ଆଲିଆଙ୍କ ଉପରେ ଖୁସି ନାହାନ୍ତି ଶାଶୁ!

ମୁମ୍ବାଇ: ଅଭିନେତ୍ରୀ ଆଲିଆ ଭଟ୍ଟ ଖୁବ୍‌ଶୀଘ୍ର ମା’ ହେବାକୁ ଯାଉଛନ୍ତି। ସୋସିଆଲ ମିଡିଆରେ ତାଙ୍କୁ ଏନେଇ ଅନେକ ଅଭିନନ୍ଦନ ଆସୁଛି। ଏହି ଖୁସି ଖବର ପରେ କପୁର ଏବଂ ଭଟ୍ଟ ପରିବାର ବେଶ୍‌ ଆନନ୍ଦିତ ଅଛନ୍ତି। ଆଲିଆ ଏବଂ ରଣବୀର କପୁର ୩ ମାସ ହେବ ବିବାହ କରିଛନ୍ତି। ପ୍ରାୟ ୫ ବର୍ଷ ପରସ୍ପରକୁ ଡେଟ୍‌ କରିବା ପରେ ସେମାନେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ବିବାହ ପରଠାରୁ ରଣବୀର ଏବଂ ଆଲିଆ ବୃତ୍ତିଗତ ଜୀବନରେ ବ୍ୟସ୍ତ ଅଛନ୍ତି। ଏବେ ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା ପରେ ଲୋକମାନେ ସୋସିଆଲ ମିଡିଆରେ କହୁଛନ୍ତି ଆଲିଆ ଏବଂ ତାଙ୍କ ଶାଶୁ ନୀତୁ କପୁରଙ୍କ ମଧ୍ୟରେ କିଛି ସମ୍ପର୍କ ଭଲ ଥିଲାପରି ଲାଗୁନାହିଁ।

ବିବାହ ପରେ ଶାଶୁ ନୀତୁ ତାଙ୍କ ବୋହୂକୁ ବହୁତ ପ୍ରଶଂସା କରିଥିଲେ, କିନ୍ତୁ ନିକଟରେ ଏହି ଭିଡିଓ ଦେଖି ଲୋକମାନେ କହୁଛନ୍ତି ଯେ, ଶାଶୁ ତାଙ୍କ ବୋହୂ ଆଲିଆଙ୍କ ଅପେକ୍ଷା ଝିଅଙ୍କୁ ଅଧିକ ଭଲ ପାଉଛନ୍ତି।

ନିକଟରେ ନୀତୁ ମୁମ୍ବାଇ ବିମାନବନ୍ଦରରେ ନଜର ଆସିଥିଲେ। ଯେଉଁଠାରେ ସେ ଫଟୋଗ୍ରାଫରଙ୍କ ସହ କଥା ହୋଇଥିଲେ। ଯେତେବେଳେ ଫଟୋଗ୍ରାଫରମାନେ ନୀତୁଙ୍କୁ ପଚାରିଥିଲେ ଯେ, ସେ ତାଙ୍କ ବୋହୂଙ୍କୁ ଭେଟିବାକୁ ବିଦେଶ ଯାଉଛନ୍ତି କି? ସେତେବେଳେ ନୀତୁ ସଫା ମନା କରିଦେଇଥିଲେ। ନୀତୁ କହିଛନ୍ତି, ସେ ଆଲିଆଙ୍କୁ ଭେଟିବାକୁ ନୁହେଁ ବରଂ ତାଙ୍କ ଝିଅ ରିଦ୍ଧିମାଙ୍କୁ ଭେଟିବାକୁ ବିଦେଶ ଯାଉଛନ୍ତି।

ଆଲିଆ ଜୁନ୍‌ ୨୭ରେ ଗର୍ଭବତୀ ଥିବା ଘୋଷଣା କରିଥିଲେ। ଆଲିଆ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ଦୁଇଟି ଫଟୋ ଶେୟାର କରି କହିଥିଲେ ଯେ, ସେ ମା’ ହେବାକୁ ଯାଉଛନ୍ତି। ନୀତୁଙ୍କୁ ଫଟୋଗ୍ରାଫର ଆଉ ପ୍ରଶ୍ନ ପଚାରିଥିଲେ, ଆପଣ ଜେଜେ ମା’ ହେବାକୁ ଯାଉଛନ୍ତି। ଏହା ପରେ ନୀତୁ କହିଥିଲେ, ତାଙ୍କ ବ୍ୟତୀତ ସାରା ବିଶ୍ୱ ଜାଣନ୍ତି ଯେ, ସେ ଜେଜେମା ହେବାକୁ ଯାଉଛନ୍ତି। ନୀତୁଙ୍କ ଏପରି କଥା ଟିକେ ଖାପଛଡ଼ା ଲାଗୁଛି। ତେବେ ଏହା କେତେଦୂର ସତ ତାହା ପରେ ଜଣାପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri