୪ ଭାଇଙ୍କୁ ହତ୍ୟା ଘଟଣା, ଜେଲଗଲେ ୫ ଅଭିଯୁକ୍ତ

ହିଞ୍ଜିଳିକାଟୁ,୩୧।୩(ଡି.ଏନ୍‌.ଏ.): ହିଞ୍ଜିଳି ଥାନା ତଥା ଶେରଗଡ଼ ବ୍ଲକ ଅନ୍ତର୍ଗତ ପିତଳ ଛକରେ ଗତ ୨୨ ତାରିଖ ରାତିରେ ସଂଘବଦ୍ଧ ଆକ୍ରମଣରେ ୪ ଭାଇଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ହିଞ୍ଜିଳି ପୋଲିସ ମଙ୍ଗଳବାର ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ହିଞ୍ଜିଳି ଥାନା ରାମଚନ୍ଦ୍ରପୁର ଗ୍ରାମର ଅମିୟ ସ୍ବାଇଁ ଓରଫ ସାଧୁ, ତାଙ୍କ ଗ୍ରାମର ବାହନପତି ବେହେରା, ଦୀପୁ ସେଠୀ, ଚିତ୍ରସେନ ସେଠୀ ଓ ସନ୍ତୋଷ ସ୍ବାଇଁ। ଅଭିଯୁକ୍ତମାନଙ୍କୁ ଶେରଗଡ଼ କୋର୍ଟ ଚାଲାଣ କରାଯାଇଥିଲା। ସେଠାରୁ ଆସିକା ଜେଲକୁ ପଠାଇ ଦିଆଯାଇଛି। ପିିତଳ ଛକ ଫାଷ୍ଟଫୁଡ ସେଣ୍ଟରରେ ସାମାନ୍ୟ କଥାକୁ ନେଇ ବଚସା ଓ ପରେ କମେଣ୍ଟମରାକୁ ନେଇ ନରେନ୍ଦ୍ରପୁର ଗ୍ରାମର ୪ ଭାଇ ରାଜା ସ୍ବାଇଁ, ଶମ୍ଭୁ ସ୍ବାଇଁ, ପାଣ୍ଡବ ସ୍ବାଇଁ ଓ ସେମାନଙ୍କ ମାଉସୀ ପୁଅ ନାବାଳକ ଚନ୍ଦନ ସ୍ବାଇଁଙ୍କୁ ହତ୍ୟା କରାଯାଇଥିଲା। ମଙ୍ଗଳବାର ହିଞ୍ଜିଳି ଥାନା ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରଏ ଏହି ସୂଚନା ଦେଇଛନ୍ତି। ଏସ୍‌ପି ଆହୁରି ସୂଚନା ଦେଇଛନ୍ତି, ମୁଖ୍ୟ ଅଭିଯୁକ୍ତ ସାଧୁଙ୍କ ନାମରେ ହିଞ୍ଜିଳି ସମେତ ଶେରଗଡ଼, ଆସିକା ଆଦି ଥାନାରେ ହତ୍ୟା, ରାହାଜାନୀ, ଦାଦାବଟି ଆଦାୟ ଭଳି ବିଭିନ୍ନ ଆପରାଧିକ ମାମଲା ରହିଛି। ୨୨ତାରିଖ ସନ୍ଧ୍ୟାରେ ଫାଷ୍ଟଫୁଡ ସେଣ୍ଟରରେ ଶମ୍ଭୁଙ୍କ ସହ ସାଧୁ ଓ ବାହନପତି ଯୁକ୍ତିତର୍କ କରିଥିଲେ। ସାଧୁ ଉତ୍ତ୍ୟକ୍ତ ହେଉଥିବା ଦେଖି ଶମ୍ଭୁ ତାଙ୍କର ଅନ୍ୟ ଭାଇ ରାଜାଙ୍କୁ ଡାକିଥିଲେ। ଉଭୟଙ୍କୁ ମାରିଦେବା ଧମକ ଦେଇ ସାଧୁ ସେଠାରୁ ବାହନପତିଙ୍କୁ ନେଇ ପଳାଇଥିଲେ। ମଧ୍ୟରାତ୍ରିରେ ୨ଟି ସ୍କୁଟିରେ ସାଧୁ ଓ ଅନ୍ୟ ଅଭିଯୁକ୍ତମାନେ କାଠଫାଳିଆ, ଲୁହା ରଡ଼ ଓ ଅନ୍ୟାନ୍ୟ ମାରଣାସ୍ତ୍ର ଧରି ଫାଷ୍ଟଫୁଡ଼ ସେଣ୍ଟରକୁ ଆସିଥିଲେ। ଶମ୍ଭୁ ଓ ତାଙ୍କର ଅନ୍ୟ ୩ ଭାଇ ଦୋକାନ ବନ୍ଦ କରି ଘରକୁ ଯିବାକୁ ପ୍ରସ୍ତୁତ ହେଉଥିବା ବେଳେ ଅଭିଯୁକ୍ତମାନେ ସେମାନଙ୍କୁ ଅତର୍କିତ ଆକ୍ରମଣ କରିବାରୁ ସମସ୍ତଙ୍କ ମୃତ୍ୟୁ ଘଟିଥିଲା। ଘଟଣାରେ ଜଡ଼ିତ ଅନ୍ୟ ଜଣେ ଫେରାର ଅଛନ୍ତି। ତାଙ୍କୁ ଧରିବା ପାଇଁ ପୋଲିସର ଏକ ଟିମ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିବା ଏସପି ରଏ କହିଛନ୍ତି। ପିତଳ ଛକରେ ପୋଲିସ ଫାଣ୍ଡି ସ୍ଥାପନ ଦାବି ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଯାଇଛି। ଫାଣ୍ଡି ପ୍ରତିଷ୍ଠା ପର୍ଯ୍ୟନ୍ତ ସେଠାରେ ପୋଲିସ ମୁତୟନ କରାଯିବ ବୋଲି ଏସ୍‌ପି ରଏ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

୬ ମାସରେ ମାତ୍ର ୨ ପ୍ରତିଶତ ଅଗ୍ରଗତି: ଅନିଶ୍ଚିତତା ଘେରରେ ମେଗା ପାନୀୟ ଜଳ ପ୍ରକଳ୍ପର ଭବିଷ୍ୟତ

ଭଞ୍ଜନଗର,୧୭।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ପାଇପ ଜଳ ଯୋଗାଣ ବିଭାଗ ଅଧୀନରେ ରାଜ୍ୟର ସବୁଠୁ ବଡ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ...

ଚାଷୀଙ୍କ ଖରିଫ ଧାନ ସଂଗ୍ରହ: ଦିଗପହଣ୍ଡିରେ ପ୍ରସ୍ତୁତି ବୈଠକ 

ଦିଗପହଣ୍ଡି,୧୬|୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସଭାଗୃହ ପରିସରରେ  ଚାଷୀଙ୍କ ଅମଳ ଧାନ ସଂଗ୍ରହ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର...

ଦିଗପହଣ୍ଡିରେ ଜନବସତିକୁ ମାଡ଼ି ଆସୁଛନ୍ତି ହାତୀପଲ,ରାତିରେ ପଡିଯାଉଛି ତାଟି କବାଟ; ଫସଲ…

ଦିଗପହଣ୍ଡି,୧୬ା୧୨(ଅଶେଷ ନାଥ ମିଶ୍ର): ସାନଖେମୁଣ୍ଡି ବ୍ଲକ ନୂଆଗଡ, ପଳାସପୁର, ଲୁଣିନାଠୀ, ଇନ୍ଦିରା ଆବାସ କଲୋନୀ ଆଦି ଗ୍ରାମଗୁଡିକରେ ଗତ କିଛିଦିନ ହେଲା ହାତୀ ଉପଦ୍ରବ ଯୋଗୁ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ

ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...

ଅଭିନବ ଉପାୟରେ ଠକେଇ, ଫୋନ୍‌ପେରେ ଡେମୋ ଦେଖାଇଲେ…

ଛତ୍ରପୁର,୧୬ା୧୨(ଦିଲ୍ଲୀପ ସାମଲ): ନକଲି ଫୋନ ପେ ବ୍ୟବହାର କରି ବ୍ୟବସାୟୀମାନଙ୍କୁ ଠକେଇ କରୁଥିବା ଅଭିଯୋଗର ତଦନ୍ତ ପରେ ଛତ୍ରପୁର ପୋଲିସ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ...

ଋଷିକୁଲ୍ୟା ମା’ ରାମଚଣ୍ଡୀ ପୀଠ ହେବ ତୀର୍ଥକ୍ଷେତ୍ର

ଗଞ୍ଜାମ,୧୬।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ଛତ୍ରପୁର ସଦର ମହକୁମା ନିକଟସ୍ଥ ନୀଳାଦ୍ରିପୁର ଗ୍ରାମରେ ଅବସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ବିବାସିନୀ ମା’ ରାମଚଣ୍ଡୀଙ୍କ ପୀଠ। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri