ଶିଳାନ୍ୟାସକୁ ୩ ବର୍ଷ ବିତିଲା, ଫଳକରେ ଅଟକିଛି ପ୍ରକଳ୍ପ

ପଟ୍ଟାମୁଣ୍ଡାଇ, ୩୧ା୮ (ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌର ପରିଷଦ ବୁଧବାର ସ୍ବାୟତ୍ତ ଶାସନ ଦିବସ ପାଳିବ। ଏହି ଦିବସକୁ ଦୃଷ୍ଟିରେ ରଖି ବିଧାୟକ, ପ୍ରଶାସନିକ ଅଧିକାରୀ ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଞ୍ଚଳରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ। ଏ ନେଇ ପୌର ପରିଷଦ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ହେଲେ ୩ବର୍ଷ ତଳେ ଶିଳାନ୍ୟାସ ହୋଇଥିବା ପ୍ରକଳ୍ପଗୁଡିକର କାର୍ଯ୍ୟ ହୋଇନାହିଁ। ବିଭିନ୍ନ ସ୍ଥାନରେ କେବଳ ଫଳକଗୁଡିକ ଶୋଭା ମଣ୍ଡନ କରୁଛି। ଏହାକୁ ନେଇ ପୌରାଞ୍ଚଳର ଅଧିବାସୀ କହିଛନ୍ତି, କାମ ହେବାର ନଁା ଗନ୍ଧ ନାହିଁ କି କେହି ଲୋକ ଉପକୃତ ହେଉନାହାନ୍ତି। ଏହାକୁ ବୁଦ୍ଧିଜୀବୀମାନେ ନାପସନ୍ଦ କରିଛନ୍ତି।
ସାମାଜିକ କର୍ମୀ ବିଜୟ କେତନ ସ୍ବାଇଁ କହିଛନ୍ତି, ପଟ୍ଟାମୁଣ୍ଡାଇ ପୌରପରିଷଦ ବୁଧବାର ସ୍ବାୟତ୍ତ ଶାସନ ଦିବସ ପାଳିବା ସହ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ହେବ। ପରବର୍ତ୍ତୀ ସମୟରେ ଶିଳାନ୍ୟାସ କେଉଁଠି ଫଳକରେ ଦୀର୍ଘବର୍ଷ ହେବ ଝୁଲି ରହିବ ତ ଆଉ କେଉଁଠି ଅଧାପନ୍ତରିଆ ଭାବେ କାମ ପରିଷଦର ନାଲିଫିତା ତଳେ ଚାପି ହୋଇ ରହିଯିବ। ପରିତାପର ବିଷୟ, ୨୦୧୯ରେ ପଟ୍ଟାମୁଣ୍ଡାଇ ପୌରପରିଷଦରେ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ କରାଯାଇଥିଲା। ଯେଉଁସବୁ ପ୍ରକଳ୍ପର ଶିଳାନ୍ୟାସ କରାଯାଇ ସହରବାସୀଙ୍କୁ ପୌର ପରିଷଦ ସ୍ବପ୍ନ ଦେଖାଇଥିଲା, ସେଥିମଧ୍ୟରୁ ଅନେକ ପ୍ରକଳ୍ପ କେବଳ ଫଳକ ପୋତାରେ ରହିଯାଇଛି। ଯେଉଁ ହାତଗଣତି କେତୋଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି, ସେସବୁ ବ୍ୟବହାର ଉପଯୋଗୀ ହୋଇନାହିଁ। ତେଣୁ ସ୍ବାୟତ୍ତ ଶାସନ ଦିବସ ପାଳନକୁ ନେଇ ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ଲୋକଙ୍କ ଆଗ୍ରହ ନାହିଁ ବୋଲି ଚର୍ଚ୍ଚା ହେଉଛି। ସେହିଭଳି ସାମାଜିକ କର୍ମୀ ସଞ୍ଜୟ ପଣ୍ଡା କୁହନ୍ତି, ୨୦୧୯ ସ୍ବାୟତ୍ତ ଶାସନ ଦିବସ ଅବସରରେ ୭୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ କଚେରି ପୋଖରୀ ପୁନରୁଦ୍ଧାର କାର୍ଯ୍ୟର ଶୁଭ ଦିଆଯାଇଥିବାବେଳେ ତାହାର ଅଗ୍ରଗତି ହେଉନାହିଁ। ପଟ୍ଟାମୁଣ୍ଡାଇ ସହରର ଉଠାଦୋକାନୀମାନଙ୍କୁ ଉପଯୁକ୍ତ ଥଇଥାନ କରିବାକୁ ୧ କୋଟି ୨୦ ଲକ୍ଷ ଟଙ୍କା ବ୍ୟୟରେ ମହାବୀର ବଜାରଠାରେ ଭେଣ୍ଡିଂ ଜୋନର ଶୁଭ ପଡିଥିଲା। ସେହିପରି ପୌରାଞ୍ଚଳର ଲୋକମାନଙ୍କୁ ଅତ୍ୟାଧୁନିକ ସେବା ଯୋଗାଇ ଦେବାକୁ ୧ କୋଟି ଟଙ୍କା ବ୍ୟୟରେ ବାଲିପଡାଠାରେ ସ୍ମାର୍ଟ ଶ୍ମଶାନ ଗୃହର ଶିଳାନ୍ୟାସ କରାଯାଇଥିଲା। ସେହିପରି ୧ କୋଟି ଟଙ୍କା ବ୍ୟୟରେ ମଲ୍ଟି ଷ୍ଟୋରେଡ ମାର୍କେଟ କମ୍ପ୍ଲେକ୍ସ ଓ ଯଜ୍ଞ ପଡିଆର ଉନ୍ନତୀକରଣ କାର୍ଯ୍ୟର ଶୁଭ ଦିଆଯାଇଥିଲା। ଭିତ୍ତିପ୍ରସ୍ତର ଫଳକରେ ବିଧାୟକଙ୍କ ସମେତ ଅନ୍ୟ ବ୍ୟକ୍ତି ବିଶେଷଙ୍କ ନାମ ଥିଲା। ଦୋକାନୀମାନେ ଉପକୃତ ହେବା ଲାଗି ଏହି ପ୍ରକଳ୍ପର ଭିତ୍ତିପ୍ରସ୍ତର ପଡ଼ିଥିଲା। କିନ୍ତୁ ୩ ବର୍ଷ ପରେ ଉକ୍ତ ଫଳକ ଭାଙ୍ଗିରୁଜି ଗଲାଣି ପଛେ ଇଟା ଖଣ୍ଡେ ପଡ଼ିପାରିଲା ନାହିଁ। ଯଜ୍ଞ ପଡିଆ ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ ହୋଇ ପଡିରହିଛି। ପ୍ରତିବର୍ଷ ସ୍ବାୟତ୍ତ ଶାସନ ଦିବସ ଆସୁଛି ଓ ବ୍ୟବସାୟୀମାନେ ଏହି ପ୍ରକଳ୍ପ କଥା ମନେ ପକାଉଛନ୍ତି ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ପଟ୍ଟାମୁଣ୍ଡାଇ ପୌରନିର୍ବାହୀ ଅଧିକାରୀ ସମ୍ପଦ କୁମାର ସ୍ବାଇଁଙ୍କୁ ପଚାରିବାରେ ୨ବର୍ଷ କାଳ କରୋନା ଲାଗି କାମ ବିଳମ୍ବ ହୋଇଥିଲା। ଯେଉଁ ପ୍ରକଳ୍ପଗୁଡିକର ଶିଳାନ୍ୟାସ କରାଯାଇଥିଲା ସେଗୁଡିକ ଖୁବ୍‌ଶୀଘ୍ର କାମ ଶେଷ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସ ଛାଡ଼ିଲେ ଦୁଲାଲ

ଭୁବନେଶ୍ୱର,୨୯ା୪: କଂଗ୍ରେସରୁ ସୋମବାର ଇସ୍ତଫା ଦେଇଛନ୍ତି ଦୁଲାଲ ପ୍ରଧାନ। ରବିବାର ଦୁଲାଲଙ୍କଠାରୁ ତାଙ୍କ ଟିକେଟ୍‌ ଫେରାଇ ନେବା ପରେ ସେ ଦଳ ଛାଡ଼ିଛନ୍ତି। ଦୁଲାଲ ତାଙ୍କର...

ସହରରେ ବୃଦ୍ଧିପାଉଛି ଜଳ ଅପବ୍ୟବହାର

ରାଉରକେଲା,୨୯ା୪(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସହରର ଜୀବନରେଖା କୁହାଯାଉଥିବା ବ୍ରାହ୍ମଣୀ, ଶଙ୍ଖ ଓ କୋଏଲ୍‌ ନଦୀର ପରିସୀମା ଦିନକୁଦିନ ସଙ୍କୁଚିତ ହେବାରେ ଲାଗିଛି। ଏହାର ପ୍ରଭାବ...

ଚାଷୀ ଭୋଟ ଉପରେ ସଭିଙ୍କ ନଜର

ବରଗଡ଼,୨୯ା୪(ପ୍ରେମାନନ୍ଦ ଖମାରୀ): ଆସନ୍ତା ମେ ୨୦’ରେ ବରଗଡ଼ ଜିଲାରେ ସାଧାରଣ ନିର୍ବାଚନକୁ ନେଇ ମତଦାନ ହେବ। ଅନ୍ୟପଟେ ସେହି ମାସ ୧୦ ତାରିଖରୁ ବରଗଡ଼ ସମେତ...

ଘାଟିରୁ ଖସିଲା ପେପର ରୋଲ୍‌ ବୋଝେଇ ଟ୍ରକ୍‌: ଡ୍ରାଇଭର, ହେଲପର ଆହତ

ଖଲ୍ଲିକୋଟ,୨୯ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବଡ଼ଘାଟିରେ ସୋମବାର ଭାରସାମ୍ୟ ହରାଇ ୫୦ଫୁଟ ତଳକୁ ଏକ...

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବର୍ଷା, ବାପାଙ୍କ ସମାଧିପୀଠରେ ପୂଜାର୍ଚ୍ଚନା କରି ହେଲେ ଭାବବିହ୍ବଳ

ପଦ୍ମପୁର,୨୯ା୪(ପ୍ରଦୀପ୍ତ ଦାଶ): ସୋମବାର ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା ତାଙ୍କ ନାମାଙ୍କନପତ୍ର ଦାଖଲ କରିବା କାର୍ଯ୍ୟକ୍ରମ ରହିଥିବାବେଳେ ସକାଳୁ ସକାଳୁ ପଦ୍ମପୁରସ୍ଥିତ...

ଉପକୂଳ ଓଡ଼ିଶାରେ ବହିବ ସାମୁଦ୍ରିକ ଝଡ଼

ଭୁବନେଶ୍ୱର,୨୯ା୪: ସୋମବାର ସକାଳ ସାଢ଼େ ୮ଟା ସୁଦ୍ଧା ବିଭିନ୍ନ ସ୍ଥାନର ତାପମାତ୍ରା ରେକର୍ଡ କରାଯାଇଛି। ବାରିପଦାରେ ତାପମାତ୍ରା ୩୬ ଡିଗ୍ରୀ ଥିବା ବେଳେ ବାଲେଶ୍ୱରରେ ୩୬,...

ପଖାଳକୁ ଭାରି ପଡ଼ିଲାଣି ପିଆଜ, ଆଳୁ

ବଲାଙ୍ଗୀର,୨୯ା୪(ବୀରେନ୍ଦ୍ର କୁମାର ଝାଙ୍କର): ପ୍ରଚଣ୍ଡ ଖରାରେ ତାପମାତ୍ରା ବୃଦ୍ଧି ଏବେ ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଇଛି। ଏତିକି ବେଳେ ଆଳୁ, ପିଆଜ ଏବଂ ପନିପରିବା ଦରବୃଦ୍ଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri