Posted inଜାତୀୟ

କଂଗ୍ରେସ ବିନା ବିରୋଧୀଙ୍କୁ ଏକଜୁଟ ଯୋଜନା କରୁଛନ୍ତି କେସିଆର…

ହାଇଦ୍ରାବାଦ, ୧୨।୯ : ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ(କେସିଆର) ତାଙ୍କର ରାଜନୈତିକ ଗତି ବୃଦ୍ଧି କରୁଥିବା ଦେଖାଯାଉଛି। ସେ ରବିବାର କର୍ନାଟକର ପୂର୍ବତନ ସିଏମ ଏଚଡି କୁମାରସ୍ବାମୀଙ୍କୁ ଭେଟିଥିଲେ। ପ୍ରକାଶ ଯେ, ଏହି ସମୟ ମଧ୍ୟରେ ଉଭୟ ନେତା କଂଗ୍ରେସ ବିନା ବିରୋଧୀଙ୍କୁ ଏକଜୁଟ କରିବା ପାଇଁ ଯୋଜନା କରୁଛନ୍ତି। ବିଶେଷ କଥା ହେଉଛି ଏହି ବୈଠକ ଏପରି ଏକ ସମୟରେ ଘଟିଛି ଯେତେବେଳେ ଭାରତୀୟ ଜନତା ପାର୍ଟି ଦକ୍ଷିଣ ଭାରତୀୟ ରାଜ୍ୟରେ ନିଜର ଉପସ୍ଥିତି ବଢ଼ାଇବାକୁ ଚେଷ୍ଟା କରୁଛି।

ହାଇଦ୍ରାବାଦରେ ହୋଇଥିବା ଏହି ବୈଠକରେ ଦେଶର ରାଜନୈତିକ ପରିସ୍ଥିତି ଉପରେ ଆଲୋଚନା କରାଯାଇଥିଲା। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ବିରୋଧୀ ଏକତା ଗଠନରେ ରାଓଙ୍କ ଭୂମିକା ବିଷୟରେ ଦୁଇ ନେତା ଆଲୋଚନା କରିଥିଲେ। ତେଲେଙ୍ଗାନା ରାଷ୍ଟ୍ର ସମିତିର ଜଣେ କାର୍ଯ୍ୟକର୍ତ୍ତା କହିଛନ୍ତି ଯେ ଅଣ କଂଗ୍ରେସ ବିକଳ୍ପ ପାଇଁ ଦେଶର ଲୋକମାନେ ପ୍ରସ୍ତୁତ ଅଛନ୍ତି ଏବଂ ଭାଜପାର ମୁକାବିଲା ପାଇଁ ଆଞ୍ଚଳିକ ଦଳମାନଙ୍କୁ ଏକାଠି ହେବାକୁ ପଡ଼ିବ।

ରବିବାର ରାଓ ଜାତୀୟ ଦଳ ଆରମ୍ଭ କରିବାକୁ ଘୋଷଣା କରିଛନ୍ତି। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ବିବୃତ୍ତି ଅନୁଯାୟୀ ବୁଦ୍ଧିଜୀବୀ, ଅର୍ଥନୀତିଜ୍ଞ ଏବଂ ବିଶେଷଜ୍ଞଙ୍କ ସହ ଦୀର୍ଘ ଦିନ ଧରି ଆଲୋଚନା ପରେ ଜାତୀୟ ଦଳ ଗଠନ ଘୋଷଣା କରାଯାଇଛି। ଖୁବ ଶୀଘ୍ର ଏକ ଜାତୀୟ ଦଳ ଗଠନ ହେବ ଏବଂ ନୀତି ପ୍ରସ୍ତୁତ ହେବ ବୋଲି କେସିଆର କହିଛନ୍ତି। ୨୦୨୩ ମସିହାରେ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହା ପୂର୍ବରୁ କେସିଆର ପ୍ରସ୍ତୁତି ଆରମ୍ଭ କରିଛନ୍ତି।

ଗତ କିଛି ମାସ ମଧ୍ୟରେ କେସିଆର ବିରୋଧୀ ଦଳର ଅନେକ ନେତାଙ୍କୁ ଭେଟିଛି। ଏହି ସମୟରେ ସେ ଦିଲ୍ଲୀ, ଚଣ୍ଡିଗଡ଼, ବେଙ୍ଗାଲୁରୁର ଏବଂ ବିହାରରେ ମଧ୍ୟ ପହଞ୍ଚିଥିଲେ। ସେ କୁମାରସୱାମୀଙ୍କଠାରୁ ମଧ୍ୟ ସମର୍ଥନ ପାଇଛନ୍ତି। ସେ କହିଛନ୍ତି ଯେ କଂଗ୍ରେସ ଭାଜପାର ବିକଳ୍ପ ହେବା ପାଇଁ ଯଥେଷ୍ଟ ଶକ୍ତିଶାଳୀ ନୁହେଁ ଏବଂ ଲୋକମାନେ ଏହାର ନେତୃତ୍ୱ ଉପରେ ବିଶ୍ୱାସ ହରାଇଛନ୍ତି।

ନିକଟରେ ବିହାରରେ ପହଞ୍ଚିଥିବା କେସିଆର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କ ସହ ଆଲୋଚନା କରିଥିଲେ। ସେ ବାମପନ୍ଥୀ ଦଳର ସମର୍ଥନ ପାଇବାକୁ ମଧ୍ୟ ଚେଷ୍ଟା କରୁଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ପ୍ରଥମ ପତ୍ନୀଙ୍କ ପରଲୋକର ୭ ବର୍ଷ ପରେ ବିବାହ କଲେ ଏହି କ୍ରିକେଟର, ଦ୍ୱିତୀୟ ପତ୍ନୀଙ୍କ ବୟସ ଜାଣିଲେ…

ଲଣ୍ଡନ,୨୩।୧୨: ଫୁସଫୁସ କର୍କଟ ରୋଗରେ ପ୍ରଥମ ପତ୍ନୀଙ୍କ ମୃତ୍ୟୁର ପ୍ରାୟ ସାତ ବର୍ଷ ପରେ, ପୂର୍ବତନ ଇଂଲଣ୍ଡ ଅଧିନାୟକ ଆଣ୍ଡ୍ରୁ ଷ୍ଟ୍ରସ ପୁନଃବିବାହ କରିଛନ୍ତି। ଷ୍ଟ୍ରସ...

ରାଜ୍ୟ ସଭାରେ ବଦଳିବ ନମ୍ବର ଗେମ, ୨୦୨୬ରେ ୭୫ ଆସନରେ ହେବ ନିର୍ବାଚନ

ନୂଆଦିଲ୍ଲୀ,୨୩।୧୨: ୨୦୨୬ ମସିହାରେ ସାରା ଦେଶରେ ବଡ଼ ଧରଣର ନିର୍ବାଚନ ହେବାର କାର୍ଯ୍ୟକ୍ରମ ରହିଛି। କେରଳ, ତାମିଲନାଡୁ, ଆସାମ ଏବଂ ପଶ୍ଚିମବଙ୍ଗ ଭଳି ପ୍ରମୁଖ ରାଜ୍ୟରେ...

ନିଜ ସରକାରଙ୍କୁ ଚେତାବନୀ ଦେଲେ ଭାଜପା ବିଧାୟକ

ଜୟପୁର,୨୩।୧୨: ରାଜସ୍ଥାନ ଯୋଧପୁରର ସୁରସାଗର ନିର୍ବାଚନମଣ୍ଡଳୀର ଭାଜପା ବିଧାୟକ ଦେବେନ୍ଦ୍ର ଯୋଶୀଙ୍କ ଏକ ବୟାନ ଏବେ ଶିରୋନାମାରେ ପରିଣତ ହେଉଛି। ତାଙ୍କ ବୟାନ ପରେ ବିରୋଧୀ...

ହେବକି ତୃତୀୟ ବିଶ୍ବଯୁଦ୍ଧ, ଆମେରିକା ନିର୍ମାଣ କରୁଛି ସବୁଠି ଘାତକ ଯୁଦ୍ଧଜାହାଜ

ନୂଆଦିଲ୍ଲୀ,୨୩।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯେକୌଣସି ପରିସ୍ଥିତିରେ ରେକର୍ଡ ପରେ ରେକର୍ଡ କରିବାକୁ ଚାହାନ୍ତି । ଏହି ଲକ୍ଷ୍ୟରେ ଟ୍ରମ୍ପ ପ୍ରାୟତଃ ନାର୍ସିସିଜିମର ଚରମ...

ଦକ୍ଷିଣ ଏସିଆ ପିଲାଙ୍କ ବିକାଶରେ ବାଧକ ଜଳବାୟୁ ପରିବର୍ତ୍ତନ

ନୂଆଦିଲ୍ଲୀ,୨୩ା୧୨: ଜଳବାୟୁ ପରିବର୍ତ୍ତନ ଯୋଗୁ ଉତ୍ତାପ ଏବଂ ଆର୍ଦ୍ରତା ବଢ଼ୁଥିବାବେଳେ ଏହା ଦକ୍ଷିଣ ଏସୀୟ ପିଲାମାନଙ୍କ ଉପଯୁକ୍ତ ବିକାଶକୁ ପ୍ରଭାବିତ କରୁଛି। ୨୦୫୦ ସୁଦ୍ଧା ଉପଯୁକ୍ତ...

ଆମେରିକାରେ ପ୍ରବାସୀଙ୍କୁ ବଡ଼ ଅଫର!

ଓ୍ବାଶିଂଟନ,୨୩।୧୨: ଆମେରିକାର ଗୃହ ସୁରକ୍ଷା ବିଭାଗ (DHS) ଅବୈଧ ପ୍ରବାସୀମାନଙ୍କ ପାଇଁ ଆତ୍ମ-ନିର୍ବାସ ପାଇଁ ଆର୍ଥିକ ପ୍ରୋତ୍ସାହନ ୧୦୦୦ ଡଲାରରୁ ୩୦୦୦ ଡଲାରକୁ ବୃଦ୍ଧି କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri