ଟ୍ରେଜେରି ଅଫିସ ଷ୍ଟ୍ରଙ୍ଗରୁମ୍‌ରେ ରହିବ ହାତୀଦାନ୍ତ

ଛତ୍ରପୁର,୩।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ଜିଲା ଟ୍ରେଜେରି କାର୍ଯ୍ୟାଳୟର ଷ୍ଟ୍ରଙ୍ଗରୁମ୍‌ରେ ହାତୀଦାନ୍ତ ରଖିବାକୁ ସ୍ଥିର ହୋଇଛି । ଦୀର୍ଘ ୧୫ ବର୍ଷ ତଳେ ରମ୍ଭା ୱାଇଲ୍ଡ ଲାଇଫ୍‌ ରେଞ୍ଜ ଅଞ୍ଚଳରେ ଏକ ଛୋଟ ହାତୀର ମୃତ୍ୟୁ ହୋଇଥିଲା। ତାର ୨ଟି ଦାନ୍ତକୁ ପ୍ରଥମେ ରମ୍ଭା ୱାଇଲ୍ଡ ଲାଇଫ୍‌ ରେଞ୍ଜ ଅଫିସରେ ରଖାଯାଇଥିଲା। ରମ୍ଭା ୱାଇଲ୍ଡ ଲାଇଫ୍‌ ଖୋର୍ଦ୍ଧା ଜିଲା ବାଲୁଗାଁସ୍ଥିତ ଚିଲିକା ୱାଇଲ୍ଡ ଲାଇଫ୍‌ ଡିଭିଜନର ଡିଏଫଓଙ୍କ କାର୍ଯ୍ୟାଳୟ ଅଧୀନରେ ଆସୁଥିବାରୁ ଦାନ୍ତକୁ ସେଠାକୁ ସ୍ଥାନାନ୍ତର କରାଯାଇଥିଲା।

ବର୍ତ୍ତମାନ ସୁଦ୍ଧା ଚିଲିକା ୱାଇଲ୍ଡ ଲାଇଫ୍‌ ଡିଭିଜନର ଡିଏଫଓଙ୍କ କାର୍ଯ୍ୟାଳୟରେ ହାତୀଦାନ୍ତ ରହିଛି। ପୂର୍ବରୁ ସବୁ ଡିଭିଜନ ଓ ରେଞ୍ଜ ଅଫିସରେ ଥିବା ହାତୀଦାନ୍ତଗୁଡିକୁ ସମ୍ପୃକ୍ତ ଅଞ୍ଚଳର ଟ୍ରେଜେରି ଅଫିସର ଷ୍ଟ୍ରଙ୍ଗରୁମ୍‌ରେ ରଖାଯାଇଥିଲା ା ହେଲେ କୌଣସି କାରଣରୁ ତାହାକୁ ଷ୍ଟ୍ରଙ୍ଗରୁମ୍‌ରେ ରଖାଯାଇ ନ ଥିଲା। ଏନେଇ ୱାଇଲ୍ଡଲାଇଫ୍‌ ପକ୍ଷରୁ ଜିଲାପାଳଙ୍କୁ ଅନୁରୋଧ କରାଯାଇଥିଲା। ଛତ୍ରପୁରସ୍ଥିତ ଗଞ୍ଜାମ ଜିଲା ଟ୍ରେଜେରି ଅଫିସ ଷ୍ଟ୍ରଙ୍ଗରୁମ୍‌ରେ ହାତୀର ୨ଟି ଦାନ୍ତକୁ ରଖିବାକୁ ଗଞ୍ଜାମ ଜିଲାପାଳଙ୍କ ପକ୍ଷରୁ ସେପ୍ଟେମ୍ବର ୨୭ରେ ଚିଠି (ନଂ.୧୧୫୯)ରେ ଟ୍ରେଜେରି ଅଫିସରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ୨୮ରେ ହାତୀଦାନ୍ତକୁ ଟ୍ରେଜେରି ଅଫିସ ଷ୍ଟ୍ରଙ୍ଗରୁମ୍‌ରେ ରଖିବାକୁ ଟ୍ରେଜେରି ଅଫିସରଙ୍କ ପକ୍ଷରୁ ଏକ ଚିଠି (ନଂ.୩୧୪୩) ରମ୍ଭା ୱାଇଲ୍ଡ ଲାଇଫ୍‌ ରେଞ୍ଜ ଅଫିସରଙ୍କୁ ଆସିଛି। ଏ ସମ୍ପର୍କରେ ବାଲୁଗାଁ ଚିଲିକା ୱାଇଲ୍ଡ ଲାଇଫ୍‌ ଡିଏଫଓଙ୍କୁ ମଧ୍ୟ ଚିଠି କରାଯାଇଛି। ଚଳିତ ମାସ ୧୪ରେ ହାତୀର ୨ ଦାନ୍ତକୁ ଟ୍ରେଜେରି ଅଫିସ ଷ୍ଟ୍ରଙ୍ଗରୁମ୍‌ରେ ଜମା କରିବାକୁ ଉକ୍ତ ଚିଠିରେ କୁହାଯାଇଛି । ମିଳିଥିବା ସୂଚନା ଅନୁସାରେ ଏହି ହାତୀ ଦାନ୍ତର ଭବିଷ୍ୟତ କ’ଣ ହେବ ସେସମ୍ପର୍କରେ ଭାରତ ସରକାର ନିଷ୍ପତ୍ତି ନେବେ।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ରାଜ୍ୟସ୍ତରୀୟ ବିଜ୍ଞାନ ମେଳାରେ କେ ଏମ ଭାଲିଆସାହି ଛାତ୍ରୀ, ଶୁଭେଚ୍ଛା ଜ୍ଞାପନ କରି…

ମୋହନା,୨୫ ।୧୨(ମନ୍ମଥ ମିଶ୍ର ): କେଉଁ ଆଦିମ କାଳରୁ ବିଜ୍ଞାନ ମନୁଷ୍ୟ ସମାଜର ଅଶେଷ ହିତ ସାଧନ କରି ଆସିଅଛି।ବିଜ୍ଞାନ ବିନା ସମାଜର ଉନ୍ନତିର ପରିକଳ୍ପନା...

ଅସହାୟଙ୍କୁ ସହାୟତାର ହାତ ବଢାଇଲା ନ୍ୟୁ ଲାଇଫ ମିଶନ

କେସିଙ୍ଗା,୨୫ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କୁର୍ଲୁପଡ଼ା ଗ୍ରାମର ନ୍ୟୁ ଲାଇଫ ମିଶନ ପରିସରରେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଡାଇରେକ୍ଟର ସିଆନି ହରପାଲ...

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

ପରିତ୍ୟକ୍ତ ଅବସ୍ଥାରେ ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ, ଅର୍ଥ ମଞ୍ଜୁର ହୋଇଥିଲେ ବି…

କର୍ଲାମୁଣ୍ଡା,୨୫।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡ଼ବରାଠାରେ ପରିତ୍ୟକ୍ତ ଅବସ୍ଥାରେ ରହିଛି ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ। ସରକାର ୧୯୮୮ ମସିହାରେ ଏହି ଚିକିତ୍ସାଳୟ...

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

ତୁଳସୀରେ ଅଛି ଅନେକ ଔଷଧୀୟ ଗୁଣ: ସକାରାତ୍ମକ ପରିବେଶ…

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ରେ ତୁଳସୀ ପୂଜନ ଉତ୍ସବ ପାଈଁ ଅଞ୍ଚଳ ଉତ୍ସବ ମୁଖର ହୋଇଛି। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri