ହିଞ୍ଜିଳିକାଟୁ,୨୮।୩(ଡି.ଏନ୍.ଏ.): ଦରଦାମ ବୃଦ୍ଧି ପ୍ରତିବାଦରେ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ପକ୍ଷରୁ ଦୁଇ ଦିନିଆ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହାକୁ ସମର୍ଥନ କରି ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିୟନ ପକ୍ଷରୁ ବନ୍ଦ ପାଳନ କରାଯାଇଥିଲା। ଘରୋଇକରଣ ବନ୍ଦ, ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର ନିୟନ୍ତ୍ରଣ ଆଦି ଦାବିରେ ସର୍ବଭାରତୀୟ ଟ୍ରେଡ୍ ୟୁନିୟନ ୨୮-୨୯ ମାର୍ଚ୍ଚ ଭାରତ ବନ୍ଦ ଡାକରାଦେଇଥିଲେ। ଏହାକୁ ସମର୍ଥନ କରି ସୋମବାର ଟିୟୁସିଆଇ ସହ ସହବନ୍ଧିତ ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିୟନ ଗଞ୍ଜାମ ଜିଲା କମିଟି ପକ୍ଷରୁ ୫୯ ନଂ. ଜାତୀୟ ରାଜପଥ ସମରଝୋଳ ଛକଠାରେ ଆନ୍ଦୋଳନ କରାଯାଇଥିଲା। ଏଥିରେ ଟିୟୁସିଆଇର ରାଜ୍ୟ କମିଟି ସଦସ୍ୟଙ୍କ ବରଷ୍ଠ କର୍ମକର୍ତ୍ତା ଉପସ୍ଥିତ ଥିଲେ।


