Posted inଜାତୀୟ

ଇଡବ୍ଲୁଏସ୍‌ ମାମଲାର ରାୟ ସଂରକ୍ଷିତ…

ନୂଆଦିଲ୍ଲୀ, ୨୭।୯ : ଆର୍ଥିକ ସ୍ଥିତିକୁ ଆଧାର କରି ଉଚ୍ଚଶିକ୍ଷା ତଥା ନିଯୁକ୍ତି ପ୍ରସଙ୍ଗରେ ଅଥନୈତିକ ଦୁର୍ବଳ ବର୍ଗ(ଇଡବ୍ଲୁଏସ୍‌)ଙ୍କ ପାଇଁ ସଂରକ୍ଷଣର ସାମ୍ବିଧାନିକ ବୈଧତା ସମ୍ବନ୍ଧୀୟ ଏକ ମାମଲାରେ ସୁପ୍ରିମକୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି। ସୁପ୍ରିମକୋର୍ଟର ସାମ୍ବିଧାନିକ ବେଞ୍ଚ ଇଡବ୍ଲୁଏସ୍‌ କୋଟାରେ ୧୦ ପ୍ରତିଶତ ସଂରକ୍ଷଣର ସାମ୍ବିଧାନିକତା ଶୁଣାଣି କରି ଏହା କରିଛନ୍ତି।

୧୦୩ ତମ ସାମ୍ବିଧାନିକ ସଂଶୋଧନ ଅନ୍ତର୍ଗତ ଜାନୁଆରୀ ୨୦୧୯ ରେ ଇଡବ୍ଲୁଏସ୍‌ କୋଟା ଲାଗୁ କରାଯାଇଥିଲା। ଏହି ଆଇନକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ପାଞ୍ଚ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି।ନ୍‌ ଆବେଦନରେ କୁହାଯାଇଛି ଯେ ଏସସି, ଏସଟି ଏବଂ ଓବିସିରେ ମଧ୍ୟ ଗରିବ ଲୋକ ଅଛନ୍ତି, ତେବେ କାହିଁକି ଏହି ସଂରକ୍ଷଣ କେବଳ ସାଧାରଣ ବର୍ଗର ଲୋକଙ୍କୁ ଦିଆଯାଉଛି? ଏହା ୫୦ ପ୍ରତିଶତ ସଂରକ୍ଷଣ ନିୟମକୁ ଉଲ୍ଲଂଘନ କରୁଛି। ଓବିସି ପାଇଁ ୨୭ ପ୍ରତିଶତ କୋଟା, ଏସସି ପାଇଁ ୧୫ ପ୍ରତିଶତ ଏବଂ ଏସଟି ପାଇଁ ୭.୫ ପ୍ରତିଶତ କୋଟା ସ୍ଥିର କରାଯାଇଛି। ଏହି ପରିପ୍ରେକ୍ଷୀରେ, ୧୦ ପ୍ରତିଶତ ଇଡବ୍ଲୁଏସ୍‌ କୋଟା ୫୦ ପ୍ରତିଶତ ନିୟମକୁ ଉଲ୍ଲଂଘନ କରୁଛି।

ଗତ ଶୁଣାଣି ସମୟରେ ସରକାର ସୁପ୍ରିମକୋର୍ଟରେ କହିଥିଲେ ଯେ ସାଧାରଣ ବର୍ଗଙ୍କର ଇଡବ୍ଲୁଏସ୍‌ କୋଟା ଉପରେ ଅଧିକାର ଅଛି। କାରଣ ଏସସି-ଏସଟିର ଲୋକମାନେ ପୂର୍ବରୁ ସଂରକ୍ଷଣର ଅନେକ ଲାଭ ପାଇଛନ୍ତି । ପ୍ରଧାନ ବିଚାରପତି ୟୁୟୁ ଲଲିତ, ଜଷ୍ଟିସ ଦୀନେଶ ମାହେଶ୍ୱରୀ, ଜଷ୍ଟିସ ଏସ ରବିନ୍ଦ୍ର ଭଟ୍ଟ, ଜଷ୍ଟିସ ବେଲା ଏମ ତ୍ରିବେଦୀ ଏବଂ ଜଷ୍ଟିସ ଜେ.ବି ପାରଦିୱାଲାଙ୍କୁ ନେଇ ଗଠିତ ଏକ ସମ୍ବିଧାନ ବେଞ୍ଚ ପୂର୍ବରୁ ଆଟର୍ନି ଜେନେରାଲ କେ.କେ ଭେନୁଗୋପାଲ କହିଛନ୍ତି ଯେ ପଛୁଆ ଜାତି, ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତିର ଲୋକମାନେ ପୂର୍ବରୁ ଏହାର ସୁଯୋଗ ଲାଭ କରି ସାରିଛନ୍ତି। ଏବେ ସାଧାରଣ ବର୍ଗର ଗରିବ ଲୋକମାନେ ଏହି ନିୟମ ଅନୁଯାୟୀ ଲାଭ ପାଇବେ ଯାହା ବୈପ୍ଳବିକ ବୋଲି ପ୍ରମାଣିତ ହେବ ।

ଭେନୁଗୋପାଲ କହିଥିଲେ ଯେ ଏହି ନିୟମ ଧାରା ୧୫ (୬) ଏବଂ ୧୬ (୬) ଅନୁଯାୟୀ କାର୍ଯ୍ୟକାରୀ ହେଉଛି। ଏହା ପଛୁଆ ଏବଂ ବଞ୍ଚିତ ଲାକଙ୍କୁ ଆଡମିଶନ ଏବଂ ଚାକିରିରେ ସଂରକ୍ଷଣ ପ୍ରଦାନ କରେ ଏବଂ ୫୦ ପ୍ରତିଶତ ସୀମା ଅତିକ୍ରମ କରେ ନାହିଁ। ସେ କହିଛନ୍ତି ଯେ ସମ୍ବିଧାନରେ ଏସସି ଏବଂ ଏସଟି ପାଇଁ ସଂରକ୍ଷଣ ପୃଥକ ଭାବରେ ଉଲ୍ଲେଖ କରାଯାଇଛି। ଏହି ଅନୁଯାୟୀ, ସେମାନଙ୍କୁ ସଂସଦରେ, ପଞ୍ଚାୟତରେ ଏବଂ ସ୍ଥାନୀୟ ସଂସ୍ଥାରେ ଏବଂ ପଦୋନ୍ନତିରେ ସଂରକ୍ଷଣ ପ୍ରଦାନ କରାଯାଇଛି। ଯଦି ସେମାନଙ୍କର ପଛୁଆ ସ୍ଥିତିକୁ ଧ୍ୟାନରେ ରଖି ସେମାନଙ୍କୁ ସମସ୍ତ ପ୍ରକାରର ଲାଭ ଦିଆଯାଉଛି, ତେବେ ସେମାନେ ଇଡବ୍ଲୁଏସ୍‌କୋଟା ପାଇବା ପାଇଁ ଏହି ସମସ୍ତ ସୁବିଧା ଛାଡିବାକୁ ପ୍ରସ୍ତୁତ ରହିବେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ବେଆଇନ ବେଟିଂ ଆପ ମାମଲାରେ ଇଡିର ବଡ଼ ଆକ୍ସନ: ପୂର୍ବତନ କ୍ରିକେଟର, ବଲିଉଡ ସେଲିବିଟ୍ରିଙ୍କ ସମ୍ପତ୍ତି ଜବତ, ଜାଣନ୍ତୁ କାହାଠୁ କେତେ…

ନୂଆଦିଲ୍ଲୀ,୧୯।୧୨: ବେଆଇନ ବେଟିଂ ଆପ ମାମଲାରେ ଇଡି ବଡ଼ ଆକ୍ସନ ନେଇଛି। ପୂର୍ବତନ କ୍ରିକେଟର ଓ ବଲିଉଡ ସେଲିବେଟ୍ରିଙ୍କ ସମ୍ପତ୍ତି ଜବତ କରାଯାଇଛି। ଯୁବରାଜ ସିଂଙ୍କ...

ଭୋଜି ସାରି ଫେରୁଥିଲେ, ମୁହାଁମୁହିଁ ହେଲା ୨ ବାଇକ୍‌, ଆଉ ତା’ ପରେ…

ଭଞ୍ଜନଗର,୧୯ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜଳଭଣ୍ଡାର ସେତୁ ନିକଟରେ ଶୁକ୍ରବାର ଅପରାହ୍ନରେ ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ବାସୁ ଦାସ...

ପୁରୁଷୋତ୍ତମପୁର ସବ୍‌-ରେଜିଷ୍ଟ୍ରାର ଅଫିସରେ ଜମି ଦୁର୍ନୀତି ଘଟଣା: କାର୍ଯ୍ୟାନୁଷ୍ଠାନ ଲାଗି ଅତିରିକ୍ତ ଜିଲାପାଳଙ୍କୁ ସ୍ମାରକପତ୍ର

ପୁରୁଷୋତ୍ତମପୁର,୧୯ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସବ୍‌ରେଜିଷ୍ଟ୍ରାର ଅଫିସରେ ଜମି ଦୁର୍ନୀତି ଘଟି ଜମିର ପ୍ରକୃତ ମାଲିକଙ୍କ ମୃତ୍ୟୁ ଘଟିଥିବା ସତ୍ତ୍ବେ ଅନ୍ୟ ଜଣେ ବ୍ୟକ୍ତି...

କେବେ ବୃଦ୍ଧି ହେବ ଦରମା ଆଉ କେତେ ବୃଦ୍ଧି ହେବ? ଅଷ୍ଟମ ବେତନ କମିଶନରକୁ ନେଇ ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୯।୧୨: ସପ୍ତମ ବେତନ କମିଶନର କାର୍ଯ୍ୟକାଳ ଡିସେମ୍ବର ୩୧, ୨୦୨୫ରେ ଶେଷ ହେବାକୁ ଯାଉଛି, ଏବଂ ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀ...

୯ ଦଫା ଦାବି ନେଇ ଗଣଧାରଣା ଦେଲେ ପାଚିକା ସଂଘ, ଦରମା ବୃଦ୍ଧି ନ ହେଲେ…

କେସିଙ୍ଗା,୧୯ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ପାଚିକା ଓ ସହାୟିକା ମଜଦୁର ସଂଘ ସଭାନେତ୍ରୀ ରଶ୍ମିତା ହେର୍ନାଙ୍କ ନେତୃତ୍ୱରେ ୯ ଦଫା ଦାବି ନେଇ...

ପୁରୁଷୋତ୍ତମପୁର ତହସିଲଦାର ଭାବେ ଯୋଗଦେଲେ ମୃଣାଳିକା ରାଠୋର, ପ୍ରତିଶ୍ରୁତି ଦେଇ କହିଲେ…

ପୁରୁଷୋତ୍ତମପୁର,୧୯ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ନୂତନ ତହସିଲଦାର ଭାବରେ ୨୦୨୪ ବ୍ୟାଚ୍‌ର ପ୍ରୋବେସନ ଆଇଏଏସ୍‌ ଅଫିସର ମୃଣାଳିକା ରାଠୋର ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri