କାର୍ଯ୍ୟକ୍ଷମ ହୋଇନି ଅତ୍ୟାଧୁନିକ ମାଛ ବଜାର

ପୁରୀ ଅଫିସ,୨୩।୯: ପୁରୀ ସହରରେ ଗୋଟିଏ ଛାତ ତଳେ ସବୁ ଆମିଷଜାତ ଦ୍ରବ୍ୟ ଉପଲବ୍ଧ କରାଇବା ସହ ପ୍ରଦୂଷଣ ରୋକିବା ପାଇଁ ୨୦୧୯ ମସିହାରେ ତାଳବଣିଆରେ ଓଡ଼ିଶାର ଦ୍ୱିତୀୟ ଅତ୍ୟାଧୁନିକ ସ୍ବଚ୍ଛ ମାଛ ବଜାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ସମସ୍ତ ମାଛ ବ୍ୟବସାୟୀଙ୍କୁ ଏକକ ବଜାର ଯୋଗାଇବା ଲାଗି ଏଭଳି ପଦକ୍ଷେପ ନିଆଯାଉଥିବା ଜିଲା ପ୍ରଶାସନ କହିଥିଲା। ୨୦୨୧ ଜୁନ୍‌ ସୁଦ୍ଧା ଏହି ପ୍ରକଳ୍ପ ଶେଷ କରାଯିବାକୁ ଲକ୍ଷ୍ୟ ରଖାଯାଇଥିଲା। ତେବେ ଅବଧି ପୂରଣ ପରେ ବି କୋଠା ନିର୍ମାଣ ସରିନାହିଁ କି ବଜାର ଖୋଲିପାରିନାହିଁ। ବେପାରୀମାନେ ଏଣେତେଣେ ଦୋକାନ ଖୋଲି ଆମିଷ ଦ୍ରବ୍ୟ ବିକ୍ରି କରୁଛନ୍ତି। ଏଥିଯୋଗୁ ଜାଗା ଜବରଦଖଲ ହେବା ସହ ଯାତାୟାତରେ ସମସ୍ୟା ଉପୁଜୁଛି।
ମତ୍ସ୍ୟ ସମ୍ପଦ ବିଭାଗ ପକ୍ଷରୁ ୬ କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଚାଲିଛି। ଅତ୍ୟାଧୁନିକ ଶୈଳୀରେ ବହୁତଳ ବିଶିଷ୍ଟ କୋଠା ନିର୍ମାଣ କରି ବଜାର ସୃଷ୍ଟି କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଡିପିଆର୍‌ ଅନୁଯାୟୀ, ପ୍ରାଥମିକ ପର୍ଯ୍ୟାୟରେ ୨ ମହଲା ବିଶିଷ୍ଟ କୋଠା ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଥିଲା। ଏଠାରେ ଦୋକାନୀମାନଙ୍କୁ ସ୍ଥାୟୀ ଦୋକାନ ଘର ଦେବା ଲାଗି ଯୋଜନା କରାଯାଇଥିଲା। ଏହାକୁ ଲାଗି ଏକ ପରିବା ବଜାର ସୃଷ୍ଟି ପାଇଁ ମଧ୍ୟ ଲକ୍ଷ୍ୟ ରଖାଯାଇଥିଲା। ମାଛ ବଜାର ନିକଟରେ ପୌରସଂସ୍ଥାର ମାଇକ୍ରୋ କମ୍ପୋଷ୍ଟିଂ କେନ୍ଦ୍ର ଥିବାରୁ ମାଛରୁ ବାହାରୁ ଥିବା ବର୍ଜ୍ୟବସ୍ତୁ ପରିଚାଳନା ସହଜ ହେବ ବୋଲି କୁହାଯାଉଥିଲା। ଅନ୍ୟପକ୍ଷରେ ଏଯାବତ୍‌ ଏହି ପ୍ରକଳ୍ପର ୫୦ ପ୍ରତିଶତ କାମ ଶେଷ ହୋଇପାରିଛି। ଫଳରେ ପୁରୀ ଭଳି ଆଧ୍ୟାତ୍ମିକ ସହରରେ ଏଣେତେଣେ ଆମିଷ ଦ୍ରବ୍ୟ ବିକ୍ରି କରାଯାଉଛି। ଗୋଟିଏ ସ୍ଥାନରେ ଆମିଷ ଦ୍ରବ୍ୟ ବିକ୍ରି ହେବା ଭଳି ବ୍ୟବସ୍ଥାକୁ ପୁରୀ ସହରବାସୀ ପ୍ରଶଂସା କରୁଥିବାବେଳେ ସଂପ୍ରତି ପ୍ରକଳ୍ପ କାର୍ଯ୍ୟର ମନ୍ଥରତାକୁ ନାପସନ୍ଦ କରିଛନ୍ତି। ପ୍ରଶାସନିକ ଇଚ୍ଛାଶକ୍ତି ଅଭାବରୁ ଏଭଳି ସ୍ଥିତି ଉପୁଜିଥିବା ସାମାଜିକ କର୍ମୀ ସ୍ବାଧୀନ ପଣ୍ଡା କହିଛନ୍ତି। ସେହିପରି ମାଛ ବ୍ୟବସାୟୀ ଦିନେଶ ବେଉରା କହିଛନ୍ତି, ପ୍ରଶାସନ ଆମ ବ୍ୟବସାୟରେ ସମସ୍ୟା ସୃଷ୍ଟି କରୁଛି। ଗୋଟିଏ ଜାଗାରେ ୧୫ ଦିନ ବସିବା ପରେ ଉଠାଇ ଦେଉଛି। ବାରମ୍ବାର ଏଠାରୁ ସେଠାରୁ ହେବା ଫଳରେ ବେପାର କରିବା କଷ୍ଟକର ହୋଇପଡ଼ୁଛି। ତେଣୁ ମାଛ ବଜାର ଆମ ଭଳି ବେପାରୀଙ୍କ ପାଇଁ ନିହାତି ଦରକାର। ଏହାର କାମ ତୁରନ୍ତ ସାରି କାର୍ଯ୍ୟକ୍ଷମ କରାଯିବା ଦରକାର। ଫଳରେ ଉଭୟ ଦୋକାନୀ ଓ ଗ୍ରାହକଙ୍କ ପାଇଁ କିଣାବିକା ସହଜ ହୋଇପାରିବ। ଅନ୍ୟପକ୍ଷରେ କୋଭିଡ୍‌ ଯୋଗୁ ପ୍ରକଳ୍ପ କାର୍ଯ୍ୟ ଧିମେଇ ଯାଇଛି, ତେବେ ସମ୍ପ୍ରତି ପୁଣି ତ୍ୱରିତ ବେଗରେ କାର୍ଯ୍ୟ ତ୍ୱରାନ୍ବିତ ହେବ ବୋଲି ପ୍ରଶାସନ ପ୍ରକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଧ୍ରର ଅନୁପ୍ରବେଶ: ମାଗଣା ସ୍ବାସ୍ଥ୍ୟ ଶିବିର ବନ୍ଦ କଲା ପୋଲିସ

ପଟ୍ଟାଙ୍ଗି,୮।୫(ଶରତ ଧଳ): ସାରା ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ନେଇ ସମସ୍ତ ସରକାରୀ ଅଧିକାରୀ ନିଜ ନିଜର କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି। ଏହାର ସୁଯୋଗ ଉଠାଇ...

ନିର୍ବାଚନ ପୁର୍ବରୁ ବୌଦ୍ଧ ପୋଲିସକୁ ବଡ ସଫଳତା:୯ ମାଓବାଦୀଙ୍କ ଆତ୍ମସମର୍ପଣ

ବୌଦ୍ଧ,୮।୫(ଅଜିତ କୁମାର ବାରିକ ): ନିର୍ବାଚନ ପୁର୍ବରୁ ବୌଦ୍ଧ ପୋଲିସକୁ ବୁଧବାର ବଡ ସଫଳତା ମିଳିଛି। ଗତ କିଛି ଦିନ ତଳେ ବୌଦ୍ଧ ପୋଲିସ ଦ୍ୱାରା...

ବଢ଼ିଲା ଅନୁଭବଙ୍କ ଅଡୁଆ

କଟକ,୮।୫: ଅଭିନେତା ତଥା ଭାଜପା ନେତା ଅନୁଭବ ମହାନ୍ତିଙ୍କ ଅଡୁଆ ବଢିଛି। ବର୍ଷାଙ୍କ ନିର୍ଯାତନା ଅଭିଯୋଗ ମାମଲାରେ କଟକ ଜେଏମଏଫସି କୋର୍ଟ ଅନୁଭବ ମହାନ୍ତିଙ୍କ ଆବେଦନ...

ବାଲେଶ୍ୱର କଂଗ୍ରେସରେ ଫାଟ, ଶ୍ରୀକାନ୍ତଙ୍କୁ ବିରୋଧ କରି ଦଳ ଛାଡିଲେ ବଡ଼ ନେତା

ନୀଳଗିରି,୮।୫: ବାଲେଶ୍ୱର କଂଗ୍ରେସରେ ଫାଟ। କଂଗ୍ରେସ ଛାଡିଛନ୍ତି ନୀଳଗିରିର ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡଙ୍ଗୀ। ଚଳିତ ର୍ନିବାଚନର ବାଲେଶ୍ୱର ଲୋକ ସଭା ପ୍ରାର୍ଥୀ ଶ୍ରୀକାନ୍ତ ଜେନାଙ୍କ...

୨ ରୁବେଲା ଭାଇରସ୍‌ ରୋଗୀ ଚିହ୍ନଟ

ନବରଙ୍ଗପୁର,୮।୫: ନବରଙ୍ଗପୁରରୁ ୨ ରୁବେଲା ଭାଇରସ ରୋଗୀ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ୨ ଶିଶୁ ନନ୍ଦାହାଣ୍ଡି ବ୍ଲକ ପୋଡ଼ାଲଗୁଡ଼ା ଗାଁର ବୋଲି ଜଣାପଡିଛି। ୫ଟି ସାମ୍ପଲରୁ...

ମଜଭୁତ ହେଉଛି ବିଜେଡି: ମିଶ୍ରଣ ପର୍ବରେ କଂଗ୍ରେସର ଅନେକ କର୍ମୀ ଦଳରେ ସାମିଲ

ଦାରିଙ୍ଗବାଡି, ୮।୫ (ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ବିଜେଡି କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଉକ୍ତ ବ୍ଲକ କିରିକୁଟି ପଞ୍ଚାୟତ...

ଆଜି ୬ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ

ପୁରୀ,୮।୫: ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି। ଏଥିପାଇଁ ୬ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ। ସା ୬ଟାରୁ ରାତି ୧୨ଟା ଯାଏ ସାଧାରଣ ଦର୍ଶନ...

ନିଶା ଦେଇ +୨ ଛାତ୍ରୀଙ୍କୁ ଗଣବଳାତ୍କାର କଲେ ୮ ସହପାଠୀ

ବ୍ରହ୍ମପୁର,୮ା୫(ସୁବାସ ଚନ୍ଦ୍ର ପାଢ଼ୀ):ବ୍ରହ୍ମପୁର ସହରରେ ଜଣେ କଲେଜ ଛାତ୍ରୀଙ୍କୁ ଗଣବଳାତ୍କାର କରାଯିବା ଘଟଣା ଆଲୋଡନ ସୃଷ୍ଟି କରିଛି। ଯୁକ୍ତ ୨ ପଢ଼ୁଥିବା ନାବାଳିକା ଛାତ୍ରୀ ଜଣଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri