ଅବସରପ୍ରାପ୍ତ କର୍ମଚାରୀଙ୍କ ବଢ଼ିବନି କାର୍ଯ୍ୟକାଳ

ବ୍ରହ୍ମପୁର ଅଫିସ,୨୭।୮: ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି)ରେ ଆବଶ୍ୟକସ୍ଥଳେ ଅବସର ଗ୍ରହଣ କରିଥିବା କର୍ମଚାରୀଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯିବ ନାହିଁ। ଶୁକ୍ରବାର ଅନୁଷ୍ଠିତ ନିଗମର ପୂର୍ଣ୍ଣାଙ୍ଗ କର୍ପୋରେଟର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଖାଲି ପଡ଼ିଥିବା ପଦବୀଗୁଡ଼ିକରେ ଏଣିକି ସ୍ଥାୟୀ ନିଯୁକ୍ତି ଦିଆଯିବାକୁ ଗୁରୁତ୍ୱାରୋପ କରାଯାଇଛି। ଏହା ସରକାରଙ୍କ ଦୃଷ୍ଟିକୁ ନିଆଯିବ ଏବଂ ନୂଆ ନିଯୁକ୍ତି ଉପରେ ଥିବା କଟକଣା ଦୂର ପାଇଁ ଅନୁରୋଧ କରାଯିବ। ବୈଠକରେ ମେୟର ସଂଘମିତ୍ରା ଦଳେଇ ଅଧ୍ୟକ୍ଷତା କରିଥିଲେ। ଏମ୍‌ପି ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ କୁମାର ପଣ୍ଡା ଓ ଡେପୁଟି ମେୟର ଇ.ବିବେକ ରେଡ଼ି ଯୋଗ ଦେଇଥିଲେ। କମିଶନର ଜେ. ସୋନାଲ ୨୦ଟି ପ୍ରସ୍ତାବ ଆଗତ କରିଥିଲେ।
ବିଜେଡି କର୍ପୋରେଟର ସଞ୍ଜିତ ପାଣିଗ୍ରାହୀ ଅବସର କର୍ମଚାରୀଙ୍କ କାର୍ଯ୍ୟକାଳ ବଢ଼ାଇ କାହିଁକି ପୁନଃ ଥଇଥାନ କରାଯାଉଛି ବୋଲି ଏକ ବୈଧାନିକ ପ୍ରଶ୍ନ ଉଠାଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବେକାରୀ ସମସ୍ୟାର ସମାଧାନ ପାଇଁ ବିଭିନ୍ନ ବିଭାଗରେ ଅନେକ ନୂଆ ନିଯୁକ୍ତି ଦେବାରେ ଲାଗିଛନ୍ତି। ତେଣୁ ବ୍ରହ୍ମପୁର ମହାନଗର ନିଗମରେ ମଧ୍ୟ ନୂଆ ନିଯୁକ୍ତି ଦେବା ନିମନ୍ତେ ସେ ଦାବି କରିଥିଲେ। ଏହା ଉପରେ ପଦକ୍ଷେପ ନିଆଯିବ ବୋଲି ମେୟର ଦର୍ଶାଇଥିବା ବେଳେ ରାଜ୍ୟ ସରକାରଙ୍କ ଦୃଷ୍ଟିକୁ ନିଆଯାଇ ସମସ୍ୟାର ସମାଧାନ କରାଯିବ ବୋଲି ବିଧାୟକ ପ୍ରତିଶ୍ରୁତି ଦେଇଥିଲେ।
ଖବରଦାତାଙ୍କ ଅନୁସନ୍ଧାନରୁ ଜଣାପଡ଼ିଛି, ନିଗମ ଗଠନର ୧୨ ବର୍ଷ ପୂରିଛି। ପ୍ରଶାସନିକ କାର୍ଯ୍ୟ ବଢ଼ିଚାଲିଛି। ଏଭଳି ସ୍ଥିତିରେ କର୍ମଚାରୀଙ୍କ ଅଭାବ ସମସ୍ୟା ସୃଷ୍ଟି କରୁଛି। ଜୁନିୟର ଆସିଷ୍ଟାଣ୍ଟ ପଦବୀ ୫୫ରୁ ଏବେ ଅଛନ୍ତି ମାତ୍ର ୫ ଜଣ। ସିନିୟର ଆସିଷ୍ଟାଣ୍ଟ ୨୧ରୁ ଅଛନ୍ତି ୧୧। ସେହିପରି ହେଡ ଆସିଷ୍ଟାଣ୍ଟ ମଞ୍ଜୁରୀ ପଦବୀ ୭ରୁ ମାତ୍ର ଜଣେ ଅଛନ୍ତି। ୬୭ ମଞ୍ଜୁରୀ ପଦବୀ ଖାଲିପଡ଼ିଛି। କାମ ଚଳାଇବା ପାଇଁ ରାଜ୍ୟ ମ୍ୟୁନିସିପାଲ ପ୍ରଶାସନର ଅନୁମତି ନେଇ ଆବଶ୍ୟକ ସ୍ଥଳେ କମ ଦରମାରେ ସାମୟିକ ସମୟ ଲାଗି ଅବସରପ୍ରାପ୍ତ କର୍ମଚାରୀଙ୍କୁ ସରକାରଙ୍କ ଗାଇଡ ଲାଇନ ପ୍ରକାରେ ପୁନଃ ଥଇଥାନ କରାଯାଉଛି। ନିଯୁକ୍ତି କଟକଣା ହଟାଇ ନୂଆ ନିଯୁକ୍ତି ଦିଆଗଲେ ଅନେକ ବେକାର ଉପକୃତ ହୋଇପାରିବେ ବୋଲି ବିଏମସି କର୍ମଚାରୀ ଓ ସଂଘ ପକ୍ଷରୁ ମତ ପ୍ରକାଶ ପାଇଛି। ପ୍ରତିଶ୍ରୁତି ଅନୁସାରେ ବିଧାୟକ ତୁରନ୍ତ ପଦକ୍ଷେପ ନେବାକୁ ଅନେକ କର୍ପୋରେଟର ମଧ୍ୟ ଦାବି କରିଛନ୍ତି।
ମହାନଗରର ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ନେଇ ଶାସକ ବିଜେଡି ଓ ବିରୋଧୀ ଭାଜପା କର୍ପୋରେଟରମାନେ ତୁମ୍ବି ତୋଫାନ କରିଥିଲେ। ଆବାସ ଯୋଜନାରେ ଘର ପାଇଥିବା କେତେକ ହିତାଧିକାରୀ ନିଜେ ନ ରହି ଭଡ଼ା ଲଗାଇଥିବା ଅଭିଯୋଗ ଉଠିଥିଲା। ଯେଉଁମାନେ ଏଭଳି କରିଛନ୍ତି ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ସହ ଆଦେଶ ବାତିଲ କରି ନୂଆ ହିତାଧିକାରୀଙ୍କୁ ଯୋଗ୍ୟତା ଭିତ୍ତିରେ ଦେବା ପାଇଁ ଦାବି ହୋଇଥିଲା। ଭାଜପାର ପ୍ରଦୀପ ଶତପଥୀ, ସ୍ବାଧୀନ କର୍ପୋରେଟର ପ୍ରଶାନ୍ତ ପଟ୍ଟନାୟକ ଓ ବିଜେଡିର ସୁରେନ୍ଦ୍ର ମହାରଣା ମତ ଦେଇଥିଲେ। ୧୩ନଂ ୱାର୍ଡର ବିଜେଡି ମହିଳା କର୍ପୋରେଟର ବେବି ନାୟକ ପରିମଳ ବିପର୍ଯ୍ୟସ୍ତ ହୋଇଥିବା ଅଭିଯୋଗ ବାଢ଼ିଥିଲେ। ତାଙ୍କ ୱାର୍ଡରେ ନିଗମ ଜାଗାରେ କେତେକ ଲୋକ ଗୋରୁ ଗୁହାଳ କରିଥିବା ବେଳେ ପ୍ରତିକାର ଦିଗରେ ପଦକ୍ଷେପ ନେବାକୁ ସେ ଦାବି କରିଥିଲେ।
ଧୋବା ବନ୍ଧ ଆପାର୍ଟମେଣ୍ଟ ଅବସ୍ଥା ଶୋଚନୀୟ ହୋଇ ଛାତରୁ ପାଣି ଗଳୁଥିବା ସ୍ବାଧୀନ ମହିଳା କର୍ପୋରେଟର ସନ୍ଧ୍ୟାରାଣୀ ଶୁକ୍ଲ ଅଭିଯୋଗ କରିଥିଲେ। ମହାନଗରରେ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ଏବଂ ଘରୋଇକରଣ ହୋଇଥିବା ସଫେଇ କାର୍ଯ୍ୟ ଠିକାଦାରମାନଙ୍କ ବିଲ କର୍ପୋରେଟରଙ୍କ ଅନୁମୋଦନ ପରେ ପେମେଣ୍ଟ କରାଯିବାକୁ କେତେକ ନିର୍ବାଚିତ ପ୍ରତିନିଧି ମତ ରଖିଥିଲେ। ବିଭିନ୍ନ ଆଲୋଚନାରେ ତ୍ରିପତି ପାତ୍ର, ରଞ୍ଜିତା ବେହେରା, ନୀଳକଣ୍ଠ ସାହୁ ଭାଗ ନେଇଥିଲେ। ମହାନଗର ବିକାଶକୁ ତ୍ୱରାନ୍ବିତ କରିବା ଏବଂ ସୌନ୍ଦର୍ଯ୍ୟକରଣ କରି ନୂଆ ରୂପ ଦେବାର ଯେଉଁ ପରିକଳ୍ପନା ରହିଛି ଦଳମତ ନିର୍ବିଶେଷରେ ସବୁ କର୍ପୋରେଟର ସହଯୋଗ କରିବାକୁ ଏମପି, ମେୟର, ବିଧାୟକ ଓ କମିଶନର ଆହ୍ବାନ ଦେଇଥିଲେ। ବିଏମସି ଅନ୍ୟ ଅଧିକାରୀ ଓ ଇଞ୍ଜିନିୟରମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri