Posted inଜାତୀୟ

ମହିଳା ଏମ୍‌ପିଙ୍କୁ ଭାଜପା ନେତାଙ୍କ ପରାମର୍ଶ: ରାଜନୀତି ଛାଡି,ଘରେ ଯାଇ ରୋଷେଇ କରିବ

ମୁମ୍ବାଇ,୨୬।୫: ମହାରାଷ୍ଟ୍ର ଭାଜପା ସଭାପତି ଚନ୍ଦ୍ରକାନ୍ତ ପାଟିଲ ଏକ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ସେ ଏନସିପି ଏମ୍‌ପି ସୁପ୍ରିୟା ସୁଲେଙ୍କୁ ରାଜନୀତିରେ ଯୋଗଦେବା ପରିବର୍ତ୍ତେ ଘରକୁ ଯାଇ ରୋଷେଇ କରିବାକୁ ପରାମର୍ଶ ଦେଇଛନ୍ତି। ପାଟିଲଙ୍କ ଏହି ବିବୃତ୍ତିକୁ ନେଇ ରାଜନୀତି ସରଗରମ ହୋଇଛି। ନିର୍ବାଚନରେ ଅନ୍ୟ ପଛୁଆ ବର୍ଗ (ଓବିସି) ପାଇଁ ସଂରକ୍ଷଣ ଦାବିରେ ରାଜ୍ୟ ଭାଜପା ପକ୍ଷରୁ ମୁମ୍ବାଇରେ ଆୟୋଜିତ ଏକ ରାଲିରେ ଚନ୍ଦ୍ରକାନ୍ତ ଏଭଳି ମନ୍ତବ୍ୟ ଦେଇଥିଲେ।
ନିକଟରେ ମଧ୍ୟପ୍ରଦେଶରେ ସ୍ଥାନୀୟ ନିର୍ବାଚନରେ ଓବିସି ପାଇଁ ସଂରକ୍ଷଣ ପାଇଁ ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି। ସୁଲେ ଏକ ପାର୍ଟି ବୈଠକରେ କହିଛନ୍ତି, ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଆସି କାହାକୁ ଭେଟିଛନ୍ତି। ସେମାନେ ଓବିସି ସଂରକ୍ଷଣ ପାଇଁ ସବୁଜ ସଙ୍କେତ କେମିତି ପାଇଲେ ତାହା ମୁଁ ଜାଣେ ନାହିଁ। ଏନେଇ ଚନ୍ଦ୍ରକାନ୍ତ ପାଟିଲ କହିଛନ୍ତି, ଆପଣ କାହିଁକି ରାଜନୀତିରେ ଅଛନ୍ତି? ଯଦି ଆପଣ ରାଜନୀତିକୁ ବୁଝନ୍ତି ନାହିଁ ତେବେ ଘରକୁ ଯାଇ ରୋଷେଇ କରନ୍ତୁ। ଆପଣ ରାଜନୀତିରେ ଅଛନ୍ତି ଏବଂ ମୁଖ୍ୟମନ୍ତ୍ରୀଙ୍କୁ କିପରି ଭେଟିବେ ଜାଣନ୍ତି ନାହିଁ?
ପାଟିଲଙ୍କ ମନ୍ତବ୍ୟ ଉପରେ ଏନସିପିର ରାଜ୍ୟ ମହିଳା ଶାଖା ସଭାପତି ବିଦ୍ୟା ଚୌହାନ କହିଛନ୍ତି, ଜଣେ ବ୍ୟକ୍ତି ବସିଥିବା ମହିଳା ବିଧାୟକଙ୍କ ଟିକେଟ ପ୍ରତ୍ୟାଖ୍ୟାନ କରି ତାଙ୍କ ର୍ନିବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଦୁଇଥର ସାନସାଦ ରତ୍ନ ପୁରସ୍କାର ପାଇଥିବା ଜଣେ ମହିଳା ସାଂସଦଙ୍କ ସହ ସେ ଅସଦାଚରଣ କରୁଛନ୍ତି।
ସୁପ୍ରିୟା ସୁଲେ ଜଣେ ଏନସିପି ଏମ୍‌ପି ତଥା ପାର୍ଟି ମୁଖ୍ୟ ଶରଦ ପାୱାରଙ୍କ ଝିଅ। ସୁପ୍ରିୟା ସୁଲେଙ୍କ ସ୍ବାମୀ ସଦାନନ୍ଦ ସୁଲେ ପାଟିଲଙ୍କ ମନ୍ତବ୍ୟକୁ ସମାଲୋଚନା କରିଛନ୍ତି। ସେ ସୋସିଆଲ ମିଡିଆରେ ଲେଖିଛନ୍ତି, ଭାଜପାକୁ ଯେବେ ସୁଯୋଗ ମିଳେ, ସେମାନେ ମହିଳାଙ୍କୁ ଅପମାନିତ କରିବାକୁ ପଛାନ୍ତି ନାହିଁ। ସୁପ୍ରିୟା ପରିଶ୍ରମୀ ଏବଂ ଦକ୍ଷ ମହିଳାଙ୍କ ମଧ୍ୟରୁ ଜଣେ। ଏହା ସମସ୍ତ ମହିଳାଙ୍କ ପାଇଁ ଅପମାନ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri