ହସିନାଙ୍କ ବ୍ରିଜ୍‌ କୂଟନୀତି, ମମତାଙ୍କୁ ସ୍ବତନ୍ତ୍ର ଆମନ୍ତ୍ରଣ…

ଢାକା,୨୦।୭ : ଭାରତ ସହ ବିଶେଷ ସମ୍ପର୍କ ଥିବା ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏକ ସ୍ବତନ୍ତ୍ର ଆମନ୍ତ୍ରଣ ପଠାଇଛନ୍ତି। ନିର୍ମାଣ ହୋଇଥିବା ନୂଆ ପଦ୍ମ ବ୍ରିଜ ଦେଖିବା ପାଇଁ ଶେଖ ହସିନା ମମତାଙ୍କୁ ଆମନ୍ତ୍ରଣ କରିଛନ୍ତି। ହସିନା ବ୍ରିଜ୍‌ କୂଟନୀତି ଆଧାରେ କହିଛନ୍ତି ଯେ, ପଶ୍ଚିମବଙ୍ଗ ସମେତ ବାଂଲାଦେଶ ଏବଂ ଭାରତ ମଧ୍ୟରେ ବାଣିଜି୍ୟକ ସମ୍ପର୍କ ବୃଦ୍ଧିରେ ପଦ୍ମ ବ୍ରିଜ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପକ୍ଷରୁ କୋଲକାତା ପଠାଯାଇଥିବା ନିମନ୍ତ୍ରଣ ପତ୍ରରେ ଲେଖା ହୋଇଛି ଯେ ମୁଁ ତୁମ ସୁବିଧା ଅନୁଯାୟୀ ବାଂଲାଦେଶ ଆସିବାକୁ ଆମନ୍ତ୍ରଣ କରୁଛି। ସେପ୍ଟେମ୍ବରରେ ମୋର ଭାରତ ଗସ୍ତ ସମୟରେ ଦିଲ୍ଲୀରେ ଆପଣଙ୍କ ସହ ସାକ୍ଷାତ କରିବାର ସୁଯୋଗ ପାଇବାକୁ ମୁଁ ଆଶା କରୁଛି। ଏହା ମଧ୍ୟ ଲେଖାଯାଇଛି ଯେ ଏହି ସେତୁ ବାଂଲାଦେଶ ଏବଂ ପଶ୍ଚିମବଙ୍ଗ ସମେତ ସମଗ୍ର ଭାରତ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବ।

ଶେଖ ହସିନା କହିଛନ୍ତି ଯେ ପଶ୍ଚିମବଙ୍ଗର ଲୋକଙ୍କ ସହ ବାଂଲାଦେଶର ଲୋକଙ୍କ ଭାବପ୍ରବଣତା ରହିଛି। ଭାଷା, ସଂସ୍କୃତି ଏବଂ ଆଦର୍ଶଗତ ସମାନତା ହେଉଛି ଏହାର ପ୍ରମୁଖ ଶକ୍ତି। ସେଥିପାଇଁ ତୁମେ ଆସି ପଦ୍ମ ନଦୀ ଉପରେ ନିର୍ମିତ ନୂତନ ସେତୁକୁ ଦେଖିବ ବୋଲି ଆଶା।

ଶେଖ ହସିନା ଏବଂ ମମତାଙ୍କର ମଧ୍ୟରେ ଭଲ ସମ୍ପର୍କ ଅଛି। ଏପରି ପରିସ୍ଥିତିରେ, ତାଙ୍କ ନିମନ୍ତ୍ରଣକୁ ଗ୍ରହଣ କରି ମମତା ଶୀଘ୍ର ବାଂଲାଦେଶ ଗସ୍ତ କରିବେ ବୋଲି କୁହାଯାଉଛି। ଏହାପୂର୍ବରୁ କୋଲକାତାର ଇଡେନ ଗାର୍ଡେନ ଷ୍ଟାଡିୟମରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ପିଙ୍କ୍‌ ବଲ ଟେଷ୍ଟ ସମୟରେ ଶେଖ ହସିନା ଏବଂ ମମତା ଏକାଠି ନଜର ଆସିଥିଲେ। ଶେଖ ହସିନା କିଛି ଦିନ ତଳେ ବାଂଲାଦେଶରୁ ଆମ୍ବ ମମତାଙ୍କ ପାଇଁ ପଠାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

କେରଳରେ ଇତିହାସ ରଚିଲା ଭାଜପା: ଘଟିଲା ବଡ଼ ରାଜନୈତିକ ପରିବର୍ତ୍ତନ

ଥିରୁଭାନନ୍ତପୁରମ୍‌,୨୬।୧୨: କେରଳରେ ଭାଜପା ଇତିହାସ ସୃଷ୍ଟି କରିଛି। ଶୁକ୍ରବାର ଭାଜପା ନେତା ଭିଭି ରାଜେଶ ତିରୁଭାନନ୍ତପୁରମର ମେୟର ଭାବରେ ଶପଥ ଗ୍ରହଣ କରି ରାଜ୍ୟ ରାଜନୀତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri