ପାଣି ପାଇଁ ଚଢ଼ିବାକୁ ପଡୁଛି ୨୫ ଫୁଟ ପାହାଡ଼

କେନ୍ଦୁଝର, ୧୩।୮(ସ୍ବ.ପ୍ର.): ସମସ୍ତଙ୍କୁ କିପରି ବିଶୁଦ୍ଧ ପାନୀୟ ଜଳ ମିଳିବ ସେ ନେଇ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଥିଲେ ହେଁ ଏବେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ବାଂଶପାଳ, ତେଲକୋଇ ଆଦି ବ୍ଲକ ଅଞ୍ଚଳରେ ଅନେକ ଗ୍ରାମ ଓ ବସ୍ତିର ଲୋକେ ପାନୀୟ ଜଳରୁ ବଞ୍ଚିତ ରହିଛନ୍ତି। କୋଟି କୋଟି ଟଙ୍କା ବ୍ୟୟରେ ବିଭିନ୍ନ ପ୍ରକାରର ଜଳ ଯୋଗାଣ ପ୍ରକଳ୍ପ ଜରିଆରେ ଜଳ ଯୋଗାଣ କରାଯାଉଛି। କିନ୍ତୁ ଏହି ପାହାଡିଆ ଅଞ୍ଚଳରେ ଲୋକମାନେ ନଦୀ, ଝରଣା, ପାଣି ଚୁଆ ଆଦିରୁ ପାଣି ସଂଗ୍ରହ କରି ଚାଲିଛନ୍ତି। ଅନେକ ଅଞ୍ଚଳରେ ପାନୀୟଜଳ ପାଇଁ ଲୋକଙ୍କୁ ପାହାଡ଼ ଚଢ଼ି ଯିବାକୁ ପଡୁଛି।
ସମସ୍ୟା କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଯାତ୍ରା ପଞ୍ଚାୟତ ମଙ୍ଗଳପୁର ସାହିରେ ଦେଖିବାକୁ ମିଳିଛି। ଏଠାରେ ୬୫ ଗରିବ ଆଦିବାସୀ ଶ୍ରେଣୀର ପରିବାର ବସବାସ କରୁଛନ୍ତି। ବହୁ କଷ୍ଟରେ ମୂଲ ମଜୁରୀ କରିଲେ ତାଙ୍କ ଘରେ ଚୁଲି ଜଳେ। ତେବେ ପିଇବା ପାଣି ପାଇଁ ନଳକୂଅଟିଏ ନାହିଁ। ଫଳରେ ପାଞ୍ଚ ଶହ ମିଟର ଦୂର ଯାଇ ୨୫ ଫୁଟ ପାହାଡ ତଳୁ ବେଡାନାଳ ଝରଣାରୁ ପ୍ରଦୂଷଣ ଯୁକ୍ତ ପାଣି ଆଣିବାକୁ ପଡୁଛି ବୋଲି କହିଛନ୍ତି। ବିଶେଷ କରି ମହିଳାମାନେ ଗରା, ଡେକଚି, ବାଲଟି ଆଦିରେ ପାଣି ଧରି ଯିବା ଆସିବାରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ସାଇବାଣୀ ଜେନା ସମେତ ଅନ୍ୟମାନେ କହିଛନ୍ତି। ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ଝରଣାରୁ ପାଣି ସଂଗ୍ରହ କରି ଆଣୁ ଥିବାରୁ ବିଭିନ୍ନ ପ୍ରକାର ରୋଗ ବ୍ୟାପିବା ଆଶଙ୍କା ରହିଛି। ଏଣୁ ବିଶୁଦ୍ଧ ଜଳ ଯୋଗାଇ ଦେବା ଜରୁରୀ ବୋଲି ଅବସରପ୍ରାପ୍ତ ଡାକ୍ତର ଲକ୍ଷ୍ମୀକାନ୍ତ ମହାନ୍ତି କହିଛନ୍ତି। ଏହାକୁ ନେଇ ସାଇବାଣୀ ସମେତ ବାସନ୍ତି ଗିରି, ନିକିତି ଗିରି, ପଠାଣି ବେହେରା, କୈଳାସ ପ୍ରଧାନ ପ୍ରମୁଖ ଗ୍ରାମବାସୀ ପୂର୍ବରୁ ପଞ୍ଚାାୟତ ଠାରୁ ଆରମ୍ଭ କରି ବ୍ଲକ ତଥା ଜିଲା ପ୍ରଶାସନ ନିକଟରେ ଅଭିଯୋଗ କରି ଆସୁଥିଲେ ହେଁ ସେମାନଙ୍କ ସମସ୍ୟା ସୁଧୁରୁ ନାହିଁ ବୋଲି କହିଛନ୍ତି। ବିଶେଷ କରି ବର୍ଷା ଦିନରେ ପାହାଡ଼ିଆ ରାସ୍ତାରେ ଯାତାୟତ ବିପଦପୂର୍ଣ୍ଣ ହେଉଥିବା ବେଳେ ମଇଳା ପାଣି ବ୍ୟବହାର ଯୋଗୁ ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ହେବା ଆଶଙ୍କା ରହିଛି ବୋଲି ସେମାନେ କହିଛନ୍ତି। ଏଣୁ ପ୍ରଶାସନ ଏ ନେଇ ସ୍ବତନ୍ତ୍ର ଦୃଷ୍ଟି ଦେଇ ଏକ ନଳକୂଅ ଖନନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତା ରୋକ

ବୀରମହାରାଜପୁର,୨୬।୧୨, (ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ହିଲୁଙ୍ଗ ପଞ୍ଚାୟତ ଲୁଚାବନ୍ଦ ପାଖରେ ଗୁରୁବାର ସା ପ୍ରାୟ ୭ଟା୩୦ରେ ଏକ ଅଜଣା ଗାଡ଼ି...

ଧାନମଣ୍ଡି ଖୋଲିବା ଦାବିରେ ବ୍ଳକ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

ପୁରୁଷୋତ୍ତମପୁର,୨୬।୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଧାନମଣ୍ଡି ଖୋଲାଯାଇ ନ ଥିବାରୁ ଚାଷୀମାନେ ଶୋଷଣର ଶିକାର ହେଉଥିବା ଅଭିଯୋଗ ହୋଇଛି। ଏନେଇ ତୁରନ୍ତ ମଣ୍ଡି...

ନ୍ୟୁଜିଲାଣ୍ଡ ସିରିଜ୍‌ ଖେଳିବା ଆଶାରେ ଶ୍ରେୟସ

ବେଙ୍ଗାଲୁରୁ,୨୬।୧୨:ଭାରତର ଦିନିକିଆ ଉପ ଅଧିନାୟକ ଶ୍ରେୟସ ଆୟାର ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ଆହତ ହେବା ପରେ ପ୍ରଥମ ଥର ପାଇଁ ବ୍ୟାଟିଂ ଅଭ୍ୟାସ କରିଛନ୍ତି।...

ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ: ୨କୋଠା ୭ପ୍ଲଟ୍‌, କେଜିଏ ସୁନା

ଭୁବନେଶ୍ୱର,୨୬।୧୨: ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ କଲା ଭିଜିଲାନ୍ସ। ଫରେଷ୍ଟରଙ୍କର ଭୁବନେଶ୍ବର ଝାରପଡ଼ାରେ ଅଛି ୨ଟି ବହୁତଳ କୋଠା। ଭୁବନେଶ୍ବର ସମେତ ଜଗତସିଂହପୁର...

ସାବଧାନ! ଖାଲିପେଟରେ ଖାଆନ୍ତୁନି ଏହି ୭ ଜିନିଷ, ନଚେତ୍ ହୋଇପାରେ…

ଯଦି ଆପଣ ଭୁଲ ଖାଦ୍ୟ ଅଭ୍ୟାସ ସହିତ ଆପଣଙ୍କ ଦିନ ଆରମ୍ଭ କରନ୍ତି, ତେବେ ଏହା କେବଳ ଆପଣଙ୍କ ପେଟକୁ କ୍ଷତି ପହଞ୍ଚାଇପାରେ ନାହିଁ ବରଂ...

ସ୍ବାମୀଙ୍କ ପ୍ରେମସମ୍ପର୍କକୁ ନେଇ ମୁହଁ ଖୋଲିଲେ ସୁନିତା: ସେ ଝିଅ କେବଳ…

ଅଭିନେତା ଗୋବିନ୍ଦା ଏବଂ ସୁନୀତା ଆହୁଜା ସମ୍ପର୍କ ପ୍ରାୟତଃ ଚର୍ଚ୍ଚାରେ ରହିଥାଏ। ଚଳିତ ବର୍ଷ ଆରମ୍ଭରେ ସେମାନଙ୍କ ଛାଡପତ୍ରର ଗୁଜବ ସୃଷ୍ଟି ହୋଇଥିଲା। ସୁନୀତା ପରେ...

ମାଛ ନେଇଯିବାରୁ ନାବାଳକଙ୍କ ଗୁପ୍ତାଙ୍ଗ କାଟିଦେଲେ

ଏରସମା,୨୬ା୧୨(ଦୀପ୍ତି ଖଣ୍ଡୁଆଳ): ଜଗତ୍‌ସିଂହପୁର ଜିଲା ଏରସମା ଥାନା ଅନ୍ତର୍ଗତ ଆମ୍ବିକି ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ମାଛ ନେଇଯିବାରୁ ଏହି ଗ୍ରାମର ଜଣେ...

ପ୍ରଧାନମନ୍ତ୍ରୀଙ୍କଠାରୁ ପୁରସ୍କାର ଗ୍ରହଣ କରିବେ ଓଡ଼ିଆ ଝିଅ ପ୍ରିୟାଂଶୀ

ଗଞ୍ଜାମ,୨୬ା୧୨(ବିଦ୍ୟାଧର ସାହୁ): ବିକଶିତ ଭାରତ ୟଙ୍ଗ୍‌ ଲିଡରସ ଡାଏଲଗ ୨୦୨୬ର ଷ୍ଟେଟ୍‌ ଚାମ୍ପିଅନ ଭାବେ ଗଞ୍ଜାମ ଜିଲା ହୁମା ଗ୍ରାମର ଓଡ଼ିଆ ଝିଅ ପ୍ରିୟାଂଶୀ ବିଶ୍ୱାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri