ମାସକରେ ୧୪ ଗାଡ଼ି ଚୋରି, ବାଦ୍‌ପଡ଼ିନି ପୋଲିସ ଗାଡ଼ି

ବ୍ରହ୍ମପୁର ଅଫିସ,୭ା୪: ବ୍ରହ୍ମପୁର ସହରରେ ଏବେ ଘୂରି ବୁଲୁଛନ୍ତି ସକ୍ରିୟ ଗାଡ଼ି ଚୋର ଗ୍ୟାଙ୍ଗ। ଗତ ଏକ ମାସ ମଧ୍ୟରେ ଉକ୍ତ ଗ୍ୟାଙ୍ଗ ବ୍ରହ୍ମପୁର ସହରରୁ ପ୍ରାୟ ୧୪ ଗାଡ଼ି ଚୋରି କରିଥିବା ନେଇ ବିଭିନ୍ନ ଥାନାରେ ଅଭିଯୋଗ ହୋଇଛି। ଏପରିି କି ଏହି ଚୋରା ଗ୍ୟାଙ୍ଗଠାରୁ ବାଦ୍‌ ପଡ଼ିନାହାନ୍ତି ପୋଲିସ କନଷ୍ଟେବଳ। ବ୍ରହ୍ମପୁର ପୋଲିସ ଜିଲାରେ କାର୍ଯ୍ୟରତ ଜଣେ କନଷ୍ଟେବଳ ଆଙ୍କୁଲି ଲକ୍ଷ୍ମୀନାରାୟଣ ନଗରରେ ରହୁଥିବା ବେଳେ ଗତ ମାସରେ ତାଙ୍କ ସ୍କୁଟି ଚୋରି ହୋଇଥିବା ନେଇ ସେ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଥିଲେ। ଏଭଳି ଭାବେ ବୈଦ୍ୟନାଥପୁର ଥାନାରେ ଗତ ମାସରେ ମୋଟ ୧୧ ଗାଡ଼ି ଚୋରି ମାମଲା ଥିବା ବେଳେ ସେଥିମଧ୍ୟରେ ୩ଟି ଗାଡ଼ି ଏମକେସିଜି ମେଡିକାଲ ପରିସରରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ସେହିପରି ବଡ଼ ବଜାର ଥାନାରେ ଗୋଟିଏ ମାମଲା ଥିବା ବେଳେ ଏହି ମାମଲାରେ କାହାକୁ ପୋଲିସ ଗିରଫ କରିପାରିନାହିଁ। ସେହିପରି ଗୋଷଣୀନୂଆଗଁା ଥାନା ଅଞ୍ଚଳରେ ୨ଟି ଗାଡ଼ି ଚୋରି ହୋଇଥିବା ବେଳେ ପୋଲିସ ଏବେ ସୁଦ୍ଧା ଏହାକୁ ଠାବ କରିପାରି ନାହିଁ। ଉପରୋକ୍ତ ୩ ଟି ଥାନା ମଧ୍ୟରୁ ବୈଦ୍ୟନାଥପୁର ଥାନାରେ ସର୍ବାଧିକ ୧୧ ମାମଲା ଥିବା ଦେଖିବାକୁ ମିଳିଛି। ଉକ୍ତ ଗାଡିକୁ ଚୋରି କରି ଚୋରମାନେ ମାତ୍ର ୧୫ରୁ ୨୦ ହଜାର ମଧ୍ୟରେ ଗଜପତି ଜିଲାକୁ ନେଇ ବିକ୍ରି କରନ୍ତି। ଏହି ଗାଡ଼ି ଦ୍ୱାରା ଚୋରା ମଦ ଓ ଗଞ୍ଜେଇ ଚାଲାଣ ହେଉଥିବା ଜଣେ ପୋଲିସ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କ ଖରିଫ ଧାନ ସଂଗ୍ରହ: ଦିଗପହଣ୍ଡିରେ ପ୍ରସ୍ତୁତି ବୈଠକ 

ଦିଗପହଣ୍ଡି,୧୬|୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସଭାଗୃହ ପରିସରରେ  ଚାଷୀଙ୍କ ଅମଳ ଧାନ ସଂଗ୍ରହ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର...

ଦିଗପହଣ୍ଡିରେ ଜନବସତିକୁ ମାଡ଼ି ଆସୁଛନ୍ତି ହାତୀପଲ,ରାତିରେ ପଡିଯାଉଛି ତାଟି କବାଟ; ଫସଲ…

ଦିଗପହଣ୍ଡି,୧୬ା୧୨(ଅଶେଷ ନାଥ ମିଶ୍ର): ସାନଖେମୁଣ୍ଡି ବ୍ଲକ ନୂଆଗଡ, ପଳାସପୁର, ଲୁଣିନାଠୀ, ଇନ୍ଦିରା ଆବାସ କଲୋନୀ ଆଦି ଗ୍ରାମଗୁଡିକରେ ଗତ କିଛିଦିନ ହେଲା ହାତୀ ଉପଦ୍ରବ ଯୋଗୁ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ

ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...

ଅଭିନବ ଉପାୟରେ ଠକେଇ, ଫୋନ୍‌ପେରେ ଡେମୋ ଦେଖାଇଲେ…

ଛତ୍ରପୁର,୧୬ା୧୨(ଦିଲ୍ଲୀପ ସାମଲ): ନକଲି ଫୋନ ପେ ବ୍ୟବହାର କରି ବ୍ୟବସାୟୀମାନଙ୍କୁ ଠକେଇ କରୁଥିବା ଅଭିଯୋଗର ତଦନ୍ତ ପରେ ଛତ୍ରପୁର ପୋଲିସ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ...

ଋଷିକୁଲ୍ୟା ମା’ ରାମଚଣ୍ଡୀ ପୀଠ ହେବ ତୀର୍ଥକ୍ଷେତ୍ର

ଗଞ୍ଜାମ,୧୬।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ଛତ୍ରପୁର ସଦର ମହକୁମା ନିକଟସ୍ଥ ନୀଳାଦ୍ରିପୁର ଗ୍ରାମରେ ଅବସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ବିବାସିନୀ ମା’ ରାମଚଣ୍ଡୀଙ୍କ ପୀଠ। ଏହି...

ପୀତବାସ ପଣ୍ଡା ହତ୍ୟା ମାମଲା: ୫ ଅଭିଯୁକ୍ତଙ୍କ ଜାମିନ ଖାରଜ

ବ୍ରହ୍ମପୁର,୧୬ା୧୨(ସୁବାସ ଚନ୍ଦ୍ର ପାଢ଼ୀ): ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ହୋଇ ଜେଲରେ ଥିବା ଅଭିଯୁକ୍ତମାନଙ୍କ ମଧ୍ୟରୁ ୫ଜଣ ଜାମିନ ଆବେଦନ କରିଥିବା ବେଳେ...

ଆସନ୍ତା ୨୩ରୁ ଖୋଲିବ ଧାନମଣ୍ଡି, ଶୁଭାରମ୍ଭ ହେଲା ୨ଟି ସଚେତନତା ରଥ

ଛତ୍ରପୁର, ୧୬/୧୨ (ଦିଲ୍ଲୀପ ସାମଲ): ହିଞ୍ଜିଳିକାଟୁ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଛତ୍ରପୁର ସ୍ଥିତ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟରୁ ୨ ଟି ସଚେତନତା ରଥର ଶୁଭାରମ୍ଭ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri