ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଦୁର୍ନୀତି

ଭଞ୍ଜନଗର,୨୨।୮(ଡି.ଏନ.ଏ): ରାଜ୍ୟରେ ଅଫିସର ରାଜ ଚାଲିଛି । ନେତା ମନ୍ତ୍ରୀଙ୍କ କଥା ଅଫିସରମାନେ ଶୁଣୁନାହାନ୍ତି। ଏ ନେଇ ବିଭିନ୍ନ ସମୟରେ ବିରୋଧି ଦଳର ନେତାମାନେ ଅଭିଯୋଗ କରୁଛନ୍ତି । ଏନେଇ ଶାସକଦଳର ନେତାମାନେ ଖୋଲାଖୋଲି ଭାବେ କହିବାକୁ ସଙ୍କୋଚ କରୁଥିଲେ ମଧ୍ୟ ପରୋକ୍ଷରେ କହୁଛନ୍ତି। ବେଲଗୁଣ୍ଠା ବ୍ଲକ ଗୋବରା ପଞ୍ଚାୟତର ବିଜେଡି ସମର୍ଥିତ ସମିତିସଭ୍ୟ ବିଭୂପାଦ ଜେନା ରବିବାର ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଦୁର୍ନତୀ ହେଉଥିବା ଅଭିଯୋଗ କରିଛନ୍ତି। ନିଜ ପଞ୍ଚାୟତର ଗୋବରାଠାରୁ ବରପଲ୍ଲୀ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା କାମ ଚାଲିଛି। ଦୁର୍ନତୀଗ୍ରସ୍ତ ଅଫିସରଙ୍କ ପାଇଁ କାମ ନିମ୍ନ ମାନର ହେଉଛି। ବର୍ତ୍ତମାନ ଲଗାଣ ବର୍ଷା ଯୋଗୁ ଗୋବରା ଡେଙ୍ଗାପଦର ରାସ୍ତା ଅତ୍ୟନ୍ତ କଦର୍ଯ୍ୟ ହୋଇପଡ଼ିଛି। ଉକ୍ତ ରାସ୍ତାରେ କୌଣସି ମରାମତି କରାଯାଉନାହିଁ। ଲୋକେ ଅନେକ ସମସ୍ୟାର ସମ୍ମୁଖିନ ହେଉଛନ୍ତି।
ଅଭିଯୋଗ କଲେ ଅଫିସରମାନେ ଲୋକ ପ୍ରତିନିଧି ହିସାବରେ କଥା ଶୁଣୁନାହାନ୍ତି। ତେଣୁ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସମସ୍ୟା ପ୍ରତି ଦୃଷ୍ଟିଦେଇ ତୁରନ୍ତ ପଦକ୍ଷେପ ନେବାକୁ ବିଭୁପାଦ ଚିଠି ମାଧ୍ୟମରେ ନିବେଦନ କରିଛନ୍ତି । ଏଥିସହ କେନ୍ଦ୍ର ଦୁରସଞ୍ଚାର ମନ୍ତ୍ରୀଙ୍କୁ ମଧ୍ୟ ବିଭୁପାଦ ଆଉ ଏକ ଚିଠି ଲେଖିଛନ୍ତି ।
ଉକ୍ତ ଚିଠିରେ ସେ ଉଲ୍ଲେଖ କରିଛନ୍ତି, ଗୋବରା ହେଉଛି ବ୍ଲକର ଏକ ଗୁରୁତ୍ୱପୁର୍ଣ୍ଣ ଅଞ୍ଚଳ । ଏଠାରେ ମେଡିକାଲ ସମେତ ଅନେକ କାର୍ଯ୍ୟାଳୟ ଅଛି । କିନ୍ତୁ ଗୋବରାରେ ବିଏସ୍‌ଏନ୍‌ଏଲ୍‌ ଟାୱାର ନାହିଁ । ଗୋବରାଠାରୁ ୨ କିମି ଦୁର ଷଢ଼ଙ୍ଗୀପଲ୍ଲୀ ଏବଂ ଅନ୍ୟପଟେ କ୍ଷତ୍ରିୟବରପୁରରେ ଟାୱାର ଅଛି। କିନ୍ତୁ ଉକ୍ତ ଟାୱାରରୁ ଗୋବରାକୁ ମୋବାଇଲ ନେଟୱର୍କ ଠିକ୍‌ ଭାବେ ଆସୁନାହିଁ। ତେଣୁ ଏ ନେଇ ପଦକ୍ଷେପ ନେବାକୁ ବିଭୁପାଦ କେନ୍ଦ୍ରମନ୍ତ୍ରୀଙ୍କୁ ଜଣାଇଛନ୍ତି। ଅପରପକ୍ଷେ ବିଭୂପାଦ ଉକ୍ତ ଚିଠିକୁ ମଧ୍ୟ ସୋସିଆଲ ମିଡ଼ିଆରେ ଛାଡ଼ିଛନ୍ତି। ଯାହାକୁ ନେଇ ଭିନ୍ନଭିନ୍ନ ମତ ପ୍ରକାଶ ପାଇଛି। ଅଧିକାଂଶ ବ୍ୟକ୍ତି ଏହା ଭଲ ପଦକ୍ଷେପ ବୋଲି କହିଥିବା ବେଳେ ଜଣେ ବ୍ୟକ୍ତି ଏହା ବିଭୁଙ୍କ ପାଇଁ ଘାତକ ହେବ ବୋଲି କହିଛନ୍ତି। ଗ୍ରାମ୍ୟ ଉନ୍ନୟନ ରାସ୍ତା ସମ୍ପର୍କରେ ବେଲଗୁଣ୍ଠା ଯନ୍ତ୍ରୀ କହିଛନ୍ତି, ଉକ୍ତ ରାସ୍ତା ଗୁଡ଼ିକ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଫେଜ୍‌ ୩ରେ ହେଉଛି। ବର୍ଷା ଯୋଗୁ କାମ ମନ୍ଥର ଗତିରେ ଚାଲିଛି । ଉକ୍ତ କାମ ସରିବା ପାଇଁ ଆହୁରି ୩ମାସ ସମୟ ଅଛି। ଆଇନ ଅନୁଯାଇ କାମ ହେଉଛି ବୋଲି ଯନ୍ତ୍ରୀ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri