ଅନୁମତି ଦେଇନି ରେଲୱେ, ବାଧା ରାଜପଥ ସମ୍ପ୍ରସାରଣ

ଛତ୍ରପୁର,୩।୭(ଡି.ଏନ.ଏ.): ଗଞ୍ଜାମ- ପୁରୀ ମେଗା ପାଇପ୍‌ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟ ସାରିବାରେ ସମ୍ପୃକ୍ତ ହାଇଦ୍ରାବାଦର ଜିଭିପିଆର୍‌ ଇଞ୍ଜିନିୟର୍ସ ଲିମିଟେଡ୍‌ ଠିକା ସଂସ୍ଥାରେ ଅହେତୁକ ବିଳମ୍ବ କରୁଛି ା ଏ ନେଇ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ପକ୍ଷରୁ ନୋଟିସ୍‌ ଜାରି ହୋଇସାରିଛି ା ଅନ୍ୟପକ୍ଷରେ ଏହି ପ୍ରକଳ୍ପ କାମ ଲାଗି ପାଇପ ବିଛାଇବା ପାଇଁ ରେଲୱେ ଓ ଜାତୀୟ ରାଜପଥର କ୍ରସିଂର ଆବଶ୍ୟକତା ପଡୁଛି ା ବିଭାଗ ପକ୍ଷରୁ ରେଲୱେ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖାଯିବା ସହ ଏଥିପାଇଁ ସମସ୍ତ ଆବଶ୍ୟକ କାଗଜପତ୍ର ପଠାଯାଇଛି। ତେବେ ଏଯାବତ ରେଲୱେ ବିଭାଗରୁ ଅନୁମତି ମିଳି ନଥିବା ଜଣାପଡିଛି। ଗଞ୍ଜାମ ଜିଲା ଦେଇ ରେଲୱେ ଲାଇନ୍‌ ଓ ଜାତୀୟ ରାଜପଥ ଯାଇଛି। ତା ଉପରେ ପାଣି ପାଇପ୍‌ ଲାଇନ୍‌ର କ୍ରସିଂ ର ଆବଶ୍ୟକତା ପଡିଛି ା ଏଥିଲାଗି ଏନଏଚଏଆଇ କର୍ତ୍ତୃପକ୍ଷ ଅନୁମତି ଦେଇଥିଲେ ହେଁ ଜାତୀୟ ରାଜପଥ ସଂପ୍ରସାରଣ କାମ ସରିବା ପରେ ଏସବୁ ତ୍ୱରାନ୍ବିତ ହେବ ବୋଲି ବିଭାଗକୁ ଚିଠି ଆସିଛି ା ଏହି ପରିପ୍ରେକ୍ଷୀରେ ଉକ୍ତ ମେଗା ପାଇପ୍‌ ଜଳ ଯୋଗାଣ ପ୍ରକଳ୍ପ ଆହୁରି ବିଳମ୍ବିତ ହେବା ଏକପ୍ରକାର ସ୍ପଷ୍ଟ ହୋଇଛି ା
ଗଞ୍ଜାମ ଜିଲାର ଗଞ୍ଜାମ ବ୍ଲକ ଅଧିନ ୭ଟି ପଞ୍ଚାୟତ ଅଧିନ ୫୫ ଗାଁ ଓ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକର ୧୪ ପଞ୍ଚାୟତ ଅଧିନ ୯୨ ଗ୍ରାମରେ ପାଣି ସମସ୍ୟା ଦୂର ପାଇଁ ମେଗା ପାଇପ୍‌ ଜଳ ଯୋଗାଣ ପ୍ରକଳ୍ପ କାମ ଚାଲିଛି ା ଏହି ପ୍ରକଳ୍ପ ପାଇଁ ୨୦୩.୪୬ କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଛି ା ଏହି ପ୍ରକଳ୍ପ କାମ ୨୦୧୮ ଅଗଷ୍ଟ ୨୮ରେ ଆରମ୍ଭ ହୋଇଥିଲା। ପ୍ରଥମେ ଏହା ୨୦୨୦ ଅଗଷ୍ଟ ୨୬ରେ ସାରିବାକୁ ଲକ୍ଷ୍ୟ ରହିଥିଲା ା ପରେ ଏହାର ଅବଧିକୁ ୨ ବର୍ଷ ବୃଦ୍ଧି କରାଯାଇ ଚଳିତ ବର୍ଷ ଅଗଷ୍ଟ ୨୬ ପର୍ଯ୍ୟନ୍ତ ବର୍ଦ୍ଧିତ କରାଯାଇଥିଲା। ଜୁନ୍‌ ୧ରେ ତକତ୍ାଳୀନ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ଛତ୍ରପୁର ଠାରେ ଅନୁଷ୍ଠିତ ଗଞ୍ଜାମ-ପୁରୀ ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପର ସମୀକ୍ଷା ବୈଠକ କରିଥିଲେ ା ଏହାପୂର୍ବରୁ ମଧ୍ୟ ବହୁବାର ଏପରି ସମୀକ୍ଷା ବୈଠକ ହୋଇଥିଲା। ଦାସବର୍ମାଙ୍କ ନିଜ ନିର୍ବାଚମଣ୍ଡଳୀ ଅଧିନରେ କୃଷ୍ଣପ୍ରସାଦ ବ୍ଲକ ଯାଉଥିବାରୁ ସେ ଏହାକୁ ଅଧିକ ଧ୍ୟାନ ଦେଉଥିଲେ ା ଏବେ ସେ ଯୋଜନା ବୋର୍ଡ ଉପାଧ୍ୟକ୍ଷ ନାହାନ୍ତି। ତେଣୁ ପ୍ରକଳ୍ପ କାମ କେବେ ସରିବ ତାହା
ଅନିଶ୍ଚିତତା ମଧ୍ୟରେ ରହିଛି ା


Enter your email to get our daily news in your inbox.

All Right Reserved By Dharitri.Com

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ଏକାଠି ହେଲେ ହଳଦିଆ ତୈଳିକ ବୈଶ୍ୟ ସମାଜ ସଭ୍ୟ, ବିଭିନ୍ନ ସମସ୍ୟା ନେଇ

ଦିଗପହଣ୍ଡି,୮ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଚିକିଟି ଓ ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜର ଏକ ଆଲୋଚନା ସଭା ସାନଖେମୁଣ୍ଡି ବ୍ଲକ ଜିଉରା ଗ୍ରାମ...

ଯାଉଥିବାବେଳେ ହଠାତ୍‌ ସାମ୍ନାକୁ ଚାଲିଆସିଲା ଏମିତି ଏକ ଜନ୍ତୁ, ତା’ପରେ…

ଭଞ୍ଜନଗର,୮।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଫୁଲବାଣୀ ମୁଖ୍ୟ ରାସ୍ତାର ସୋରାଦେବୀ ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଅଜଣା ଜନ୍ତୁକୁ ଧକ୍କା ଦେଇ ଜଣେ...

ଟାଇକୋଣ୍ଡୋ ଏକାଡେମୀର ଗୌରବମୟ ସଫଳତା: ସୋହନଙ୍କୁ ମିଳିଲା…

ଛତ୍ରପୁର,୮।୧୨(ଦିଲ୍ଲୀପ ସାମଲ): ଛତ୍ରପୁର ନିକଟ ଧିରେଶର୍‌ ବିଦ୍ୟାପୀଠର ନବମ ଶ୍ରେଣୀ ଛାତ୍ର ଏସ୍‌. ସୋହନ ରେଡ୍ଡି ଅରୁଣାଞ୍ଚଳ ପ୍ରଦେଶରେ ହୋଇଥିବା ଜାତୀୟ ବିଦ୍ୟାଳୟ ସମୂହ କ୍ରୀଡା...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ଜାନୁୟାରୀ ୮ରୁ ଶ୍ରୀରାମଚରିତ ମାନସ ପାରାୟଣ: ଯୋଗଦେବେ ସୁନାମଧନ୍ୟ ପ୍ରବକ୍ତା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଡ଼ ବ୍ରାହ୍ମଣସାହି ସ୍ଥିତ ଶ୍ରୀ ଗୋପାଳଜୀ ମଠ ପରିସରରେ ରବିବାର ଶ୍ରୀ ରାମଦୟା ପରିଷଦ ଦିଗପହଣ୍ଡି ଶାଖା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri