ଜିଲାପରିଷଦ ସଭାପତି ନିର୍ବାଚନ: ଗଞ୍ଜାମ ଅଞ୍ଜଳି, ଗଜପତି ଜି. ତିରୁପତି, କନ୍ଧମାଳ ନନ୍ଦିନୀ

ଛତ୍ରପୁର/ପାରଳାଖେମୁଣ୍ଡି (ଡି.ଏନ୍‌.ଏ.)/ ଫୁଲବାଣୀ ଅଫିସ୍‌, ୧୪ା୩: ଗଞ୍ଜାମ ଜିଲା ପରିଷଦ ସଭାପତି ଭାବେ ଅଞ୍ଜଳି ସ୍ବାଇଁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଅଞ୍ଜଳି ଧରାକୋଟ ବ୍ଲକର ୩୧ ନମ୍ବର ଜୋନ୍‌ରୁ ଜିଲା ପରିଷଦ ସଭ୍ୟା ନିର୍ବାଚିତ ହୋଇଛନ୍ତି। ଜିଲା ପରିଷଦ ସଭାପତି ନିର୍ବାଚନରେ ପ୍ରସ୍ତାବକ ଭାବେ ୩ନଂ ଜୋନ୍‌ର ବିଜେଡି ଜିଲା ପରିଷଦ ସଭ୍ୟା ବି. ମନୋଜ ଦୋରା ଓ ସମର୍ଥକ ଭାବେ ୪୪ନଂ. ଜୋନର ଜିଲା ପରିଷଦ ସଭ୍ୟ କଲ୍ୟାଣୀ ପାତ୍ରଙ୍କ ସହ ଅଞ୍ଜଳି ସ୍ବାଇଁ ଜିଲା ପରିଷଦ ସଭାପତି ପଦବୀ ନିମନ୍ତେ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଜଣେ ମାତ୍ର ପ୍ରାର୍ଥୀ ହୋଇଥିବାରୁ ଅଞ୍ଜଳି ସ୍ବାଇଁଙ୍କୁ ନିର୍ବାଚନ ଅଧିକାରୀ ବିଜୟୀ ଘୋଷଣା କରିଥିଲେ।
ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଡ. ଗୋପବନ୍ଧୁ ଦାଶ, ଚିକିଟି ବିଧାୟିକା ଉଷା ଦେବୀ, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, ଆସିକା ବିଧାୟିକା ମଞ୍ଜୁଳା ସ୍ବାଇଁ, ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ, ପୂର୍ବତନ ସାନଖେମୁଣ୍ଡି ବିଧାୟିକା ନନ୍ଦିନୀ ଦେବୀ ପ୍ରମୁଖ ସ୍ବାଇଁଙ୍କୁ ପୁଷ୍ପଗୁଛ ଦେଇ ଅଭିନନ୍ଦନ ଜଣାଇଥିଲେ।
ଜିଲା ପରିଷଦ ସଭାପତି ଭାବେ ବିଜେଡିର ଜି. ତିରୁପତି ରାଓ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଜିଲା ପରିଷଦ ସଭା ଗୃହରେ ଶାନ୍ତି ଶୃଙ୍ଖଳାରେ ନିର୍ବାଚନ ସରିଛି। ନିର୍ବାଚନରେ ଜିଲାର ସମସ୍ତ ୧୪ଜଣ ନବ ନିର୍ବାଚିତ ଜିଲା ପରିଷଦ ସଭ୍ୟ ଭାଗ ନେଇଥିଲେ। ସେମାନଙ୍କ ମଧ୍ୟରୁ ୧୧ଜଣ ବିଜେଡିର ହୋଇଥିବା ବେଳେ ୨ ଜଣ କଂଗ୍ରେସ ଓ ଜଣେ ଭାଜପାରୁ ଜିଲା ପରିଷଦ ହୋଇଛନ୍ତି। ତେବେ ବହୁ ମତ ପାଇଥିବା ଜି. ତିରୁପତି ରାଓ ଜିଲା ପରିଷଦ ସଭାପତି ନିର୍ବାଚିତ ହୋଇଛନ୍ତି। ଏହି ବିଜୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରିସ୍ମା। ଆଗକୁ ଦଳର ନିତି ଆଦର୍ଶ ମାନି ଜିଲାର ବିକାଶ ଧାରାକୁ ଆଗେଇ ନେବେ ବୋଲି ନବ ନିର୍ବାଚିତ ଜିଲା ପରିଷଦ ସଭାପତି କହିଛନ୍ତି ।
କନ୍ଧମାଳ ଜିଲା ବାଲିଗୁଡା ୧୫ ନଂ ଜୋନ ବିଜେଡି ପ୍ରାର୍ଥି ନନ୍ଦିନୀ ମଳିକ ଜିଲା ପରିଷଦ ସଭାପତି ହୋଇଛନ୍ତି। ଆଗରୁ ଏହି ପଦବୀ ଲାଗି ଦାବିଦାର କୁହାଯାଉଥିବା ଜୟଶ୍ରୀ କହଁରଙ୍କୁ ନିରାଶ ହେବାକୁ ପଡିଛି ା ଜିଲାର ମୋଟ ୧୮ ଜିଲା ପରିଷଦ ଜୋନରେ ବିଜେଡି ଏକାକୀ ୧୩ଟି ଅକ୍ତିଆର କରିଥିଲା। ତେଣୁ ଦଳ ଏକାକୀ ଜିଲା ପରିଷଦ ଗଠନ କରିବା ସ୍ପଷ୍ଟ ହୋଇଥିଲା। ହେଲେ କିଏ ସଭପତି ହେବେ ତାହାକୁ ନେଇ ଜିଲାରେ ଆଲୋଚନା ଜୋର ଧରିଥିଲା। ବିଜେଡି ପକ୍ଷରୁ ନନ୍ଦିନୀ ମଳିକ, କଂଗ୍ରେସରୁ ଦୀପିକା ମାଝି ଜିଲା ପରିଷଦ ସଭାପତି ଲାଗି ନାମାଙ୍କନପତ୍ର ଦାଖଲ କରିଥିଲେ ା ନନ୍ଦିନୀଙ୍କୁ ୧୩ଟି ଭୋଟ ମିଳିଥିବା ବେଳେ ଦୀପିକା ୪ଟି ଭୋଟ ପାଇଥିଲେ ା ଗୋଟିଏ ନାକଚ ହୋଇଥିଲା ା ଶେଷରେ ନନ୍ଦିନୀ ଏହି ପଦବୀ ଲାଗି ନିର୍ବାଚିତ ହୋଇଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ବାଲିଗୁଡ଼ା ଆସନ ପାଇଁ ବିଜେଡି ପ୍ରାର୍ଥୀ ଚକ୍ରମଣି କହଁର ଦାଖଲ କଲେ ପ୍ରାର୍ଥିପତ୍ର

ବାଲିଗୁଡା,୨୯।୪:(ସଞ୍ଜୟ କୁମାର ପାଣିଗ୍ରାହୀ): ପ୍ରବଳ ଖରା ସତ୍ତ୍ୱେ ହଜାର ହଜାର ସମର୍ଥକଙ୍କ ଗହଣରେ ଏକ ବିରାଟ ଶୋଭାଯାତ୍ରାରେ ଆସି କନ୍ଧମାଳ ଜିଲା ବାଲିଗୁଡା ବିଧାନସଭା ନିର୍ବାଚନ...

ଘାଟିରୁ ଖସିଲା ପେପର ରୋଲ୍‌ ବୋଝେଇ ଟ୍ରକ୍‌: ଡ୍ରାଇଭର, ହେଲପର ଆହତ

ଖଲ୍ଲିକୋଟ,୨୯ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବଡ଼ଘାଟିରେ ସୋମବାର ଭାରସାମ୍ୟ ହରାଇ ୫୦ଫୁଟ ତଳକୁ ଏକ...

ଲୁରୁ ଗ୍ରାମରେ ପଡ଼ିନାହିଁ ବିକାଶର ପାଦଚିହ୍ନ

ପାରଳାଖେମୁଣ୍ଡି,୨୯ା୪ (ଗିରିଧାରୀ ପରିଛା): ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି। ହେଲେ ଅନେକ ଯୋଜନା ବହୁ ଜାଗାରେ ପହଞ୍ଚି ପାରୁନାହିଁ। ଦୀର୍ଘ ବର୍ଷର ସ୍ଥାୟୀ ସରକାର...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

ଦୀପ ନିଆଁରେ ପୋଡ଼ିଯାଇଥିବା ମହିଳାଙ୍କ ଚାଳିଗଲା ଜୀବନ

ଚିକିଟ,୨୮ା୪(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କ.ନୂଆଗାଁ ଥାନା ଚିକିଟିପେଣ୍ଠସ୍ଥିତ ପଣ୍ଡିତରା ସାହିରେ ଗତ ୧୬ ତାରିଖ ଚୈତ୍ର ମଙ୍ଗଳବାର ମନ୍ଦିର ଦୀପରେ ପୋଡ଼ିଯାଇଥିବା ଜଣେ...

ଆମ୍ବ ଗୋଟାଇବା ପାଇଁ ଯାଇଥିଲେ: ହେଲା ବଜ୍ରପାତ

ଧରାକୋଟ,୨୮ା୪(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତ କାଠଗଡା ଗ୍ରାମର ଜଣେ ବୃଦ୍ଧା ବଜ୍ରପାତରେ ଆହତ ହୋଇଛନ୍ତି। ସେ ହେଲେ ଘନ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

ଓଡ଼ିଶାବାସୀଙ୍କୁ ସତର୍କ କରାଇଲେ ଜେପି ନଡ୍ଡା: କହିଲେ, ହୋଇଯାନ୍ତୁ ସଚେତନ ନଚେତ୍‌…

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରର ଆମ୍ବପୁଆଠାରେ ସାଧାରଣ ସଭାରେ ଯୋଗଦେଇ ବିଜେଡି ସରକାର ଉପରେ ବର୍ଷିଛନ୍ତି। ସେ ଓଡ଼ିଶାବାସୀଙ୍କୁ ସତର୍କ କରାଇ କହିଛନ୍ତି, ଏଠାରେ ବାହାର ଲୋକଙ୍କୁ ପ୍ରଶ୍ରୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri