ବ୍ରହ୍ମପୁର ଅଫିସ,୩।୭: ରାଜ୍ୟରେ ୧୯୫୧-୫୨ରୁ ୨୦୧୯ ମଧ୍ୟରେ ୧୬ ବିଧାନସଭା ନିର୍ବାଚନ ହୋଇଛି। ଗଞ୍ଜାମ ଜିଲା ଧରାକୋଟ ରାଜ ପରିବାରରୁ ୮ ଜଣ ବିଭିନ୍ନ ଦଳରୁ ବିଧାୟିକା ଓ ବିଧାୟକ ହୋଇଥିବା ତଥ୍ୟ ରହିଛି। ଅନ୍ୟପକ୍ଷରେ ଏହି ପରିବାର ରାଜନୈତିକ କ୍ଷମତା ବାନ୍ଧି ରଖିଛନ୍ତି। ଅନୁଗତ ଓ କର୍ମୀଙ୍କୁ ସୁଯୋଗ ଦେଉନାହାନ୍ତି। ରାଜା ଏମପି ହେଲେ ବିଧାୟିକା ହେଉଛନ୍ତି ରାଣୀ। ସେହିପରି ରାଣୀ ବ୍ଳକ ଅଧ୍ୟକ୍ଷ ହେଲେ ଉପାଧ୍ୟକ୍ଷ ହେଉଛନ୍ତି ରାଜା। ୨୦୨୨ ପଞ୍ଚାୟତ ନିର୍ବାଚନରେ ସେଠାର ରାଜ କୁମାରୀ ହୋଇଛନ୍ତି ଧରାକୋଟ ବ୍ଲକ ଅଧ୍ୟକ୍ଷା। ପରିବାରରେ ପୁରୁଷ ନ ଥିବାରୁ ଅନ୍ୟ ଲୋକଙ୍କୁ କରାଯାଇଛି ଉପାଧ୍ୟକ୍ଷ। ଜିଲାର ଅନ୍ୟ କେଉଁଠି ଏଭଳି ରୋଚକ ରାଜନୀତି ନାହିଁ। ଦେଶ ସ୍ବାଧୀନତା ପରେ ରାଜ ରାଜୁଡ଼ା ଓ ଜମିଦାରି ଶାସନର ଅନ୍ତ ଘଟିଛି। ତଥାପି ବିଭିନ୍ନ ପୂର୍ବ ଗଡ଼ଜାତ ଅଞ୍ଚଳରେ ରାଜ ପରିବାର ପ୍ରତି ଲୋକଙ୍କ ଆନୁଗତ୍ୟ ଏବେ ବି ରହିଛି।
ସୂଚନାଯୋଗ୍ୟ, ୨୦୦୪ ନିର୍ବାଚନ ପର୍ଯ୍ୟନ୍ତ ଧରାକୋଟ ଓ ସୋରଡ଼ା ବ୍ଲକ ଏବଂ ସୋରଡ଼ା ଏନ୍ଏସିକୁ ନେଇ ଗଠିତ ହୋଇଥିଲା ସୋରଡ଼ା ନିର୍ବାଚନ ମଣ୍ଡଳୀ। ପ୍ରଥମେ ୧୯୬୭ ନିର୍ବାଚନରେ ଧରାକୋଟ ରାଜା ଅନନ୍ତ ନାରାୟଣ ସିଂହଦେଓ ସ୍ବତନ୍ତ୍ର ପାର୍ଟିରୁ ବିଧାୟକ ହୋଇଥିଲେ। ୧୯୭୧ ନିର୍ବାଚନରେ ମଧ୍ୟ ସେ ସ୍ବତନ୍ତ୍ର ପାର୍ଟିରୁ ଦ୍ୱିତୀୟ ଥର ବିଧାୟକ ହେବା ସହ ତତ୍କାଳୀନ ବିଶ୍ୱନାଥ ଦାସ ମନ୍ତ୍ରୀ ମଣ୍ଡଳରେ କ୍ୟାବିନେଟ ପଦ ପାଇଥିଲେ। ଅନନ୍ତ ୧୯୭୭ ନିର୍ବାଚନରେ ଜନତା ପାର୍ଟିରୁ ସୋରଡ଼ା ବିଧାୟକ ହୋଇଥିଲେ। ୧୯୯୦ ନିର୍ବାଚନରେ ରାଣୀ ଶାନ୍ତି ଦେବୀ ସୋରଡ଼ାରୁ ଜନତା ଦଳର ବିଧାୟିକା ହୋଇଥିବା ବେଳେ ରାଜା ଅନନ୍ତ ଆସିକା ଲୋକସଭା କ୍ଷେତ୍ରରୁ ଏମ୍ପି ହେଲେ। ପରବର୍ତ୍ତୀ ୧୯୯୫ ନିର୍ବାଚନରେ ଅନନ୍ତ ନାରାୟଣ ଭାଜପାରୁ ସୋରଡ଼ା ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୦୪ ନିର୍ବାଚନ ବେଳେ ବିଜେଡି ସହ ମେଣ୍ଟ ଥିବାରୁ ସେହି ନିର୍ବାଚନ ମଣ୍ଡଳୀରୁ କିଶୋର ଚନ୍ଦ୍ର ସିଂହଦେଓ ବିଧାୟକ ହୋଇଥିଲେ।
୨୦୦୯ ନିର୍ବାଚନ ବେଳେ ସୀମା ନିର୍ଦ୍ଧାରଣ ଓ ପୁନର୍ଗଠନ ପ୍ରକ୍ରିୟାରେ ସୋରଡ଼ା ଓ ବେଲଗୁଣ୍ଠା ବ୍ଲକ ଏବଂ ଦୁଇଟି ଯାକ ଏନ୍ଏସିକୁ ନେଇ ସୋରଡ଼ା ବିଧାନସଭା କ୍ଷେତ୍ର ଗଠନ ହେଲା। ସାନଖେମୁଣ୍ଡି ଓ ଧରାକୋଟ ବ୍ଲକକୁ ନେଇ ହୋଇଛି ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ। ୨୦୦୯ରେ ସାନଖେମୁଣ୍ଡିରୁ ଭାଜପା ବିଧାୟକ ପ୍ରାର୍ଥୀ ଥିଲେ କିଶୋର ଚନ୍ଦ୍ର। ସେ କଂଗ୍ରେସ ପ୍ରାର୍ଥୀଙ୍କ ଦ୍ୱାରା ପରାସ୍ତ ହେଲେ। ୨୦୧୪ ନିର୍ବାଚନ ବେଳେ ଧରାକୋଟ ରାଜ ପରିବାର ଭାଜପା ଛାଡ଼ିଥିଲେ। ତେଣୁ ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ ବିଜେଡିରୁ ପ୍ରତିଦ୍ୱନ୍ଦ୍ୱିତା କରି ନିର୍ବାଚିତ ହେଲେ। ୨୦୧୯ ନିର୍ବାଚନରେ ମଧ୍ୟ ନନ୍ଦିନୀ ଶଙ୍ଖ ଦଳରୁ ଲଢ଼ି ପରାଜିତ ହୋଇଥିଲେ। ଏବେ ସେ ଦଳର ମହିଳା ସଂଗଠନର ଉପଦେଷ୍ଟା ଅଛନ୍ତି ଏବଂ ଝିଅ ସୁଲକ୍ଷଣାଙ୍କୁ ବିଜେଡି ରାଜନୀତିରେ ପ୍ରବେଶ କରାଇଛନ୍ତି। ସେ ଧରାକୋଟ ବ୍ଲକ ଅଧ୍ୟକ୍ଷା ହୋଇଛନ୍ତି। ରାଜା ଓ ରାଣୀମାନେ ବିଧାନସଭା ଓ ଲୋସଭାକୁ ନିର୍ବାଚିତ ପରେ ସେହି ସମୟରେ ଧରାକୋଟ ବ୍ଲକରେ କେବଳ ରାଜ ପରିବାର ସଦସ୍ୟ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ହୋଇ ଶାସନ କ୍ଷମତା ନିଜ ଅକ୍ତିଆରରେ ରଖିଥିଲେ। ଆଗାମୀ ଦିନରେ ଏହି ପ୍ରଥା ଅବ୍ୟାହତ ରହିବାର ରାଜନୀତି ବିଶ୍ଲେଷକ ଚର୍ଚ୍ଚା କରୁଛନ୍ତି।
ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ
ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...
ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର
ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...
୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର
ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...
୨ଜଣଙ୍କୁ ଧକ୍କା ଦେଇ ଚାଲିଯାଇଥିଲା ଡାଲା ଅଟୋ, ଚିକିତ୍ସିତ ଅବସ୍ଥାରେ ଚାଲିଗଲା ଜଣକର ଜୀବନ
ଦିଗପହଣ୍ଡି, ୨୧|୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତା ରେ ଘଟିଥିବା ଦୁର୍ଘଟଣାରେ ଗୁରୁତର ଆହତ ଯୁବକଙ୍କ ମୃତ୍ୟୁ...
କ୍ରୀଡ଼ା ମହୋତ୍ସବକୁ ଉଦ୍ଘାଟିତ କଲେ ଆସିକା ଏମ୍ପି: ଯୋଗଦେଲେ ୭ ବିଧାନସଭା କ୍ଷେତ୍ରର କ୍ରୀଡ଼ାବିତ୍
ହିଞ୍ଜିଳିକାଟୁ,୨୧।୧୨(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ବୃନ୍ଦାବନ ମିନି ଷ୍ଟାଡିୟମ ପରିସରରେ ଜିଲାସ୍ତରୀୟ ସାଂସଦ କ୍ରୀଡା ମହୋତ୍ସବ ରବିବାର ଉଦଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଆସିକା...
ଦୂର ହେବ ଶିକ୍ଷକଙ୍କ ସମସ୍ୟା, ଶିଶୁ ଉତ୍ସବରେ ଯୋଗଦେଇ ପ୍ରତିଶୃତି ଦେଲେ ଭଞ୍ଜନଗର ବିଧାୟକ
ଭଞ୍ଜନଗର, ୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟରେ ଦୁଇଦିନ ଧରି ଓଷ୍ଠା ପକ୍ଷରୁ ଚାଲିଥିବା ଜିଲ୍ଲା ସ୍ତରୀୟ ଶିଶୁ ଉତ୍ସବ ରବିବାର...
ଧରିତ୍ରୀର ପ୍ରଭାବ: ବେସାହାରା ଭାଇ ଭଉଣୀଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ବିଧାୟକ
ଗଞ୍ଜାମ,୨୧।୧୨(ବିଦ୍ୟାଧର ସାହୁ ): ଧରିତ୍ରୀରେ ଖବର ପ୍ରକାଶ ପରେ ପଡିଲା ପ୍ରଭାବ । ବେସାହାରା ଭାଇଭଉଣୀକୁ ସାହାଯ୍ୟର ହାତ ବଢ଼ାଇଲେ ଛତ୍ରପୁର ବିଧାୟକ । ଗଞ୍ଜାମ...
ପୋଲିସକୁ ଖୋଲା ଚ୍ୟାଲେଞ୍ଜ: ଗୋଟିଏ ରାତିରେ ଛତ୍ରପୁରର ୪ ମନ୍ଦିରରୁ ଚୋରି
ଛତ୍ରପୁର, ୨୦ା୧୨(ଦିଲୀପ ସାମଲ)- ପୁଣି ମନ୍ଦିରଗୁଡିକ ଉପରେ ଦୁର୍ବୃତ୍ତଙ୍କ ନଜର ପଡିଛି । ପୋଲିସ କଲୋନୀ ନିକଟରେ ଥିବା ୪ଟି ମନ୍ଦିରରୁ ଚୋରି କରି ପୋଲିସକୁ...
Archives


