ଚତୁର୍ଥୀ ରାତିରେ ଶାଶୁଘର ଛାଡ଼ିଲେ ନବବଧୂ, ସ୍ବାମୀଙ୍କୁ ଦର୍ଶାଇଲେ ମାନସିକ ବିକାରଗ୍ରସ୍ତ

ଗୋପ,୧୫।୭(ଡ଼ି.ଏନ୍‌.ଏ.) : ଅଗ୍ନିକୁ ସାକ୍ଷୀ ରଖି ସାରାଜୀବନ ସଂସାର କରିବାକୁ ଆସିଥିବା ନବବଧୂ ରବିବାର ସନ୍ଧ୍ୟାରେ ଚତୁର୍ଥୀ ରାତିରେ ଶାଶୁଘର ଛାଡି ବାପା ଘରକୁ ଚାଲି ଯାଇଛନ୍ତି। ଏହାକୁ ନେଇ ପୁରୀ ଜିଲା ଗୋପ ଥାନା ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ଗତ ୧୧ ତାରିଖରେ ଗୋପ ଥାନା ଅଧୀନ ଗଡକରମଳା ଗାଁର ଜଣେ ଯୁବକ ଅସ୍ତରଙ୍ଗ ଥାନା ଅଞ୍ଚଳର ଜଣେ କନ୍ୟାକୁ ବୈଦିକ ରୀତିରେ ବିବାହ କରିଥିଲେ। ରବିବାର ଚତୁର୍ଥୀ କାର୍ଯ୍ୟ ଲାଗି ହୋମ ସହ ଭୋଜିଭାତର ମଧ୍ୟ ଆୟୋଜନ କରାଯାଇଥିଲା। କିନ୍ତୁ ନବବଧୂ ତାଙ୍କ ସ୍ବାମୀ ଜଣେ ମାନସିକ ବିକାରଗସ୍ତ ଥିବା ବାପ ଘରକୁ ଜଣାଇଥିଲେ। ବାପଘର ଲୋକେ ଏ ସମ୍ପର୍କରେ ଗୋପ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ଥାନା ଅଧିକାରୀ ଦିଲୀପ କୁମାର ସ୍ବାଇଁ ନବବଧୂଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିଲେ। ପରେ ୨ ପକ୍ଷ ଥାନାରେ ପହଞ୍ଚତ୍ ଆପୋସ ସମାଧାନ କରିବା ଲାଗି ଚେଷ୍ଟା କରିଥିଲେ। ହେଲେ ନବବଧୂ ଶାଶୁଘରେ ରହିବାକୁ ରାଜି ହୋଇ ନ ଥିଲେ। ବୀରତୁଙ୍ଗ ସରପଞ୍ଚ ଶଶାଙ୍କ ଶେଖର ମହାପାତ୍ରଙ୍କୁ ପଚାରିବାରେ ସେ କହିଲେ, ଥାନାଧିକାରୀ ଡାକିବାରୁ ମୁଁ ଥାନାକୁ ଯାଇଥିଲି। ଯୁବକ ଜଣକ ଭଲ ପିଲା। ସେ ମାନସିକ ବିକାରଗ୍ରସ୍ତ ନୁହେଁ ବୋଲି ମୁଁ ଥାନାରେ କହିଥିଲି। ଯୁବକଙ୍କ ବାପା କହିଛନ୍ତି ଯେ, ମୋ ପୁଅ ଉଚ୍ଚ ଶିକ୍ଷିତ। ସେ ଜଣେ ଭଦ୍ର ଓ ନମ୍ର ସ୍ବଭାବର। ଏ ସଂକ୍ରାନ୍ତରେ କନ୍ୟାପିତା କହିଛନ୍ତି ଯେ, ଝିଅ ଯେହେତୁ ଅଭିଯୋଗ କଲା ତା’ର ଭବିଷ୍ୟତକୁ ଲକ୍ଷ୍ୟ କରି ତାକୁ ଘରକୁ ନେଉଛି। ଡାକ୍ତରୀ ପରୀକ୍ଷା ପରେ ଯଦି ଜ୍ୱାଇଁ ଭଲ ଥିବା ଜଣାପଡ଼େ ତାହାହେଲେ ପରିବାର ଲୋକଙ୍କ ସହ ଆଲୋଚନା କରି ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ। ଥାନା ଅଧିକାରୀ ଦିଲୀପ କୁମାର ସ୍ବାଇଁ ଥାନାରେ ଆପୋସ ସମାଧାନ ଲାଗି ଉଦ୍ୟମ କରିଥିଲୁ। ମାତ୍ର ଏଥିରେ ନବବଧୂ ରାଜି ନ ହୋଇ ବାପ ଘରକୁ ପଲାଇ ଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri