Posted inଜାତୀୟ

୩ କଂଗ୍ରେସ ନେତା ମୁଖପାତ୍ର ପଦରୁ ଦେଲେ ଇସ୍ତଫା, ଖାର୍ଗେଙ୍କ ପାଇଁ କରିବେ ପ୍ରଚାର…

ନୂଆଦିଲ୍ଲୀ,୨।୧୦ : କଂଗ୍ରେସ ନେତା ଗୌରବ ବଲ୍ଲଭ, ଡିପେନ୍ଦର ଏସ ହୁଡା ଏବଂ ସୟଦ ନାସିର ହୁସେନ ଦଳର ମୁଖପାତ୍ର ପଦରୁ ଇସ୍ତଫା ଦେଇଛନ୍ତି। ସେମାନେ କହିଛନ୍ତି ଯେ ତାଙ୍କ ଇସ୍ତଫା ଦେବାର କାରଣ ହେଉଛି ମଲ୍ଲକାର୍ଜୁନ ଖାର୍ଗେଙ୍କ ପାଇଁ ପ୍ରଚାର କରିବା। ଏକ ବିବୃତ୍ତି ଜାରି କରି ତିନି ନେତା କହିଛନ୍ତି ଯେ ଆମେ ଦଳ ଅଧ୍ୟକ୍ଷ ନିର୍ବାଚନକୁ ମୁକ୍ତ ଏବଂ ନିରପେକ୍ଷ କରିବାକୁ ଚାହୁଁଛୁ। ଏଥି ସହ ଖାର୍ଗେଙ୍କ ବିବୃତ୍ତି ମଧ୍ୟ ଏହି ଇସ୍ତଫା ପରେ ସାମ୍ନାକୁ ଆସିଛି।

ସେ କହିଛନ୍ତି କଂଗ୍ରେସକୁ ମଜବୁତ କରିବା ପାଇଁ ମୁଁ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନରେ ପ୍ରବେଶ କରିଛି। ମୁଁ ଗାନ୍ଧୀ ପରିବାର ଏବଂ ଅନ୍ୟ କଂଗ୍ରେସ ନେତାଙ୍କ ସହ ଆଲୋଚନା କରିବି ଏବଂ ଏହାକୁ କାର୍ଯ୍ୟକାରୀ କରିବି। ଜଣେ କଂଗ୍ରେସ ବ୍ୟକ୍ତି, ଗୋଟିଏ ପୋଷ୍ଟର ନୀତି ଅନୁଯାୟୀ ମୁଁ ସେହି ଦିନ ରାଜ୍ୟସଭାରେ ବିରୋଧୀଦଳର ନେତା ପଦରୁ ଇସ୍ତଫା ଦେଇଥିଲି। ମୁଁ କାହା ବିରୁଦ୍ଧରେ ଆସି ନାହିଁ, କଂଗ୍ରେସକୁ ମଜବୁତ କରିବା ପାଇଁ ମୁଁ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଲଢୁଛି। ଗଣମାଧ୍ୟମ ସହ କଥାବାର୍ତ୍ତା କରି ସେ ତାଙ୍କ ପଛରେ ଗାନ୍ଧୀ ପରିବାରର ସମର୍ଥନ ଥିବା ଧାରଣାକୁ ମଧ୍ୟ ଖଣ୍ଡନ କରିଛନ୍ତି। ଖାର୍ଗେ କହିଛନ୍ତି ଯେ ବହୁ ବରିଷ୍ଠ ତଥା ଯୁବ କଂଗ୍ରେସ ନେତାଙ୍କ ସହମତିକ୍ରମେ ସେ ଏହି ନିର୍ବାଚନ ଲଢୁଛନ୍ତି।

ଦେଶରେ ବେକାରୀ, ମୁଦ୍ରାସ୍ଫୀତି ବଢ଼ିଚାଲିଛି। ଧନୀ ଅଧିକ ଧନୀ ହେବାରେ ଲାଗିଛନ୍ତି ଏବଂ ଗରିବ ଲୋକ ଦରିଦ୍ର ହେବାରେ ଲାଗିଛନ୍ତି, ଆଠ ବର୍ଷ ମଧ୍ୟରେ ଭାଜପା ଗୋଟିଏ ବି ପ୍ରତିଶ୍ରୁତି ପାଳନ କରି ନାହିଁ। ଲୋକଙ୍କ ସ୍ବାର୍ଥ ପାଇଁ ଭାଜପା କୌଣସି କାମ କରୁନାହିଁ ବୋଲି ଖାର୍ଗେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କର୍ନାଟକ ସେକ୍ସ ସ୍କାଣ୍ଡାଲରେ ଏଚ୍‌.ଡି ରେଭନ୍ନା ଗିରଫ

ବେଙ୍ଗାଲୁରୁ,୪ା୫: କର୍ନାଟକ ଯୌନ ନିର୍ଯାତନା ମାମଲାରେ ପୂର୍ବତନ ମନ୍ତ୍ରୀ ତଥା ଜେଡିଏସ୍‌ ବିଧାୟକ ଏଚ୍‌.ଡି. ରେଭନ୍ନାଙ୍କୁ ଏସ୍‌ଆଇଟି ଶନିବାର ଗିରଫ କରିଛି। ରେଭନ୍ନାଙ୍କ ଘରେ କାମ...

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ନୋ ଫ୍ଲାଇଂ ଜୋନ୍‌, ନିର୍ଦ୍ଦେଶ ଜାରି କଲେ ଜିଲାପାଳ

ପୁରୀ,୪ା୫: ପ୍ରଧାନମନ୍ତ୍ରୀଙ୍କ ନବରଙ୍ଗପୁର ଗସ୍ତ ପାଇଁ ନୋ ଫ୍ଲାଇଂ ଜୋନ୍‌ ଘୋଷଣା କରାଯାଇଛି। ଚିକିଲିରେ ପ୍ରଧାନମନ୍ତ୍ରୀଙ୍କ ସଭା ଥିବାରୁ ଡ୍ରୋନ ଉଡ଼ାଣ ଉପରେ ରୋକ୍‌ ଲଗାଯାଇଛି।...

‘ମୋଦି ନିଜେ ରାଜା, ହେଲେ ମୋ’ ଭାଇକୁ ରାଜକୁମାର କହୁଛନ୍ତି’

ଗାନ୍ଧିନଗର,୪।୫: ମୋଦି ନିଜେ ରାଜା, ହେଲେ ମୋ’ ଭାଇଙ୍କୁ ରାଜକୁମାର କୁହନ୍ତି। କିଛି ଏଭଳି କହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତ୍ରୀ...

ବାୟୁସେନା ଯବାନଙ୍କ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ, ୩ ଆହତ

ନୂଆଦିଲ୍ଲୀ,୪ା୫: ଶନିବାର ଜମ୍ମୁ କଶ୍ମୀରର ପୁଞ୍ଚ ଜିଲା ସୁରାନକୋଟ ଅଞ୍ଚଳରେ ଆତଙ୍କବାଦୀମାନେ ବାୟୁସେନା କର୍ମଚାରୀ ଯାଉଥିବା ଦୁଇଟି ଗାଡିରେ ଆକ୍ରମଣ କରିଛନ୍ତି। ଯେଉଁଥିରେ ଭାରତୀୟ ବାୟୁସେନାର...

ପଦ୍ମ ଧରିଲେ ଅରବିନ୍ଦର ସିଂହ ଲଭଲୀ

ନୂଆଦିଲ୍ଲୀ,୪।୫: ପଦ୍ମ ଧରିଲେ ପୂର୍ବତନ ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ଅରବିନ୍ଦର ସିଂହ ଲଭଲୀ। ଦିଲ୍ଲୀ ସ୍ଥିତ ଭାଜପା କାର୍ଯ୍ୟାଳୟକୁ ଯାଇ ସେ ବିଧିବଦ୍ଧ ଭାବେ ଭାଜପାରେ...

ଗାଡ଼ି ଉପରେ ଚଢି ନାଚିଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୪।୫: ଲୋକ ସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ପୂର୍ବରୁ ଭାଜପା ଏବଂ କଂଗ୍ରେସ ଦଳ ମଧ୍ୟପ୍ରଦେଶରେ ପ୍ରଚାର କରିବାରେ ବ୍ୟସ୍ତ ଅଛନ୍ତି। ଜନସାଧାରଣଙ୍କୁ ନିଜ ଆଡକୁ...

ଭାଜପା ନେତାଙ୍କ ରାଲିରେ ଫୁଟିଲା ଗୁଳି, ଭିଡିଓ ଭାଇରାଲ, ଯାଞ୍ଚ ପରେ ଜଣାପଡିଲା ସତ୍ୟତା

ଗୋଣ୍ଡା,୪।୫: ବହୁ ଚର୍ଚ୍ଚିତ କେସରଗଞ୍ଜ ସଂସଦୀୟ ଆସନରୁ ଭାଜପା ପ୍ରାର୍ଥୀ କରଣ ଭୂଷଣ ସିଂଙ୍କ ରାଲିରେ ବାଣ ଫୁଟିବାର ଏକ ଭିଡିଓ ସାମ୍ନାକୁ ଆସିଛି। କରଣଭୂଷଣ...

ଅରବିନ୍ଦ କେଜରିଓ୍ବାଲ ବାରାଣାସୀରୁ ଲଢନ୍ତୁ ଲୋକ ସଭା ନିର୍ବାଚନ: ଏସପି ନେତାଙ୍କ ଦାବି

ନୂଆଦିଲ୍ଲୀ,୪।୫: ଲୋକ ସଭା ନିର୍ବାଚନ ମଧ୍ୟରେ ସମାଜବାଦୀ ପାର୍ଟିର ନେତା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପରାମର୍ଶ ଦେଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri