ନିର୍ଯାତନାକୁ ନେଇ ଧାରଣା ଦେବା ଘଟଣା: ଶାଶୁଙ୍କ ସନ୍ଦେହଜନକ ମୃତ୍ୟୁ, ବୋହୂ ଫେରାର

ଗଞ୍ଜାମ,୨୮।୮(ଡି.ଏନ୍‌.ଏ.): ଗଞ୍ଜାମ ଥାନା ଅନ୍ତର୍ଗତ ୱାର୍ଡ ନଂ ୩ ମଧ୍ୟଖଣ୍ଡ ସାହିରେ ଶାଶୁଘର ସମ୍ମୁଖରେ ବୋହୂ ଧାରଣା ଦେବା ଘଟଣା ନୂଆମୋଡ ନେଇଛି। ଏଠାରେ ରହୁଥିବା ନାରାୟଣ ପଣ୍ଡା ଓ ତାଙ୍କ ପରିବାର ନିର୍ଯାତନା ଦେଉଥିବା ଅଭିଯୋଗରେ ବୋହୂ ତନ୍ମୟୀ ପଣ୍ଡା ଶାଶୁଘର ସମ୍ମୁଖରେ ଶନିବାର ଧାରଣା ଦେଇଥିଲେ l ହେଲେ ରବିବାର ସକାଳେ ତନ୍ମୟୀଙ୍କ ଶାଶୁ ସୁଷମା ପଣ୍ଡାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିବା ଜଣାପଡିଛି l ଏନେଇ ପୋଲିସ ଖବର ପାଇ ତଦନ୍ତ ଜାରି ରଖିଛି। ଅପରପକ୍ଷେ ଶାଶୁଙ୍କ ମୃତ୍ୟୁ ଖବର ପାଇ ବୋହୂ ଧାରଣାସ୍ଥଳରୁ ଫେରାର ହୋଇଯାଇ ଥିବା ଜଣାପଡିଛି ।
ପଡୋଶୀଙ୍କ କହିବା ମୁତାବକ, ସକାଳ ସାଢେ ୫ଟାରେ ସୁଷମା ଅସୁସ୍ଥ ଅନୁଭବ କରିବାରୁ ପରିବାରଲୋକେ ତାଙ୍କୁ ଏକ ଅଟୋ ଯୋଗେ ବ୍ରହ୍ମପୁର ମେଡିକାଲ ନେଇଥିଲେ । ହେଲେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ବୋହୂଙ୍କ ଧାରଣା ପରେ ଲୋକ ଲଜ୍ଜା ସହି ନ ପାରି ସେ କିଛି ବିଷ ପାନ କରିଦେଇଥିବା କୁହାଯାଉଛି। ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅବ୍ୟବସ୍ଥା ଘେରରେ ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଡାକ୍ତରଙ୍କ ମରୁଡି, କାମରେ ଆସୁନି …

ମୋହନା,୧। ୧(ମନ୍ମଥ ମିଶ୍ର): କେନ୍ଦ୍ର ଓ ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବା ପାଇଁ କୋଟି କୋଟି ଟଙ୍କା ପାଣି ଭଳିଆ ଖର୍ଚ୍ଚ କରି ଚାଲିଛନ୍ତି। କିନ୍ତୁ...

ନାତୁଣୀଙ୍କୁ ଦୁର୍ବବ୍ୟହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନ୍ୟାସୀ ଗୌଡ଼(୬୫)ଙ୍କୁ ଗୁରୁବାର ସକାଳ...

ଗଞ୍ଜାମ ଜିଲା ଭାଜପା  ସମ୍ପାଦକ ଭାବେ ମନୋନୀତ ହେଲେ ଦୁର୍ଯ୍ୟୋଧନ ରେଡ୍ଡି, ଗୁରୁ ଦାୟିତ୍ୱ ମିଳିବା ପରେ…

ଗଞ୍ଜାମ,୧।୧(ବିଦ୍ୟାଧର ସାହୁ /ଦିଲ୍ଲୀପ ସାମଲ): ଭାରତୀୟ ଜନତା ପାର୍ଟି(ଭାଜପା) ଗଞ୍ଜାମ ଜିଲା ସମ୍ପାଦକ ଭାବେ ଏନ୍‌ ଦୁର୍ଯ୍ୟୋଧନ ରେଡ୍ଡି (ପିତୁ ଭାଇ)ଙ୍କୁ ମନୋନୀତ କରିଛି ।...

ନୂଆବର୍ଷରେ କର୍ମୀଙ୍କ ବ୍ୟାନର ଓ୍ବାର, ନୂଆନୂଆ ଚେହେରା ଦେଖି…

ଧର୍ମଶାଳା,୧ା୧(ଶିବପ୍ରସାଦ ମହାନ୍ତି): ବିଦାୟ ନେଇଛି ବର୍ଷ ୨୦୨୫, ଆରମ୍ଭ ହୋଇଛି ନବବର୍ଷ ୨୦୨୬। ଏଥିପାଇଁ ଅନେକ ପ୍ରସ୍ତୁତି ମଧ୍ୟ ହୋଇଛି। ସବୁଠି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ...

ନୂଆ ରେକର୍ଡ କଲା ନନ୍ଦନକାନନ: ବୁଲିଲେ ୪୦ ଲକ୍ଷ ପର୍ଯ୍ୟଟକ

ଭୁବନେଶ୍ୱର,୧।୧: ୨୦୨୫ରେ ନନ୍ଦନକାନନକୁ ରେକର୍ଡ ସଂଖ୍ୟକ ପର୍ଯ୍ୟଟକ ଆଗମନ କରିଥିବା ଗୁରୁବାର ସୂଚନା ମିଳିଛି। ୨୦୨୫ରେ ନନ୍ଦନକାନନକୁ ୪୦ ଲକ୍ଷ ୨୦ହଜାର ୫୩୯ ପର୍ଯ୍ୟଟକ ଆସିଛନ୍ତି।...

ନୂଆବର୍ଷର ପ୍ରଥମ ଦିନରେ ଦୁର୍ଘଟଣା, ଦୁଇ ବାଇକ୍ ମୁହାଁମୁହିଁ ଧକ୍କାରେ ଜଣେ ମୃତ

ପଟ୍ଟାଙ୍ଗି୧/୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅନ୍ତର୍ଗତ ଦେଓଫଟ୍ଟାଙ୍ଗି ପଞ୍ଚାୟତ ସଦର ମହକୁମା ସ୍ଥିତ ଚିଲିଗୁଡା ସଲପଗୁଡା ଛକ ନିକଟରେ ଦୁଇ ମୋଟର...

୧୩ ସରକାରୀ ଯୋଜନା ବିଷୟରେ ଜାଣିବେ ଯୋଗ୍ୟ ହିତାଧିକାରୀ, ଓ୍ବାର୍ଡକୁ ଓ୍ବାର୍ଡ ବୁଲି…

କୋରାପୁଟ,୧ା୧(ଅମିତାଭ ବେହେରା): ଗୁରୁବାର କୋରାପୁଟ ପୌର ପରିଷଦ କାର୍ଯ୍ୟାଳୟ ପରିସରରେ ସହଯୋଗ ଭ୍ରାମ୍ୟମାଣ ସହାୟତା କେନ୍ଦ୍ର ବା ସଚେତନତା ରଥ ଉଦ୍‌ଘାଟିତ ହୋଇଯାଇଛି। କୋରାପୁଟ ବିଧାୟକ...

ଗ୍ରାମବାସୀଙ୍କୁ ଜଙ୍ଗଲ ମନା, ରାତି ଉଜାଗର ରହି ହାତୀ ଜଗିଲେ ବନକର୍ମଚାରୀ

ଭଞ୍ଜନଗର,୧ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ଗୁରୁବାର ସନ୍ଧ୍ୟା ସୁଦ୍ଧା ୭୦ ହାତୀ ଅଛନ୍ତି। ହାତୀମାନେ ସନ୍ଧ୍ୟା ହେଲେ ଜଙ୍ଗଲରୁ ବାହାରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri