Posted inଖେଳ

ଆଜି ଭାରତ-ପାକିସ୍ତାନ ମୁକାବିଲା

ଦୁବାଇ,୪।୯: ଏସିଆ କପ୍‌ ଟି୨୦ କ୍ରିକେଟରେ ରବିବାର ପାକିସ୍ତାନ ବିପକ୍ଷରେ ସୁପର-୪ ମ୍ୟାଚ୍‌ ଖେଳିବ ଭାରତ। ଲିଗ୍‌ ପର୍ଯ୍ୟାୟରେ ଭାରତ ଅପରାଜେୟ ରହି ସୁପର୍‌-୪ରେ ପ୍ରବେଶ କରିଥିବା ବେଳେ ହଂକଂ ବିପକ୍ଷରେ ବୃହତ ବିଜୟ ସହିତ ପାକିସ୍ତାନ ଦଳ ପ୍ରବେଶ କରିଥିଲା। ତେବେ ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ଲିଗ୍‌ ମ୍ୟାଚକୁ ୫ ଉଇକେଟ ଓ ୨ଟି ବଲ୍‌ ବାକିଥାଇ ଜିତି ନେଇଥିଲା ଭାରତ। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଲରାଉଣ୍ଡ ସଫଳତା ବଳରେ ଭାରତ ସଂଘର୍ଷପୂର୍ଣ୍ଣ ଏନକାଉଣ୍ଟର ଜିତିଥିଲା। ତେବେ ସୁପର-୪ର ମ୍ୟାଚ ପୂର୍ବରୁ ଭାରତୀୟ ଟପ୍‌ ଅର୍ଡର ଉପରେ ସଭିଙ୍କ ନଜର ରହିବ। ଭାରତୀୟ ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନ୍‌ ବିସ୍ଫୋରକ ବ୍ୟାଟିଂ କରିବାରେ ଅସମର୍ଥ ରହିବା ସହିତ ପାଓ୍ବାର ପ୍ଲେ ଓଭରରେ ଦ୍ରୁତ ରନ୍‌ ସଂଗ୍ରହ କରି ପାରୁନାହାନ୍ତି। ଲୋକେଶ ରାହୁଲ ପ୍ରତ୍ୟାବର୍ତ୍ତନ କରୁଥିବା କାରଣରୁ ଏହା ତାଙ୍କ ପାଇଁ ସ୍କୋରିଂ ଏତେଟା ସହଜ ରହୁନାହିଁ ମାତ୍ର ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ବ୍ୟାଟ ମଧ୍ୟ ନୀରବ ରହୁଛି। ଅଲରାଉଣ୍ଡର ରବନ୍ଦ୍ର ଜାଡେଜା ଆହତ ହୋଇ ଟୁର୍ନାମେଣ୍ଟରୁ ବାଦ ପଡିବା ଭାରତ ପାଇଁ ଆଉ ଏକ ବଡ ସମସ୍ୟା ସୃଷ୍ଟି କରିଛି। ଏହା ଭାରତୀୟ ଦଳର କମ୍ବିନେସନ ବିଗାଡିପାରେ। ଜାଡେଜାଙ୍କ ବଦଳ ଖେଳାଳି ଭାବରେ ଭାରତୀୟ ଦଳରେ ସ୍ଥାନ ପାଇଥିବା ଅକ୍ଷର ପଟେଲ ଏହି ମ୍ୟାଚ ଖେଳି ପାରନ୍ତି। ତେବେ ଅକ୍ଷର ନିମ୍ନକ୍ରମରେ ଜଣେ ଭଲ ବ୍ୟାଟ୍ସମ୍ୟାନ ହୋଇଥିଲେ ହେଁ ତାଙ୍କୁ ୪-୫ ନମ୍ବରରେ ଖେଳାଇବା ବୁମେରାଙ୍ଗ ସାବ୍ୟସ୍ତ ହୋଇପାରେ। ସେହିପରି ରିଷଭ ପନ୍ତ ଓ ଦୀନେଶ କାର୍ତ୍ତିକଙ୍କ ମଧ୍ୟରୁ କିଏ ଚୂଡାନ୍ତ ଏକାଦଶରେ ସ୍ଥାନ ପାଇବେ ତାହାକୁ ନେଇ ମଧ୍ୟ ଆଶଙ୍କା ଲାଗି ରହିଛି। ପାକିସ୍ତାନ ବିପକ୍ଷ ଲିଗ୍‌ ମ୍ୟାଚରେ ପନ୍ତ ଖେଳିନଥିବା ବେଳେ ଏହ ମ୍ୟାଚର ଚୂଡାନ୍ତ ଏକାଦଶ ନିର୍ଦ୍ଧାରଣ କରିବା ରାହୁଲ ଡ୍ରାଭିଡ୍‌-ରୋହିତ ଶର୍ମାଙ୍କ ପାଇଁ ଚିନ୍ତାର କାରଣ ହେବ। ସେହିପରି ଭାରତ ପାଇଁ ଆଉ ଏକ ଚିନ୍ତାର କାରଣ ହେଉଛି ପେସ୍‌ ବୋଲିଂ। ଭୁବନେଶ୍ୱର ଓ ଅର୍ଶଦୀପ ସିଂଙ୍କ ବୋଲିଂ ଆକ୍ରମଣ ବେଶ ଶକ୍ତିଶାଳୀ ହୋଇଥିବା ବେଳେ ତୃତୀୟ ପେସର୍‌ ଆଭେଶ ଖାନ୍‌ ନିହାତି ସାଧାରଣ ବୋଲିଂ କରିଛନ୍ତି। ଓପନିଂ ଯୋଡି ପରିବର୍ତ୍ତନର ବିକଳ୍ପ ରହିଥିବା ବେଳେ ଆଭେଶ୍‌ ଖାନଙ୍କ ସ୍ଥାନରେ ଭାରତ ଦୀପକ ହୁଦା କିମ୍ବା ଆର. ଅଶ୍ୱିନଙ୍କୁ ସାମିଲ କରିପାରେ। ଦୁବାଇର ଧୀମା ଟ୍ରାକରେ ଉଭୟଙ୍କ ମଧ୍ୟରୁ ଜଣେ ଖେଳିଲେ ଭାରତକୁ ଏହାର ଫାଇଦା ମିଳିପାରିବ। ପାକିସ୍ତାନର ଟପ୍‌ ଅର୍ଡରରେ ୨ ଜଣ ବାମହାତୀ ଖେଳାଳି ରହିଥିବାରୁ ଅଫ୍‌ ସ୍ପିନର ଅଶ୍ୱିନ୍‌ ଓ ହୁଦାଙ୍କ ମଧ୍ୟରୁ ଜଣଙ୍କୁ ସାମିଲ କରାଗଲେ ଭାରତକୁ ଏହାର ଫାଇଦା ମିଳିପାରିବ। ଭୁବନେଶ୍ୱର କୁମାର ଓ ହାର୍ଦ୍ଦିକ ପାଣ୍ଡ୍ୟା ଭାରତୀୟ ବୋଲିଂର ନେତୃତ୍ୱ ନେବେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri