କଥା ହୁଅନ୍ତି ଛତୁ

ନୂଆଦିଲ୍ଲୀ: ମଣିଷଙ୍କ ଭଳି ଛତୁ ମଧ୍ୟ ପରସ୍ପର ସହ କଥା ହୋଇପାରନ୍ତି। ୟୁନିଭରର୍ସିଟି ଓ୍ବେଷ୍ଟ ଅଫ୍‌ ଇଂଲଣ୍ଡର ପ୍ରଫେସର ଆଣ୍ଡ୍ର୍ୟୁ ଆଡାମାଟଜକିଙ୍କ ଦ୍ୱାରା କରାଯାଇଥିବା ଗବେଷଣାରୁ ଏହା ଜାଣିବାକୁ ମିଳିଛି। କଥା ମାଧ୍ୟମରେ ଛତୁମାନେ ମଧ୍ୟ ଭାବର ଆଦାନ ପ୍ରଦାନ କରନ୍ତି। ବିଶେଷକରି ଇନୋକି, ସ୍ପ୍ଲିଟ୍‌ ଗିଲ୍‌, ଗୋଷ୍ଟ ଏବଂ କାଟରପିଲାର ଛତୁରେ ଇଲେକ୍ଟ୍ରିକ୍‌ ଇମ୍ପଲ୍‌ସେସ୍‌ (ବିଦ୍ୟୁତ୍‌ ସଂବେଗ) ସୃଷ୍ଟି ହୁଏ। ଏହା ମାଧ୍ୟମରେ ଛତୁମାନେ ପରସ୍ପର ସହ କଥା ହୋଇଥାନ୍ତି। କାଠ ପାଚନ କରୁଥିବା ଛତୁ କାଠ ସଂସ୍ପର୍ଶରେ ଆସିଲେ ଛତୁରେ ବିଦ୍ୟୁତ ସଂବେଗର ବେଗ ଦ୍ରୁତ ବେଗରେ ବୃଦ୍ଧି ପାଉଥିବା ଗବେଷକ ଦାବି କରିଛନ୍ତି। ଛତୁରେ ଇଲେକ୍ଟ୍ରିକାଲ୍‌ ସ୍ପାଇକ୍ସ୍‌ ମଧ୍ୟ ଉତ୍ପନ୍ନ ହେଉଥିବା ଗବେଷଣାରୁ ଜଣାପଡ଼ିଛି। ମଣିଷ ବ୍ୟବହାର କରୁଥିବା ଶବ୍ଦ ଓ ଛତୁର ଶବ୍ଦ ମଧ୍ୟରେ କୌଣସି ସାମଞ୍ଜସ୍ୟ ନ ଥିଲେ ମଧ୍ୟ ଛତୁ ବ୍ୟବହାର କରୁଥିବା ପାଖାପାଖି ୫୦ଟି ଶବ୍ଦ ମାନବ ଶବ୍ଦାବଳୀ ସହ ମେଳ ଖାଉଛି। ସାଧାରଣ ଭାବେ ଇଂଲିଶ ଶବ୍ଦରେ ୪.୮ ଲେଟର ରହିଥାଏ। କିନ୍ତୁ ଛତୁ ବ୍ୟବହାର କରୁଥିବା ଶବ୍ଦରେ ପାଖାପାଖି ୫.୯୭ ଲେଟର ରହିଛି। ଏହା ଜରିଆରେ ଛତୁର ମନ ଓ ଚେତନାଶକ୍ତି ଅଛି ବୋଲି ଜଣାପଡ଼ୁଥିବା ଆଡାମାଟଜକି କହିଛନ୍ତି। କଥା ହେବା ପାଇଁ ୫୦ ଶବ୍ଦ ମଧ୍ୟରୁ ୧୫-୨୦ଟି ଶବ୍ଦ ହିଁ ଛତୁ ବହୁଳମାତ୍ରାରେ ବ୍ୟବହାର କରନ୍ତି। ଛତୁର ଚେର (ଜୁଲୋଜିକାଲ ଟର୍ମ ମାଇସେଲିୟମ୍‌) ଇଲେକ୍ଟ୍ରିକାଲି ଚାର୍ଜଡ୍‌ ହେବା ଫଳରେ ମାଇସେଲିୟମ୍‌ ଟିପ୍‌ ଜରିଆରେ ଅନ୍ୟ ମାଇସେଲିୟମ୍‌କୁ ଇଲେକ୍ଟ୍ରୋଡ୍‌ ସଂଚାରିତ ହୋଇଥାଏ। ଛତୁ ପରସ୍ପର ସହ କଥା ହେବା ସାଙ୍ଗକୁ ୫୦ ଶବ୍ଦ ବ୍ୟବହାର କରିବା କଥା ମନରେ କୌତୂହଳ ସୃଷ୍ଟି କରୁଥିବାବେଳେ ଏନେଇ ଅଧିକ ଗବେଷଣାର ଆବଶ୍ୟକ ବୋଲି ୟୁନିଭର୍ସିଟି ଅଫ୍‌ ଏକ୍ସଷ୍ଟର ଏବଂ ବ୍ରିଟିଶ୍‌ ମାଇକୋଲୋଜିକାଲ ସୋସାଇଟିଜ୍‌ ଫଙ୍ଗାଲ ବାୟୋଲୋଜି ରିସର୍ଚ୍ଚ କମିଟିର ସଦସ୍ୟ ଡାନ୍‌ ବେବବର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲରେ ପ୍ରବଳ ବର୍ଷା: ୩୭ ମୃତ

ବ୍ରାସିଲିଆ,୪।୫: ବ୍ରାଜିଲର ଦକ୍ଷିଣ ପ୍ରାନ୍ତ ରିଓଗ୍ରାଣ୍ଡେ ଡୋ ସୁଲରେ ପ୍ରବଳ ବର୍ଷା ଯୋଗୁ ୩୭ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏନେଇ ସ୍ଥାନୀୟ କର୍ତ୍ତୃପକ୍ଷ...

କଂଗ୍ରେସ ଗଡ଼ରେ ବିଗ୍‌ ଫାଇଟ୍‌

ରାଏବରେଲି/ନୂଆଦିଲ୍ଲୀ,୪ା୫, (ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): ସର୍ବପୁରାତନ ଦଳ କଂଗ୍ରେସ ଶୁକ୍ରବାର ସକାଳେ ସବୁ କଳ୍ପନାଜଳ୍ପନାର ଅବସାନ ଘଟାଇ ଦୁଇ ହାଇପ୍ରୋଫାଇଲ ଆସନରେ ଦଳୀୟ ପ୍ରାର୍ଥୀଙ୍କ ନାମ ଘୋଷଣା କଲା।...

ଜବତ ରେକର୍ଡରୁ ୫ ଲକ୍ଷ କୋଟି ଟଙ୍କାର ହେରୋଇନ ଗାଏବ, କେନ୍ଦ୍ରକୁ ଜବାବ ମାଗିଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ,୩ା୫: ୨୦୧୮ରୁ ୨୦୨୦ ମଧ୍ୟରେ ଜବତ ହୋଇଥିବା ୭୦,୭୭୨.୪୮ କିଲୋଗ୍ରାମ ହେରୋଇନ୍‌ ରେକର୍ଡରୁ ଗାଏବ ହୋଇଯାଇଥିବା ଅଭିଯୋଗ ହୋଇଛି। ଏନେଇ ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ...

ବିଶ୍ୱର ୪୬% ଆଜ୍‌ମା ମୃତ୍ୟୁ ଭାରତରେ ଘଟୁଛି, ପ୍ରତିବର୍ଷ ୨ ଲକ୍ଷ ଲୋକ ହରାଉଛନ୍ତି ଜୀବନ

ନୂଆଦିଲ୍ଲୀ,୩ା୫: ଭାରତରେ ପ୍ରତିବର୍ଷ ହାରାହାରି ୨ ଲକ୍ଷ ଲୋକ ଆଜ୍‌ମା ଯୋଗୁ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ସମଗ୍ର ବିଶ୍ୱରେ ଆଜ୍‌ମାଜନିତ ମୃତ୍ୟୁର ଏହା ୪୬ ପ୍ରତିଶତ...

ଚନ୍ଦ୍ର ଅଭିମୁଖେ ଚାଇନାର ଚାଙ୍ଗ’ଇ-୬: ଦକ୍ଷିଣ ମେରୁରୁ ଶିଳା ଆଣିବ

ନୂଆଦିଲ୍ଲୀ,୩ା୫: ଚନ୍ଦ୍ରର ଦକ୍ଷିଣ ମେରୁରୁ ଶିଳା ଓ ମୃତ୍ତିକା ସଂଗ୍ରହ କରି ଆଣିବା ପାଇଁ ଚାଇନା ଏହାର ମହାକାଶ ଯାନ ଚାଙ୍ଗ’ଇ-୬କୁ ଶୁକ୍ରବାର ଲଞ୍ଚ୍‌ କରିଛି।...

ଗର୍ଲଫ୍ରେଣ୍ଡ ସହିତ ଫେରାର ହୋଇଗଲା ପୁଅ, ମା’ଙ୍କୁ ଖୁଣ୍ଟରେ ବାନ୍ଧି ମାଡ଼ ମାରିଲେ ଝିଅ ଘରଲୋକେ

ନୂଆଦିଲ୍ଲୀ,୩।୫: ପୁଅର କାରନାମା ପାଇଁ ମା’ ସହିଲେ ଅପବାଦ, ରାସ୍ତାରେ ବାନ୍ଧି ବାଡେଇଲେ ଲୋକେ। ଏଭଳି ଏକ ଅସାମାଜିକ ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକର ହାଭେରୀ...

ୟୁକ୍ରେନ ଯୁଦ୍ଧରେ ୧୫୦,୦୦୦ ଋଷ ସୈନିକ ନିହତ ହୋଇଥିବା ଆକଳନ କଲା ଫ୍ରାନ୍ସ

ନୂଆଦିଲ୍ଲୀ,୩।୫: ୟୁକ୍ରେନ ଉପରେ ଆକ୍ରମଣ ସମୟରେ ୧୫୦,୦୦୦ ଋଷ ସୈନିକଙ୍କ ପ୍ରାଣ ହରାଇଥିବା ଆକଳନ କରିଛି ଫ୍ରାନ୍ସ। ଶୁକ୍ରବାର ପ୍ରକାଶିତ ଏକ ସାକ୍ଷାତକାରରେ ଏଭଳି ଏକ...

ସ୍ବାମୀ ପ୍ରସାଦ ମୌର୍ଯ୍ୟଙ୍କ ଉପରକୁ ଜୋତା ମାଡ, ଗିରଫ ହୋଇଥିବା ଯୁବକ ଯୋଗୀ ୟୁଥ ବ୍ରିଗେଡର ମେମ୍ବର

ଆଗ୍ରା,୩।୫: ଫତେହାବାଦର ସତୀ ମନ୍ଦିରରେ ଶୋଶିତ ସମାଜ ପାର୍ଟି ପ୍ରାର୍ଥୀ ହୋତମ ସିଂଙ୍କ ସମର୍ଥନ ସଭାରେ ପହଞ୍ଚିଥିବା ରାଷ୍ଟ୍ରୀୟ ଅଧ୍ୟକ୍ଷ ସ୍ବାମୀ ପ୍ରସାଦ ମୌର୍ଯ୍ୟଙ୍କ ଉପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri