ଭିଜିଲାନ୍ସ ଜାଲରେ ୯ ଆଇଏଏସ୍‌, ୨୨୭ ଓଏଏସ୍‌

ଭୁବନେଶ୍ୱର,୧୬।୭(ବ୍ୟୁରୋ): ରାଜ୍ୟରେ ତଳୁ ଉପର ଯାଏ ଦୁର୍ନୀତି ଖୁନ୍ଦି ହୋଇ ରହିଛି। କେବଳ ତଳିଆ କର୍ମଚାରୀ ଯେ ହାତଗୁଞ୍ଜା ନେଉଛନ୍ତି ତାହା ନୁହେଁ, ବଡ଼ ବାବୁମାନେ ମଧ୍ୟ ଦୁର୍ନୀତିରୁ ଦୂରରେ ନାହାନ୍ତି। ବିଜେଡି ସରକାର ପ୍ରଶାସନିକ ସ୍ବଚ୍ଛତା ଉପରେ ଗୁରୁତ୍ୱ ଦେଇଆସୁଥିବା କହୁଥିବା ବେଳେ ବାସ୍ତବ କ୍ଷେତ୍ରରେ କିନ୍ତୁ ଫଳ ଓଲଟା। ବାବୁମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୩-ଟି କିମ୍ବା ୫-ଟିକୁ ମଧ୍ୟ ଖାତିର କରୁନାହାନ୍ତି। ୨୦୧୦ ଜାନୁୟାରୀରୁ ୨୦୧୯ ଜୁନ୍‌ ୩୦ ତାରିଖ ମଧ୍ୟରେ ଦୁର୍ନୀତି ଅଭିଯୋଗରେ ୨୩୬ ଜଣ ବାବୁଙ୍କ ନାମରେ ଭିଜିଲାନ୍ସ ମାମଲା ରୁଜୁ କରିଛି। ସେମାନଙ୍କ ମଧ୍ୟରେ ୯ ଜଣ ଆଇଏଏସ୍‌ ଅଫିସର ଥିବା ବେଳେ ୨୨୭ ଜଣ ଓଏଏସ୍‌ ଅଫିସର ଅଛନ୍ତି। ଏହି ୯ ଜଣ ଆଇଏଏସ୍‌ ଅଫିସରଙ୍କ ବିରୋଧରେ ୧୧ଟି ମାମଲ ରୁଜୁ କରାଯାଇଛି। ସେଥିରୁ ୬ଟି କେସ୍‌ର ଚାର୍ଜଶିଟ୍‌ ଭିଜିଲାନ୍ସ ଦାଖଲ କରିଥିବା ବେଳେ ୪ଟିର ତଦନ୍ତ ଜାରି ରହିଛି ଏବଂ ଜଣଙ୍କ ବିରୋଧରେ ଚୂଡ଼ାନ୍ତ ରିପୋର୍ଟ ଉପସ୍ଥାପନ କରାଯାଇଛି। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ପ୍ରଶ୍ନ ନଂ.୬୦୫ର ଜବାବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ତଥ୍ୟରୁ ଏ କଥା ସ୍ପଷ୍ଟ ହୋଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୨୦୧୦ ମେ ୧୧ ତାରିଖରେ ରାଜ୍ୟ ଦୁର୍ନୀତି ନିବାରଣ ସଂସ୍ଥା ତତ୍କାଳୀନ ମତ୍ସ୍ୟ ଓ ପ୍ରାଣୀସମ୍ପଦ ନିର୍ଦ୍ଦେଶକ ବଷ୍ଣୁପଦ ସେଠୀଙ୍କ ନାମରେ ଭିଜିଲାନ୍ସ ମାମଲା ରୁଜୁ କରିଥିଲା। ତେବେ ଇତିମଧ୍ୟରେ ୮ ବର୍ଷ ବିତିଯାଇଥିଲେ ସୁଦ୍ଧା ସେହି ମାମଲାର କୌଣସି ଅଗ୍ରଗତି ହୋଇପାରିନାହିଁ। ସେହିପରି ଭିଜିଲାନ୍ସ ୨୦୧୦ ଜୁନ୍‌ ୩୦ ତାରିଖରେ ଆଇଏଏସ୍‌ ଅଫିସର ଶ୍ରୀକାନ୍ତ ପୃଷ୍ଟି, ୨୦୧୦ ସେପ୍ଟେମ୍ବର ୨୯ ତାରିଖରେ ରବୀନ୍ଦ୍ର ନାଥ ଦାଶ, ୨୦୧୦ ସେପ୍ଟେମ୍ବର ୩୦ରେ ଅମ୍ବିକା ପ୍ରସାଦ ମିଶ୍ର, ୨୦୧୧ ଫେବୃୟାରୀ ୨୪ ତାରିଖରେ ଅଲେଖ ଚନ୍ଦ୍ର ପଢିଆରୀ, ୨୦୧୧ ଓ ୨୦୧୫ରେ ବିନୋଦ କୁମାର, ୨୦୧୨ ଡିସେମ୍ବର ୨୮ ତାରିଖରେ ସଞ୍ଜୀବ ରାୟ, ୨୦୧୪ ସେପ୍ଟେମ୍ବର ୩୦ ତାରିଖରେ ଦେବରାଜ ମିଶ୍ର ଏବଂ ୨୦୧୭ ଫେବୃୟାରୀ ୧୬ ଏବଂ ଏପ୍ରିଲ ୩ ତାରିଖରେ ପାର୍ଥସାରଥି ମିଶ୍ରଙ୍କ ନାମରେ ମାମଲା ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri