‘ବିରାଟଙ୍କ ଡିପ୍ରେସନ୍‌ ପାଇଁ ଅନୁଷ୍କା ଦାୟୀ’

ଅଭିନେତା କମଲ ରସିଦ ଖାନ ଓରଫ୍‌ କେଆରକେ ପ୍ରାୟତଃ ସୋସିଆଲ ମିଡିଆରେ କିଛି ପ୍ରସଙ୍ଗରେ ନିଜର ମତ ପ୍ରକାଶ କରି ଚର୍ଚ୍ଚାରେ ରହିଥାନ୍ତି। ସେ କେବଳ ବଲିଉଡ ତାରକାଙ୍କ ଗୋଡ ଟାଣନ୍ତି ନାହିଁ, ବେଳେବେଳେ ବିଭିନ୍ନ କ୍ଷେତ୍ରରେ ପରିଚିତ ଲୋକଙ୍କ ବିଷୟରେ ସେ ନିଜ ମତ ଦିଅନ୍ତି। ଆଜି ଭାରତ ଓ ପାକିସ୍ତାନ ମ୍ୟାଚ ପୂର୍ବରୁ କେଆରକେ ବିରାଟ କୋହଲିଙ୍କୁ ଟାର୍ଗେଟ କରିଛନ୍ତି। ଦଳରେ ବିରାଟ କୋହଲିଙ୍କ ଚୟନ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି।
କେଆରକେ ପ୍ରଥମେ ଅନୁଷ୍କା ଏବଂ ବିରାଟଙ୍କ ଉପରେ ଏକ ଟୁଇଟ୍‌ କରି କହିଛନ୍ତି, ‘ବିରାଟ କୋହଲି ହେଉଛନ୍ତି ଭାରତର ପ୍ରଥମ କ୍ରିକେଟର, ଯାହାର ଅବସାଦ ସମସ୍ୟା ରହିଛି। ଜଣେ ଅଭିନେତ୍ରୀଙ୍କୁ ବିବାହ କରିବାର ଏହା ହେଉଛି ଫଳାଫଳ। ଅନୁଷ୍କା ବର୍ତ୍ତମାନ ଏହି କଥାକୁ ତାଙ୍କ ମନରେ ନେବା ଉଚିତ୍‌ ଯେ ବିରାଟଙ୍କର ଡିପ୍ରେସନର ସମସ୍ୟା ଅଛି। ଯଦି ବିରାଟଙ୍କ ଡିପ୍ରେସନ ସମସ୍ୟା ଥିବା ସେ ନିଜେ କହୁଛନ୍ତି, ତେବେ ତାଙ୍କୁ କାହିଁକି ଏସିଆ କପ୍‌ ଦଳରେ ଚୟନ କରାଗଲା। କ’ଣ ଚୟନକର୍ତ୍ତା ବି ଡିପ୍ରେସନ୍‌ର ଶିକାର ଅଛନ୍ତି କି ବୋଲି ସେ ପ୍ରଶ୍ନ କରିଛନ୍ତି।


କେଆରକେ କେବଳ ଏତିକିରେ ଅଟକି ନ ଥିଲେ, ସେ ଆଉ ଏକ ଟୁଇଟ କରି ଲେଖିଥିଲେ- ଉତ୍ତର ଭାରତର ଜଣେ ଶକ୍ତିଶାଳୀ ବ୍ୟକ୍ତି (ବିରାଟ କୋହଲି) କିପରି ଡିପ୍ରେସନର ଶିକାର ହେଲେ। ତେବେ ସୋସିଆଲ ମିଡିଆରେ ବହୁ ସମାଲୋଚନା ପରେ କେଆରକେ ଏହି ଟୁଇଟ୍‌ ସବୁ ଡିଲିଟ କରିଦେଇଛନ୍ତି।


ସୂଚନାଯୋଗ୍ୟ, ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲି କିଛି ଦିନ ହେବ ଖରାପ ଫର୍ମ ଦେଇ ଗତି କରୁଛନ୍ତି। ଏଥିପାଇଁ ତାଙ୍କୁ ସମାଲୋଚନା କରାଯାଉଛି। ନଭେମ୍ବର ୨୦୧୯ ଠାରୁ କୋହଲି ଅନ୍ତର୍ଜାତୀୟ କ୍ରିକେଟରେ ଶତକ ହାସଲ କରିନାହାଁନ୍ତି। ଗତ ମାସରେ ଇଂଲଣ୍ଡ ବିପକ୍ଷ ସିରିଜ ପରେ ସେ ବିରତି ନେଇଥିଲେ। ଏବେ ବିରାଟ ଟିମ ଇଣ୍ଡିଆକୁ ଫେରିଛନ୍ତି। ସେ ଏସିଆ କପରେ ରନ ସ୍କୋର କରିବାକୁ ପ୍ରସ୍ତୁତ ଅଛନ୍ତି। ନିକଟରେ ବିରାଟ କୋହଲି ଏକ ସାକ୍ଷାତକାରରେ ନିଜ ଡିପ୍ରେସନକୁ ନେଇ କହିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

୫ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ: ବାନ୍ଧିଲା ପୋଲିସ

ବାରିପଦା,୨୭ା୧୨: ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ଶିକ୍ଷକ। ଏପରି ଏକ ନିନ୍ଦନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲା-ଝାରପୋଖରିଆ ଥାନା...

ସଲମାନଙ୍କ ଜନ୍ମଦିନରେ ଏମିତି କହି ଶୁଭେଚ୍ଛା ଜଣାଇଲେ କ୍ୟାଟ୍ରିନା

ବଲିଉଡ ସୁପରଷ୍ଟାର ସଲମାନ ଖାନ ୬୦ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ଅନେକ ବଲିଉଡ ସେଲିବ୍ରିଟି ମଧ୍ୟ...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ମହିଳାଙ୍କୁ ICMRର ଚେତାବନୀ, ସ୍ତନ କର୍କଟ ପାଇଁ କେବଳ…

ନୂଆଦିଲ୍ଲୀ,୨୭।୧୨: ଭାରତରେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ICMR ର ଏକ ଅଧ୍ୟୟନ ଅନୁଯାୟୀ, ନିରାମିଷ ଖାଦ୍ୟ, ଖରାପ ନିଦ୍ରା...

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

ନୂଆବର୍ଷରୁ ବଢିଯିବ ଏସବୁ ଗାଡିର ଦାମ୍‌, କମ୍ପାନୀଗୁଡିକର ବଡ଼ ଘୋଷଣା, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୨୭।୧୨: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ଭାରତରେ କାର୍‌ କିଣିବାକୁ ଯୋଜନା କରୁଥିବା ଲୋକଙ୍କୁ ଟିକେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ। ପ୍ରକୃତରେ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri