ମୁକ୍ତାଦେବୀ ଠାକୁରାଣୀ ଯାତ୍ରା ଆରମ୍ଭ

ଚିକିଟି,୩୦ା୫(ଡି.ଏନ.ଏ.): ଗଞ୍ଜାମ ଜିଲା ଚିକିଟିପେଣ୍ଠର ଅଧିଷ୍ଠାତ୍ରୀ ଦେବୀ ମା’ ମୁକ୍ତାଦେବୀ ଠାକୁରାଣୀଙ୍କ ଯାତ୍ରା ଶନିବାରରୁ ଆରମ୍ଭ ହୋଇଛି। ସକାଳେ ମା’ଙ୍କୁ ପଞ୍ଚାମୃତ ଜଳରେ ମହାସ୍ନାନ, ମାର୍ଜନା ପୂଜାର୍ଚ୍ଚନା କରାଯାଇଥିଲା। ପ୍ରଚଳିତ ପ୍ରଥା ଅନୁଯାୟୀ ଶୁକ୍ରବାର ଅପରାହ୍ନରେ ମା’ଘର ପରିବାର ବନ୍ଧୁ ବର୍ଗ ମା’ଙ୍କ ସ୍ଥାୟୀ ମନ୍ଦିରକୁ ଯାଇ ନିମନ୍ତ୍ରଣ କରିଥିଲେ। ସନ୍ଧ୍ୟାରେ ଭକ୍ତ ସମୂହ ପାରମ୍ପରିକ ବାଦ୍ୟ ବାଜଣା ପଟୁଆର ସହ ପହଞ୍ଚି ମାଙ୍କୁ ଶୋଡଷ ଉପଚାରରେ ପୂଜାର୍ଚ୍ଚନା, ଚଣ୍ଡୀ ପାଠ ପୂର୍ବକ ମାଙ୍କୁ ଆବାହନ କରାଯାଇଥିଲା। ଶେଷରେ ମା’ଙ୍କ ଆଜ୍ଞାମାଳ ଫୁଲ ଚାଙ୍ଗୁଡ଼ିରେ ଆବିର୍ଭାବ ହେବା ପରେ ପ୍ରଥମେ ମୁକ୍ତାଦେବୀ ମା ଘର ରାମ ସାହୁଙ୍କ ଘରେ ପହଞ୍ଚି ପୂଜା ଗ୍ରହଣ କରିଥିଲେ। ପରେ ଢୋଲ, ଟାମକ, ବାଦ୍ୟ, ବାଜଣା, ଶଙ୍ଖ, ହୁଳହୁଳି ସହ ବିରାଟ ଶୋଭାଯାତ୍ରାରେ ନଗର ପରିକ୍ରମା କରି ପେଣ୍ଠ ଆନ୍ଧ୍ର ବ୍ୟାଙ୍କ ନିକଟ ମୁଖ୍ୟ ରାସ୍ତାରେ ରହିଥିବା ଅସ୍ଥାୟୀ ମନ୍ଦିରରେ ସ୍ଥାପିତ ହୋଇଛନ୍ତି। ଶନିବାରରୁ ଚିକିଟି ପେଣ୍ଠର ସମସ୍ତ ସାହି ଗଳି କନ୍ଦି ବୁଲି ଭକ୍ତଙ୍କୁ ଦର୍ଶନ ଦେବା ସହ ପୂଜା ଗ୍ରହଣ କରିବା କାର୍ଯ୍ୟକ୍ରମ ରହିଛି। ସୁନ୍ଦର ଆଲୋକ ମାଳା, ତୋରଣ ଓ କଳା କୁଞ୍ଜରେ ଚିକିଟି ପେଣ୍ଠ ଦୁଲୁକୁଛି। ଠାକୁରାଣୀ ଯାତ୍ରା ଉପଲକ୍ଷେ ମିନାବଜାର ସମେତ ବିଭିନ୍ନ ସାଂସ୍କୃତିକ ଏବଂ ମନୋରଞ୍ଜନ କାର୍ଯ୍ୟକ୍ରମ ଜାରି ରହିବ ବୋଲି ପୂଜା କମିଟି ପକ୍ଷରୁ ଜଣାପଡିଛି। ଅପରପକ୍ଷେ ଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ପାଳନ କରାଯିବା ନେଇ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଆସନ୍ତା ଜୁନ ୪ରୁ ଜୁନ ୯ ଯାଏ ନାଟକ ମଞ୍ଚସ୍ଥ ହେବ। ଆସନ୍ତା ଜୁନ ୧୦ରେ ମା’ ମୁକ୍ତାଦେବୀ ଅସ୍ଥାୟୀ ମନ୍ଦିରରୁ ନିଜ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି। ପ୍ରବଳ ଖରା ଏବଂ ଅସହ୍ୟ ଗୁଳୁଗୁଳି ସତ୍ୱେ ମା’ଙ୍କ ଯାତ୍ରା ଏବଂ ଘଟ ପରିକ୍ରମା ଦେଖିବା ପାଇଁ ପ୍ରବଳ ଜନ ସମାଗମ ହେଉଥିବା ଲକ୍ଷ୍ୟ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ପ୍ରଧାନମନ୍ତ୍ରୀଙ୍କ ଠାରୁ ପୁରସ୍କାର ଗ୍ରହଣ କରିବେ ଓଡ଼ିଆ ଝିଅ

ଗଞ୍ଜାମ,୨୬ା୧୨(ବିଦ୍ୟାଧର ସାହୁ): ବିକଶିତ ଭାରତ ୟଙ୍ଗ ଲିଡରସ ଡାଏଲଗ ୨୦୨୬ର ଷ୍ଟେଟ ଚାମ୍ପିୟନ ଭାବେ ଗଞ୍ଜାମ ଜିଲା ହୁମା ଗ୍ରାମର ଓଡ଼ିଆ ଝିଅ ପ୍ରିୟାଂଶି ବିଶ୍ୱାଳ...

ନିଖିଳ ଉତ୍କଳ କୁର୍ମିକ୍ଷତ୍ରିୟ ପ୍ରଦେଶ ମହାସଭା ଉଦଘାଟିତ: ଯୋଗଦେବେ ୫୦ ହଜାରରୁ ଉର୍ଦ୍ଧ୍ୱ କର୍ମକର୍ତ୍ତା

ଭଞ୍ଜନଗର,୨୬/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗୀ ଠାରେ ଶୁକ୍ରବାର ନିଖିଳ ଉତ୍କଳ କୁର୍ମିକ୍ଷତ୍ରିୟ ପ୍ରଦେଶ ମହାସଭା ଉଦଘାଟିତ ହୋଇଯାଇଛି । ଏହା ରବିବାର ପର୍ଯ୍ୟନ୍ତ...

ଓମ୍‌ସା ଆନ୍ଦୋଳନ: ଘଣ୍ଟାଏ ବନ୍ଦ ରହିବ ରୋଗୀ ସେବା

ଛତ୍ରପୁର,୨୬ା୧୨(ଦିଲୀପ ସାମଲ): ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ପଦ ଅପେକ୍ଷା ପାଖାପାଖି ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ରହିଛି। ଖାଲି ପଡିଥିବା ପଦବୀ ପୂରଣ ସହ ଡାକ୍ତରଙ୍କ...

ଧାନମଣ୍ଡି ଖୋଲିବା ଦାବିରେ ବ୍ଳକ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

ପୁରୁଷୋତ୍ତମପୁର,୨୬।୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଧାନମଣ୍ଡି ଖୋଲାଯାଇ ନ ଥିବାରୁ ଚାଷୀମାନେ ଶୋଷଣର ଶିକାର ହେଉଥିବା ଅଭିଯୋଗ ହୋଇଛି। ଏନେଇ ତୁରନ୍ତ ମଣ୍ଡି...

ପ୍ରଧାନମନ୍ତ୍ରୀଙ୍କଠାରୁ ପୁରସ୍କାର ଗ୍ରହଣ କରିବେ ଓଡ଼ିଆ ଝିଅ ପ୍ରିୟାଂଶୀ

ଗଞ୍ଜାମ,୨୬ା୧୨(ବିଦ୍ୟାଧର ସାହୁ): ବିକଶିତ ଭାରତ ୟଙ୍ଗ୍‌ ଲିଡରସ ଡାଏଲଗ ୨୦୨୬ର ଷ୍ଟେଟ୍‌ ଚାମ୍ପିଅନ ଭାବେ ଗଞ୍ଜାମ ଜିଲା ହୁମା ଗ୍ରାମର ଓଡ଼ିଆ ଝିଅ ପ୍ରିୟାଂଶୀ ବିଶ୍ୱାଳ...

ଜଳସମ୍ପଦ କର୍ମଚାରୀଙ୍କ ଦାନ ଅର୍ଥରେ ଚାଲିଛି ଅଞ୍ଚଳବାସୀଙ୍କ ସେବା, ଆଗାମୀ ଦିନରେ…

ଭଞ୍ଜନଗର,୨୬ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜଳସମ୍ପଦ ବିଭାଗ କର୍ମଚାରୀମାନେ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି। କର୍ମଚାରୀମାନେ ୨୦୧୦ରେ ମିଶି ଭଞ୍ଜନଗର ଜଳସେଚନ ବିଭାଜନ କର୍ମଚାରୀ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri