ଡେଙ୍ଗୁର କାରଣ ଓ ନିରାକରଣ

ଡେଙ୍ଗୁ ହେଉଛି ଏକ ମଶାବାହିତ ଭୂତାଣୁଜନିତ ରୋଗ। ଏହା ସଂକ୍ରମିତ ମାଈ ଏଡିଶ ମଶା ସୁସ୍ଥ ଲୋକକୁ କାମୁଡିବା ଦ୍ୱାରା ବ୍ୟାପିଥାଏ। ସଂକ୍ରମିତ ମଶା କାମୁଡ଼ିବାର ପ୍ରାୟ ୪-୭ ଦିନ ମଧ୍ୟରେ ଡେଙ୍ଗୁର ଲକ୍ଷଣାବଳୀ ପ୍ରକାଶ ପାଇଥାଏ। ଏଡିଶ ମଶାର ଭୂତାଣୁ ମଶା ସଂକ୍ରମିତ କରିବା ପରେ ବଂଶ ବିସ୍ତାର କରେ। ଏହି ରୋଗ ବିଷୟରେ ଜନସଚେତନତା ସୃଷ୍ଟି କରିବା ଲାଗି ପ୍ରତିବର୍ଷ ମେ’ ୧୬ ତାରିଖକୁ ‘      ସ’ ଭାବରେ ପାଳନ କରାଯାଇଆସୁଅଛି।
ଆମ ଦେଶ ତଥା ରାଜ୍ୟରେ ଡେଙ୍ଗୁର ପ୍ରକୋପ : ଆମ ଦେଶରେ ୧୯୫୬ରେ ତାମିଲନାଡୁର ଭେଲୋର ଜିଲାରେ ପ୍ରଥମେ ଡେଙ୍ଗୁ ଚିହ୍ନଟ କରାଯାଇଥିଲା। ଏହାପରେ ପଶ୍ଚିମବଙ୍ଗର କୋଲକାତା ସହରରେ ୧୯୬୩ରେ ଏହା ମହାମାରୀ ରୂପ ନେଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ଦେଶର ଅଧିକାଂଶ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହା ଦେଖାଯାଇଅଛି ଏବଂ ଅନେକ ରାଜ୍ୟରେ ମହାମାରୀ ରୂପ ନେଇଛି। ସେହି ରାଜ୍ୟଗୁଡିକ ମଧ୍ୟରେ ଆନ୍ଧ୍ରପ୍ରଦେଶ, ଦିଲ୍ଲୀ, ଗୋଆ, ହରିୟାଣା, ଗୁଜରାଟ, କର୍ନାଟକ, କେରଳ, ମହାରାଷ୍ଟ୍ର, ରାଜସ୍ଥାନ, ଉତ୍ତର ପ୍ରଦେଶ, ପଣ୍ଡିଚେରୀ, ପଞ୍ଜାବ, ତାମିଲନାଡୁ ଏବଂ ପଶ୍ଚିମବଙ୍ଗରେ ପ୍ରାୟ ପ୍ରତିବର୍ଷ ଦେଖାଯାଇଆସୁଅଛି। ଆମ ରାଜ୍ୟରେ ଆଗରୁ ଅଳ୍ପ ସଂଖ୍ୟକ ରୋଗୀ ଚିହ୍ନଟ ହେଉଥିଲେ ମଧ୍ୟ ୨୦୧୧ରେ ଏହା ମହାମାରୀ ରୂପ ନେଇଥିଲା। ଓଡ଼ିଶାର ଅଧିକାଂଶ ଜିଲାରେ ଏହି ଡେଙ୍ଗୁ ରୋଗୀ ଚିହ୍ନଟ କରାଯାଇଅଛି।
ଏଡିଶ ମଶାକୁ ଚିହ୍ନିବା କିପରି : ଏଡିଶ ମଶା ଦେଖିବାକୁ କଳା ରଙ୍ଗର ଏବଂ ତା’ ଶରୀରରେ ଓ ପିଠିରେ ଧଳା ରଙ୍ଗର ଗାର ପଡିଥାଏ। ଏହି ମଶା ଦେଖିବାକୁ ବହୁତ ସୁନ୍ଦର ଏବଂ ଆକାରରେ ସାଧାରଣ ମଶା ତୁଳନାରେ ଅପେକ୍ଷାକୃତ ସାନ। ଏହାକୁ ‘ବାଘୁଆ ମଶା’ (tiger mosquito) ମଧ୍ୟ କହନ୍ତି। ଏହି ଏଡିଶ ମଶା ଦୁଇ ପ୍ରକାରର। ଗୋଟିଏ ହେଲା-ଏଡିଶ ଇଜିପ୍ଟ ଏବଂ ଅନ୍ୟଟି ଏଡିଶ ଆଲବୋପିକ୍ଟସ୍‌। ଉଭୟ ପ୍ରକାର ମଶା ଡେଙ୍ଗୁ ସଂକ୍ରମଣ କରାଇଥାଆନ୍ତି। ଏହି ମଶା ସାଧାରଣତଃ ଦିନ ବେଳା ଗୋଡାଇ ଗୋଡାଇ କାମୁଡିଥାଏ ଏବଂ ବିଶେଷ ଭାବରେ ସକାଳ ଏବଂ ସନ୍ଧ୍ୟା ସମୟରେ କାମୁଡିଥାଏ।
ବଂଶ ବିସ୍ତାର : ସାଧାରଣତଃ ଏଡିଶ ମଶାକୁ ସହରାଞ୍ଚଳ ମଶା (urban veetor) ବୋଲି କୁହାଯାଏ। କିନ୍ତୁ ବର୍ତ୍ତମାନ ଅଧିକାଂଶ ଗଁା ମଧ୍ୟ ଛୋଟ ସହରର ରୂପ ନେଉଛି। ତେଣୁ ବର୍ତ୍ତମାନ ଏହି ମଶା ଗ୍ରାମାଞ୍ଚଳରେ ମଧ୍ୟ ଦେଖାଯିବାର ଆଶଙ୍କା ଅଧିକ ରହିଛି। ଏହି ମଶା ପରିଷ୍କାର ସ୍ଥିର ପାଣି ସହ କଠିନ ସ୍ତର ଥିବା ସ୍ଥାନରେ ଡିମ୍ବ ଦେଇଥାଏ। ବିଶେଷ ଭାବରେ ଆମେ ବ୍ୟବହାର କରୁଥିବା ରୁମ୍‌ କୁଲର, ଟାୟାର, ଟିଣ ଡବା, ଅବ୍ୟବହୃତ ପାଣି ପାତ୍ର, ବାସନକୁସନ, ପାଣି ଟାଙ୍କି, କାଚ ବୋତଲ, ଫ୍ରିଜ୍‌ ଟ୍ରେ, ଗଛ କୋରଡ, କଟା ନଡିଆ, ପଇଡ ଠୋଲା, ପ୍ଲାଷ୍ଟିକ ଡ୍ରମ, ହାଣ୍ଡି, ମାଠିଆ ଏବଂ ସେହି ଧରଣର ଯେ କୌଣସି ପାତ୍ର ଓ ଉପକରଣରେ ନିଜର ବଂଶ ବିସ୍ତାର କରନ୍ତି। ଏହାବ୍ୟତୀତ କଟା ବାଉଁଶ, ପ୍ଲାଷ୍ଟିକ ଡିସପୋଜେବୁଲ ଗ୍ଲାସ, କପ୍‌ ଆଦିରେ ପାଣି ଜମି ରହିଲେ ଏହି ମଶା ଡିମ୍ବ ଦେଇଥାଏ।
ଡେଙ୍ଗୁର ପ୍ରକାରଭେଦ : ଡେଙ୍ଗୁର ଭୂତାଣୁ ଅନୁସାରେ ଏହାକୁ ଚାରି ଭାଗରେ (ଡେନ୍‌-୧, ଡେନ୍‌-୨, ଡେନ୍‌-୩ ଏବଂ ଡେନ୍‌-୪) ବିଭକ୍ତ କରାଯାଇଛି। ଅନେକକ୍ଷେତ୍ରରେ ଡେଙ୍ଗୁ ଜ୍ୱର ସାଧାରଣ ଜ୍ୱର ପରି ଭଲ ହୋଇଯାଏ। କିନ୍ତୁ ଡେଙ୍ଗୁ ରକ୍ତସ୍ରାବୀ ଏବଂ ଡେଙ୍ଗୁ ସକ୍‌ ଲକ୍ଷଣାବଳୀ ହେଲେ ଏହା ମାରାତ୍ମକ ହୋଇଥାଏ। ଏପରି କି ରୋଗୀ ମୃତ୍ୟୁମୁଖରେ ପଡିବାର ଯଥେଷ୍ଟ ଆଶଙ୍କା ରହିଛି। କିନ୍ତୁ ଠିକ୍‌ ସମୟରେ ଉପଯୁକ୍ତ ଚିକିତ୍ସା କରିବା ଦ୍ୱାରା ଏହି ରୋଗୀ ସୁସ୍ଥ ହୋଇଯାଇଥାଏ।
ଲକ୍ଷଣ : ଜଣେ ବ୍ୟକ୍ତି ଡେଙ୍ଗୁ ଦ୍ୱାରା ଆକ୍ରାନ୍ତ ହେଲେ କେତେକ ଲକ୍ଷଣ ପ୍ରକାଶ ପାଇଥାଏ। ସେଗୁଡିକ ହେଲା-ହାଡ ଓ ଗଣ୍ଠିରେ ଭୀଷଣ ଯନ୍ତ୍ରଣା ହୁଏ। ଚାଲିବାରେ କଷ୍ଟ ହୁଏ। ଆଖି କୋରଡର ପଛ ଭାଗରେ ଭୀଷଣ ଯନ୍ତ୍ରଣା ହୁଏ। ମୁଣ୍ଡ ବିନ୍ଧେ, ଜ୍ୱର ହେବା ସହ ଥଣ୍ଡା, ସର୍ଦ୍ଦି ଭଳି ଅସୁସ୍ଥ ଲାଗେ। ମିଳିମିଳା ଭଳି ଦେହରେ ଘିମିରି ଆକାରରେ ଫଳିଯାଏ। ବାନ୍ତି ବାନ୍ତି ଲାଗେ ଏବଂ ବାନ୍ତି ହୁଏ।
ଡେଙ୍ଗୁର ବିପଜ୍ଜନକ ଲକ୍ଷଣାବଳୀ:
ଦାନ୍ତ, ଆଖି ଭିତରୁ ତଥା ଚର୍ମରୁ ରକ୍ତ ବାହାରିବା।
ଝାଡ଼ା ହେବା।
ବାନ୍ତି ହେବା ଏବଂ ବାନ୍ତିରେ ରକ୍ତ ପଡ଼ିବା।
ଅଧିକ ଯନ୍ତ୍ରଣା ଅନୁଭୂତ ହେବା ଏବଂ ଏହି ଯନ୍ତ୍ରଣା ଲାଗି ରହିବା।
ଥଣ୍ଡା ଲାଗିବା ଓ ମଳିନ ପଡ଼ିଯିବା।
ଡେଙ୍ଗୁର ପ୍ରତିଷେଧକ ଓ ଚିକିତ୍ସା : ଡେଙ୍ଗୁ ହେବାର ସନ୍ଦେହ ହେଲେ ନିର୍ଦ୍ଦିଷ୍ଟ ‘ଏଲିଶା’ ପଦ୍ଧତିରେ ରକ୍ତ ନମୁନା ସଂଗ୍ରହ କରି ରକ୍ତ ପରୀକ୍ଷା କରାଯାଏ। ଡେଙ୍ଗୁ ପାଇଁ କୌଣସି ପ୍ରତିଷେଧକ ଟିକା ନାହିଁ। ଏହାର ଚିକିତ୍ସା ପାଇଁ ମଧ୍ୟ କୌଣସି ନିର୍ଦ୍ଦିଷ୍ଟ ଔଷଧ ନାହିଁ। ତେବେ ଲକ୍ଷଣ ଦେଖି ଏହାର ଚିକିତ୍ସା କରାଯାଏ। ଜ୍ୱର ଅଧିକ ହେଲେ ପାଣି ପଟି ତଥା ଓଦା ତଉଲିଆରେ ଦେହ ହାତ ଗୋଡ଼ ପୋଛି ଦିଆଯାଏ। ଆବଶ୍ୟକ ଅନୁସାରେ ପାରାସିଟାମଲ ବଟିକା ଦିଆଯାଏ। ରୋଗୀ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ସେବନ କରିବା ଆବଶ୍ୟକ।
ନିରାକରଣ : ସାଧାରଣତଃ ଏଡିଶ ମଶା ଥଣ୍ଡା ଓ ଅନ୍ଧାରୁଆ ସ୍ଥାନ ଏବଂ ମଣିଷର ବାସସ୍ଥଳୀ ନିକଟରେ ବିଶ୍ରାମ ନେଇଥାଏ। ଘର ଭିତରେ ଥିବା ଛତା, ଜୋତା, ର଼୍ୟାକ୍‌, ଆଲମିରା, ଚୌକି, ଟେବୁଲ ତଳ, ପଲଙ୍କ ତଳ ଆଦି ହେଉଛି ଏହି ମଶାମାନଙ୍କର ବିଶ୍ରାମସ୍ଥଳୀ। ସେହିପରି ଘର ଚାରିପଟରେ ଥିବା ଘାସ ବୁଦା, ଅନାବନା ଗଛଲତା ଆଦିରେ ବିଶ୍ରାମ ନେଇଥାଆନ୍ତି।
ରୋଗ ନ ହେବା ପାଇଁ ଏହି ମଶାର ବଂଶବୃଦ୍ଧିକୁ ରୋକିବା ସହ ମଶା କାମୁଡାରୁ ଦୂରେଇ ରହିବା ଆବଶ୍ୟକ। ତା’ସହ ନିମ୍ନଲିଖିତ ବିଷୟ ପ୍ରତି ମଧ୍ୟ ଧ୍ୟାନ ଦେବା ଦରକାର।
କୁଲର ତଥା ପାଣି ରଖା ଯାଉଥିବା ପାତ୍ର, ଫୁଲକୁଣ୍ଡ, ଗୃହପାଳିତ ପଶୁପକ୍ଷୀଙ୍କ ଖାଇବା ପାତ୍ର ଆଦିକୁ ୩-୪ ଦିନରେ ଥରେ ପାଣି ବାହାର କରି ଶୁଖାଇବା ଆବଶ୍ୟକ।
ଚାରିପାଖରେ ଥିବା ଭଙ୍ଗା ଟିଣ, ଟାୟାର, ହାଣ୍ଡି, ମାଠିଆ ତଥା ଅନ୍ୟାନ୍ୟ ଉପକରଣଗୁଡିକୁ ଗାତ ଖୋଳି ପୋତି ଦିଅନ୍ତୁ।
ପାତ୍ର ତଥା ପାଣି ଟାଙ୍କିର ଘୋଡଣିକୁ ଭଲ ଭାବରେ ଘୋଡାଇ ରଖିବା ଦରକାର, ଯେପରିକି ମଶା ଭିତରକୁ ଯାଇପାରିବ ନାହିଁ।
ଚାରିପାଖରେ ସାତ ଦିନରୁ ଅଧିକ ପାଣି ଜମି ରହୁଥିଲେ ସେହି ସ୍ଥାନକୁ ପରିଷ୍କାର କରିବା ଆବଶ୍ୟକ। ଯଦି ଅଧିକ ଦିନ ପାଣି ଜମି ରହୁଥାଏ, ତା’ହେଲେ ସେହି ସ୍ଥାନରେ ମଶା ଲାର୍ଭାଖିଆ ଖାମ୍ବୁସିଆ ମାଛ ଛାଡିବା ଆବଶ୍ୟକ। ଏହି ମାଛ ମଶାର ଲାର୍ଭାକୁ ଖାଇଦେଇଥାଏ।
ଭଳି ଦିନରେ ମଧ୍ୟ କୀଟନାଶକ ଉପଚାରିତ ମଶାରି ବ୍ୟବହାର କରିବା ଉଚିତ।
ଝରକାଗୁଡିକୁ ମଶାରି ଜାଲ ଦ୍ୱାରା ଆବଦ୍ଧ କରିପାରିବେ।
ଘଉଡାଇବା ପାଇଁ ନିମ୍ବ ପତ୍ର ଓ ଝୁଣା ଧୂଅଁା ଦେଇପାରିବେ।
କାମୁଡାରୁ ସୁରକ୍ଷା ପାଇଁ ଦେହରେ ନିମ୍ବ ଓ କରଞ୍ଜ ତେଲ ଲଗାଇପାରିବେ।
ହାତ ଲୁଚୁଥିବା ତଥା ସମସ୍ତ ଶରୀରକୁ ଘୋଡାଇ ହେବା ଭଳି ପୋଷାକ ପରିଧାନ କରିପାରିବେ ଯେପରି କି ମଶା ସହଜରେ କାମୁଡିବେ ନାହିଁ।
ଏହାବ୍ୟତୀତ ନିଜର ପରିବେଶକୁ ସଫାସୁତରା ରଖିଲେ ତଥା କୌଣସି ବ୍ୟବହୃତ ପାତ୍ରରେ ଏଡିଶ ମଶାର ଲାର୍ଭା ପାଇଲେ, ସେହି ପାତ୍ର ବା ଉପକରଣକୁ ଭଲ ଭାବରେ ଗରମ ପାଣିରେ ଧୋଇବା ସହ କପଡ଼ା ଦ୍ୱାରା ସଫା କରିବା ଆବଶ୍ୟକ। କାରଣ ଏଡିଶ ମଶାର ଡିମ୍ବ ଶୁପ୍ତ ଆକାରରେ ଏକ ବର୍ଷ ପର୍ଯ୍ୟନ୍ତ ରହିପାରେ। ଠିକ୍‌ ସମୟରେ ଉପଯୁକ୍ତ ପଦକ୍ଷେପ ନେବା ସହ ଉପରୋକ୍ତ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କଲେ ଆମେ ଡେଙ୍ଗୁକୁ ରୋକିବା ସହ ନିରାକରଣ କରିପାରିବା।

ବିରାଟ ରାଜା ପଧାନ
-ବେଙ୍କମୁରା, ପଣ୍ଡରୀ, ବନହରପାଲି, ଝାରସୁଗୁଡ଼ା
ମୋ: ୯୯୩୭୨୭୧୬୨୩


Enter your email to get our daily news in your inbox.

All Right Reserved By Dharitri.Com

ମହାକାଶରେ ଶିବ-ଶକ୍ତି

ଭାରତୀୟ ଧର୍ମ ସଂସ୍କୃତିରେ ଶିବ ହେଲେ ମଙ୍ଗଳମୟ ଦେବାଧିଦେବ ମହାଦେବ ଏବଂ ଶକ୍ତି ସୂଚିତ କରେ ତାଙ୍କ ସଙ୍ଗିନୀ ତଥା ଶକ୍ତିର ପ୍ରତୀକ ଶକ୍ତିସ୍ବରୂପିଣୀ ମା’...

ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଓ ସତର୍କତା

ବର୍ତ୍ତମାନ ସମଗ୍ର ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏହାର ପ୍ରଭାବ ଜନଜୀବନ ଉପରେ କିପରି ପଡିଛି ତାହା ବର୍ଣ୍ଣନା କରିବା ଅନାବଶ୍ୟକ। ତେଣୁ...

ବିପଦରେ ଫସିଛନ୍ତି କି? ଚାଣକ୍ୟଙ୍କ ଏହି ୫ କଥା ମାନିଲେ ଦୂର ହେବ ସମସ୍ତ ସଙ୍କଟ, ଜିତି ଯିବେ ପ୍ରତିଟି ବାଜି…

ଆଚାର୍ଯ୍ୟ ଚାଣକ୍ୟଙ୍କ ରଚିତ ‘ଚାଣକ୍ୟ ନୀତି’ରେ ମନୁଷ୍ୟ ଜୀବନକୁ ସଫଳ କରିବାକୁ ନେଇ ଅନେକ ନୀତି ବିଷୟରେ ଉଲ୍ଲେଖ ରହିଛି। ଏହାକୁ ସଠିକ୍‌ ଭାବେ ପାଳନ...

ଅତ୍ୟନ୍ତ ଶୁଭ ଜେଡ୍‌ ପ୍ଲାଣ୍ଟ: ଘରେ ଲଗାଇଲେ ବଢ଼େ ସୁଖସମୃଦ୍ଧି

ଜେଡ୍‌ ପ୍ଲାଣ୍ଟ ହେଉଛି ଏକପ୍ରକାର ଇଣ୍ଡୋର ପ୍ଲାଣ୍ଟ। ବାସ୍ତୁଶାସ୍ତ୍ର ଅନୁଯାୟୀ, ଏହି ପ୍ଲାଣ୍ଟକୁ ଲକି ପ୍ଳାଣ୍ଟ ତଥା ଫ୍ରେଣ୍ଡସିପ୍‌ ପ୍ଲାଣ୍ଟ ବି କୁହାଯାଇଥାଏ। କାରଣ ଏହି...

ଘରେ ଲଗାଇବେ ନାହିଁ କେଉଁ ଫଟୋ? ଦୁର୍ଭାଗ୍ୟକୁ ଡାକି ଆଣିବ…

ଘରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଅନେକେ କାନ୍ଥରେ ସୁନ୍ଦର ଫଟୋମାନ ଲଗାଇଥାନ୍ତି। କିନ୍ତୁ ଏହି ଫଟୋ ଲଗାଇବାକୁ ନେଇ ମଧ୍ୟ ବାସ୍ତୁଶାସ୍ତ୍ରରେ କିଛିଟା ନିୟମ ରହିଛି।...

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri