ଦୁର୍ଘଟଣାରେ ଯୁବକ ମୃତ, ବୃଦ୍ଧ ଗୁରୁତର

ବ୍ରହ୍ମପୁର ଅଫିସ,୨୭।୬: ସଡ଼କ ଦୁର୍ଘଟଣା ହ୍ରାସ କରିବା ପାଇଁ ଜିଲା ପ୍ରଶାସନ ଓ ପୋଲିସ ପକ୍ଷରୁ ଅନେକ କାର୍ଯ୍ୟକ୍ରମ କରାଯାଉଛି। ଏନେଇ ଜନସାଧାରଣଙ୍କୁ ସଚେତନ ମଧ୍ୟ କରାଯାଉଛି। ହେଲେ ଦିନକୁ ଦିନ ଦୁର୍ଘଟଣା ମାମଲା ବୃଦ୍ଧି ହେବାରେ ଲାଗୁଛି। ଯାହାକି ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି। ଗତ ସପ୍ତାହ ମଧ୍ୟରେ ସହରରେ ପୃଥକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଏକ ଦୁର୍ଘଟଣାରେ ଜଣେ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି। ମୃତ ଯୁବକ ଜଣକ ସ୍ଥାନୀୟ ଅନନ୍ତନଗରର ଗୁରୁଦତ୍ତ ପଣ୍ଡା(୩୨)। ସେହିପରି ଗୁରୁତର ଆହତ ବୃଦ୍ଧ ଗୌତମନଗରର ଭ୍ରମରବର ସାହୁ(୬୭) ବୋଲି ଟ୍ରାଫିକ ପୋଲିସ ପକ୍ଷରୁ କୁହାଯାଇଛି। ଏନେଇ ପୋଲିସ ଦୁଇଟି ମାମଲା(୨୪/୨୨ ଏବଂ ୨୫/୨୨) ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

ଘଟଣାରୁ ପ୍ରକାଶ ଯେ, ଗତ ୧୬ ତାରିଖରେ କମାପଲି ଭେଣ୍ଡିଂଜୋନ ନିକଟରେ ଏକ ଗାଡ଼ି ଧକ୍କାରେ ଗୁରୁତର ଆହତ ହୋଇଥିବା ଗୁରୁଦତ୍ତଙ୍କୁ ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ରବିବାର ମୃତ୍ୟୁ ଘଟିଛି। ପରିବାର ଲୋକ ଏନେଇ ଟ୍ରାଫିକ ଥାନାରେ ଅଭିଯୋଗ କରିଛନ୍ତି। ସେହିପରି ଗୌତମନଗରରେ ରହୁଥିବା ଭ୍ରମରବର ସାହୁ ରବିବାର ସନ୍ଧ୍ୟାରେ କୌଣସି କାମରେ ରେଡ୍ଡୀ ଗେରେଜ ଛକ ରାସ୍ତାଦେଇ ଯାଉଥିବା ବେଳେ ତାଙ୍କୁ ଏକ ଯାତ୍ରୀବାହୀ ବସ୍‌ ଧକ୍କା ଦେଇଥିଲା। ସ୍ଥାନୀୟ ଲୋକ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରିଥିଲେ। ଖବର ପାଇ ଆହତଙ୍କ ପରିବାର ଲୋକ ମେଡିକାଲରେ ପହଞ୍ଚି ଥିଲେ। ସୋମବାର ଚିକିତ୍ସାଧୀନ ଥିବା ଗୁରୁତର ଆହତଙ୍କ ଭଣଜା କୃଷଚନ୍ଦ୍ର ସାହୁ ଏନେଇ ଟ୍ରାଫିକ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଏବେ ଉଭୟ ଘଟଣାର ତଦନ୍ତ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri