ରାଜନୈତିକ ହିଂସା ନେଉଛି ମୁଣ୍ଡ: ୬ ମାସରେ ଗଲାଣି ୮ ଜୀବନ

ବ୍ରହ୍ମପୁର ଅଫିସ,୧୫ା୯: ରକ୍ତରଞ୍ଜିତ ହୋଇ ଉଠିଛି ଗଞ୍ଜାମ ଜିଲା। କଥା କଥାରେ ଗାଁରେ ଖଣ୍ଡା ବୁଲି ମୁଣ୍ଡ ଗଡ଼ୁଛି। ରାଜନୀତିରେ କ୍ଷମତା ଦଖଲକୁ କେନ୍ଦ୍ରକରି ହିଂସାକାଣ୍ଡ ଘଟି ଜୀବନ ହାନି ହେଉଛି। ଗତ ପ୍ରାୟ ୬ ମାସ ମଧ୍ୟରେ ୮ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି ଏହି ହିଂସାକାଣ୍ଡରେ। କିନ୍ତୁ ପୋଲିସ ସେହି ବଡ଼ବଡ଼ିଆଙ୍କ ସମ୍ପୃକ୍ତିକୁ ଠାବ କରିପାରୁ ନ ଥିବାରୁ ସହଜରେ ସେମାନେ ଖସି ଯାଉଛନ୍ତି। ଗଞ୍ଜାମ ଜିଲା ସଦର ଥାନା ଅନ୍ତର୍ଗତ ରେଗିଡି ଛକରେ ଗତ ୧୩ ତାରିଖରେ ଘଟିଥିବା ରାଜନୈତିକ ହିଂସାକାଣ୍ଡରେ ଜଣେ ଠିକାଦାରଙ୍କ ଜୀବନ ଚାଲିଯାଇଛି। ଠିକାଦାର ଜଣକ ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଋଷିପୁର ପଞ୍ଚାୟତ ରାମସା ଗ୍ରାମର ପୂର୍ଣ୍ଣଚନ୍ଦ୍ର ନାହାକ (୪୨)। ରାଜନୈତିକ ଶତ୍ରୁତାରୁ ଏହି କାଣ୍ଡ ଘଟିଥିବା ନେଇ ମୃତକଙ୍କ ସ୍ତ୍ରୀ ମିନତୀ ନାହାକ ଅଭିଯୋଗ କରିଛନ୍ତି। ଏଥିପୂର୍ବରୁ ଗତ ଜୁନରେ ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଯାମୁନି ଗଁାରେ ଘଟିଥିବା ପୁଣି ଏକ ରାଜନୈତିକ ହିଂସାରେ ଜଣେ ଯୁବକଙ୍କ ଜୀବନ ଯାଇଥିଲା। ତାଙ୍କ ନାମ ଯୋଗେଶ ବେହେରା। ଏହି ଘଟଣାରେ ଅନ୍ୟ ଜଣେ ଯୁବକ ମଧ୍ୟ ଆହତ ହୋଇଥିଲେ। ରାଜନୈତିକ ଶତ୍ରୁତାରୁ ଏହି କାଣ୍ଡ ଘଟିଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ। ଏବେ ଅଶାନ୍ତ ହୋଇ ପଡ଼ିଛି ଗଞ୍ଜାମ ଜିଲା। ପଞ୍ଚାୟତ ନିର୍ବାଚନ ପରଠାରୁ କିଛିକିଛି ଦିନର ବ୍ୟବଧାନରେ ସଂଘର୍ଷ ଘଟୁଛି।

ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଚଷାନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମ ନିକଟ ସଉରା ପାହାଡ଼ ମୁଖ୍ୟରାସ୍ତାରେ ଏପ୍ରିଲ୍‌ ୨୩ ରାତିରେ ଦୁଇଜଣ ଯୁବ ବିଜେଡି ନେତାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ମୃତକମାନେ ଥିଲେ ଚଷାନିମଖଣ୍ଡି ପଞ୍ଚାୟତ ପାଳଝାଡ଼ି ଗ୍ରାମର ସୁଧୀରକାନ୍ତ ପାତ୍ର ଓ ସୁଦର୍ଶନ ସୁଆର। ଚଷାନିମଖଣ୍ଡି ପଞ୍ଚାୟତରେ ନିର୍ବାଚନ ଫଳାଫଳକୁ ନେଇ ହତ୍ୟାକାଣ୍ଡ ଘଟିଥିବା ପୋଲିସ ପ୍ରମାଣ ପାଇଥିଲା। ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସମେତ ୯ଜଣଙ୍କୁ ଗିରଫ କରିଥିଲା। ଏହା ପଛରେ ୫୦ହଜାର ଟଙ୍କାର ସୁପାରି କାରବାର ହୋଇଥିବା ପୋଲିସ ସ୍ପଷ୍ଟ କରିଥିଲା। ପରେ ଦିଗପହଣ୍ଡି ଥାନା ଅନ୍ତର୍ଗତ ନବରଙ୍ଗପୁର ଗ୍ରାମରେ ମେ’ ୨୯ରେ ବାବୁ ଗୌଡ଼ ନାମକ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିଲା। ଏହା ପଛରେ ମଧ୍ୟ ରାଜନେତିକ ଶତ୍ରୁତା ଥିବା ପୋଲିସ ସ୍ପଷ୍ଟ କରିଥିଲା। ଏହି ଘଟଣାରେ ପ୍ରଦୀପ ସାହୁ ନାମକ ଜଣେ ଯୁବକ ଗୁରୁତର ହୋଇଥିଲେ। ଘଟଣାର ୫ଦିନ ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହାପୂର୍ବରୁ ଫେବୃୟାରୀ ୧୮ରେ ପୋଲସରାରେ ଗୋଟାଏ ଏବଂ ମାର୍ଚ୍ଚ ୧୨ରେ ଆସିକା ଥାନା ଅଞ୍ଚଳରେ ଗୋଟାଏ ଏଭଳି ଦୁଇଟି ହତ୍ୟାକାଣ୍ଡ ଘଟିଥିଲା। ଏହି ସମସ୍ତ ଘଟଣା ପଛରେ ରାଜନୈତିକ ଗୋଷ୍ଠୀ କନ୍ଦଳ ହିଁ ମୁଖ୍ୟ କାରଣ ବୋଲି ଜଣାପଡ଼ିଥିଲା। ଜୁନ ୬ ରାତିରେ କୁକୁଡ଼ାଖଣ୍ଡି ବ୍ଲକ ମସିହା ଖାଲି ଗ୍ରାମରେ ଶୀତଳଷଷ୍ଠୀ ଯାତ୍ରା ଚାଲିଥିବା ବେଳେ ସରପଞ୍ଚ ଓ ପୂର୍ବତନ ସରପଞ୍ଚ ଗୋଷ୍ଠୀ ମଧ୍ୟରେ ହଣାକଟା ହୋଇଥିଲା। ଏହି ଘଟଣାରେ ପୂର୍ବତନ ସରପଞ୍ଚଙ୍କ ସମେତ ତାଙ୍କର ଦୁଇ ସମର୍ଥକ ଗୁରୁତର ହୋଇଥିଲେ। ଏଥିରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶାସକ ଦଳର ସରପଞ୍ଚଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ରାଜ୍ୟସ୍ତରୀୟ ବିଜ୍ଞାନ ମେଳାରେ କେ ଏମ ଭାଲିଆସାହି ଛାତ୍ରୀ, ଶୁଭେଚ୍ଛା ଜ୍ଞାପନ କରି…

ମୋହନା,୨୫ ।୧୨(ମନ୍ମଥ ମିଶ୍ର ): କେଉଁ ଆଦିମ କାଳରୁ ବିଜ୍ଞାନ ମନୁଷ୍ୟ ସମାଜର ଅଶେଷ ହିତ ସାଧନ କରି ଆସିଅଛି।ବିଜ୍ଞାନ ବିନା ସମାଜର ଉନ୍ନତିର ପରିକଳ୍ପନା...

ଅସହାୟଙ୍କୁ ସହାୟତାର ହାତ ବଢାଇଲା ନ୍ୟୁ ଲାଇଫ ମିଶନ

କେସିଙ୍ଗା,୨୫ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କୁର୍ଲୁପଡ଼ା ଗ୍ରାମର ନ୍ୟୁ ଲାଇଫ ମିଶନ ପରିସରରେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଡାଇରେକ୍ଟର ସିଆନି ହରପାଲ...

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

ପରିତ୍ୟକ୍ତ ଅବସ୍ଥାରେ ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ, ଅର୍ଥ ମଞ୍ଜୁର ହୋଇଥିଲେ ବି…

କର୍ଲାମୁଣ୍ଡା,୨୫।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡ଼ବରାଠାରେ ପରିତ୍ୟକ୍ତ ଅବସ୍ଥାରେ ରହିଛି ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ। ସରକାର ୧୯୮୮ ମସିହାରେ ଏହି ଚିକିତ୍ସାଳୟ...

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri