ଛତ୍ରପୁରରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ

ଛତ୍ରପୁର,୨୪ା୯ (ଡି.ଏନ.ଏ.): ଛତ୍ରପୁର ଏନ୍‌ଏସିର ସାଧାରଣ ପରିଷଦ ବୈଠକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ପୌରୋହିତ୍ୟରେ ଗୁରୁବାର ଅନୁଷ୍ଠିତ ହୋଇଥିଲା। ବୈଠକରେ ସ୍ଥାନୀୟ ବିଧାୟକ ସୁବାସ ଚନ୍ଦ୍ର ବେହେରା,ଉପାଧ୍ୟକ୍ଷ ଜି.ପାପା ରାଓ, ନିର୍ବାହୀ ଅଧିକାରୀ ଉମାଶଙ୍କର ନାୟକ ମଞ୍ଚାସୀନ ଥିଲେ। ବୈଠକରେ ପରିମଳ, ରିକାପଲ୍ଲୀସ୍ଥିତ କଲ୍ୟାମଣ୍ଡପ,ପ୍ରତ୍ୟେକ ୱାର୍ଡରେ ଆବଶ୍ୟକ ପଡୁଥିବା ଉନ୍ନତୀକରଣ ଉପରେ ଆଲୋଚନା ହୋଇଥିଲା । ବିଶେଷକରି ଛତ୍ରପୁରରେ ପରିମଳ ଦିନକୁ ଦିନ ବିପର୍ଯ୍ୟସ୍ତ ହୋଇପଡିଥିବା ସମସ୍ତ କାଉନସିଲରମାନେ କହିଥିଲେ। ଏପରିକି ଗତ ବୈଠକରେ ପରିମଳ ସୁଧାର ଆସିବା ପାଇଁ ଯେଉଁ ସବୁ କାର୍ଯ୍ୟପନ୍ଥା ସ୍ଥିର ହୋଇଥିଲା ତାହା ଏବେ ବି କାର୍ଯ୍ୟକାରୀ ହୋଇନଥିବା ନେଇ କାଉନସିଲରମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ଗତ ବୈଠକରେ ପ୍ରତି ଓାର୍ଡରେ ୩ରୁ ୪ ଜଣ ସଫେଇ କର୍ମଚାରୀ ନିୟୋଜିତ ହୋଇ ଡ୍ରେନ୍‌ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସଫେଇ ଉପରେ କାର୍ଯ୍ୟକାରୀ କରାଯିବା ଉପରେ କୁହାଯାଇଥିଲା, କିନ୍ତୁ ତାହା ହେଉନାହିଁ। ସଫେଇ କର୍ମଚାରୀମାନେ ପ୍ରତ୍ୟେକ ଦିନ ଆସି ନିଜ ନିଜର କାଉନସିଲରଙ୍କୁ ଦସ୍ତଖତ କରିବା ସହ କେଉଁଠି କାମ କରାଯିବ ତାହା କୁହାଯାଇଥିଲେ ବି ତାହା ନ ହୋଇ ନିଜ ମନମୁତାବକ ଠିକା ନେଇ ସଫେଇ ସଂସ୍ଥା କାମ କରୁଛି। ଫଳରେ ପରିମଳ ଦିନକୁ ଦିନ ବିଗିଡି ଯାଉଛି। ପରିମଳ ନୂଆ ଟେଣ୍ଡର ପ୍ରକାଶ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି ା ତାହା ଖୁବ ଶୀଘ୍ର କାର୍ଯ୍ୟକାରୀ କରାଯିବ ବୋଲି ନିର୍ବାହୀ ଅଧିକାରୀ କହିଥିଲେ। ଛତ୍ରପୁର ରିକାପଲ୍ଲି କଲ୍ୟାଣୀ ମଣ୍ଡପ କାର୍ଯ୍ୟକାରୀ କରାଯିବାକୁ ଯେଉଁ ବ୍ୟକ୍ତି ନେଇଛି ଆଗାମୀ ଦିନରେ ତାଙ୍କ ସହ ଆଲୋଚନା କରାଯାଇ କିପରି କାର୍ଯ୍ୟକ୍ଷମ ହେବ ତାହା ଉପରେ ଗୁରୁତ୍ୱ ଦିଆଯାଇଛି । ଛତ୍ରପୁର ସହରର ବହୁ ସ୍ଥାନରେ ଏନ୍‌ଏସି ପକ୍ଷରୁ ବିନା ପ୍ଲାନିଂ କରି ଡ୍ରେନ କାମ କରାଯାଉଛି। ଫଳରେ ତାର କୌଣସି ସୁଫଳ ମିଳୁନାହିଁ। ଏପରିକି ୧ ନଂ. ୱାର୍ଡରେ ଏହି ସମସ୍ୟା ରହିଥିବା କାଉନ୍‌ସିଲର କହିଥିଲେ।
ହରିଶ୍ଚନ୍ଦ୍ର ଯୋଜନାରେ ଠିକ୍‌ ଲୋକଙ୍କୁ ସହାୟତା ରାଶି ମିଳୁ ନ ଥିବା ନେଇ ୯ନଂ. କାଉନସିଲର ଇଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏପରି କି ବଜରଙ୍ଗି ସାହିର ସମସ୍ତ ଲୋକ ୯ନଂ. ଭୋଟର ଉକ୍ତ ଅଞ୍ଚଳରେ ଏନ୍‌ଏସି କୌଣସି ଦୃଷ୍ଟି ଦେଉନାହିଁ। ପୂର୍ବରୁ ଉକ୍ତ ଅଞ୍ଚଳରେ ଏନ୍‌ଏସି ଲାଇଟ, ରାସ୍ତା ଓ ଡ୍ରେନ କରିଥିବା ବେଳେ ଏବେ କାହିଁକି ମନାକରୁଛି । ସେମାନଙ୍କୁ ଏନଏସି ପକ୍ଷରୁ ରାଶନ କାର୍ଡ ସମେତ ସ୍ବାସ୍ଥ୍ୟ କାର୍ଡ ଏପରିକି ଉକ୍ତ ଅଞ୍ଚଳର ମହିଳାମାନେ ଏନ୍‌ଏସିର ସଂଘରେ ସାମିଲ ହୋଇଛନ୍ତି। କିନ୍ତୁ କାହିଁକି ଲୋକଙ୍କୁ ମୌଳିକ ସୁବିଧାରୁ ବାଦ ଦେଉଛି। ଫଳରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ମୋତେ ଆକ୍ରୋଶର ଶିକାର ହେବାକୁ ପଡୁଛି ବୋଲି ସେ କହିଥିଲେ। ଛତ୍ରପୁରରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ ନିମନ୍ତେ ଆଲୋଚନା ସହ ପ୍ରସ୍ତାବ ଦିଆଯାଇଛି। ଖୁବ ଶୀଘ୍ର ଏକ ପ୍ରତିମୂର୍ତ୍ତି ସ୍ଥାପନ ହେବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ଆସନ୍ତା ୨୬ରେ ସହରକୁ ଅହିଂସା ରଥ ଆସିବ ା ଏଥିରେ ସମସ୍ତେ ସାମିଲ ହେବାକୁ କୁହାଯାଇଛି। ଛତ୍ରପୁରର ଯେଉଁ ଓ୍ବାର୍ଡରେ କୌଣସି କାମ ହେଲେ ତାହା କାଉନସିଲରମାନେ ଯେପରି ଜାଣିବେ ସେମାନଙ୍କ ମତାମତ ନିଆଯିବା ଉପରେ ବିଧାୟକ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri