ବମ୍ବେ: ନିର୍ମାଣ ହେବାକୁ ଯାଉଛି ଫିଲ୍ମ ଡ୍ରିମଗର୍ଲ-୨। ଶୁକ୍ରବାର ଏନେଇ ଅଭିନେତା ଆୟୁଷ୍ମାନ ଖୁରାନ୍ନା ଘୋଷଣା କରିଛନ୍ତି। ୨୦୧୯ରେ ରିଲିଜ ହୋଇଥିବା ଅଭିନେତାଙ୍କ ଫିଲ୍ମ ଡ୍ରିମଗର୍ଲର ଏହା ସିକୁଏଲ। ପ୍ରଥମେ ଟେଲି ଅଭିନେତ୍ରୀ ତେଜସ୍ବୀ ପ୍ରକାଶ ଆୟୁଷ୍ମାନଙ୍କ ନାୟିକା ସାଜିବେ ବୋଲି କୁହାଯାଉଥିଲା। ହେଲେ ଏବେ ଫିଲ୍ମ ଲାଗି ଅନନ୍ୟାଙ୍କ ନାମକୁ କରାଯାଇଛି ଫାଇନାଲ୍।
‘ଡ୍ରିମଗର୍ଲ-୨’ର ରିଲିଜକୁ ନେଇ ଘୋଷଣା କରି ଆୟୁଷ୍ମାନ ଏକ ଭିଡିଓ ଶେୟାର କରିଛନ୍ତି। ଭିଡିଓରେ ଅନୁ କପୁର, ମନଜୋତ ସିଂହ, ବିଜୟ ରାଜ, ଅଭିଷେକ ବାନାର୍ଜୀଙ୍କ ବ୍ୟତିତ ରାଜପାଲ ଯାଦବ, ସୀମା ପହବା ପ୍ରମୁଖ ନଜର ଆସିଛନ୍ତି। ୨୦୨୩ ଜୁନ୍ ୨୯ରେ ଫିଲ୍ମଟି ପରଦାକୁ ଆସିବ। ଆସନ୍ତା ବର୍ଷ ଇଦ୍ରେ ସଲମାନ ଖାଁ ଏବଂ କଟ୍ରିନାଙ୍କ ଫିଲ୍ମ ‘ଟାଇଗର-୩’ ରିଲିଜ ହେବାକୁ ଯାଉଥିବାରୁ ଉଭୟ ଟିମ୍ ମଧ୍ୟରେ ଜୋରଦାର ଟକ୍କର ଦେଖିବାକୁ ମିଳିବ ବୋଲି କୁହାଯାଉଛି।


