ବନ୍ଧୁ ଶଙ୍ଖୁଳା

ଅଲେଖ ଚନ୍ଦ୍ର ମିଶ୍ର

ବନ୍ଧୁବତ୍ସଳତା ଭାରତୀୟ ସଂସ୍କୃତିର ଏକ ମହାନ୍‌ ପରମ୍ପରା। ବନ୍ଧୁତାର ସୃଷ୍ଟି ଯେତିକି ସହଜ ତା’ର ସ୍ଥିତି ସେତିକି କଷ୍ଟ ଓ ବିଚ୍ଛେଦ ତତୋଽଧିକ ଯନ୍ତ୍ରଣାଦାୟକ। ଶାସ୍ତ୍ରାନୁସାରେ ଅଜଣା ଲୋକଟିଏ ସହିତ ମାତ୍ର ସାତ ପାଦ ଚାଲିଲେ କିମ୍ବା ସାତପଦ କଥାବାର୍ତ୍ତା ହେଲେ ବନ୍ଧୁତ୍ୱ ସୃଷ୍ଟି ହୋଇଯାଏ। ଯେଉଁଠାରେ ପାରିବାରିକ ସମ୍ପର୍କ ମାଧ୍ୟମରେ ବନ୍ଧୁତା ସ୍ଥାପନ ହୁଏ ତାହା ତ ସାତ ପିଢ଼ି ପର୍ଯ୍ୟନ୍ତ ଅତୁଟ ରହେ ବୋଲି ବିଶ୍ୱାସ ରହିଛି। ତା’ ଛଡ଼ା ଘଟଣାଚକ୍ରରେ ବା ଭାବାବେଗରେ ସୃଷ୍ଟ ବନ୍ଧୁତ୍ୱ ଯଥା ସୂର୍ଯ୍ୟବନ୍ଧୁ, ଧର୍ମବନ୍ଧୁ, ଅବଢ଼ା, ମାହାର୍ଦ୍ଦ, ମକର, ସଙ୍ଗାତ, ମୈତ୍ର, ସାଥୀ, ମିତ, ସଖା, ସଖୀ, ସହୀ ପ୍ରମୁଖ ବି ଆଜୀବନ ଅତୁଟ ରହେ I
ବନ୍ଧୁତାର ମର୍ଯ୍ୟାଦା ରକ୍ଷା କରିବା ପାଇଁ ଯେତେ କଷ୍ଟ ବା ଅସୁବିଧା ହେଲେ ବି କେହି କିଛି ଭାବନ୍ତିନି। ଏପରିକି ବନ୍ଧୁ ପାଇଁ ଜୀବନ ଦେବାକୁ ଅନେକେ ପଛାନ୍ତି ନାହିଁ। ଯାହାର ସଂଖ୍ୟାତୀତ ଦୃଷ୍ଟାନ୍ତ ମଧ୍ୟରୁ ପ୍ରାଚୀନ ଗ୍ରୀକ୍‌ ସାହିତ୍ୟର ଅମର କାହାଣୀ ଡାମନ ଓ ପିଥିୟାସ ବନ୍ଧୁତାର ଶ୍ରେଷ୍ଠ ନିଦର୍ଶନ ଭାବରେ ସାରା ପୃଥିବୀରେ ଅବିସ୍ମରଣୀୟ ହୋଇ ରହିଛି।
ସେହିପରି ଆମ ସମାଜରେ ବନ୍ଧୁଚର୍ଚ୍ଚା ବା ଅତିଥିସତ୍କାର ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି, ଯାହାର ପଟାନ୍ତର ନାହିଁ I ବନ୍ଧୁ ଅତିଥି ଏବଂ ଅତିଥି ଦେବତା (ଅତିଥି ଦେବୋ ଭବଃ) ଆମ ସଂସ୍କୃତି ଏହି ଆଦର୍ଶର ବାର୍ତ୍ତାବହ। ଘରକୁ ବନ୍ଧୁ ବା କୁଣିଆଟିଏ ଆସିଲେ କୋଟିନିଧି ମିଳିଲାପରି ଲାଗେ ଏବଂ ସାରା ପରିବାରରେ ଖୁସିର ଲହରି ଖେଳିଯାଏ I
ବନ୍ଧୁବାନ୍ଧବ ଆସିଲେ କାମରେ ଲାଗିବା ପାଇଁ ଅନେକ ଆଗରୁ ସାଇତା ରଖା ଯାଇଥିବା ଜିନିଷ ଖୋଜା ପଡ଼େ। ବନ୍ଧୁଙ୍କୁ ପାଛୋଟି ଆଣି ଗୋଡ଼ ଧୋଇବାକୁ ପାଣି ଓ ପୋଛି ହେବାକୁ ଗାମୁଛା ଦିଆଯାଏ I ବିଶ୍ରାମ କରିବା ପାଇଁ ଭିତର ଘରକୁ ନେଇଯାଇ ସମସ୍ତେ ତାଙ୍କର ସେବାରେ ଲାଗି ପଡ଼ନ୍ତି I କେହି ଜଳପାନର ବ୍ୟବସ୍ଥା କରନ୍ତି ତ କେହି ରୋଷେଇବାସର ବିଶେଷ ଆୟୋଜନରେ ଲାଗିପଡ଼ନ୍ତି। କେହି ଗାଡ଼ିଆରୁ ମାଛ ଧରିବା ପାଇଁ ବାହାରି ପଡ଼ନ୍ତି I ଅନ୍ୟ କେହି ବନ୍ଧୁଙ୍କ ପରିବାରର ପ୍ରତ୍ୟେକ ସଦସ୍ୟଙ୍କର କୁଶଳ ବାର୍ତ୍ତା ପଚାରି ବୁଝନ୍ତି I
କେହି କେହି ଅଭିମାନଭରା କଣ୍ଠରେ କହନ୍ତି, କ’ଣ ଏତେ ଦିନରେ ଆମ କଥା ମନେପଡ଼ିଲା ବା ବାଟଭୁଲି ଇଆଡ଼େ ଆସିଗଲ ନା କ’ଣ? ଅଥବା ତୁମର ଏଠି କିଏ ଅଛି ଯେ ଆସିବ? କିମ୍ବା ତୁମର ଆଖି ତ ବଡ଼ ହୋଇଗଲାଣି, ଏ ଗରିବଙ୍କୁ କାହିଁକି ପଚାରିବ? ତାରି ଭିତରେ ପରିବାର ତରଫରୁ ନିଷ୍ପତ୍ତି ଶୁଣାଇ ଦିଅନ୍ତି, ଆସିଛ ତ ତୁମ ଇଚ୍ଛାରେ, ଯିବ କିନ୍ତୁ ଆମ ଇଚ୍ଛାରେ। ଯେଉଁ କେଇଦିନ ବନ୍ଧୁ ରହନ୍ତି ଘରେ ଯେମିତି ଉତ୍ସବ ଲାଗି ରହେ। ଯେଉଁଦିନ ସେ ଚାଲିଯିବାକୁ ବାହାରନ୍ତି ଘରର କେହି ତାଙ୍କର ଛତା, ଜୋତା, ଲୁଗାପଟା ଭଳି କିଛି ଜିନିଷ ଲୁଚେଇ ଦେଇ ତାଙ୍କ ଫେରିବାରେ ଅନ୍ତରାୟ ସୃଷ୍ଟି କରନ୍ତି I ଶେଷରେ ଯେତେବେଳେ ସେ କାମର ବାହାନା ଦେଖେଇ ଫେରିଯିବାକୁ ଜିଦ୍‌ କରନ୍ତି ଏବଂ ପୁଣି ଆସିବାକୁ ଆଶ୍ୱାସନା ଦିଅନ୍ତି ତାଙ୍କୁ। ଶୀଘ୍ର ପୁନରାଗମନର ପ୍ରତିଶ୍ରୁତି ଆଦାୟ କରିବାକୁ କେହି ଅନ୍ତରଙ୍ଗ ରାଣ ନିୟମ ପକାଇ ତାଙ୍କୁ ବିବଶ କରି ଦିଅନ୍ତି I ତା’ ପରେ ଘରର ମୁରବି ତାଙ୍କୁ ବାଟେଇ ଦେବାପାଇଁ କିଛିବାଟ ତାଙ୍କର ଅନୁଗମନ କରନ୍ତି I ଶାସ୍ତ୍ର ତ କହେ, ନଦୀଂ ଯାବତ୍‌ ବନ୍ଧୁମନୁସରେତ I ଅନେକ ବର୍ଷ ଧରି ସମ୍ପର୍କ ନ ଥିବା କିମ୍ବା ଭୁଲିଯାଇଥିବା ବହୁବର୍ଷ ତଳର ପୁରୁଣା ପିଢ଼ିର ବନ୍ଧୁ ଜଣେ ଆସିଲେ ତ ତାଙ୍କୁ ଦେଖି କେହି କେହି କାନ୍ଦି ପକାନ୍ତି I ଜଣକ ଘରକୁ କୁଣିଆଟିଏ ଆସିଲେ ସାହି ପଡ଼ିଶା ବି ତାଙ୍କୁ ଭୋଜନ ପାଇଁ ଆମନ୍ତ୍ରଣ କରନ୍ତି I ଏହା ହିଁ ଆଗେ ଆମ ସମାଜରେ ବନ୍ଧୁ ଶଙ୍ଖୁଳାର ଚଳଣି ଥିଲା I
ମାତ୍ର କ୍ଷୋଭର କଥା ଏଭଳି ଏକ ଅମୂଲ୍ୟ ବୁଝାମୁଣାର ପ୍ରକ୍ରିୟା ଏବେ ଅତୀତର ସ୍ମୃତି ପାଲଟି ଗଲାଣି। ଆମର ଯୁବ ସମାଜ ଏପରି ଭାବାବେଗତାରୁ ଦୂରେଇ ଯାଉଛି। ବିଶେଷକରି ସହରୀ ଜୀବନ ଯାପନ କରୁଥିବା ଅଣୁ ପରିବାର ବନ୍ଧୁଙ୍କର ଆକସ୍ମିକ ଆଗମନରେ ଅସ୍ବସ୍ତି ଅନୁଭବ କରନ୍ତି। ଦୈନନ୍ଦିନ ଜୀବନର ଧରାବନ୍ଧା ରାସ୍ତାରୁ ଦିନେ ଅଧେ ପାଇଁ ବିଚ୍ୟୁତିକୁ ବି ଗ୍ରହଣ କରିପାରନ୍ତିନି I
ଗାଁଲୋକ, ବନ୍ଧୁବାନ୍ଧବ, ସାହିପଡ଼ିଶା, ବାଲ୍ୟବନ୍ଧୁ, ସାଥୀ, ସମ୍ପର୍କୀୟ ଏମାନଙ୍କ କଥା ଦୂରେ ଥାଉ ନିଜ ପରିବାରର ଅତି ଆପଣାର ଲୋକ ଆସିଲେ ବି ସେମାନେ ସହଜ ହୋଇ ପାରନ୍ତିନି। ସେମାନେ ଭୁଲି ଯାଆନ୍ତି ସମ୍ପର୍କର ଆକର୍ଷଣ ଏତେ ମହାନ୍‌ ଯେ ଦେବତାମାନେ ବି ତାକୁ ପାଇବାକୁ ମର୍ତ୍ତ୍ୟରେ ମାନବ ଜନ୍ମ ନିଅନ୍ତି I ଭକ୍ତକବିଙ୍କ ଭାଷାରେ କାହିଁ ବନ୍ଧୁତା କାହିଁ ପ୍ରେମ ସୁନ୍ଦର, ଯାର ପ୍ରାପତି ଯୋଗୁ ଦେବତା ନର I’
ସାରଦାଶ୍ରୀ,୯୦୪, ଶାସ୍ତ୍ରୀନଗର,
ଭୁବନେଶ୍ୱର, ମୋ:୯୪୩୮୬୭୩୮୯୮


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟ ଓ ଜୀବନଶୈଳୀ

ପିଲାବେଳର ପାଠ କିଛି ମନେ ଥାଉ କି ନ ଥାଉ, ଏଇ ପଦଟି ସମସ୍ତଙ୍କର ମନେଥିବ – ‘ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ’।...

୨୦୨୬ର ଚିନ୍ତା

୨୦୨୬ ଦେଶର ରାଜନୈତିକ ଦଳ ଓ ସରକାର ପାଇଁ ବ୍ୟସ୍ତବହୁଳ ହେବା ଅବଶ୍ୟମ୍ଭାବୀ। ଆସାମ, କେରଳ, ତାମିଲନାଡ଼ୁ, ପଶ୍ଚିମବଙ୍ଗ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରେ ଆଲୋଚ୍ୟ...

କାର୍ଯ୍ୟରେ ବିଳମ୍ବ

ଜମି ବିବାଦ ଦେଖାଦେଲେ ସରକାରୀ କାମଗୁଡ଼ିକର ସମୟସୀମା ଗଡ଼ିଚାଲେ। ଠିକାଦାର ବିଳମ୍ବ କରନ୍ତି କିମ୍ବା ଏଥିରେ ଜଡ଼ିତ ବିଭାଗଗୁଡ଼ିକ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଚେଷ୍ଟା...

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri