ଶାସକ ଦଳକୁ ମୁକାବିଲାରେ ବିଫଳ ବିରୋଧୀ

ବ୍ରହ୍ମପୁର ଅଫିସ,୧୨।୫: ଗଞ୍ଜାମ ଜିଲା ରାଜନୀତିରେ ଶାସକ ଦଳକୁ ମୁକାବିଲାରେ ବିଫଳ ହୋଇଛି ବିରୋଧୀ। ଜିଲାର ସବୁ ନିର୍ବାଚନରେ ବିଜେଡିର ବିଜୟ ବାନା ଉଡ଼ୁଛି। କଂଗ୍ରେସର ସ୍ଥିତି ଦୁର୍ବଳ ଥିବାରୁ ସେହି ସଂଗଠନର ପକେଟ ଭୋଟ ଭାଜପାକୁ ଯାଇଛି। ଫଳରେ ଭାଜପା ଭୋଟ ହାର କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ଆଗାମୀ ଦିନରେ ଯଦି କଂଗ୍ରେସ ସକ୍ରିୟ ହେବ ତେବେ ଭାଜପା ପୁଣି ତୃତୀୟକୁ ଖସିବାର ରାଜନୈତିକ ସମୀକ୍ଷକଙ୍କ ପକ୍ଷରୁ ଆକଳନ କରାଯାଇଛି। ଅପରପକ୍ଷରେ ୯୦ ଦଶକର ଦ୍ୱିତୀୟ ଭାଗରେ ରାଜ୍ୟରେ ଆଞ୍ଚଳିକ ଦଳ ବିଜେଡି ଗଠନ ହୋଇଥିଲା। ଘଟଣାଚକ୍ରରେ ବିଜେଡି ଓ ଭାଜପା ମଧ୍ୟରେ ମେଣ୍ଟ ରାଜନୀତି ଆରମ୍ଭ ହୋଇ ଏହା ୧୦ ବର୍ଷ ଚାଲିଲା। ଗଞ୍ଜାମର ଦୁଇ ଲୋକସଭା ଓ ସବୁ ବିଧାନସଭା ଆସନରେ ଲଢ଼ିବା ପାଇଁ ଦୁଇ ଦଳ ମଧ୍ୟରେ ଭାଗ ବଣ୍ଟା ହୋଇଥିଲା।
କନ୍ଧମାଳ ଜିଲାରେ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କୁ ହତ୍ୟା ଯୋଗୁ ମେଣ୍ଟ ରାଜନୀତିରେ ଫାଟ ଦେଖାଦେଲା। ୨୦୦୮ରେ ମେଣ୍ଟରୁ ଭାଜପା ଓହରିଗଲା। ପରବର୍ତ୍ତୀ ୨୦୦୯ ନିର୍ବାଚନଠାରୁ ଦୁଇ ଦଳ ଏକାକୀ ଲଢ଼ୁଛନ୍ତି। ମେଣ୍ଟ ଭାଙ୍ଗିବା ପରେ ଏହି ଜିଲାରେ ଭାଜପା ପ୍ରାର୍ଥୀ ଜିତି ପାରୁନାହାନ୍ତି। ମେଣ୍ଟ ଥିବା ବେଳେ ବ୍ରହ୍ମପୁର ଲୋକସଭା କ୍ଷେତ୍ରରୁ ଅନାଦି ସାହୁ ୧୯୯୯ ନିର୍ବାଚନରେ ନିର୍ବାଚିତ ହୋଇଥିଲେ। ସେହିପରି ୨୦୦୦ ବିଧାନସଭା ନିର୍ବାଚନରେ ଛତ୍ରପୁର ଆସନରୁ ଭାଜପା ପ୍ରାର୍ଥୀ ରାମଚନ୍ଦ୍ର ପଣ୍ଡା ଜିତି ବିଧାନସଭା ଉପବାଚସ୍ପତି ପଦ ପାଇଥିଲେ। ୨୦୦୪ ନିର୍ବାଚନରେ ସୋରଡ଼ା ନିର୍ବାଚନ ମଣ୍ଡଳୀରୁ ଧରାକୋଟ ରାଜା କିଶୋର ଚନ୍ଦ୍ର ସିଂହ ଦେଓ ଭାଜପାରୁ ବିଧାୟକ ହୋଇଥିଲେ। ୨୦୧୪ ନିର୍ବାଚନ ବେଳେ ଧରାକୋଟ ରାଜ ପରିବାର ବିଜେଡିରେ ଯୋଗ ଦେଇଛନ୍ତି।
ସୂଚନାଯୋଗ୍ୟ, ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଭାଜପା ରାଜ୍ୟ ରାଜନୀତିରେ ଏକ ନମ୍ବର ହେବାର ଦିବା ସ୍ବପ୍ନ ଦେଖିଲା। ଏଥିପାଇଁ ବହୁଳ ପ୍ରଚାର ମଧ୍ୟ ହୋଇଥିଲା। ସେତେବେଳେ ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ଥିଲେ ଅମିତ ଶାହା। ୨୦୧୭ ଜୁଲାଇ ୪ରେ ସେ ଗଞ୍ଜାମ ଜିଲା ଗସ୍ତରେ ଆସି ବ୍ରହ୍ମପୁର ଉପକଣ୍ଠ ଆମ୍ବପୁଆ ବିବେକ ବିହାର ପଡ଼ିଆରେ ଆୟୋଜିତ ସମାବେଶକୁ ସମ୍ବୋଧିତ କରିଥିଲେ। ଓଡ଼ିଶାରେ ୧୨୦ ବିଧାନସଭା ଆସନ ଦଖଲ କରି କ୍ଷମତାସୀନ ହେବାର ବୋବାଳି ଛାଡ଼ିଥିଲେ। ତାଙ୍କ ସହ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଅନେକ ନେତା ଆସିଥିଲେ। ସମାବେଶ ପୂର୍ବରୁ ଶାହା ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହୁଗୁଳାପଟା ଗଁାରେ ସଭା କରିବା ସହ ସେଠାର ଏକ ଗରିବ କ୍ଷୁଦ୍ର ବ୍ୟବସାୟୀଙ୍କୁ ଭଙ୍ଗା ଦଦରା ଘରେ ମଧ୍ୟାହ୍ନ ଭୋଜନ କରିଥିଲେ। ଦଳର ଭୋଟ ବ୍ୟାଙ୍କ ବଢ଼ାଇବାକୁ ଏହି ଡ୍ରାମା କରିଥିବା ଅନ୍ୟ ଦଳର ଲୋକେ ପରିହାସ କରିଥିଲେ। ଶାହାଙ୍କ ଆଡ଼ମ୍ବରପୂର୍ଣ୍ଣ ପ୍ରଚାରରେ ବାଉଳା ହୋଇ ବିଭିନ୍ନ ଅଞ୍ଚଳର କଂଗ୍ରେସିଆମାନେ ଭାଜପାରେ ଯୋଗ ଦେଇଥିଲେ। ତେବେ ୨୦୧୯ ନିର୍ବାଚନରେ ଗଞ୍ଜାମରେ ଗୋଟିଏ ବି ଆସନରେ ଜିତି ପାରିଲା ନାହିଁ ଭାଜପା। ସଦ୍ୟ ସମାପ୍ତ ପୌର ଓ ପଞ୍ଚାୟତ ନିର୍ବାଚନରେ ମଧ୍ୟ ଭାଜପା ସମଦଶା ଭୋଗିଛି। ୨୦୧୭ ପଞ୍ଚାୟତ ଓ ୨୦୧୩ ପୌର ନିର୍ବାଚନ ତୁଳନାରେ ଜିଲା ପରିଷଦ ସଭ୍ୟ ଓ ପୌର ସଦସ୍ୟ ସଂଖ୍ୟା ଯଥେଷ୍ଟ କମିଯାଇଛି। ସମଗ୍ର ଜିଲାରେ ବିଜେଡି ମାଡ଼ି ଚାଲିଛି। ତେଣୁ ଭାଜପା ଏକାକୀ ଉପରକୁ ଉଠିବା ରାଜନୈତିକ ସଚେତନ ଜିଲା ଗଞ୍ଜାମରେ ସମ୍ଭବ ନୁହେଁ ବୋଲି ଚଳନ୍ତି ସ୍ଥିତିରେ ସ୍ପଷ୍ଟ ହୋଇଛି। ଅନ୍ୟପକ୍ଷରେ ବ୍ରହ୍ମପୁର ପୌର ନିର୍ବାଚନ ପରେ ମେୟର ପ୍ରାର୍ଥୀ ଓ ଜିଲା ସଂଗଠନ ମଧ୍ୟରେ ଫାଟ ଦେଖାଦେଇଛି। ମହିଳା ମେୟର ପ୍ରାର୍ଥୀ ସାଢ଼େ ୪୫ ହଜାର ଭୋଟ ପାଇଥିବାରୁ ଆଗାମୀ ୨୦୨୪ ନିର୍ବାନରେ ବିଧାୟକ ପ୍ରାର୍ଥୀ ଦେବାକୁ ସଜବାଜ ହେଉଥିବା କେତେକ କର୍ମୀ ମହଲରୁ ପ୍ରାକ୍‌ ସୁରାକ୍‌ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

ଭୋଜି ସାରି ଫେରୁଥିଲେ, ମୁହାଁମୁହିଁ ହେଲା ୨ ବାଇକ୍‌, ଆଉ ତା’ ପରେ…

ଭଞ୍ଜନଗର,୧୯ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜଳଭଣ୍ଡାର ସେତୁ ନିକଟରେ ଶୁକ୍ରବାର ଅପରାହ୍ନରେ ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ବାସୁ ଦାସ...

ପୁରୁଷୋତ୍ତମପୁର ସବ୍‌-ରେଜିଷ୍ଟ୍ରାର ଅଫିସରେ ଜମି ଦୁର୍ନୀତି ଘଟଣା: କାର୍ଯ୍ୟାନୁଷ୍ଠାନ ଲାଗି ଅତିରିକ୍ତ ଜିଲାପାଳଙ୍କୁ ସ୍ମାରକପତ୍ର

ପୁରୁଷୋତ୍ତମପୁର,୧୯ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସବ୍‌ରେଜିଷ୍ଟ୍ରାର ଅଫିସରେ ଜମି ଦୁର୍ନୀତି ଘଟି ଜମିର ପ୍ରକୃତ ମାଲିକଙ୍କ ମୃତ୍ୟୁ ଘଟିଥିବା ସତ୍ତ୍ବେ ଅନ୍ୟ ଜଣେ ବ୍ୟକ୍ତି...

ପୁରୁଷୋତ୍ତମପୁର ତହସିଲଦାର ଭାବେ ଯୋଗଦେଲେ ମୃଣାଳିକା ରାଠୋର, ପ୍ରତିଶ୍ରୁତି ଦେଇ କହିଲେ…

ପୁରୁଷୋତ୍ତମପୁର,୧୯ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ନୂତନ ତହସିଲଦାର ଭାବରେ ୨୦୨୪ ବ୍ୟାଚ୍‌ର ପ୍ରୋବେସନ ଆଇଏଏସ୍‌ ଅଫିସର ମୃଣାଳିକା ରାଠୋର ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି।...

ମହିଳାଙ୍କୁ ଯୌନ ଉତ୍ପୀଡନରୁ ରକ୍ଷା କରିବା ସମସ୍ତଙ୍କ ଦାୟିତ୍ୱ

ଦିଗପହଣ୍ଡି, ୧୯।୧୨(ଅଶେଷ ନାଥ ମିଶ୍ର): ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି-ବ୍ରହ୍ମପୁର ମୂଖ୍ୟ ରାସ୍ତାକଡ଼ରେ ଥିବା ପଦ୍ମନାଭପୁର ସରସ୍ବତୀ ଉଚ୍ଚ ମାଧ୍ୟମିକ ବିଦ୍ୟାମନ୍ଦିର ପରିସରରେଠାରେ ଆଇନ...

କଳିଙ୍ଗା ଘାଟିରେ ଡ୍ରେନକୁ ଖସିଲା ବସ: ଘନ କୁହୁଡି ଯୋଗୁ…

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଓ କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟି ରେ ମାଟି ଓ ପଥର ଖସିବା ପରଠୁ ଘାଟିରେ କିଛି ଦିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri