୧୦୦ ପୋଖରୀ ପାଇଁ ଜଳ ସମୃଦ୍ଧି ଆରମ୍ଭ

ଛତ୍ରପୁର,୨।୬ (ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପ୍ରଶାସନ ବିଭିନ୍ନ ସମୟରେ ତାରା, ସ୍ବଂୟସିଦ୍ଧା, ନିର୍ଭୟ କଢି, ମୋ ଗେହ୍ଲା ଝିଅ ଭଳି ନିଜସ୍ବ ଯୋଜନା ଓ କାର୍ଯ୍ୟକ୍ରମ ଆରମ୍ଭ କରି ସେଥିରେ ସଫଳ ହୋଇଛି। ଏହାକୁ ରାଜ୍ୟ ସରକାର ମଧ୍ୟ ପ୍ରଶଂସା କରିଛନ୍ତି। ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଜଳ ସମୃଦ୍ଧି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି ଯୋଜନାରେ ବୁଧବାର ଛତ୍ରପୁରଠାରେ ଥିବା ଗେଟ୍‌ ବନ୍ଧର ପଙ୍କ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ଏହା ଜନସାଧାରଣଙ୍କ ଦ୍ୱାରା କରାଯିବ। ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଏହାର ଶୁଭାରମ୍ଭ କରି କହିଛନ୍ତି ଯେ, ଜଳ ସମୃଦ୍ଧି କାର୍ଯ୍ୟକ୍ରମରେ ଜିଲାର ୧୦୦ ପୋଖରୀର ପଙ୍କ ଉଦ୍ଧାର କରାଯିବ। ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଏହା କରାଯିବାକୁ ଥିବା ବେଳେ ପଞ୍ଚାୟତିରାଜ ବିଭାଗ, ରାଜସ୍ବ, ଡ୍ରେନେଜ୍‌, ସହରାଞ୍ଚଳ ଉନ୍ନୟନ ସଂସ୍ଥା ମିଳିତ ଭାବେ ଏହି କାର୍ଯ୍ୟକୁ ତ୍ୱରାନ୍ବିତ କରିବେ। ଏହାଦ୍ୱାରା ପୋଖରୀର ପଙ୍କ ଉଦ୍ଧାର ହୋଇପାରିବ ଏବଂ ଏହି ପଙ୍କକୁ ଚାଷୀମାନେ ନେଇ ବିଲରେ ପକାଇ ପାରିବେ। ଏହାଫଳରେ ପୋଖରୀ ସ୍ବଚ୍ଛ ରହିବା ସହ ଜମିର ଉର୍ବରତା ବୃଦ୍ଧି ହେବ ବୋଲି ଜିଲାପାଳ କହିଛନ୍ତି। ଛତ୍ରପୁର ଏନଏସି ଗେଟ୍‌ବନ୍ଧ ପଙ୍କ ଉଦ୍ଧାର କାର୍ଯ୍ୟକ୍ରମ ସହ ପୋଡାପଦର, କଣମଣା ଓ ଚିକଲଖଣ୍ଡି ପଞ୍ଚାୟତକୁ ଟ୍ୟାଗ୍‌ କରାଯାଇଛି। କାର୍ଯ୍ୟକ୍ରମ ଶୁଭାରମ୍ଭ ବେଳେ ଡିଆରଡିଏ ପିଡି ସିନ୍ଧେ ଦତାତ୍ରେୟ ଭାଉସାହେବ, ଛତ୍ରପୁର ଉପଜିଲାପାଳ ନୀଳମାଧବ ଭୋଇ, ଡୁଡା ପିଡି ସଚ୍ଚିଦାନନ୍ଦ ନାୟକ, ଛତ୍ରପୁର ତହସିଲଦାର ପ୍ରକାଶ କୁମାର ମିଶ୍ର, ଏନଏସି ନିର୍ବାହୀ ଅଧିକାରୀ ଏନ.ଗଣେଶ ବାବୁ, ଉପାଧ୍ୟକ୍ଷ ଜି.ପାପା ରାଓ, ୧୨ ନଂ ୱାର୍ଡ କାଉନସିଲର ବି.ନିଶ୍ଚଳା, ପୂର୍ବତନ କାଉନସିଲର ରାଜେଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଚେଷ୍ଟା ରହିଲେ ସଫଳତା ନିଶ୍ଚିତ ମିଳିବ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ସେଣ୍ଟ ଆନ୍ସ ଇଂଗ୍ରାଜୀ ମିଡିୟମ ସ୍କୁଲର ୧୯ ତମ ବାର୍ଷିକ ଉତ୍ସବ ସୋମବାର ସନ୍ଧ୍ୟାରେ ପାଳିତ ହୋଇଯାଇଛି। ଆୟୋଜିତ ଉତ୍ସବରେ...

ପରିମଳ କର୍ମଚାରୀଙ୍କ ଅନର୍ଦ୍ଦିିଷ୍ଟ କାଳ କାର୍ଯ୍ୟବନ୍ଦ ଆନ୍ଦୋଳନ

କବିସୂର୍ଯ୍ୟନଗର,୨୨ା୧୨(କୃପାସିନ୍ଧୁ ସ୍ୱାଇଁ): ୧୦ ମାସର ବକେୟା ଦରମା ପ୍ରଦାନ ଓ ଛଟେଇ ନିଷ୍ପତ୍ତି ପ୍ରତ୍ୟାହାର ଦାବିନେଇ କବିସୂର୍ଯନଗର ଏନ୍‌ଏସିର ପରିମଳ କର୍ମଚାରୀମାନେ ଅନର୍ଦ୍ଦିିଷ୍ଟ କାଳ ପାଇଁ...

ଅତିଷ୍ଠ ହେଉଛି ସାମାଜିକ ବାସନ୍ଦ: ପରିବାର ସହ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ମାଗିଲେ ବ୍ୟକ୍ତି

ଦିଗପହଣ୍ଡି,୨୨।୧୨: ଦୀର୍ଘ ଏକ ବର୍ଷରୁ ଅଧିକ ସମୟ ଧରି ସାମାଜିକ ବାସନ୍ଦର ଶିକାର ହୋଇ ଶେଷରେ ଜିଲା ପ୍ରଶାସନ ନିକଟରେ ଗୁହାରି କରିଛନ୍ତି ଜଣେ ବ୍ୟକ୍ତି।...

ମନରେଗା ଯୋଜନାର ନୂତନ ନାମକରଣକୁ ବିରୋଧ, ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ କଂଗ୍ରେସର ବିକ୍ଷୋଭ

ଛତ୍ରପୁର,୨୨/୧୨(ଦିଲ୍ଲୀପ ସାମଲ):ମନରେଗା ଯୋଜନାର ନୂଆ ନାମକରଣ କରି ସେଥିରୁ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ନାମକୁ ବାଦ ଦେବାକୁ ବିରୋଧ କରି କଂଗ୍ରେସ ଦଳ ପକ୍ଷରୁ ଗଞ୍ଜାମ...

ଘରେ କଳାକନା ବୁଲାଇଲେ ଦୁବୃର୍ତ୍ତ

ଗୋପାଳପୁର,୨୨ା୧୨(ନବୀନ ରାଜ ଆଚାରୀ)-ଗତ କିଛି ଦିନ ହେଲା ଗୋପାଳପୁର ଥାନା ଅଞ୍ଚଳରେ ଚୋରି ଓ ଲୁଟପାଟ ବଢ଼ିବାରେ ଲାଗିଛି। ଆମ୍ୱପୁଆସ୍ଥିତ ପୋଲିସ କଲୋନୀ ଗଜାନନ ବିହାର...

ଭୟଙ୍କର ଦୁର୍ଘଟଣା: ଏକାବେଳକେ ୨ ବାଇକ୍‌କୁ ଧକ୍କା ଦେଲା କାର୍‌,ପରେ…

ଗଞ୍ଜାମ,୨୨।୧୨(ଅନାଥ ତରାଇ): ଗଞ୍ଜାମ ବ୍ଲକ ପୋଇରାସୀ ପଞ୍ଚାୟତର କାଇଁଚପୁର ନିକଟରେ ସୋମବାର ଭୟଙ୍କର ଦୁର୍ଘଟଣା ଘଟିଛି। ଏକ କାର (ନଂ ଓଡ଼ି୦୭ଏପି୪୪୩୩) ଦୃତ ଗତିରେ ଆସି...

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri