜିଲାକୁ କୁହୁଡ଼ି ଓ୍ୱାର୍ନିଂ

ଭୁବନେଶ୍ୱର,୨୧ା୧୨(ବନ୍ଦନା ସେଠୀ): ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ ମିଳୁଛି। ବିଶେଷକରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri