ଚାକିରି-ବ୍ୟବସାୟରେ ସଫଳ ହେବାକୁ ଚାହାନ୍ତି କି? ଆପଣାନ୍ତୁ ଚାଣକ୍ୟଙ୍କ ଏହି ୪ ନୀତି…

ମନୁଷ୍ୟ ଜୀବନକୁ ସରଳ କରିବାକୁ ନେଇ ‘ଚାଣକ୍ୟ ନୀତି’ଅନେକ ପ୍ରସଙ୍ଗ ବିଷୟରେ ବର୍ଣ୍ଣନା କରାଯାଇଛି। ଏହି କାରଣରୁ ଆଜି ବି ଲୋକେ ଏହାକୁ ଅଧ୍ୟୟନ କରିବା ସହ ଦିଆଯାଇଥିବା ପରାମର୍ଶ ଏବଂ ପ୍ରତିକାରକୁ ନିଜ ଜୀବନରେ କାର୍ଯ୍ୟକାରୀ କରିଥାନ୍ତି। ଏହି କ୍ରମରେ ଯେକୌଣସି ବ୍ୟକ୍ତି ଅଫିସ ଏବଂ ବ୍ୟବସାୟରେ ସଫଳତା ହାସଲ କରିବାକୁ ନେଇ ଚାଣକ୍ୟ ଚାରୋଟି ମୂଳମନ୍ତ୍ର ଦେଇଛନ୍ତି। ଆସନ୍ତୁ ଜାଣିବା:

-ଚାଣକ୍ୟ କୁହନ୍ତି ସଫଳତା ପାଇବାର ପ୍ରଥମ ମୂଳମନ୍ତ୍ର ହେଲା କେବେ ବି ଅସଫଳତାକୁ ନେଇ ଭୟଭୀତ ନ ହେବା। ଯଦି କେହି ଗୋଟିଏ କାମ ଆରମ୍ଭ କରୁଛନ୍ତି ତେବେ ବିଫଳ ହେବା ଭୟ କରି ଅଧାରୁ ତାକୁ ଛାଡ଼ନ୍ତୁ ନାହିଁ। ସଫଳ ଏବଂ ବିଫଳ ହେବା ଜୀବନର ଚକ୍ର। ଯଦି ସଚ୍ଚୋଟତାର ସହ ନିଜ କାର୍ଯ୍ୟ କରିବେ ତେବେ ସଫଳତା ନିଶ୍ଚୟ ମିଳିବ।

-ଚାଣକ୍ୟ କୁହନ୍ତି ଯଦି କେବେ ସୁଯୋଗ ମିଳେ ତେବେ ହାତଛଡ଼ା କରିବା ଉଚିତ ନୁହେଁ। ମନୁଷ୍ୟକୁ ନିଜର ପ୍ରତିଭା ଦେଖାଇବାକୁ ଚେଷ୍ଟା କରିବା ଉଚିତ। ଯଦି ଦ୍ୱନ୍ଦ୍ୱ ଅଥବା ଆଳସ୍ୟ କଲେ ତେବେ ହାତରେ କିଛି ରହିବ ନାହିଁ। ଏଣୁ ବ୍ୟକ୍ତିକୁ ସୁଯୋଗ ମିଳିଲେ ଆଗକୁ ବଢ଼ିବାର ଚେଷ୍ଟା କରିବା ଉଚିତ।

-ପ୍ରଶ୍ନ ପଚାରିଲେ ସଙ୍କୋଚ କରନ୍ତୁ ନାହିଁ। ଚାଣକ୍ୟ କୁହନ୍ତି ଅନେକ ସମୟରେ ଲୋକଙ୍କୁ ଅଫିସରେ ନିଜ ମାଲିକଙ୍କୁ ପ୍ରଶ୍ନ ପଚାରିବାରେ ସଙ୍କୋଚ କରିଥାନ୍ତି। ଏପରି କରୁଥିବା ବ୍ୟକ୍ତି ଆଗକୁ ବଢ଼ିପାରେ ନାହିଁ। କାରଣ ସେମାନଙ୍କ ପାଖରେ ଜ୍ଞାନର ଅଭାବ ଥାଏ। ସେ ପଛରେ ରହିଯାଇଥାନ୍ତି।

-ଚାଣକ୍ୟ କୁହନ୍ତି ବ୍ୟକ୍ତିର ସବୁଠାରୁ ବଡ଼ ଶତ୍ରୁ ହେଉଛି ରାଗ। ରାଗ ବ୍ୟକ୍ତିର ବୁଝିବା-ଚିନ୍ତା କରିବା ଶକ୍ତିକୁ ଶେଷ କରିଦେଇଥାଏ। ଏଥିପାଇଁ କରିଥିବା କାମ ମଧ୍ୟ ଖରାପ କରିଦେଇଥାଏ। ଏଭଳି ଲୋକ ଅଫିସରେ ନୁହେଁ କି ବ୍ୟବସାୟରେ ସଫଳ ହୁଅନ୍ତି ନାହିଁ। ଏଥିପାଇଁ ସବୁବେଳେ ରାଗଠାରୁ ଦୂରରେ ରହିବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ବର୍ଷର ଶେଷ ଗୁରୁବାରରେ ଅଦ୍ଭୁତ ସଂଯୋଗ, ମିଥୁନ ସମେତ ୫ ରାଶିଙ୍କୁ ଖ୍ରୀଷ୍ଟମାସରେ ହେବ ଧନବର୍ଷା!

ଆଜି ୨୦୨୫ ମସିହା ଡିସେମ୍ୱର ମାସ ୨୫ ତାରିଖ ଗୁରୁବାର। ଗୁରୁବାର ବ୍ରହ୍ମାଣ୍ଡର ଶାସକ ଏବଂ ଦେବତାମାନଙ୍କ ଗୁରୁ ବୃହସ୍ପତିଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ। ଏହା ବ୍ୟତୀତ,...

ଅଧ୍ୟାପକ ନିଯୁକ୍ତିରେ ଲାଗୁହେବ ସଂରକ୍ଷଣ ନୀତି

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଯେପରି ଅଧ୍ୟାପକ ଅଭାବ ରହିବ ନାହିଁ ଏବଂ ସବୁ ବର୍ଗଙ୍କୁ ଉପଯୁକ୍ତ ନିଯୁକ୍ତି ସୁଯୋଗ ମିଳିବ,...

ବଡ଼ ଦିନରେ ବଡ଼ ଅଘଟଣ, ବସ-ଟ୍ରକ ଧକ୍କାରେ ଜୀବନ୍ତ ଜଳିଗରେ ୧୭ ଯାତ୍ରୀ

ବେଙ୍ଗାଲୁରୁ,୨୫।୧୨: ଗୁରୁବାର ସକାଳେ କର୍ନାଟକର ଚିତ୍ରଦୁର୍ଗ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ରୁ ଅଧିକ ଲୋକ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ହିରିୟୁର ତାଲୁକର...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri