ବିଜେଡି ଏମ୍‌ପିଙ୍କୁ ନବୀନଙ୍କ ଚିଠି : ରାଜ୍ୟବାସୀଙ୍କ ଶ୍ରଦ୍ଧାଭାଜନ ହେବାକୁ ପରାମର୍ଶ

ଭୁବନେଶ୍ୱର,୧୫ା୭(ବ୍ୟୁରୋ) : ବିଧାୟକ ଓ ମନ୍ତ୍ରୀମାନଙ୍କୁ ଶୃଙ୍ଖଳା ଓ ଉତ୍ତରଦାୟିତ୍ୱର ପାଠ ପଢ଼ାଇବା ପରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ଲୋକ ସଭା ଏବଂ ରାଜ୍ୟ ସଭା ସଦସ୍ୟମାନଙ୍କୁ ରବିବାର ପତ୍ର ଲେଖି ଅନେକ ପରାମର୍ଶ ଦେଇଛନ୍ତି। ଏମ୍‌ପିମାନେ ନିଜର ସଂସଦୀୟ ଦାୟିତ୍ୱ ନିର୍ବାହ କରିବା ସହ ନିଜ ନିଜ ଅଞ୍ଚଳ ବୁଲି ଲୋକଙ୍କ କାର୍ଯ୍ୟ କରୁଛନ୍ତି। ସେମାନେ ଆସନ୍ତା ଅଗଷ୍ଟ ମାସରୁ ପ୍ରତି ଦୁଇ ମାସରେ ଥରେ ୧୦ ତାରିଖ ସୁଦ୍ଧା ନିଜ ରିପୋର୍ଟ କାର୍ଡ ଲିଖିତଭାବେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ରିପୋର୍ଟଗୁଡ଼ିକର ସମୀକ୍ଷା କରାଯିବା ସହ ମୁଖ୍ୟମନ୍ତ୍ରୀ ଏମ୍‌ପିମାନଙ୍କୁ ପରାମର୍ଶ ଦେବା ନେଇ ଚିଠିରେ ଉଲ୍ଲେଖ କରିଛନ୍ତି।
ଏତଦ୍‌ବ୍ୟତୀତ ବିଜେଡି ସଭାପତି ନବୀନ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ରାଜ୍ୟବାସୀଙ୍କ ଆଶା, ଆକାଂକ୍ଷା ପୂରଣ ତଥା ସ୍ବାର୍ଥ, ସ୍ବାଭିମାନ ପାଇଁ ଦଳର ନିରନ୍ତର ପ୍ରୟାସ ହିଁ ବିଜେଡିକୁ ୫ମଥର ପାଇଁ କ୍ଷମତାସୀନ କରାଇଛି। ଲୋକ ସଭାରେ ମଧ୍ୟ ରାଜ୍ୟରୁ ବିଜେଡି ସର୍ବାଧିକ ଆସନରେ ବିଜୟୀ ହୋଇଛି। ତେଣୁ ଉଭୟ ରାଜ୍ୟ ଏବଂ କେନ୍ଦ୍ରରେ ବିଜେଡିର ଉତ୍ତରଦାୟିତ୍ୱ ସର୍ବାଧିକ ବୋଲି ନବୀନ କହିଛନ୍ତି।
ନିର୍ବାଚନ ପରେ ଦଳୀୟ ଏମ୍‌ପିମାନଙ୍କ ସହ ବିଜେଡି ସଭାପତି ଆଲୋଚନା କରିଥିଲେ। ଏହି ସମୟରେ ରାଜ୍ୟର ସ୍ବାର୍ଥ ସମ୍ବଳିତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ପାର୍ଲାମେଣ୍ଟରେ ଉପସ୍ଥାପନ କରିବା ପାଇଁ ସଦସ୍ୟଙ୍କ ଆଗ୍ରହ ଓ ପ୍ରତିବଦ୍ଧତା ତାଙ୍କୁ ଆନନ୍ଦିତ କରିଥିବା ନବୀନ କହିଛନ୍ତି। ଗତ ଲୋକ ସଭା ନିର୍ବାଚନରେ ପ୍ରଥମଥର ପାଇଁ ଦଳ ପକ୍ଷରୁ ଏକତୃତୀୟାଂଶ ଲୋକ ସଭା ଆସନରେ ମହିଳାଙ୍କୁ ପ୍ରାର୍ଥୀ କରାଯାଇଥିଲା। ରାଜ୍ୟବାସୀ ମଧ୍ୟ ଦଳର ଏହି ନିଷ୍ପତ୍ତିକୁ ସମ୍ମାନ ଦେଇ ବିପୁଳ ସମର୍ଥନ କରିଥିଲେ। ମହିଳା ପ୍ରାର୍ଥୀମାନେ ପାର୍ଲାମେଣ୍ଟରେ ନିଜ ପ୍ରଥମ ପଦାର୍ପଣରେ ରାଜ୍ୟବାସୀଙ୍କ ସ୍ବାର୍ଥ ଯେଭଳି ଭାବେ ଉପସ୍ଥାପିତ କରିଛନ୍ତି, ତାହା ତାଙ୍କୁ ବେଶ୍‌ ପ୍ରଭାବିତ କରିଥିବା ନବୀନ କହିଛନ୍ତି। ଉଭୟ ରାଜ୍ୟ ସଭା ଓ ଲୋକ ସଭାରେ ଅଭିଜ୍ଞ ଏବଂ ନବାଗତଙ୍କ ଉପଯୁକ୍ତ ସନ୍ତୁଳନ ରହିଛି। ଏହା ମହିଳା, ଯୁବକ, ସଂରକ୍ଷିତ ବର୍ଗଙ୍କ ସ୍ବାର୍ଥ ସହ ରାଜ୍ୟର ସାମଗ୍ରିକ କଲ୍ୟାଣ ଏବଂ ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗର ସମାଧାନ ବାଟ ଖୋଜିବାରେ ସହାୟକ ହେବ ବୋଲି ବିଜେଡି ସଭାପତି ଆଶାବ୍ୟକ୍ତ କରିଛନ୍ତି। ସେହିଭଳି ଏମ୍‌ପିମାନେ କିଭଳି କାର୍ଯ୍ୟ କଲେ, ରାଜ୍ୟର ସ୍ବାର୍ଥ ଓ ରାଜ୍ୟବାସୀଙ୍କ କଲ୍ୟାଣ ନିମନ୍ତେ ନିଜକୁ ପୂର୍ଣ୍ଣପ୍ରାଣରେ ଉତ୍ସର୍ଗ କରାଯାଇପାରିବ, ସେ ଦିଗରେ ସେ ନିର୍ଦ୍ଦିଷ୍ଟ ମତାମତ ରଖିବେ ବୋଲି ବିଜେଡି ସଭାପତି କହିଛନ୍ତି। ଏମ୍‌ପି ଭାବେ ସଫଳ ହେବା ସହ ଓଡ଼ିଆ ଜନସାଧାରଣଙ୍କ ଶ୍ରଦ୍ଧାଭାଜନ ହେବା ପାଇଁ ନବୀନ ପଟ୍ଟନାୟକ କାମନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କ ଜନ୍ମଦିନରେ ଏମିତି କହି ଶୁଭେଚ୍ଛା ଜଣାଇଲେ କ୍ୟାଟ୍ରିନା

ବଲିଉଡ ସୁପରଷ୍ଟାର ସଲମାନ ଖାନ ୬୦ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ଅନେକ ବଲିଉଡ ସେଲିବ୍ରିଟି ମଧ୍ୟ...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ମହିଳାଙ୍କୁ ICMRର ଚେତାବନୀ, ସ୍ତନ କର୍କଟ ପାଇଁ କେବଳ…

ନୂଆଦିଲ୍ଲୀ,୨୭।୧୨: ଭାରତରେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ICMR ର ଏକ ଅଧ୍ୟୟନ ଅନୁଯାୟୀ, ନିରାମିଷ ଖାଦ୍ୟ, ଖରାପ ନିଦ୍ରା...

ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ୍‌ସେବା, ମାଗଣାରେ ପିଲାଙ୍କୁ ମିଳିବ…

ଭୁବନେଶ୍ୱର,୨୭ା୧୨: ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ ସେବା ବା ଏମ୍‌ବିଏସ୍‌। ଏନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି। ବିଦ୍ୟାଳୟ ଓ...

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

ନୂଆବର୍ଷରୁ ବଢିଯିବ ଏସବୁ ଗାଡିର ଦାମ୍‌, କମ୍ପାନୀଗୁଡିକର ବଡ଼ ଘୋଷଣା, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୨୭।୧୨: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ଭାରତରେ କାର୍‌ କିଣିବାକୁ ଯୋଜନା କରୁଥିବା ଲୋକଙ୍କୁ ଟିକେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ। ପ୍ରକୃତରେ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri