Odisha Elections 2024

ଅଙ୍ଗନୱାଡ଼ି କର୍ମୀଙ୍କ ପରିବାରକୁ ମିଳିଲା ୫୦ ଲକ୍ଷ ସହାୟତା

ଦିଗପହଣ୍ଡି,୫ା୬(ଡି.ଏନ.ଏ.): କରୋନାରେ ପ୍ରାଣ ହରାଇଥିବା କୋଭିଡ ଯୋଦ୍ଧା ତଥା ଦିଗପହଣ୍ଡି ବ୍ଳକ ଅଧୀନ ଭୀଷ୍ମଗିରୀ ଗ୍ରାମର ଅଙ୍ଗନୱାଡ଼ି କର୍ମୀ ଏମ୍‌ .ମାଙ୍ଗାମ ପାତ୍ରଙ୍କ ପରିବାରକୁ ଗତ ୫୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ମିଳିଥିବା ଏହି ସହାୟତା ରାଶିକୁ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ମାଙ୍ଗାମଙ୍କ ସ୍ବାମୀ ଲକ୍ଷ୍ମୀନାରାୟଣ ପାତ୍ରଙ୍କୁ ପ୍ରଦାନ କରିଛନ୍ତି।

୨୦୨୦ରେ କରୋନାର ପ୍ରକୋପ ବୃଦ୍ଧି ପାଉଥିବା ବେଳେ ଅଙ୍ଗନୱାଡ଼ି କର୍ମୀ ମାଙ୍ଗାମା ଲୋକଙ୍କୁ ସେବା ଯୋଗାଇବା ସହ ସଚେତନ କରାଇ ପ୍ରଶଂସାର ପାତ୍ର ପାଲଟିଥିଲେ। ସଙ୍ଗରୋଧ କେନ୍ଦ୍ରରେ କାମ ବେଳେ ସେ କରୋନାରେ ସଂକ୍ରମିତ ହୋଇ ସେହିବର୍ଷ ଅକ୍ଟୋବର ୧୦ ତାରିଖରେ ଆଖି ବୁଜିଥିଲେ। ଅଙ୍ଗନୱାଡ଼ି କର୍ମୀ ଜଣଙ୍କ ଜଣେ ନିଷ୍ଠାପର କର୍ମୀ ଭାବେ ୨୦ବର୍ଷ ଧରି ନିଃସ୍ବାର୍ଥପର ସେବା ଯୋଗାଇ ଗାଁ ସାରା ଲୋକପ୍ରିୟ ହୋଇପାରିଥିଲେ। ସେ ଜଣେ ଶାନ୍ତ ସ୍ବଭାବ, କର୍ମନିଷ୍ଠା, କର୍ତ୍ତବ୍ୟପରାୟଣ ତଥା ମିଷ୍ଠଭାଷି ଭାବେ ସମସ୍ତଙ୍କ ପରିଚିତ ଥିଲେ। ଜିଲାପାଳଙ୍କ ଆର୍ଥିକ ସହାୟତା ପ୍ରଦାନ ବେଳେ ଦିଗପହଣ୍ଡି ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ପୁଷ୍ପାଞ୍ଜଳୀ ଶତପଥୀଙ୍କ ସମେତ ସ୍ବର୍ଗତା ମାଙ୍ଗାମାଙ୍କ ପରିବାର ସଦସ୍ୟ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଉନ୍ନୟନ ନାଁରେ ବଳିପଡୁଛି ଗଛ, ବଢୁଛି ତାପମାତ୍ରା

ପଟ୍ଟାମୁଣ୍ଡାଇ,୧୯ା୫(କଳ୍ପତରୁ ନାୟକ)କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଜନବସିତ ବୃଦ୍ଧି ସାଙ୍ଗକୁ ଉନ୍ନୟନ ନଁାରେ ଦୈନିକ ଶତାଧିକ ଗଛ ବଳିପଡୁଛି। ବିକାଶ ଆଳରେ ଦୈନିକ ବନ କ୍ଷୟ...

ନିର୍ବାଚନ ଆସିଲେ ଶିଳ୍ପ କଥା ମନେପଡ଼େ

କେନ୍ଦ୍ରାପଡ଼ା, ୧୯ା୫(ଜଗନ୍ନାଥ ଧଳ)କେନ୍ଦ୍ରାପଡ଼ା ଅଞ୍ଚଳର ବିକାଶରେ ଶିଳ୍ପର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏଥିଯୋଗୁ ଯୁବବର୍ଗଙ୍କୁ କର୍ମନିଯୁକ୍ତି ସହ ଜିଲାର ଅର୍ଥନୀତି ଚଳଚଞ୍ଚଳ ହୁଏ। ଏଥିପାଇଁ କେନ୍ଦ୍ର ସରକାରଙ୍କ...

କନ୍ଧମାଳ, ରାୟଗଡ଼ା ଗଞ୍ଜେଇର ବଢ଼ିଛି ଚାହିଦା

ନୟାଗଡ଼, ୧୯।୫(ଲୋକନାଥ ମିଶ୍ର)କନ୍ଧମାଳ ଓ ରାୟଗଡ଼ା ଗଞ୍ଜେଇର ଚାହିଦା ବଢ଼ୁଛି। ପୋଲିସ ଓ ଅବକାରୀ ବିଭାଗର ଧରପଗଡ଼ରେ ବିଭିନ୍ନ ସମୟରେ କନ୍ଧମାଳ ଜିଲାର ବ୍ୟବସାୟୀ ଓ...

ସ୍ବାମୀଙ୍କ ସହ ଜାଳେଣି କାଠ ପାଇଁ ଜଙ୍ଗଲକୁ ଯାଇଥିବା ବେଳେ ସ୍ତ୍ରୀ ମୃତ, ହତ୍ୟା ଅଭିଯୋଗ ଆଣିଲେ ମହିଳାଙ୍କ ଭାଇ

ଥୁଆମୂଳରାମପୁର,୧୮ା୫(ଦୁର୍ଗା କୀର୍ତ୍ତି): ଦିନକୁଦିନ ଯୌତୁକ ନିର୍ଯାତନା ଓ ହତ୍ୟା ଘଟଣା ବୃଦ୍ଧି ପାଉଥିବା ବେଳେ କିଛି ଅଞ୍ଚଳରୁ ହୃଦୟ ବିଦାରକ ଭଳି ଘଟଣା ସାମ୍ନାକୁ ଆସୁଛି...

ବିଜେଡି ନେତାଙ୍କ ବିରୋଧରେ ମାମଲା ରୁଜୁ

କେନ୍ଦୁଝର,୧୮ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ଭାଜପାରେ ଯୋଗଦେଇ ଥିବା ବିଜେଡି ନେତା ପୁଣି ବିଜେଡିକୁ ଫେରିବା ଘଟଣାକୁ ନେଇ ରାଜନୀତି ସରଗରମ ହୋଇଛି। ବାଂଶପାଳ ବ୍ଲକ ଶୁଆକାଟି...

ରାଜ୍ୟରେ କେବଳ ନବୀନ ଇଞ୍ଜିନ ହିଁ ଚାଲିବ

ମୋରଡ଼ା,୧୮ା୫(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ବାରମାଇଲଠାରେ ବିଜୁ ଜନତା ଦଳ ପକ୍ଷରୁ ୩୯ ନମ୍ବର ଜୋନ୍‌ସ୍ତରୀୟ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି।...

ଖୁଲମଖୁଲା ବୁଲୁଛନ୍ତି ଝିଅର ହତ୍ୟାକାରୀ, ଗିରଫ ଦାବିରେ ଅନଶନରେ ବସିଲେ ମା’

କେନ୍ଦୁଝର,୧୮ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ନିର୍ବାଚନ ସମୟରେ ସବୁ ଓ୍ବାରେଣ୍ଟ କାର୍ଯ୍ୟକାରୀ ହୁଏ ପୁରୁଣା କେସ୍‌ ଥିବା ଅପରାଧୀ ଧରା ହୁଅନ୍ତି। ତେବେ କେନ୍ଦୁଝରର ଲୋକପ୍ରିୟ ସମାଜସେବୀ...

ଯୁବକଙ୍କ ଜୀବନ ନେଲା ଅନ୍‌ଲାଇନ୍‌ ଗେମ୍‌

ବାଲିମେଳା,୧୮ା୫(ଶିବଦତ୍ତ ସାହୁ): ମାଲକାନଗିରି ଜିଲା ବାଲିମେଳା ସହରରେ ଥିବା ୧ ନଂ ଓ୍ବାର୍ଡ ନୂଆସାହିରେ ଜଣେ ଯୁବକ ଅନ୍‌ଲାଇନ ଗେମ୍‌ ଖେଳରୁ ରଶି ଦେଇ ଆତ୍ମହତ୍ୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri