Posted inଫୁରସତ

ରକ୍ତତୀର୍ଥ ଜାଲିଆନୱାଲାବାଗ

ସମୟ ଅପରାହ୍ନ, ଜୁନ୍‌ ୯ ତାରିଖ। ଅମୃତସରର ସ୍ବର୍ଣ୍ଣମନ୍ଦିର ଉପକଣ୍ଠରେ ରହିଥିବା ଏହି ପବିତ୍ର ସ୍ଥାନ ଦର୍ଶନ ପାଇଁ ଯାଇଥାଏ ମୁଁ। ଇତିହାସ ପୃଷ୍ଠାରେ ପଢ଼ିଥିବା ସେହି ଅମାନବୀୟ ସାମୂହିକ ହତ୍ୟାର ଘଟଣା ଜୀବନ୍ତ ହୋଇ ଉଠୁଥିଲା ମୋ ମାନସ ପଟ୍ଟରେ। ଗାଇଡ୍‌ଙ୍କ କଥା ଶୁଣୁଶୁଣୁ ସେଇଠି ଅଟକିଗଲା ମୋ ପାଦ, ଆଖି ଏବଂ ମନ। କାନ୍ଥରେ ଗୁଳି ଦାଗ। ମୋତେ ଦିଶୁଛି ରକ୍ତଛିଟା। ୧୯୧୯ ମସିହାର ବ୍ରିଟିଶ୍‌ ଶାସନ କାଳରେ ଏକ ଲୋମହର୍ଷଣକାରୀ ସାମୂହିକ ହତ୍ୟାକାଣ୍ଡର ବର୍ଣ୍ଣନା ଚାଲିଛି ମୋ ସାମ୍ନାରେ। ଜାଲିଆନୱାଲାବାଗର ପ୍ରାଚୀର କାନ୍ଥରେ ଗୁଳି ଚିହ୍ନ ଚରମ ବିଭୀଷିକାର ମୂକ ସାକ୍ଷୀ। ସେହି ପ୍ରାନ୍ତରରେ ରହିଛି ଅତି କମ୍‌ରେ ଶତାଧିକ ମୃତଦେହ ଉଦ୍ଧାର ହୋଇଥିବା ପ୍ରାଚୀନ ନିଃସଙ୍ଗ କୂପ! ଆଜି ଏଇ ମ୍ଳାନ ଅପରାହ୍ନର ବିଷର୍ଣ୍ଣ ଲଗ୍ନରେ ନୀରବତାର ନିଃଶବ୍ଦ ଧ୍ୱନି ଭିତରୁ ଉଛୁଳି ଆସୁଛି ଯନ୍ତ୍ରଣାଜର୍ଜରିତ ହୃଦୟଫଟା କରୁଣ ଚିତ୍କାର। ସେଦିନର ସେହି କାହାଣୀ ଗୁମୁରି ଗୁମୁରି ବାହୁନୁଥିଲା ମୋ ଭିତରେ। ଥରିଯାଉଥିଲା ପ୍ରାଣର ନିଭୃତ କନ୍ଦର। ବରଫ ପାଲଟି ଯାଇଥିଲା ସମୟର ପାଦ ଯେମିତି ସେହି ଲହୁଲୁହାଣ କାହାଣୀ ଶୁଣୁ ଶୁଣୁ।

ଜାଲିଆନୱାଲାବାଗ୍‌ର ବର୍ବର କାଣ୍ଡକୁ ଏକ ଶହ ତିନି ବର୍ଷ ପୂରିଗଲାଣି। ତଥାପି ମୁଁ ଅନୁଭବ କରୁଥିଲି ସେଦିନର ଅକଥନୀୟ ଯନ୍ତ୍ରଣା! ପ୍ରବେଶ ପଥର ସାମ୍ନାରେ ଥିଲା ଦେଶଭକ୍ତି ଓ ଏକତାର ପ୍ରତୀକ ଏକ ସୁନ୍ଦର ଅଗ୍ନିଶିଖା ଏବଂ ତାହା ମଧ୍ୟରେ ଦେଶ ପାଇଁ ବଳିଦାନ ଦେଇଥିବା ଶିଖ୍‌ ବୀରଙ୍କର ପଗଡ଼ିବନ୍ଧା ଶିର। ଅଣଓସାରିଆ ପ୍ରବେଶ ପଥରେ ମାଟି ମା’ ପାଇଁ ଅତର୍କିତ ଜୀବନ ଦେଇଥିବା ଅନେକ ନାମହୀନ ମଣିଷଙ୍କ ପ୍ରସ୍ତର ଖୋଦିତ ଚେହେରା। ଆଖି ମୋର ଖୋଜୁଥିଲା ପଢ଼ିବାକୁ ସେହି ଆଖିର ଭାଷା, ଆତଙ୍କିତ ନା ଗୌରବାନ୍ବିତ! କାନ୍ଥରେ ଥିବା ରକ୍ତଛିଟାର ଦାଗ ମୋତେ ଉଦ୍‌ବେଳିତ କରୁଥିଲା। ଆର୍ତ୍ତଚିତ୍କାର କାନ୍ଥ ଫଟେଇ ମୋ ଆତ୍ମାକୁ ଅସ୍ଥିର ଓ ବିକଳ କରୁଥିଲା।

୧୯୧୯, ଏପ୍ରିଲ ୧୩ ଇତିହାସର ସେହି କଳଙ୍କିତ ଦିବସ। ପଞ୍ଜାବର ପାରମ୍ପରିକ ପର୍ବ ବୈଶାଖୀ ଥିବାରୁ ଚଳଚଞ୍ଚଳ ଥାଏ ଅମୃତସରର ସ୍ବର୍ଣ୍ଣମନ୍ଦିର। ଅନ୍ୟପକ୍ଷେ ଜାଲିଆନୱାଲାବାଗରେ ଏକତ୍ରିତ ହୋଇଥାଆନ୍ତି ପାଖାପାଖି ୩ ହଜାର ଲୋକ। ସେମାନେ ରାଓଲାଟ ଆକ୍ଟ ଓ ସ୍ବାଧିନତା ସଂଗ୍ରାମୀ ସୈଫୁଦ୍ଦିନ କିଚଲିଉ ଏବଂ ସତ୍ୟପାଲଙ୍କୁ ବ୍ରିଟିଶ ସରକାର ଆରେଷ୍ଟ କରିଥିବା ଘଟଣାକୁ ବିରୋଧ କରି ସେଠାରେ ଏକ ଶାନ୍ତିପୂର୍ଣ୍ଣ ସଭାର ଆୟୋଜନ କରିଥାନ୍ତି। ଏଠାକୁ ଏମିତି କିଛି ଲୋକ ବି ଆସିଥିଲେ ଯେଉଁମାନେ ସଭା ସମ୍ପର୍କରେ ଅବଗତ ନ ଥିଲେ।

ସେହିଦିନ ଅପରାହ୍ନର ବୈଶାଖୀ ମେଳାରେ ବିକ୍ରିବଟା କରିବା ପାଇଁ ଆସିଥିଲେ ବହୁ ସଂଖ୍ୟକ ବେପାରୀ ଏବଂ କୃଷକ। ପୁଣି ସ୍ବର୍ଣ୍ଣମନ୍ଦିର ଦର୍ଶନ ପାଇଁ ଆସି ଥିଲେ ଶହ ଶହ ତୀର୍ଥଯାତ୍ରୀ। ପ୍ରାୟ ସାତ ଏକର ଜମିବିଶିଷ୍ଟ ଏକ ଖୋଲା ସ୍ଥାନ, ଯାହା ଚାରିପାଖରେ ତିନି ଚାରି ମହଲାର କୋଠାଘର ଏବଂ ଦଶ ଫୁଟ ଉଚ୍ଚତାବିଶିଷ୍ଟ ପ୍ରାଚୀରଘେରା ଏହି ସ୍ଥଳୀ। ପ୍ରବେଶ ପଥଗୁଡ଼ିକ ଅଣଓସାରିଆ, ଯାହା ମଧ୍ୟରୁ କେତୋଟିରେ ଥିଲା ସ୍ଥାୟୀ ଭାବରେ ତାଲାପକା ଫାଟକ। ମଧ୍ୟସ୍ଥଳରେ ଥିଲା ଆଂଶିକ ଜଳଭର୍ତ୍ତି କୋଡ଼ିଏ ଫୁଟ ବ୍ୟାସବିଶିଷ୍ଟ ଏକ ଖୋଲାକୂଅ। ସେହି ବିରୋଧ ସଭା ସମ୍ପର୍କରେ ଅବଗତ ହେବାପରେ ଅପରାହ୍ନ ଚାରିଟା ତିରିଶି ବେଳେ କର୍ନଲ ରେଜିନାଲ୍ଡ ଡାୟର ନିଜ ସହ ସୈନ୍ୟ ଏବଂ ରାଇଫଲ୍‌ ନେଇ ବାଗ୍‌ର ମୁଖ୍ୟ ପ୍ରବେଶ ପଥ ଅବରୋଧ କରିଦେଲେ। ଆଉ ସେହି କ୍ରୂର ବ୍ରିଟିଶ୍‌ କମାଣ୍ଡରଙ୍କ ନିର୍ଦ୍ଦେଶକ୍ରମେ ସୈନ୍ୟବାହିନୀ ଆଖିବୁଜା ଗୁଳି ବର୍ଷା କରିବା ଆରମ୍ଭ କରିଥିଲେ। ଅତର୍କିତ ଆକ୍ରମଣରେ ସମସ୍ତେ ଆତଙ୍କିତ, କିଂକର୍ତ୍ତବ୍ୟବିମୂଢ଼ ହୋଇ ଡାକି ଚାଲିଥିଲେ ରକ୍ଷା କର, ୱାହେ ଗୁରୁ!

ତେବେ ଶତାଧିକ ବର୍ଷ ପରେ ପୁଣି ସେଇ ଯନ୍ତ୍ରଣାର ଅନୁଭୂତି ଏମିତି ଯେ, ଯେମିତି ଲୁହର ନୁହେଁ, ରୁଧିରର ଧାରା ବହିଯାଉଛି ଆଖିରୁ! ଗାଇଡ୍‌ କହି ଚାଲିଥାଏ ଦଶ ମିନିଟ୍‌ ଧରି ୧୬୫୦ ରାଉଣ୍ଡ ଗୁଳି ବର୍ଷିବା ପରେ ଏହି ଅମାନବୀୟ ବର୍ବରତାର ଖେଳ ଶେଷ ହୋଇଥିଲା। ସେଦିନ ଦୁଇ ହଜାରରୁ ଅଧିକ ଲୋକ ରକ୍ତାକ୍ତ, କ୍ଷତବିକ୍ଷତ ହେଲେ, ଶହ ଶହ ନିରୀହ ବ୍ୟକ୍ତି ପ୍ରାଣ ହରାଇଲେ। କର୍ଫ୍ୟୁ ଜାରି କରାଯାଇଥିବା ଫଳରେ ଗୁରୁତର ଆହତ ଲୋକଙ୍କୁ ଚିକିତ୍ସାଳୟ ନିଆଯାଇ ପାରିଲାନାହିଁ। ଆଉ ଛଟପଟ ଅବସ୍ଥାରେ ସେମାନେ ସେଇଠି ପ୍ରାଣ ହରାଇଲେ। ରକ୍ତପାତ, ହାହାକାର, ଅକଥନୀୟ ଯନ୍ତ୍ରଣା ଭିତରେ ଏହି ବିଭୀଷିକାମୟ ସା ମାନବିକତାର ଇତିହାସରେ ଏକ କାଳିମାବୋଳା ଅଧ୍ୟାୟ ଲେଖି ଦେଇଗଲା।

ଦେଶପ୍ରେମର ରକ୍ତରେ ପବିତ୍ର ଏହି ତୀର୍ଥ ଦର୍ଶନରେ ସେଦିନ ସାରେ ମୋ ଭିତରେ ବତୁରି ଚାଲିଥିଲା ଏକ ଯନ୍ତ୍ରଣାସିକ୍ତ ଆବେଗ। ନମନ କରୁଥିଲି ଶହୀଦମାନଙ୍କ ପବିତ୍ର ରକ୍ତର ମହକରେ ବିଭୋର ଏହି ମାଟିକୁ। ଏବେ ବି କାନ୍ଥରେ ସାଇତା ହୋଇ ରହିଛି ସେହି ବର୍ବରତାର ଛାପ। ଏବେ ବି କୂଅର ଗଭୀର ପାଣି ଭିତରେ ଛଳ ଛଳ କରୁଥିଲା ଏହିଠାରେ ପ୍ରାଣର ଆହୁତି ଦେଇଥିବା ମଣିଷମାନଙ୍କର ଦେଶଭକ୍ତିର ଆବେଗ। ସାରେ ଚିତ୍ରାୟିତ ହେଉଥିଲା ସେହି କରୁଣ କାହାଣୀ ”ଲାଇଟ୍‌ ଆଣ୍ଡ ସାଉଣ୍ଡ ଶୋ“ ମାଧ୍ୟମରେ। ସମାଧି ମନ୍ଦିର ଭିତରେ ଥାଇ ପହଁରି ଯାଉଥିଲା କାତର ଦୃଷ୍ଟି ତୋଳି କେତେ କେତେ ନିରୀହ ଚାହାଣି। ଭାବାବେଗରେ ଉଛୁଳି ଉଠୁଥିଲା ଶ୍ରୋତାଙ୍କ ପ୍ରାଣ, ଦେଶପ୍ରେମର ଅପୂର୍ବ ଧ୍ୱନି ଝଙ୍କୃତ ହେଉଥିଲା ଦର୍ଶକ ହୃଦୟରେ। ସ୍ବର୍ଣ୍ଣ ମନ୍ଦିରର ଅନତି ଦୂରରେ ଥିବା ଏହି ପୁଣ୍ୟ ସ୍ମାରକୀ ପୀଠର ନାମ ସ୍ବାଧୀନତା ଆନ୍ଦୋଳନର ବଳିଦାନ ଇତିହାସରେ ସର୍ବଦା ସ୍ବର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ହୋଇ ରହିଥିବ।
-ସୁଜାତା ମିଶ୍ର, କସ୍ମୋପଲିସ୍‌, ଭୁବନେଶ୍ୱର, ମୋ: ୯୪୩୭୧୧୭୦୮୪


Enter your email to get our daily news in your inbox.

All Right Reserved By Dharitri.Com

ଇରାନରେ ବର୍ତ୍ତମାନ ସୁଦ୍ଧା ଏତିକି ଜଣ ଜୀବିତ ଅଛନ୍ତି ପରମାଣୁ ବୈଜ୍ଞାନିକ, ରିପୋର୍ଟରେ ପ୍ରକାଶ ପାଇଲା…

ତେହରାନ,୧୮ା୧୨: ୨୦୨୫ ବର୍ଷ ଇରାନ ପାଇଁ ଏକ ଝଟ୍‌କା ଥିଲା। ଗୋଟିଏ ପଟେ ଏହାର ତିନୋଟି ପ୍ରକ୍ସି ସଂଗଠନ (ହମାସ୍‌, ହେଜ୍‌ବୋଲ୍ଲା ଏବଂ ହୁଟି) ଏହି...

ମେସିଙ୍କୁ ବଡ଼ ଗିଫ୍ଟ ଦେଲେ ଅନନ୍ତ ଅମ୍ବାନୀ: ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସି ଜାମନଗରର ବନତାରା ବନ୍ୟପ୍ରାଣୀ ସଂରକ୍ଷଣ କେନ୍ଦ୍ର ପରିଦର୍ଶନ କରିଥିଲେ। ମେସି ଅନନ୍ତ ଅମ୍ବାନୀଙ୍କ ଦ୍ୱାରା ପ୍ରତିଷ୍ଠିତ କେନ୍ଦ୍ରରେ ପାରମ୍ପରିକ ରୀତିନୀତିରେ...

ପାଣି ତଳେ ମହଲ: ୫୦୦ ବର୍ଷ ପରେ ଆଜିବି ରହସ୍ୟମୟ ଏହି ଐତିହ୍ୟ ସ୍ଥାନ

ମଧ୍ୟପ୍ରଦେଶର ସୁନ୍ଦର ଏବଂ ଐତିହାସିକ ସହର ମାଣ୍ଡୁରେ ଏକ ଐତିହ୍ୟ ସ୍ଥାନ ଅଛି, ଯାହା ପ୍ରଥମ ନଜରରେ ଏକ ପୋଖରୀ ପରି ଦେଖାଯାଏ। କିନ୍ତୁ ପ୍ରକୃତରେ...

ଏହି ଦେଶରେ ବଢ଼ିବ ମୁସଲମାନଙ୍କ ସଂଖ୍ୟା, ୨୦୩୦ ସୁଦ୍ଧା ହେବ ବଡ଼ ପରିବର୍ତ୍ତନ

ମସ୍କୋ,୧୮ା୧୨: ୨୦୩୦ ସୁଦ୍ଧା ଏକ ଦେଶରେ ମୁସଲମାନଙ୍କ ସଂଖ୍ୟା ଅହେତୁକ ବୃଦ୍ଧି ପାଇବ ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି। ଏମିତି ଏକ ଦେଶ ହେଉଛି...

ଦୁଇ ବିଶାଳ ହାତୀଙ୍କ ଭୟଙ୍କର ଲଢ଼େଇ: ବଦଳିଗଲା ଜଙ୍ଗଲ, ଚାରିଆଡ଼ ହେଲା ଧୂଳିମୟ, ଭିଡିଓ ଦେଖିଲେ…

ଜଙ୍ଗଲ ଦୁନିଆ ଯେତିକି ରୋମାଞ୍ଚକର ସେତିକି ଆଶ୍ଚର୍ଯ୍ୟଜନକ ମଧ୍ୟ। ଅନେକ ସମୟରେ ଏଠାରେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଥାଏ, ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ ଏବଂ...

ବିଶ୍ୱର ସବୁଠୁ ମହଙ୍ଗା ଫଳ: ମୂଲ୍ୟ ଜାଣିଲେ ଉଡିଯିବ ହୋଶ୍‌

ସାଧାରଣତଃ ମହଙ୍ଗା ଜିନିଷ କିଣିବାକୁ ହେଲେ ଲୋକେ ବିଳାସପୂର୍ଣ୍ଣ କାର, ସୁନା ଏବଂ ହୀରା ବିଷୟରେ ଚିନ୍ତା କରନ୍ତି। କିନ୍ତୁ ଜାପାନରେ ଏକ ତରଭୁଜ ଅଛି,...

ଏପରି ଗାଁ, ଯେଉଁଠି କାହା ଘରେ ନାହିଁ ରୋଷେଇ ଘର: ଖାଇବା ଶୈଳୀ ଜାଣିଲେ ଉଡ଼ିଯିବ ହୋଶ୍‌

ଶତାବ୍ଦୀ ଧରି ଭାରତୀୟ ଗ୍ରାମଗୁଡ଼ିକ ସେମାନଙ୍କର ସରଳତା ଏବଂ ପରମ୍ପରା ପାଇଁ ଜଣାଶୁଣା। ସମୟ ବଦଳିଛି ଏବଂ ସୁବିଧାସୁଯୋଗ ବୃଦ୍ଧି ପାଇଛି। କିନ୍ତୁ ଆଜି ମଧ୍ୟ...

Post Officeର ଜବରଦସ୍ତ ସ୍କିମ୍‌: ମାସିକ ୫୫୫୦ ଟଙ୍କା ରୋଜଗାର ଗ୍ୟାରେଣ୍ଟି

ପୋଷ୍ଟ ଅଫିସ ଗ୍ରାହକମାନଙ୍କ ପାଇଁ ବିଭିନ୍ନ ପ୍ରକାରର ସଞ୍ଚୟ ଯୋଜନା ପ୍ରଦାନ କରେ। ପୋଷ୍ଟ ଅଫିସ ଏକ ଉଲ୍ଲେଖନୀୟ ଯୋଜନା ହେଉଛି, ମାସିକ ଆୟ ଯୋଜନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri