୩୨୦୯୩ ହେକ୍ଟରରେ ସରିଛି ଧାନରୁଆ

ବ୍ରହ୍ମପୁର ଅଫିସ,୯ା୮:ଶ୍ରାବଣରେ ଡହ ଡହ ଖରା। ବର୍ଷା ଅଭାବରୁ ଗଞ୍ଜାମ ଜିଲାରେ ଚାଷକାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା। ଏଥିଯୋଗୁ ଚାଷଜମି ଫାଟି ଯାଇଥିବା ବେଳେ ଆଉ କେଉଁଠି ତଳି ପୋଡ଼ିବା ଓ ଗଜାମରୁଡ଼ି ଦେଖାଦେଇଥିଲା। ଏପରି ସ୍ଥିତିରେ ଚାଷୀ ମୁଣ୍ଡରେ ହାତ ଦେଇ ବସିଥିଲା। ଚାଷଜମିରେ ପାଣି ମଡ଼ାଇବାକୁ ଚାଷୀମାନେ ବିକଳ୍ପ ପନ୍ଥା ଆରମ୍ଭ କରିଥିଲେ। ଜିଲା କୃଷି ଅଧିକାରୀ ଓ ପ୍ରଶାସନିକ ଅଧିକାରୀ ମଧ୍ୟ ଚାଷଜମି ପରିଦର୍ଶନ କରିଥିଲେ। କିନ୍ତୁ ଗତ ୩ ଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷାକୁ ନେଇ ଚାଷୀକୁଳ ଆଶ୍ୱସ୍ତି ହୋଇଛି। ଫଳରେ ଜିଲାରେ ଚାଷକାର୍ଯ୍ୟ ସାଙ୍ଗକୁ ବେଉଷଣ ମଧ୍ୟ ଭଲ ହେବ ବୋଲି ଚାଷୀ ଆଶା ପ୍ରକଟ କରିଛନ୍ତି, ଯାହାକୁ ନେଇ ଚାଷଜମିରେ ରୁଆ କାର୍ଯ୍ୟରେ ମଧ୍ୟ ଅଗ୍ରଗତି ଘଟିଛି। ଲଗାଣ ବର୍ଷା ଚାଷୀଙ୍କ ମୁହଁରେ ହସ ଫୁଟାଇଛି। ଏହାସହ ଜିଲାର ବିଭିନ୍ନ ବ୍ଲକରେ ତଳି ପୋଡ଼ି ଓ ଗଜାମରୁଡି ଆଶଙ୍କା ମଧ୍ୟ ଦୂରୀଭୂତ ହୋଇଛି। ଜିଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ବର୍ତ୍ତମାନ ସୁଦ୍ଧା ଜିଲାରେ ୧ ଲକ୍ଷ ୫୦ ହଜାର ୨୩୬ ହେକ୍ଟର ମଧ୍ୟରୁ ୩୩,୬୩୩ ହେକ୍ଟର ଜମିରେ ରୁଆକାର୍ଯ୍ୟ ସରିଛି। ଏଥିମଧ୍ୟରୁ ଆସିକାରେ ୨୫୧୯ ହେକ୍ଟର, ଶେରଗଡ଼ ୪୪୮ ହେକ୍ଟର, ଧରାକୋଟ ୧୧୦୦ ହେକ୍ଟର, ସୋରଡ଼ା ୪୫୮ ହେକ୍ଟର, ପାତ୍ରପୁର ୩୩୦ ହେକ୍ଟର, ଚିକିଟି ୧୩୯୦ ହେକ୍ଟର, ରଙ୍ଗେଇଲୁଣ୍ଡା ୫୭୨ ହେକ୍ଟର, ଭଞ୍ଜନଗର ୨୯୭୩ ହେକ୍ଟର, ବେଲଗୁଣ୍ଠା ୨୧୧୭ ହେକ୍ଟର, ବୁଗୁଡା ୧୬୧୦ ହେକ୍ଟର, ଛତ୍ରପୁର ୧୦୧୯ ହେକ୍ଟର, ପୁରୁଷୋତ୍ତମପୁର ୧୦୩୦ ହେକ୍ଟର, ଗଞ୍ଜାମ ୭୦ ହେକ୍ଟର, ହିଞ୍ଜିଳିକାଟୁ ୧୭୧ ହେକ୍ଟର, ସାନଖେମୁଣ୍ଡି ୫୪୦ ହେକ୍ଟର, ଦିଗପହଣ୍ଡି ୯୨୦ ହେକ୍ଟର, କୁକୁଡ଼ାଖଣ୍ଡି ୮୨୦ ହେକ୍ଟର, ଖଲ୍ଲିକୋଟ ୪୨୨୪ ହେକ୍ଟର, ବେଗୁନିଆପଡା ୨୩୭୨ ହେକ୍ଟର, କବିସୂର୍ଯ୍ୟନଗର ୧୩୧୨ ହେକ୍ଟର ଓ ପୋଲସରାରେ ୪୨୧୦ ହେକ୍ଟର ଚାଷଜମିରେ ରୁଆକାର୍ଯ୍ୟ ହୋଇଥିବା ସୂଚନା ମିଳିଛି। ତେବେ ବର୍ଷା ଅଭାବରୁ ଗଞ୍ଜାମ ବ୍ଲକରେ ରୁଆକାର୍ଯ୍ୟ କମ୍‌ ରହିଛି। ଗତ ୪ ତାରିଖ ସୁଦ୍ଧା ଜିଲାରେ ୫.୫ ମିଲି ମିଟର ବର୍ଷା ହୋଇଥିବା ସୂଚନା ମିଳିଛି। ତେବେ ଏପରି ଆହୁରି ୭ ଦିନ ବର୍ଷା ଲାଗିରହିଲେ ଚାଷକାର୍ଯ୍ୟ ଅନୁକୂଳ ହେବ ବୋଲି ଅନୁମାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାରେ ଟ୍ରକ୍‌ ରଖି ଶୌଚ ପାଇଁ ଯାଇଥିଲେ ଡ୍ରାଇଭର, ଆପଣା ଛାଏଁ ପଛକୁ ପଛ ଗଡ଼ି…

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟ ଟୋଲ୍‌ ଗେଟ୍‌ ନିକଟରେ...

ମାଙ୍ଗାନିଜ ବୋଝେଇ ୩ ଡମ୍ପରକୁ ମାଡ଼ି ବସିଲା ବନ ବିଭାଗ

ଯୋଡ଼ା,୨୭ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ସେକ୍ସନର ବୈତରଣୀ କ ସଂରକ୍ଷିତ ଜଙ୍ଗଲ ନିକଟ ତିରିଂ ପାହାଡ଼ ନିକଟରୁ ବନ ବିଭାଗ ଚଢ଼ାଉ କରି ଚୋରାଚାଲାଣ...

ଭାଜପା ଦାରିଙ୍ଗବାଡ଼ି ମଣ୍ଡଳରେ ନୂଆ କର୍ମକର୍ତ୍ତା: ରାଜନୀତିକୁ ଆସୁଛନ୍ତି ଶିକ୍ଷିତ, ସ୍ବୟଂସେବକ

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): ବିଭିନ୍ନ ଦଳରେ ଉଚ୍ଚ ଶିକ୍ଷିତ ଯୁବଗୋଷ୍ଠୀ ରାଜନୀତିକୁ ଆସିବା ଦେଖିବାକୁ ମିଳିଛି। ଏହି କ୍ରମରେ ରାଜ୍ୟ ଓ କେନ୍ଦ୍ରରେ ଶାସନ କରୁଥିବା ଭାଜପା...

ଓମ୍‌ସାର ଆନ୍ଦୋଳନ ଆଜି ବି ଜାରି: ଆଉଟ୍‌ଡୋରରେ ଘଣ୍ଟାଏ ରୋଗୀସେବା ବନ୍ଦ

ଛତ୍ରପୁର,୨୭ା୧୨(ଦିଲ୍ଲୀପ ସାମଲ): ସାରା ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ପଦ ଅପେକ୍ଷା ପାଖାପାଖି ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ରହିଛି। ଏହି ପଦବୀ ସବୁ ପୂରଣ କରିବା...

ହଜିଯାଇଥିବା ମନି ପର୍ସକୁ ଫେରାଇଲେ ଫରେଷ୍ଟ ଗାର୍ଡ

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପେଟ୍ରୋଲ ପମ୍ପଠାରେ ପେଟ୍ରୋଲ ପକାଇବାକୁ ଯାଉଥିବା ବେଳେ ସେଠାରୁ ଫରେଷ୍ଟ ଗାର୍ଡ ପ୍ରଶାନ୍ତ ନାୟକଙ୍କୁ ଏକ...

୫ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ: ବାନ୍ଧିଲା ପୋଲିସ

ବାରିପଦା,୨୭ା୧୨: ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ଶିକ୍ଷକ। ଏପରି ଏକ ନିନ୍ଦନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲା-ଝାରପୋଖରିଆ ଥାନା...

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri