କୋଲକତା,୧୬।୬: ରଣଜୀ ଟ୍ରଫିରେ ପଶ୍ଚିମବଙ୍ଗ କ୍ରୀଡ଼ା ମନ୍ତ୍ରୀ ମନୋଜ ତିୱାରୀ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ଆଲୁର (କର୍ନାଟକ)ରେ ମଧ୍ୟପ୍ରଦେଶ ବିପକ୍ଷ ସେମିଫାଇନାଲ ମ୍ୟାଚରେ ମନୋଜ ତିୱାରୀ ୧୦୨ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ। ଏଥିରେ ୧୨ଟି ଚୌକା ସାମିଲ ଥିଲା। ଏହା ମନୋଜ ତିୱାରୀଙ୍କ ପ୍ରଥମ ଶ୍ରେଣୀ କ୍ୟାରିୟରର ୨୯ ତମ ଶତକ ଥିଲା। ତାଙ୍କ ଇନିଂସ ଯୋଗୁ ପଶ୍ଚିମବଙ୍ଗ ଦଳ ୨୭୩ ରନ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲା।
ମନୋଜ ତିୱାରୀ ଏକ ଶତକ ସ୍କୋର କରିବା ପରେ ଏକ ଚିଠି ଦେଖାଇଥିଲେ। ଏହି ଚିଠି ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେହି ଚିଠିରେ ତିୱାରୀ ହାର୍ଟ ଫଟୋ ଆଙ୍କି ଥିଲେ। ଏହି ଚିଠି ସେ ତାଙ୍କ ସ୍ତ୍ରୀ ସୁସ୍ମିତା ଏବଂ ପିଲାମାନଙ୍କର ନାମରେ ଲେଖିଥିଲେ। ଚାଲିଥିବା ରଣଜୀ ଟ୍ରଫି ସିଜିନ୍ରେ ଏହା ମନୋଜ ତିୱାରୀଙ୍କ କ୍ରମାଗତ ଦ୍ୱିତୀୟ ଶତକ। ସେ କ୍ୱାର୍ଟରଫାଇନାଲ୍ରେ ଝାଡଖଣ୍ଡ ବିପକ୍ଷରେ ୧୩୬ ରନ୍ କରିଥିଲେ।
ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ମନୋଜ ତିୱାରୀ ରାଜନୈତିକ ପିଚ୍ ନିଜର ନୂତନ ଇନିଂସ ଆରମ୍ଭ କରିଛନ୍ତି। ସେ ଗତ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସର ଟିକେଟ୍ରେ ଲଢି ବିଜୟ ଲାଭ କରିଥିଲେ। ଏହା ପରେ ସେ ମମତା ବାନାର୍ଜୀ ସରକାରରେ କ୍ରୀଡ଼ା ଓ ଯୁବ ମନ୍ତ୍ରୀ ଭାବେ ଏକ ବଡ଼ ଦାୟିତ୍ୱ ପାଇଥିଲେ।


