ବଜ୍ରଗଡ଼ରେ ବିଶୁଦ୍ଧ ପାନୀୟ ଜଳ, ପକ୍କା ଘର ସ୍ବପ୍ନ

ଭଞ୍ଜନଗର,୧୩।୮(ଡି.ଏନ.ଏ.): ଦେଶର ସମସ୍ତ ଗରିବ ଲୋକଙ୍କୁ ପକ୍କା ଘର, ବିଜୁଳି, ପାଣି ଆଦି ସୁବିଧା ୨୦୨୨ ଅଗଷ୍ଟ ୧୫ ସୁଦ୍ଧା ଯୋଗାଇ ଦିଆଯିବ ବୋଲି ଗତ ସାଧାରଣ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିଲେ। ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୪ ସୁଦ୍ଧା ରାଜ୍ୟର ସମସ୍ତ ଘରକୁ ପାଇପ୍‌ ଯୋଗେ ପିଇବା ପାଣି ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଛନ୍ତି। ମାତ୍ର ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ଆମ୍ବପୁଆ ପଞ୍ଚାୟତ ବଜ୍ରଗଡ଼ ଗ୍ରାମକୁ ଗଲେ ବିକାଶ କେତେଦୂର ପହଞ୍ଚିଛି ତାହା ଅନୁମାନ କରାଯାଇପାରିବ। ଏଠାରେ ବିକାଶ କେବଳ ଭାଷଣରେ ଅଟକିଛି।
ବଜ୍ରଗଡ଼ରେ ପ୍ରାୟ ୫୦ ପରିବାର ବସବାସ କରୁଥିବା ବେଳେ ସେମାନେ ଏବେ ବିଶୁଦ୍ଧ ପାଣି ଟୋପାଏ ପାଇପାରୁନାହାନ୍ତି। ଗାଁରେ ଥିବା ୩ଟି ନଳକୂପ ମଧ୍ୟରୁ ୨ଟି ସମ୍ପୂର୍ଣ୍ଣ ଅଚଳ ହୋଇପଡ଼ିଛି। ଯେଉଁଟି କାର୍ଯ୍ୟକ୍ଷମ ଅଛି ସେଥିରୁ ଲୌହଗୁଣ୍ଡ ବାହାରୁଛି। ସୋଲାର ପାନୀୟ ଜଳ ପ୍ରକଳ୍ପଟି ୩ ମାସରୁ ଊର୍ଦ୍ଧ୍ୱ ହେବ ଅଚଳ ପଡ଼ିଛି। ଲୋକେ ପାଣି ପାଇଁ ଗ୍ରାମଠାରୁ ପ୍ରାୟ ୧ କି.ମି. ଦୂର ଜଣଙ୍କ ଘରକୁ ଯାଉଛନ୍ତି। ଗ୍ରାମକୁ ପକ୍କା ରାସ୍ତା ନାହିଁ । ବେଲଗୁଣ୍ଠା ସହରଠୁ ମାତ୍ର ୪ କି.ମି. ଦୂରରେ ଥିବା ଏହି ଗ୍ରାମର ବିକାଶ ପ୍ରତି ପ୍ରଶାସନ ଏବଂ ରାଜନୈତିକ ନେତାମାନେ ନଜର ଦେଉନାହାନ୍ତି । ଗ୍ରାମରେ ଏକାଧିକ ଚାଳ ଛପର ଘର ରହିଛି। ଗରିବଙ୍କୁ ପ୍ରଧାନମନ୍ତ୍ରୀ ଆବାସ କିମ୍ବା ବିଜୁ ପକ୍କା ଘର ଯୋଜନାରେ ସାମିଲ କରାଯାଉନାହିଁ। ଅଧିକାଂଶ ପରିବାର ଶ୍ରମିକ ଶ୍ରେଣୀର ହୋଇଥିବା ବେଳେ ସେମାନେ ମୂଲ ଲାଗିି ପରିବାର ଚଳାଉଛନ୍ତି। ଗ୍ରାମର ଝୁନୁ ନାଇକ, ଡମୁଣି ନାଇକ, ରାଘବ ନାଇକ, କପିଳ ନାଇକଙ୍କ ଭଳି ବହୁ ପରିବାର ପକ୍କା ଘର ଯୋଜନାରୁ ବଞ୍ଚିତ ହୋଇଛନ୍ତି । କରୋନା ବେଳେ ଗ୍ରାମରେ ଅଗ୍ନିକାଣ୍ଡ ଯୋଗୁ ଝୁନୁ ନାଇକ, କପିଳ ନାଇକ ପ୍ରମୁଖଙ୍କ ଘର ପୋଡ଼ିଯାଇଥିଲା। କିନ୍ତୁ ସେମାନଙ୍କୁ ଏବେ ସୁଦ୍ଧା ପକ୍କା ଘର ଦିଆଯାଇନାହିଁ। ଗ୍ରାମର ଜଣେ ଡ୍ରାଇଭର ରାଘବ ନାୟକ କହିଛନ୍ତି, ପକ୍କା ଘର ପାଇଁ ବହୁତ ଥର ପଞ୍ଚାୟତ ଏବଂ ବ୍ଲକ କର୍ତ୍ତୃପକ୍ଷଙ୍କୁ ଜଣାଇଛୁ, କିନ୍ତୁ ଆମ କଥା କେହି ଶୁଣିବାକୁ ନାହିଁ। ତେଣୁ ଭାଗ୍ୟକୁ ଆଦରି ଦୁଃଖ କଷ୍ଟରେ ବଞ୍ଚିଛୁ। ସେହିପରି ଗ୍ରାମର ଡମୁଣୀ ନାୟକ କହିଛନ୍ତି, ସୋଲାର ପାନୀୟ ଜଳ ପ୍ରକଳ୍ପ ବହୁଦିନ ହେବ ଅଚଳ ଥିବାରୁ ଜଣଙ୍କ ଘରୁ ଯାଇ ପାଣି ଆଣୁଛୁ। ସେ ଯେଉଁଦିନ ମନା କରିଦେବେ ସେଦିନଠୁ ସମସ୍ୟା ଆହୁରି ବଢ଼ିଯିବ। ଅନ୍ୟପକ୍ଷରେ ଗ୍ରାମ୍ୟ ପାଇପ ଜଳ ଯୋଗାଣ ପ୍ରକଳ୍ପ କନିଷ୍ଠ ଯନ୍ତ୍ରୀ ସୁଜିତ କୁମାର ପାତ୍ର କହିଛନ୍ତି, ହ୍ୟାଣ୍ଡ ଟ୍ୟୁବଲ ଅଚଳ ସମ୍ପର୍କରେ ଆମ ପାଖରେ କୌଣସି ଖବର ନାହିଁ। ଅଭିଯୋଗ ଆସିଲେ ମରାମତି କରାଯିବ । ସୋଲାର ପାନୀୟ ଜଳ ପ୍ରକଳ୍ପ ମରାମତି ଦାୟିତ୍ୱ ପଞ୍ଚାୟତର ବୋଲି କହିଛନ୍ତି। ସେହିପରି ଖୁବଶୀଘ୍ର ବଜ୍ରଗଡ଼ ଗ୍ରାମବାସୀଙ୍କ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯିବ। ପଞ୍ଚାୟତ ଫଣ୍ଡରୁ ତୁରନ୍ତ ସୋଲାର ପ୍ରକଳ୍ପ ମରାମତି କରାଯିବ ବୋଲି ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଟିତୁଣ୍ଡରୁ ତୁମୁଳକାଣ୍ଡ..କମ୍ପାନୀ କ୍ୟାମ୍ପସରେ ହତ୍ୟା, ପାଣିଟାଙ୍କିରେ ଫିଙ୍ଗିଦେଲେ ମୃତଦେହ

ନୂଆଦିଲ୍ଲୀ,୨୩।୧୨: ମହାରାଷ୍ଟ୍ରର ପାଲଘର ଜିଲାରୁ ଏକ ଚାଞ୍ଚଲ୍ୟକର ହତ୍ୟା ମାମଲା ସାମ୍ନାକୁ ଆସିଛି। ବ୍ୟକ୍ତିଗତ ବିବାଦ ପରେ ଜଣେ ଯୁବକ ତାଙ୍କ ଅଫିସ ସହକର୍ମୀଙ୍କୁ ହତ୍ୟା...

ଏମିତି ଗାଁ, ଯେଉଁଠି ୧୨ ବର୍ଷ ପରେ ଝିଅ ହୋଇଯାନ୍ତି ପୁଅ, ବୈଜ୍ଞାନିକ ବି ଖୋଜି ପାଉନାହାନ୍ତି କାରଣ

ଝିଅ କିମ୍ବା ପୁଅ ଭାବରେ ଜନ୍ମ ହେବା ପ୍ରକୃତିର ଏକ ଉପହାର। ଜନ୍ମ ପୂର୍ବରୁ ମା’ ପେଟରେ ଲିଙ୍ଗ ନିର୍ଣ୍ଣୟ ହୋଇସାରିଥାଏ। ତଥାପି ମଣିଷ ଏତେ...

କ୍ୟାଡର ମାଓବାଦୀଙ୍କୁ ଧରିବା ପାଇଁ ପୁରସ୍କାର ରାଶି ଘୋଷଣା: ଲାଗିଲା ପୋଷ୍ଟର

ରାଇକିଆ,୨୩।୧୨ (ପ୍ରଦୀପ ବେହେରା): କେନ୍ଦ୍ର ସରକାର ୨୦୨୬ ମାର୍ଚ୍ଚ ସୁଦ୍ଧା ମାଓବାଦୀ ମୁକ୍ତ ପାଇଁ ଲକ୍ଷ୍ୟ ରଖୁଛନ୍ତି। ଏହି ସମୟ ପାଖେଇ ଆସୁଥିବାରୁ ପୋଲିସ ମାଓବାଦୀଙ୍କୁ...

ଭାଜପାର ନୂତନ କମିଟି ଗଠନ: ସୁକାନ୍ତ-ଅଜିତଙ୍କୁ ଗୁରୁଦାୟିତ୍ୱ

ଦାରିଙ୍ଗବାଡି, ୨୩/୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଭାଜପାର ଜିଲାସ୍ତରୀୟ ନୂତନ କମିଟି ଜିଲା ସଭାପତି ପଣ୍ଡିତ ବିଶି ମାଝୀଙ୍କ ନେତୃତ୍ୱରେ ଚୟନ ହୋଇଯାଇଛି। ଜିଲାର...

ରୋଷେଇ କଲା ବେଳେ ଫାଟିଲା ଗ୍ୟାସ ସିଲିଣ୍ଡର, ଗୁରୁତରଙ୍କୁ କଟକ ସ୍ଥାନାନ୍ତର

ବ୍ରହ୍ମପୁର , ୨୩।୧୨( ସୁବାସ ଚନ୍ଦ୍ର ପାଢ଼ୀ): ନିମଖଣ୍ଡି ଥାନା ଅନ୍ତର୍ଗତ ବୋରିଗାଁର ବଡ଼ ବନ୍ଧ ସାହିରେ ସୋମବାର ରାତିରେ ଗ୍ୟାସ ସିଲିଣ୍ଡର ଫାଟିଯାଇଛି ।...

ଏହି କ୍ରିକେଟର୍‌ଙ୍କ ଜୀବନକୁ ବିପଦ: କିଣିଲେ ବୁଲେଟପ୍ରୁଫ କାର

ନୂଆଦିଲ୍ଲୀ,୨୨।୧୨: ତାଲିବାନ ଶାସିତ ଆଫଗାନିସ୍ତାନରେ ରଶିଦ ଖାନ ସୁରକ୍ଷିତ ଅନୁଭବ କରନ୍ତି ନାହିଁ। ସେ କେଭିନ ପିଟରସନଙ୍କ ସହିତ ଏକ ସାକ୍ଷାତକାରରେ ଏହା ପ୍ରକାଶ କରିଛନ୍ତି।...

ବନ୍ଧାହେଲେ ଜୁନିୟର ଆକାଉଣ୍ଟାଣ୍ଟ, ୪ ଦାମୀ ପ୍ଲଟ୍‌ ସହ ରହିଛି…

ସୁନ୍ଦରଗଡ଼,୨୩ା୧୨: ସୁନ୍ଦରଗଡ଼ OSCSC ଲିମିଟେଡ୍‌ ଜୁନିୟର ଆକାଉଣ୍ଟାଣ୍ଟ ରବୀନ୍ଦ୍ର ବାରିକ ଗିରଫ ହୋଇଛନ୍ତି। ଭିଜିଲାନ୍ସ ଚଢାଉ ବେଳେ ରବୀନ୍ଦ୍ରଙ୍କ ଘରୁ ଠାବ ହୋଇଛି ବିପୁଳ ଟଙ୍କାର...

ପ୍ରଧାନମନ୍ତ୍ରୀ ଚେହେରା ବଦଳାଇଲା କଂଗ୍ରେସ! ରାହୁଲ ଗାନ୍ଧୀ ନୁହଁନ୍ତି, ଏହି ନେତା… ସାଂସଦଙ୍କ ବୟାନକୁ ନେଇ ହଲଚଲ

ନୂଆଦିଲ୍ଲୀ,୨୩।୧୨: ଭାରତୀୟ ଜାତୀୟ କଂଗ୍ରେସର ଆଭ୍ୟନ୍ତରୀଣ ଏବଂ ବାହ୍ୟ ରାଜନୈତିକ ଦୃଶ୍ୟପଟରେ, ପୂର୍ବ ଅନେକ ନିର୍ବାଚନରୁ ଏହା ସ୍ପଷ୍ଟ ହୋଇଛି ଯେ ପୂର୍ବତନ ଦଳର ଅଧ୍ୟକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri