୫ ଦିନ ହେଲା ଏନ୍‌ଏସିର ବିଭିନ୍ନ କେନ୍ଦ୍ର ବନ୍ଦ

ବୁଗୁଡ଼ା,୧୭ା୯(ଡି.ଏନ.ଏ.): ସମ୍ପ୍ରତି ବୁଗୁଡ଼ା ଏନ୍‌ଏସି ଅଧୀନ ୫ନଂ ୱାର୍ଡର ଅଙ୍ଗନୱାଡି କେନ୍ଦ୍ରରେ କର୍ମୀ ଓ ସହାୟିକାଙ୍କ ବିବାଦ ଲାଗି ରହିଛି। ଏ ନେଇ ୫ ଦିନ ହେଲା ଏନ୍‌ଏସି ଅନ୍ତର୍ଗତ ବିଭିନ୍ନ ଅଙ୍ଗନୱାଡି କେନ୍ଦ୍ର ବନ୍ଦ ରହିଥିବା ବେଳେ ଏଥିରେ ସ୍ଥାନୀୟ ପ୍ରଶାସନ ଏବଂ ଅଙ୍ଗନୱାଡି କର୍ମୀ ସଂଘର ଭୂମିକାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ବିବାଦ ବହୁ ପୁରୁଣା ହୋଇଥିଲେ ବି ପ୍ରଶାସନିକ ଅପାରଗତା ଯୋଗୁ ଅଦ୍ୟାବଧି ଏହାର କୌଣସି ସ୍ଥାୟୀ ସମାଧାନ ହୋଇ ପାରୁ ନାହିଁ। ବୁଗୁଡ଼ା ଏନ୍‌ଏସି ଅନ୍ତର୍ଗତ ୧୮ ଅଙ୍ଗନୱାଡି କେନ୍ଦ୍ରରୁ ଅନେକ କେନ୍ଦ୍ରର ନିଜସ୍ବ ଗୃହ ନ ଥିବା ବେଳେ ସେଥିରୁ କେତେକ କେନ୍ଦ୍ର ନିକଟସ୍ଥ ବିଦ୍ୟାଳୟଗୁଡିକରେ ଚାଲୁଛି ଏବଂ ଆଉ କେତେକ କେନ୍ଦ୍ର ଅଙ୍ଗନୱାଡି କର୍ମୀ କିମ୍ବା ସହାୟିକାଙ୍କ ଘରେ ଚାଲୁଛି। ତେବେ ୱାର୍ଡ ନଂ ୫ର ଅଙ୍ଗନୱାଡି କେନ୍ଦ୍ର ସମ୍ପୃକ୍ତ କର୍ମୀଙ୍କ ଘରେ ଗତ ୨୦୦୯ରୁ ଚାଲି ଆସୁଥିବା ବେଳେ କିଛି ମାସ ହେବ କର୍ମୀ ଓ ସହାୟିକାଙ୍କ ମଧ୍ୟରେ କୌଣସି କାରଣରୁ ମନାନ୍ତର ଘଟି ବିବାଦର ସୂତ୍ରପାତ ଘଟିଥିଲା। ଏହାପରେ କିଛି ଦିନ ପାଇଁ ମୁଖ୍ୟ ସଡ଼କ ବିଦ୍ୟାଳୟକୁ ଅଙ୍ଗନୱାଡି କେନ୍ଦ୍ରଟି ସ୍ଥାନାନ୍ତର ହୋଇଥିଲେ ହେଁ ମୁଖ୍ୟ ରାସ୍ତା ପାର ହୋଇଯିବାକୁ ଶିଶୁମାନଙ୍କର ଅଭିଭାବକମାନେ ଏଥିରେ ଅସହମତ ହେବାରୁ ପରବର୍ତ୍ତୀ ସମୟରେ ପୁଣି ସେହି ଅଙ୍ଗନୱାଡି କର୍ମୀଙ୍କ ଘରକୁ କେନ୍ଦ୍ର ଫେରି ଯାଇଥିଲା ବେଳେ ଏହାକୁ ବିରୋଧ କରି ସହାୟିକା ଜଣକ କର୍ମୀଙ୍କ ଘରକୁ ନ ଯାଇ ସ୍କୁଲରେ ଆସି ବସିବା ସହ ମାସିକ ପ୍ରାପ୍ୟ ହାସଲ କରୁଥିଲେ। ଏନେଇ ସହାୟିକା ଜଣକ ଅଙ୍ଗନୱାଡି କର୍ମୀ ସଂଘର ସହାୟତା ଲୋଡିବା ପରେ ଏଥିରେ ହସ୍ତକ୍ଷେପ କରି ସଂଘ ପକ୍ଷରୁ ନିର୍ଦ୍ଧାରିତ ସମୟ ମଧ୍ୟରେ ବିବାଦର ସମାଧାନ ପାଇଁ ପ୍ରଶାସନକୁ ନିବେଦନ କରିବା ସହ ଅନ୍ୟଥା ସେମାନେ କେନ୍ଦ୍ରଗୁଡିକୁ ବନ୍ଦ କରିବା ଲାଗି ଚେତାବନୀ ଦେଇଥିଲେ। ତେବେ ପ୍ରଶାସନର ଉଦାସୀନତା ଯୋଗୁ ବିବାଦର ସମାଧାନ ହୋଇ ପାରି ନ ଥିଲା ବେଳେ ସଂଘ ସହ ଜଡିତ ନ ଥିବା କେତେକ ଅଙ୍ଗନୱାଡି କର୍ମୀଙ୍କ ବ୍ୟତୀତ ଅନ୍ୟ ସମସ୍ତ କର୍ମୀ ସେମାନଙ୍କ କେନ୍ଦ୍ରଗୁଡିକୁ ଗତ ୧୨ ତାରିଖରୁ ବନ୍ଦ ରଖିଛନ୍ତି। ତେଣୁ ଏହି ଅଭାବନୀୟ ପରିସ୍ଥିତିର ଦୂରୀକରଣ ପାଇଁ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବା ସହ ଏ ପ୍ରକାର ପ୍ରହସନକୁ ବନ୍ଦ କରିବା ଲାଗି ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri