ଚୋରି ଜେସିବି ବିକ୍ରି ଅଭିଯୋଗ, ଦୁଇ ଗିରଫ

କୋକସରା,୧୩ା୪(ଡି.ଏନ୍‌.ଏ.): ଜେସିବି ଚୋରି କରି ଜନୈକ କବାଡ଼ି ବ୍ୟବସାୟୀ ନିକଟରେ ବିକ୍ରି କରିବା ଘଟଣା କୋକସରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। କୋକସରା ପୋଲିସ ଘଟଣାର ତଦନ୍ତ କରି ଦୁଇ ଅଭିଯୁକ୍ତଙ୍କୁ ବୁଧବାର କୋର୍ଟ ଚାଲାଣ କରିଛି।

ସୂଚନାଯୋଗ୍ୟ, ଏକ ଠିକାସଂସ୍ଥାରେ ବିହାର ରାଜ୍ୟର ଜଣେ ଗାଡ଼ି ମାଲିକ ଶ୍ୟାମ ସୁନ୍ଦର ସିଂ ନିଜର ପ୍ରୋକୋଲିନ୍‌ ଗାଡ଼ିକୁ ଦେଇଥିଲେ। କଳାହାଣ୍ଡି ଜିଲା କୋକସରା ବ୍ଲକ ଗମ୍ଭାରୀଗୁଡ଼ା ନିକଟରେ ଠିକାସଂସ୍ଥାର କ୍ୟାମ୍ପ୍‌ରେ ରହିଥିଲା। କ୍ୟାମ୍ପ୍‌ ଉଠିଯିବା ପରେ ଗମ୍ଭାରୀଗୁଡ଼ା ଗ୍ରାମର ଜଣେ ଯୁବକ କପିଳେଶ୍ୱର ଭାଟିକୁ ଗାଡ଼ି ଦେଖାରେଖା କରିବା ପାଇଁ ନିୟୋଜିତ କରାଯାଇଥିଲା। ଗତ ୮ ତାରିଖ ଶୁକ୍ରବାର ଗାଡ଼ି କ୍ୟାମ୍ପ୍‌ରେ ନ ଥିବା ଦେଖି ଏ ନେଇ କପିଳେଶ୍ୱର ଭାଟି ଗାଡ଼ି ମାଲିକଙ୍କୁ ଫୋନ୍‌ କରିବାରୁ ସେ ଗାଡ଼ି ଆଣି ନ ଥିବା କହିଥିଲେ। ପରେ ସ୍ଥାନୀୟ କିଛି ପ୍ରତ୍ୟକ୍ଷଦର୍ଶୀ ଚିକିଳି ଗ୍ରାମର ଶୈଳେନ୍ଦ୍ର ସାହୁ ଦୁଇଟି ଜେସିବିକୁ ଟ୍ରେଲରରେ ଲଦି ନେଇଥିବା ଜାଣିବାକୁ ପାଇଥିଲେ। ମାଲିକ ଶ୍ୟାମ ସୁନ୍ଦର ସିଂଙ୍କୁ ଜଣାଇବା ପରେ ଏ ନେଇ ଗତ ଶନିବାର ୯ ତାରିଖରେ କୋକସରା ଥାନାରେ ଗାଡ଼ି ମାଲିକ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଘଟଣାର ତଦନ୍ତ କରି ଶୈଳେନ୍ଦ୍ର ସାହୁ (୫୫)କୁ ଥାନାରେ ଆଣି ଅଟକ ରଖିବା ସହ ପଚରାଉଚରା ପରେ ସେ ଗାଡ଼ି ଚୋରି କରି ନେଇଥିବା ମାନିଥିଲେ। ଧର୍ମଗଡ଼ର ଜଣେ କବାଡ଼ି ବ୍ୟବସାୟୀ ତରୁଣ କୁମାର ଅଗ୍ରଓ୍ବାଲ(୩୫)ଙ୍କ ନିକଟରେ ବିକ୍ରି କରିଥିବା କହିଥିଲେ। ପୋଲିସ ଧର୍ମଗଡ଼ରୁ ତରୁଣ ଅଗ୍ରଓ୍ବାଲଙ୍କୁ ମଧ୍ୟ ଗିରଫ କରି ବୁଧବାର ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ଦୁଇ ଅଭିଯୁକ୍ତଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି। ଏ ନେଇ କୋକସରା ଥାନା କେସ୍‌ ନମ୍ବର ୮୫/୨୨ ରେ ଏକ ମାମଲା ରୁଜୁ ହୋଇଥିବା ଓ ପ୍ରୋକୋଲିନ୍‌କୁ ନେବାରେ ବ୍ୟବହୃତ ହୋଇଥିବା ଓଡି ୦୮ ଜି ୩୬୯୨, ଓଡି ୦୮ ଜେ ୨୫୯୨ ନମ୍ବରର ଦୁଇଟି ହାଇଡ୍ରା ଓ ଓଆର୍‌ ୦୮ ଡି ୩୧୯୨ ନମ୍ବରର ଟ୍ରେଲର ଏଭଳି ତିନୋଟି ଗାଡ଼ିକୁ ଜବତ କରିଥିବା କୋକସରା ଥାନାଧିକାରୀ ପ୍ରସନ୍ନ କୁମାର ବେହେରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କ ଜନ୍ମଦିନରେ ଏମିତି କହି ଶୁଭେଚ୍ଛା ଜଣାଇଲେ କ୍ୟାଟ୍ରିନା

ବଲିଉଡ ସୁପରଷ୍ଟାର ସଲମାନ ଖାନ ୬୦ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ଅନେକ ବଲିଉଡ ସେଲିବ୍ରିଟି ମଧ୍ୟ...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ମହିଳାଙ୍କୁ ICMRର ଚେତାବନୀ, ସ୍ତନ କର୍କଟ ପାଇଁ କେବଳ…

ନୂଆଦିଲ୍ଲୀ,୨୭।୧୨: ଭାରତରେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ICMR ର ଏକ ଅଧ୍ୟୟନ ଅନୁଯାୟୀ, ନିରାମିଷ ଖାଦ୍ୟ, ଖରାପ ନିଦ୍ରା...

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

ନୂଆବର୍ଷରୁ ବଢିଯିବ ଏସବୁ ଗାଡିର ଦାମ୍‌, କମ୍ପାନୀଗୁଡିକର ବଡ଼ ଘୋଷଣା, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୨୭।୧୨: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ଭାରତରେ କାର୍‌ କିଣିବାକୁ ଯୋଜନା କରୁଥିବା ଲୋକଙ୍କୁ ଟିକେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ। ପ୍ରକୃତରେ,...

Ashes 2025-26: ୧୪ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଲା ଇଂଲଣ୍ଡ, ଅଷ୍ଟ୍ରେଲିଆକୁ କଲା ପରାସ୍ତ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ୨୦୨୫-୨୬ ଆଶେସ୍ ସିରିଜର ଚତୁର୍ଥ ମ୍ୟାଚ୍ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିଲା। ଏହି ମ୍ୟାଚ୍ ବୋଲରଙ୍କ ପ୍ରିୟ ଥିଲା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri