ଖୋ ଖୋ ଭଳି ସ୍ବଦେଶୀ ଖେଳକୁ ପ୍ରୋତ୍ସାହନ ଉପରେ ଫୋକସ

ଭୁବନେଶ୍ୱର, ୨।୮ (କ୍ରୀଡ଼ା ପ୍ରତିନିଧି):ଅଲ୍‌ଟିମେଟ ଖୋ ଖୋ ଲିଗ୍‌ର ପ୍ରଥମ ସଂସ୍କରଣରେ ଭାଗନେବାକୁ ଯାଉଥିବା ଓଡ଼ିଶା ଜଗରନଟ୍ସର ଜର୍ସି ଉନ୍ମୋଚନ ଉତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି। କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାଭିତ୍ତିକ ଏହି ଫ୍ରାଞ୍ଚାଇଜ୍‌ର ଜର୍ସି ଉନ୍ମୋଚନ କରିଛନ୍ତି। ଏହି ଅବସରରେ ୫-ଟି ସଚିବ ଭି.କେ. ପାଣ୍ଡିଆନ, କ୍ରୀଡ଼ା ସଚିବ ଆର. ଭିନିଲ କ୍ରିଷ୍ଣା ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ କୋଚ୍‌ ଏବଂ ଖେଳାଳିଙ୍କ ସହ ପରିଚିତ ହେବା ସହ ଶୁଭେଚ୍ଛା ଜଣାଇଥିଲେ। ”ଓଡ଼ିଶା ଜଗରନଟ୍ସର ପ୍ରତି ସଦସ୍ୟଙ୍କୁ ମୁଁ ଅଭିନନ୍ଦନ ଜଣାଉଛି ଏବଂ ସ୍ବାଗତ କରୁଛି। ତୁମେମାନେ ଏବେ ଆମ ପରିବାରର ସଦସ୍ୟ ଏବଂ ଭବିଷ୍ୟତ ପାଇଁ ଶୁଭକାମନା ଜଣାଉଛି। ଓଡ଼ିଶା ଦର୍ଶକମାନେ ତୁମକୁ ଉତ୍ସାହିତ କରିବା ସହ ପ୍ରଥମ ସଂସ୍କରଣର ଟ୍ରଫି ଧରି ଫେରିବା ଆଶାରେ ରହିବେ“ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି। ଖୋ ଖୋ ଭଳି ସ୍ବଦେଶୀ ଖେଳକୁ ପ୍ରୋତ୍ସାହନ ଉପରେ ଓଡ଼ିଶା ଫୋକସ କରୁଛି। ରାଜ୍ୟ ଦଳ ମଧ୍ୟ ଜାତୀୟସ୍ତରରେ ଭଲ ପ୍ରଦର୍ଶନ କରିଆସୁଛି। ଏପରି ପଦକ୍ଷେପ ବିଶେଷକରି ଗ୍ରାମାଞ୍ଚଳ ସ୍ତରରୁ ଅଧିକରୁ ଅଧିକ ଖେଳାଳିଙ୍କୁ ଖୋ ଖୋ ପ୍ରତି ଆକୃଷ୍ଟ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଅଲ୍‌ଟିମେଟ ଖୋ ଖୋ ଲିଗ୍‌ ମହାରାଷ୍ଟ୍ରର ପୁଣେଠାରେ ଅଗଷ୍ଟ ୧୪ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୪ ପର୍ଯ୍ୟନ୍ତ ଚାଲିବ। ଓଡ଼ିଶା ଦଳ ଏହାର ପ୍ରଥମ ମ୍ୟାଚ ୧୫ ତାରିଖରେ ଖେଳିବ। ଓଡ଼ିଶା ସ୍ପୋଟର୍‌ସ ଡେଭେଲପ୍‌ମେଣ୍ଟ ଆଣ୍ଡ ପ୍ରମୋଶନ କମ୍ପାନୀ (ଓଏସ୍‌ଡିପିସି) ମାଲିକାନାରେ ଥିବା ଓଡ଼ିଶା ଜଗରନଟ୍ସ ଦଳ ୫ମ ଫ୍ରାଞ୍ଚାଇଜ୍‌ ଭାବେ ଟୁର୍ନାମେଣ୍ଟରେ ସାମିଲ ହୋଇଥିଲା। ଅଶ୍ୱିନୀ କୁମାର ଶର୍ମା ଏହାର ମୁଖ୍ୟ କୋଚ୍‌ ଅଛନ୍ତି। ଓଡ଼ିଶା ଜଗରନଟ୍ସ ଦଳରେ ମୋଟ ୨୫ ଖେଳାଳି ରହିଛନ୍ତି। ରାଜ୍ୟର ୬ ଖେଳାଳି ଏଥିରେ ରହିଥିବାବେଳେ ମୋଟ ୧୦ ଖେଳାଳି ଓଭରଅଲ୍‌ ଲିଗ୍‌ରେ ପ୍ରତିନିଧିତ୍ୱ କରିବେ। ଓଏସ୍‌ଡିପିସି ଅଗ୍ରଣୀ ଇସ୍ପାତ ନିର୍ମାତା ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ ଇଣ୍ଡିଆ ଲିମିଟେଡ (ଏଏମ୍‌/ଏନ୍‌ଏସ୍‌ ଇଣ୍ଡିଆ) ସହିତ ମିଶି ଅଲ୍‌ଟିମେଟ ଖୋ ଖୋ ପାଇଁ କାର୍ଯ୍ୟ କରୁଛି। ଓଡ଼ିଶା ଜଗରନଟ୍ସ ଦଳରେ ସାମିଲ ଥିବା ଖେଳାଳିମାନେ ହେଲେ ଦୀପେଶ ବିଜୟ ମୋରେ, ସୁରେଶ କୁମାର, ମିଲିନ୍ଦ ଡି. ଚଭ୍ରେକର, ମହେଶ ପି., ସୂରଜ ଏସ. ଲାଣ୍ଡେ, ଶୁଭାଶିଷ ସାନ୍ତ୍ରା, ଗୌତମ ଏମ୍‌. କେ, ଆଦିତ୍ୟ କୁଡାଲେ, ନିଲେଶ୍‌ ଏ. ଯାଦବ, ଶିବ୍‌ କେ. ସେନ୍‌, ବିଶାଲ, ଅର୍ଜୁନ ସିଂ, ଟି. ବିନୋଦ କୁମାର, ଲିପୁନ ମୁଖି, ମନୋଜ ଏନ. ଘୋଟେକର, ଦୀନେଶ ନାଏକ, ମୁକେଶ ପ୍ରଜାପତ, ସତୀଶ ଡି., ଜଗନ୍ନାଥ ମୁର୍ମୁ, ଦିଲୀପ ଖାଣ୍ଡାଭି, ଅବିନାଶ ଏସ. ଦେଶାଇ, ସ୍ବୟମ ଏସ. ପରିଜା, ଗୁରଜିନ୍ଦର ସିଂ, ସିଦ୍ଧେଶ୍ୱର ଟୁଡୁ, ସୁକାନ୍ତ ସିଂ, ଲିଲନ କୁମାର ସାହୁ।
ଓଡ଼ିଶା ଫ୍ରାଞ୍ଚାଇଜ୍‌ ଦଳର ମୁଖ୍ୟ କୋଚ୍‌ ଏବଂ ମ୍ୟାନେଜର ଦାୟିତ୍ୱ ତୁଲାଇବାକୁ ଯାଉଥିବାରୁ ଅଶ୍ୱିନୀ କୁମାର ଖୁସି ଜାହିର କରିଛନ୍ତି। ଆମ ଦଳ ବେଶ୍‌ ସନ୍ତୁଳିତ ଏବଂ ଭୁବନେଶ୍ୱରରେ କ୍ୟାମ୍ପ ବହୁତ ଭଲ ରହିଛି। ଆଗାମୀ ଟୁର୍ନାମେଣ୍ଟରେ ଦଳ ଭଲ ପ୍ରଦର୍ଶନ କରିବା ନେଇ ଆଶା ରହିଛି ବୋଲି ସେ କହିଛନ୍ତି। ଅଧିନାୟକ ତଥା ଦଳର ସବୁଠାରୁ ସିନିୟର ଖେଳାଳି ଦୀପେଶ ବିଜୟ ମୋରେ କହିଛନ୍ତି ଯେ, କୋଚ୍‌ ମୋ ଉପରେ ଭରସା କରିବା ବହୁତ ବଡ଼ ସଫଳତା ସଦୃଶ। ନୂଆ ଦଳ ହୋଇଥିଲେ ମଧ୍ୟ ଆମେ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପ୍ରତିଶ୍ରୁତିବଦ୍ଧ। ଅନ୍ୟପକ୍ଷରେ ”ଭାରତର ଟପ୍‌ ଖେଳାଳି ମିଲିନ୍ଦ ଦିଲୀପ ଚଭ୍ରେକର ଓ ଗୌତମ ଏମ.କେ.ଙ୍କୁ ନେଇ ଆମ ଦଳ ବେଶ୍‌ ସମୃଦ୍ଧ। ପ୍ରତିଦ୍ୱନ୍ଦ୍ୱିତା କଷ୍ଟସାଧ୍ୟ ହେବାକୁ ଥିଲେ ହେଁ ଆମେ ଶତପ୍ରତିଶତ ପ୍ରଦର୍ଶନ କରିବାକୁ ସର୍ବଦା ଚେଷ୍ଟା କରିବୁ। ପୂର୍ବରୁ ଖୋ ଖୋ ପାଇଁ ବିଶେଷ ସୁବିଧା ସୁଯୋଗ ନ ଥିଲା। ମାତ୍ର ରାଜ୍ୟ ସରକାରଙ୍କ ଆନ୍ତରିକତା କ୍ରମେ ଓଡ଼ିଶାରେ ଏହି ଖେଳର ଲୋକପ୍ରିୟତା ବଢ଼ିଛି। ରାଜ୍ୟ ଖେଳାଳିଙ୍କ ପ୍ରଦର୍ଶନରେ ମଧ୍ୟ ଉନ୍ନତି ଆସିଛି। ଆମେ ଟ୍ରଫି ଧରି ଭୁବନେଶ୍ୱରକୁ ଫେରିବାକୁ ଚେଷ୍ଟା କରିବୁ“ ବୋଲି ଓଡ଼ିଶାର ଗ୍ରେଡ୍‌-ଏ ଖେଳାଳି ଜଗନ୍ନାଥ ମୁର୍ମୁ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ଋଷିକୂଲ୍ୟା ମୁହାଣରେ ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ ଟ୍ୟାଗିଂ: ସାଟେଲାଇଟ୍‌ ଜରିଆରେ ଜାଣିହେବ ଗତିବିଧି

ଗଞ୍ଜାମ,୨୬ା୧୨(ଅନାଥ ତରାଇ/ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଋଷିକୂଲ୍ୟା ନଦୀ ମୁହାଣର ବେଳାଭୂମିରେ ଏକ ଉଲେଖନୀୟ ପଦକ୍ଷେପ ନିଆଯାଇଛି। ଏଠାରେ ୨ଟି ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri